ଦ୍ୱିଆଜୋଭୋଜୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଦ୍ୱିଆଜୋଭୋଜୀମାନେ ବାୟୁମଣ୍ଡଳସ୍ଥ ଯବକ୍ଷାରଜାନକୁ ବିବନ୍ଧନ କରି ଜୈବ-ବ୍ୟବହାରଯୋଗ୍ଯ ଆମୋନିଆରେ ପରିଣତ କରୁଥିବା ବ୍ଯାକ୍ଟେରୀଆ ଓ ଆର୍କିଆ ଅଟନ୍ତି।[୧][୨]

ଦ୍ୱିଆଜୋଭୋଜୀମାନେ ବାହ୍ଯ ବିବନ୍ଧିତ-ଯବକ୍ଷାରଜାନ ଉତ୍ସର ଅନୁପସ୍ଥିତିରେ ମଧ୍ଯ ବଢିପାରୁଥିବା ଅଣୁଜୀବ। ଉଦାହରଣ ସ୍ବରୂପ - ରାଇଜୋବୀୟ, ଫ୍ରାଙ୍କିଆ (ସହଜୀବୀତାରେ) ଓ ଆଜୋସ୍ପିରିଲମ୍। ସମସ୍ତ ଦ୍ୱିଆଜୋଭୋଜୀମାନେ ଲୌହ-ମୋଲିବ୍ଡେନମ୍ କିମ୍ବା ଲୌହ-ଭାନାଡିଅମ୍ ନାଇଟ୍ରୋଜେନେଜ-ତନ୍ତ୍ର ରଖିଥାନ୍ତି। କ୍ଲେବ୍ସିଏଲା ନିମୋନ୍ଯେଆଜୋଟୋବ୍ଯାକ୍ଟର୍ ଭିନେଲାନ୍ଦିର ନାଇଟ୍ରୋଜେନେଜ-ତନ୍ତ୍ର ଉପରେ ଅଧିକ ଅଧ୍ଯୟନ କରାଯାଇଛି। ଏଗୁଡିକ ଶୀଘ୍ର ବୃଦ୍ଧି ପାଉଥିବାରୁ ଅଧିକ ବ୍ଯବହାର କରାଯାଏ।[୩]

ନୈରୁକ୍ତ[ସମ୍ପାଦନା]

ଦ୍ୱିଆଜୋଭୋଜୀ ଶବ୍ଦଟି ଦ୍ୱିଆଜୋ ("ଦ୍ୱି" = ଦୁଇଟି + "ଆଜୋ" = ଯବକ୍ଷାରଜାନ) ଅର୍ଥାତ୍ ଦ୍ବିଯବକ୍ଷାରଜାନ N2 ତଥା ଭୋଜୀ ଅର୍ଥାତ୍ ଖାଉଥିବାରୁ ଆଣାଯାଇଛି।[୪]

ଦ୍ୱିଆଜୋଭୋଜୀମାନଙ୍କ ପ୍ରକାରଭେଦ[ସମ୍ପାଦନା]

ଦ୍ୱିଆଜୋଭୋଜୀମାନେ ବ୍ଯାକ୍ଟେରୀଆ ତଥା ଆର୍କିଆ ଶ୍ରେଣୀ ଅନ୍ତର୍ଭୁକ୍ତ। ଯବକ୍ଷାରଜାନ ବିବନ୍ଧନ କରିପାରୁଥିବା ଜାତି ମଧ୍ଯରେ ମଧ୍ଯ ଏପରି ଉପଜାତି ଅଛନ୍ତି ଯେ ବିବନ୍ଧନ କରିପାରନ୍ତି ନାହିଁ।[୫] ଯେତେବେଳେ ଯବକ୍ଷାରଜାନର ଅନ୍ୟ ଉତ୍ସ ଉପଲବ୍ଧ ଥାଏ, ସେତେବେଳେ ବିବନ୍ଧନ ବନ୍ଦ ହୋଇଯାଏ।

ମୁକ୍ତ ଦ୍ୱିଆଜୋଭୋଜୀ[ସମ୍ପାଦନା]

