ଯବକ୍ଷାରଜାନ ବିବନ୍ଧନ
ଯବକ୍ଷାରଜାନ ବିବନ୍ଧନ ପ୍ରକ୍ରିୟାରେ ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ, ଆମୋନିଆ ତଥା ଅନ୍ଯାନ୍ଯ ଯୌଗିକରେ ପରିଣତ କରାଯାଇ ମାଟିରେ ମିଶାଯାଏ । ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ସାଧାରଣତଃ ଦ୍ୱି-ଯବକ୍ଷାରଜାନ, ଏକ ପ୍ରାୟଃ-ନିଷ୍କ୍ରିୟ ଅଣୁ ଏବଂ କେତେକ ଅଣୁଜୀବ ଛଡ଼ା ଅଧିକାଂଶ ଜୀବଙ୍କର ଚୟାପଚୟରେ ବ୍ଯବହାର ହେଉନଥିବା ଅଦରକାରୀ ପଦାର୍ଥ ।[୧] ଜୈବ-ଯବକ୍ଷାରଜାନ ବିବନ୍ଧନରେ ରାଇଜୋବୀୟ ଭଳି କେତେକ ଅଣୁଜୀବ ଯବକ୍ଷାରଜାନକୁ ଆମୋନିଆରେ ପରିଣତ କରିଥାନ୍ତି ଫଳରେ ଏହା ଅନ୍ୟ ଜୀବମାନଙ୍କ ମେଟାବୋଲିଜିମରେ ବ୍ୟବହୃତ ହୋଇଥାଏ ।
ବିବନ୍ଧିତ ଯବକ୍ଷାରଜାନ ଜୀବନ ପାଇଁ ଅତି ଆବଶ୍ୟକ କାରଣ ଜୀବନ ପାଇଁ ଆବଶ୍ୟକୀୟ ନ୍ଯଷ୍ଟିଅମ୍ଳ, ଆମିନୋ-ଅମ୍ଳ ଆଦି ବିଭିନ୍ନ ଜୈବାଣୁ ଜୈବ-ସଂଶ୍ଳେଷଣରେ ଅଜୈବିକ ଯବକ୍ଷାରୀୟ ଯୌଗିକ ଆବଶ୍ୟକ । କୃଷି ଓ ସାର ପ୍ରସ୍ତୁତରେ ଯବକ୍ଷାରଜାନ-ଚକ୍ର ଏକ ଅଂଶ ହୋଇଥିବା ହେତୁ ଏହା ଅତି ଆବଶ୍ୟକ । ଏହା ମଧ୍ଯ ପରୋକ୍ଷରେ ସମସ୍ତ ଯବକ୍ଷାରଜାନ ଆଧାରିତ ବିସ୍ଫୋରକ, ଔଷଧ ତଥା ରଙ୍ଗ ତିଆରି ପାଇଁ ବ୍ୟବହୃତ ରାସାୟନିକ ଯୌଗିକ ପାଇଁ ଆବଶ୍ୟକ । ଯବକ୍ଷାରଜାନ ବିବନ୍ଧନ ଆଜୋଟୋବ୍ଯାକ୍ଟର୍, ଆର୍କିଆ ଭଳି ମାଟିରେ ପ୍ରାକୃତିକ ଭାବେ ଥିବା ଦ୍ୱିଆଜୋଭୋଜୀମାନଙ୍କଦ୍ୱାରା ହୋଇଥାଏ । କେତେକ ଯବକ୍ଷାରଜାନ ବିବନ୍ଧନ ବ୍ୟାକ୍ଟେରିଆର ଉଦ୍ଭିଦମାନଙ୍କ ସହ (ବିଶେଷ କରି ଡାଲିଜାତୀୟ ଉଦ୍ଭିଦମାନଙ୍କ ସହ) ସହଜୀବୀତା ସମ୍ବନ୍ଧ ସ୍ଥାପିତ ହୋଇଥାଏ ।[୨] କିଛି ଉଇ ଓ କବକ ମଧ୍ଯରେ ମଧ୍ଯ ବିବନ୍ଧନ ହୋଇଥାଏ ।[୩] ବିବନ୍ଧନ ପ୍ରାକୃତିକ ଭାବେ ବାୟୁମଣ୍ଡଳରେ ବିଜୁଳିଦ୍ୱାରା NOx ତିଆରି ହୋଇଥାଏ ।[୪][୫]