  • ଅବାୟବ - ଏଗୁଡିକ ବାଧ୍ଯ ଅବାୟବ ଏବଂ ଯବକ୍ଷାରଜାନ ବିବନ୍ଧନ କରୁନଥିଲେ ମଧ୍ଯ ଅମ୍ଳଜାନ ସହି ପାରନ୍ତି ନାହିଁ। ସେମାନେ କମ୍ ଅମ୍ଳଜାନ ଥିବା ସ୍ଥାନମାନଙ୍କରେ ରହନ୍ତି, ଯଥା- ମାଟି ଓ ସଢୁଥିବା ପରିବା। ଉଦାହରଣ - କ୍ଲୋଷ୍ଟ୍ରିଡିଅମ୍। ସମୁଦ୍ର ଗଭୀରରେ ସଲ୍ଫେଟ ବିଜାରଣ କରୁଥିବା ବ୍ଯାକ୍ଟେରୀଆ (ଦ୍ୱିସଲ୍ଫୋଭିବ୍ରିଓ) ମହତ୍ବପୂର୍ଣ୍ଣ ଅଟନ୍ତି। ମିଥାନୋକକସ ପରି କିଛି ଆର୍କୀୟ ମିଥାନୋଜେନ କାଦୁଅ, ପ୍ରାଣୀର ଅନ୍ତ୍ରନଳୀ[୫] ତଥା ଆନୋକ୍ସିକ ମାଟିରେ ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି।[୬]
  • ଇଚ୍ଛାଧୀନ ଅବାୟବ - ଏହି ଜାତିଗୁଡିକର ଜୀବମାନେ ଅମ୍ଳଜାନ ଉପସ୍ଥିତି ତଥା ଅନୁପସ୍ଥିତି ଉଭୟରେ ବଢି ପାରନ୍ତିପାରନ୍ତି, କିନ୍ତୁ ଅବାୟବିକ ଉପାୟରେ ବିବନ୍ଧନ କରିଥାନ୍ତି। ଅନେକ ସମୟରେ ମୁକ୍ତ ଅମ୍ଳଜାନର ପରିମାଣ କମ୍ ରଖିବା ପାଇଁ ଏମାନେ ଶୀଘ୍ର ଶୀଘ୍ର ଅମ୍ଳଜାନ ଶ୍ୱସନ କରିଥାନ୍ତି। ଉଦାହରଣ - କ୍ଲେବ୍ସିଏଲା ନିମୋନ୍ଯେ, ପେନିବାସିଲସ୍ ପୋଲିମିକ୍ସା, ବାସିଲସ୍ ମାକେରାନ୍ସଇଶ୍ଚେରିଚିଆ ଇଣ୍ଟର୍ମିଡିଆ ଇତ୍ୟାଦି।[୫]
  • ବାୟବ - ଏହି ଜାତିମାନେ ବଢିବା ପାଇଁ ଅମ୍ଳଜାନ ଆବଶ୍ୟକ କରନ୍ତି। ତଥାପି ତାଙ୍କର ନାଇଟ୍ରୋଜେନେଜ ଅମ୍ଳଜାନ ସଂସ୍ପର୍ଶରେ ଆସି ଦୁର୍ବଳ ପଡିଯାଏ। ଏହି ଜୀବମାନଙ୍କ ମଧ୍ଯରୁ ଆଜୋଟୋବ୍ଯାକ୍ଟର୍ ଭିନେଲାନ୍ଦି ଅଧିକ ଗବେଷିତ। ଏହା ବହୁ ଅଧିକ ଶ୍ୱସନ ବେଗ ତଥା ସୁରକ୍ଷା ଯୌଗିକ ବ୍ଯବହାର କରି ଅମ୍ଳଜାନର କ୍ଷତିରୁ ନିଜକୁ ରକ୍ଷା କରିଥାଏ।[୫]
  • ଅମ୍ଳଜାନ-ଜାୟକ ଆଲୋକ-ଶ୍ଳେଷୀ ବ୍ଯାକ୍ଟେରୀଆ (ସିଆନୋବ୍ଯାକ୍ଟେରିଆ) ଆଲୋକ ସଂଶ୍ଳେଷଣର ଏକ ଉପାଦାନ ଭାବେ ଅମ୍ଳଜାନ ତିଆରି କରନ୍ତି। ଏମାନେ ମଧ୍ଯ ଯବକ୍ଷାରଜାନ ବିବନ୍ଧନ କରିପାରନ୍ତି। ଏଗୁଡ଼ିକ ସଂଘରେ ରହନ୍ତି। ଏଗୁଡ଼ିକର ଏକ ବିଶେଷ କୋଷ (ହେଟେରୋସିଷ୍ଟ) ରହିଥାଏ, ଯାହା ଆଲୋକ ଶ୍ଳେଷଣ କରିପାରେ ନାହିଁ।ଉଦାହରଣ - ଆନାବାଏନା ସିଲିଣ୍ଡ୍ରିକାନୋଷ୍ଟକ କମ୍ଯୁନେ। ଅନ୍ୟ ସିଆନୋବ୍ଯାକ୍ଟେରିଆ ପାଖରେ ହେଟେରୋସିଷ୍ଟ ନ ଥାଏ ଏବଂ ସେମାନେ କେବଳ କମ୍ ଆଲୋକ ଓ ଅମ୍ଳଜାନ ସ୍ତରରେ ବିବନ୍ଧନ କରିପାରନ୍ତି (ଉ.ସ୍ୱ - ପ୍ଲେକ୍ଟୋନେମା)।[୫] କିଛି ସିଆନୋବ୍ଯାକ୍ଟେରିଆ ଯଥା - ପ୍ରୋକ୍ଲୋରୋକୋକସ ଏବଂ ସିନେକୋକୋକସ ଆଦି ସମୁଦ୍ରରେ ବହୁଳ ପ୍ରାପ୍ତ ପ୍ରଜାତି ଯବକ୍ଷାରଜାନ ବିବନ୍ଧନ କରିପାରନ୍ତି ନାହିଁ।[୭] ଅପରପକ୍ଷେ ଟ୍ରାଇକୋଡେସ୍ମିଅମ୍ ସିଆନୋଥେସେ ଭଳି ପ୍ରଜାତି ମୁଖ୍ଯ ସାମୁଦ୍ରିକ ଯବକ୍ଷାରଜାନ ବିବନ୍ଧକ ଅଟନ୍ତି।[୮]
  • ଅମ୍ଳଜାନ-ଅଜାୟକ ଆଲୋକ-ଶ୍ଳେଷୀ ବ୍ଯାକ୍ଟେରୀଆବ୍ଯାକ୍ଟେରୀଆ, ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ତିଆରି କରନ୍ତି ନାହିଁ। ଏଗୁଡ଼ିକର କେବଳ ଗୋଟିଏ ଫୋଟୋତନ୍ତ୍ର ରହିଥାଏ ଯାହା ଜଳ ଅଣୁକୁ ଭାଙ୍ଗି ପାରେ ନାହିଁ। ସୀମିତ ଯବକ୍ଷାରଜାନରେ ନାଇଟ୍ରୋଜେନେଜ ପ୍ରକାଶ ପାଏ। ସାଧାରଣତଃ ଏହି ପ୍ରକ୍ରିୟାଟି ଆମୋନିଅମ ଠାରୁ ଆସୁଥିବା ଋଣାତ୍ମକ-ପ୍ରତିପୁଷ୍ଟି ପ୍ରକ୍ରିୟାଦ୍ୱାରା ନିୟନ୍ତ୍ରିତ ହୁଏ। କିନ୍ତୁ ଯବକ୍ଷାରଜାନ N2 ଅନୁପସ୍ଥିତିରେ ଉପାଦାନଟି ତିଆରି ହୁଏ ନାହିଁ ଏବଂ H2 ଉପାଦାନଟି ଅବିରତ ତିଆରି ହେବାରେ ଲାଗିଥାଏ।[୯]