ସମସ୍ତ ଜୈବିକ-ଯବକ୍ଷାରଜାନ-ବିବନ୍ଧନ ନାଇଟ୍ରୋଜେନେଜ ଦ୍ୱାରା ସମ୍ଭବ ।[୬] ଏହି ଏନଜାଇମରେ ସାଧାରଣତଃ ଲୌହ ସହ ମୋଲିବଡେନମ ଅବା ଭାନାଡିଅମକୁ ରହିଥାଏ ।
ବିବନ୍ଧନ
[ସମ୍ପାଦନା]ଅଜୈବ-ବିବନ୍ଧନ
[ସମ୍ପାଦନା]ବିଜୁଳିଦ୍ୱାରା ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ଓ ଅମ୍ଳଜାନ, ଯବକ୍ଷାରଜାନ ଅକ୍ସାଇଡରେ ପରିଣତ ହୁଏ । ଯବକ୍ଷାରଜାନ ଅକ୍ସାଇଡ୍ ଜଳ ସହ ପ୍ରତିକ୍ରିୟା କରି ନାଇଟ୍ରୋସାମ୍ଳ ବା ନାଇଟ୍ରିକାମ୍ଳ ତିଆରି କରିପାରେ, ଯାହା ମାଟିରେ ମିଶି ନାଇଟ୍ରେଟରେ ପରିଣତ ହୁଏ। ନାଇଟ୍ରେଟ ପରେ ଗଛର କାମରେ ଲାଗେ। ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ଅଣୁ (NO3-), ଏହାର ପରମାଣୁ ମଧ୍ଯରେ ଥିବା ତ୍ରିବନ୍ଧ ଯୋଗୁଁ ପ୍ରାୟଃ ନିଷ୍କ୍ରିୟ ଅଟେ।[୭] ଏହି ତ୍ରିବନ୍ଧକୁ ଭାଙ୍ଗିବା ପାଇଁ ବିଜୁଳିରୁ ଆବଶ୍ୟକ ଶକ୍ତି ମିଳିଥାଏ, ଯାହା ଯବକ୍ଷାରଜାନ ପରମାଣୁକୁ ଅମ୍ଳଜାନ ଅଣୁ ସହ ପ୍ରତିକ୍ରିୟା କରି ଯବକ୍ଷାରଜାନ ଅକ୍ସାଇଡ୍ ତିଆରିବା ପାଇଁ ସୁଯୋଗ ଦିଏ ।[୮] ଏହା ଜଳ ସହ ପ୍ରତିକ୍ରିୟା କରି ନାଇଟ୍ରିକାମ୍ଳ (HNO3) ବା ଏହାର ଆୟନ୍ ନାଇଟ୍ରେଟ ଗଠନ କରେ। ଉଦ୍ଭିଦମାନେ ଏହି ନାଇଟ୍ରେଟକୁ ଗ୍ରହଣ କରିପାରନ୍ତି ।[୯]
ଜୈବ-ବିବନ୍ଧନ
[ସମ୍ପାଦନା]ଜର୍ମାନ କୃଷିବିଜ୍ଞାନୀ ହର୍ମାନ୍ ହେଲ୍ରିଗଲ୍ଲ[୧୦] ଓଲନ୍ଦାଜ ଅଣୁଜୀବବିଜ୍ଞାନୀ ମାର୍ଟିନସ୍ ବେଇଜରିଙ୍କ୍[୧୧] ଜୈବ-ବିବନ୍ଧନ ଆବିଷ୍କାର କରିଥିଲେ । ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ନାଇଟ୍ରୋଜେନେଜ ଉତ୍ତେଜକଦ୍ୱାରା ଆମୋନିଆରେ ପରିଣତ ହେଲେ ବିବନ୍ଧନ ହୋଇଥାଏ । ଜୈବ-ଯବକ୍ଷାରଜାନ-ବିବନ୍ଧନର ସମୀକରଣ-