ସହଜୀବୀ ଦ୍ୱିଆଜୋଭୋଜୀ[ସମ୍ପାଦନା]

  • ରାଇଜୋବୀୟ - ଏଗୁଡ଼ିକ ସାଧାରଣତଃ ଫାବାସି ପରିବାରର ଡାଲିଜାତୀୟ ଉଦ୍ଭିଦମାନଙ୍କ ସହ ସମ୍ପର୍କ ରଖିଥାନ୍ତି। ମୂଳ-ଗଣ୍ଠିରେ ଅମ୍ଳଜାନ ଲେଗ୍ହିମୋଗ୍ଲୋବିନ ସହ ବନ୍ଧା ହୋଇଥାଏ।[୫]
  • ଫ୍ରାଙ୍କିଆ- ଏହି 'ଆକ୍ଟିନୋରାଇଜୀୟ' ଯବକ୍ଷାରଜାନ ବିବନ୍ଧକମାନଙ୍କ ବିଷୟରେ ଅଧିକ କିଛି ଜଣାନାହିଁ। ଏହି ବ୍ଯାକ୍ଟେରୀଆଗୁଡ଼ିକ ମଧ୍ଯ ଗଛର ମୂଳକୁ ସଂକ୍ରମଣ କରି ମୂଳ-ଗଣ୍ଠି ଗଠନ କରନ୍ତି। ଆକ୍ଟିନୋରାଇଜୀୟ ମୂଳ-ଗଣ୍ଠି କେତେକ ପ୍ରକୋଷ୍ଠରେ ତିଆରି, ପ୍ରତ୍ଯେକ ପ୍ରକୋଷ୍ଠ ଗଠନ ଦୃଷ୍ଟିରୁ ଏକ ପାର୍ଶ୍ୱ ମୂଳ ପରି ଲାଗେ। ଫ୍ରାଙ୍କିଆ ଟିସୁର କୋର୍ଟିକୀୟ କୋଷମାନଙ୍କରେ ରହିପାରେ ଓ ଯବକ୍ଷାରଜାନ ବିବନ୍ଧନ କରିପାରେ।[୧୦] ଫ୍ରାଙ୍କିଆ ଏବଂ ଆକ୍ଟିନୋରାଇଜୀୟ ଉଦ୍ଭିଦମାନେ ହେମୋଗ୍ଲୋବିନ ତିଆରି କରନ୍ତି,[୧୧] କିନ୍ତୁ ଏହାର କାର୍ଯ୍ୟ ରାଇଜୋବୀୟ ଠାରୁ ଅନୁନ୍ନତ ଅଟେ।[୧୦] ପ୍ରଥମେ ସେମାନେ ଆର୍ଦର, ଅଷ୍ଟ୍ରେଲୀୟ ପାଇନ, କେନୋଥସ, ଦରାୟାସ ପରି କେତେକ ଅସମ୍ବନ୍ଧିତ ବୃକ୍ଷରେ ରହିଥାନ୍ତି। କିନ୍ତୁ ଏହାର ବଂଶାନୁକ୍ରମକୁ ଲକ୍ଷ୍ଯ କଲେ ଏହାର ଏବଂ ଡାଲିଜାତୀୟ ଉଦ୍ଭିଦମାନଙ୍କ ମଧ୍ଯରେ ସମ୍ବନ୍ଧ ଜଣାପଡ଼େ।[୧୨][୧୦]
  • ସିଆନୋବ୍ଯାକ୍ଟେରିଆ - କିଛି କବକ ସହ ସହଜୀବୀ ସମ୍ବନ୍ଧ ସ୍ଥାପନ କରି ଲାଇକେନ ଗଠନ କରନ୍ତି ତଥା କିଛି ମର୍କାଣ୍ଟିଓଫାଇଟା ସହ, କିଛି ଫର୍ଣ୍ଣ ସହ ଏବଂ ଆଉ କିଛି ସିକାଡ ସହ ସହଜୀବୀତା କରନ୍ତି।[୫] ଏମାନେ ମୂଳ-ଗଣ୍ଠି ତିଆରି କରନ୍ତି ନାହିଁ। ଏକ ଜଳଫର୍ଣ୍ଣ, ଆଜୋଲା କୃଷିରେ ମହତ୍ବପୂର୍ଣ୍ଣ ଅଟେ କାରଣ ଏଥିରେ ଥିବା ଆନାବେନା ଧାନ ପାଇଁ ଏକ ମୁଖ୍ଯ ସବୁଜ ଖତ ଅଟେ।[୫]
  • ପ୍ରାଣୀମାନଙ୍କ ସହ ସହଜୀବୀତା - ପ୍ରାଣୀମାନଙ୍କ ଅନ୍ତ୍ରନଳୀରେ ଅନେକ ଦ୍ୱିଆଜୋଭୋଜୀମାନେ ମିଳିଥିଲେ ମଧ୍ଯ, ଯବକ୍ଷାରଜାନ ବିବନ୍ଧନକୁ ଦବେଇବା ପାଇଁ ଯଥେଷ୍ଟ ପରିମାଣର.[୫] କମ୍ ଯବକ୍ଷାରଜାନ ଖାଉଥିବା ଉଇପୋକରେ ଥିବା ଦ୍ୱିଆଜୋଭୋଜୀମାନେ କିଛି ଯବକ୍ଷାରଜାନ ବିବନ୍ଧନ କରିପାରନ୍ତି, କିନ୍ତୁ ଉଇପୋକର ବିବନ୍ଧିତ ଯବକ୍ଷାରଜାନ ଯୋଗଦାନ ଖୁବ୍ ନ୍ଯୁନ ଅଟେ। ଶିପ୍ୱର୍ମ ଗୋଟିଏ ମାତ୍ର ଜାତି ଯିଏ ତାଙ୍କର ପୁଣ୍ଟାର ସହଜୀବୀଙ୍କ ଠାରୁ ଲାଭ ନେଇପାରେ।[୫]