ଏହିପ୍ରକ୍ରିୟା ସାଙ୍ଗକୁ ୧୬ଟି ଏଟିପିଅଣୁର ଜଳୀୟ ବିଘଟନ ହୋଇଥାଏ ଏବଂ ସମ ପରିମାଣର H2 ଅଣୁ ତିଆରି ହୁଏ ।[୧୨] N2ରୁ ଆମୋନିଆ ହେବାର ପ୍ରତିକ୍ରିୟା ଏକ ଧାତବପୁଞ୍ଜରେ ହୋଇଥାଏ । ଏହି ପ୍ରତିକ୍ରିୟାରେ ପ୍ରଥମେ କେତେକ ପ୍ରୋଟନଦାନ ହୋଇଥାଏ, ଯାହାଦ୍ୱାରା ଫେମୋକୋର ସକ୍ରିୟ ପାର୍ଶ୍ୱ N2ର ବିଜାରଣ କରାଇ ଉଦଜାନ ସଂଯୋଗ କରିଥାଏ ।[୧୩] ମୁକ୍ତ ଦ୍ୱିଆଜୋଭୋଜୀମାନଙ୍କରେ ନାଇଟ୍ରୋଜେନେଜ-ସୃଷ୍ଟ-ଆମୋନିଆ ଗ୍ଲୁଟାମିନ ସିନ୍ଥେଟେଜ ପଥଦ୍ୱାରା ଏକତ୍ର ହୋଇ ଗ୍ଲୁଟାମେଟରେ ପରିଣତ ହୁଏ । ତାଙ୍କ ପାଖରେ ନିଫଜିନ୍ ରହିଥାଏ ଯାହା ଯବକ୍ଷାରଜାନ ବିବନ୍ଧନ ପାଇଁ ଅତି ଆବଶ୍ୟକ ।[୧୪][୧୫]
ନାଇଟ୍ରୋଜୋନଜଗୁଡ଼ିକ ଅମ୍ଳଜାନଦ୍ୱାରା ଶୀଘ୍ର ଜାରିତ ହୋଇଯାଏ । ତେଣୁ ଅନେକ ବୀଜାଣୁ ଅମ୍ଳଜାନ ଉପସ୍ଥିତିରେ ନାଇଟ୍ରୋଜେନେଜ ଏଞ୍ଜାଇମ ତିଆରିବା ବନ୍ଦ କରିଦିଅନ୍ତି। ଅନେକ ଯବକ୍ଷାରଜାନ ବିବନ୍ଧକ ବୀଜାଣୁ ଅବାୟବ ପରିବେଶରେ ରହିଥାନ୍ତି କିମ୍ବା ଅମ୍ଳଜାନର ଶୀଘ୍ର ଶ୍ୱସନ କରି ଏହାର ସ୍ତର କମାଇ ଦିଅନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Postgate, J. (1998). Nitrogen Fixation (3rd ed.). Cambridge: Cambridge University Press.
- ↑ Zahran, HH (December 1999). "Rhizobium-legume symbiosis and nitrogen fixation under severe conditions and in an arid climate". Microbiology and Molecular Biology Reviews. 63 (4): 968–89, table of contents. doi:10.1128/MMBR.63.4.968-989.1999. PMC 98982. PMID 10585971.
- ↑ Sapountzis, P (2016). "Potential for Nitrogen Fixation in the Fungus-Growing Termite Symbiosis". Frontiers in Microbiology. 7: 1993. doi:10.3389/fmicb.2016.01993. PMC 5156715. PMID 28018322.
{{cite journal}}
: CS1 maint: unflagged free DOI (link) - ↑ Hill, R. D.; Rinker, R. G.; Wilson, H. Dale (1979). "Atmospheric Nitrogen Fixation by Lightning". J. Atmos. Sci. 37 (1): 179–192. Bibcode:1980JAtS...37..179H. doi:10.1175/1520-0469(1980)037<0179:ANFBL>2.0.CO;2.
- ↑ Slosson, Edwin (1919). Creative Chemistry. New York, NY: The Century Co. pp. 19–37.
- ↑ Wagner SC (2011). "Biological Nitrogen Fixation". Nature Education Knowledge. 3 (10): 15. Archived from the original on 13 September 2018. Retrieved 29 January 2019.
- ↑ Tuck, A. F. (October 1976). "Production of nitrogen oxides by lightning discharges". Quarterly Journal of the Royal Meteorological Society. 102 (434): 749–755. Bibcode:1976QJRMS.102..749T. doi:10.1002/qj.49710243404. ISSN 0035-9009.
- ↑ Hill, R.D. (August 1979). "Atmospheric Nitrogen Fixation by Lightning". Journal of the Atmospheric Sciences. 37: 179–192. Bibcode:1980JAtS...37..179H. doi:10.1175/1520-0469(1980)037<0179:ANFBL>2.0.CO;2. ISSN 1520-0469.
- ↑ LEVIN, JOEL S (1984). "Tropospheric Sources of NOx: Lightning And Biology". Retrieved 2018-11-29.
- ↑ Hellriegel, H.; Wilfarth, H. (1888). Untersuchungen über die Stickstoffnahrung der Gramineen und Leguminosen [Studies on the nitrogen intake of Gramineae and Leguminosae]. Berlin: Buchdruckerei der "Post" Kayssler & Co.
- ↑ Beijerinck, M. W. (1901). "Über oligonitrophile Mikroben" [On oligonitrophilic microbes]. Centralblatt für Bakteriologie, Parasitenkunde, Infektionskrankheiten und Hygiene. 7 (2): 561–582.
- ↑ Chi Chung, Lee; Markus W., Ribbe; Yilin, Hu (2014). "Chapter 7. Cleaving the N,N Triple Bond: The Transformation of Dinitrogen to Ammonia by Nitrogenases". In Kroneck, Peter M. H.; Sosa Torres, Martha E. (eds.). The Metal-Driven Biogeochemistry of Gaseous Compounds in the Environment. Metal Ions in Life Sciences. Vol. 14. Springer. pp. 147–174. doi:10.1007/978-94-017-9269-1_7. PMID 25416394.
- ↑ Hoffman, B. M.; Lukoyanov, D.; Dean, D. R.; Seefeldt, L. C. (2013). "Nitrogenase: A Draft Mechanism". Acc. Chem. Res. 46 (2): 587–595. doi:10.1021/ar300267m. PMC 3578145. PMID 23289741.
- ↑ Gaby, J. C.; Buckley, D. H. (2011). "A global census of nitrogenase diversity". Environ. Microbiol. 13 (7): 1790–1799. doi:10.1111/j.1462-2920.2011.02488.x. PMID 21535343.
- ↑ Hoppe, B.; Kahl, T.; Karasch, P.; Wubet, T.; Bauhus, J.; Buscot, F.; Krüger, D. (2014). "Network analysis reveals ecological links between N-fixing bacteria and wood-decaying fungi". PLOS ONE. 9 (2): e88141. Bibcode:2014PLoSO...988141H. doi:10.1371/journal.pone.0088141. PMC 3914916. PMID 24505405.
{{cite journal}}
: CS1 maint: unflagged free DOI (link)