ମହତ୍ତ୍ୱ[ସମ୍ପାଦନା]

ସିଆନୋବ୍ଯାକ୍ଟେରିଆଙ୍କୁ ଛାଡ଼ି ଦେଲେ, ମୁକ୍ତ ଦ୍ୱିଆଜୋଭୋଜୀମାନଙ୍କ ତୁଳନାରେ ସଂଘୀୟ ଦ୍ୱିଆଜୋଭୋଜୀମାନେ ଅଧିକ ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି।[୫]

ଆଧାର[ସମ୍ପାଦନା]

  1. Puri A, Padda KP, Puri CP (October 2015). "Can a diazotrophic endophyte originally isolated from lodgepole pine colonize an agricultural crop (corn) and promote its growth?". Soil Biology and Biochemistry. 89: 210–216. doi:10.1016/j.soilbio.2015.07.012.
  2. Puri A, Padda KP, Chanway CP (January 2016). "Evidence of nitrogen fixation and growth promotion in canola (Brassica napus L.) by an endophytic diazotroph Paenibacillus polymyxa P2b-2R". Biology and Fertility of Soils. 52 (1): 119–125. doi:10.1007/s00374-015-1051-y. S2CID 15963708.
  3. Dixon R, Kahn D (August 2004). "Genetic regulation of biological nitrogen fixation". Nature Reviews. Microbiology. 2 (8): 621–31. doi:10.1038/nrmicro954. PMID 15263897. S2CID 29899253.
  4. "Diazotroph - Biology-Online Dictionary | Biology-Online Dictionary". Archived from the original on 2017-03-15. Retrieved 2017-04-05.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ Postgate, J (1998). Nitrogen Fixation, 3rd Edition. Cambridge University Press, Cambridge UK.
  6. Bae HS, Morrison E, Chanton JP, Ogram A (April 2018). "Methanogens Are Major Contributors to Nitrogen Fixation in Soils of the Florida Everglades". Applied and Environmental Microbiology. 84 (7): e02222–17. doi:10.1128/AEM.02222-17. PMC 5861825. PMID 29374038.
  7. Zehr JP (April 2011). "Nitrogen fixation by marine cyanobacteria". Trends in Microbiology. 19 (4): 162–73. doi:10.1016/j.tim.2010.12.004. PMID 21227699.
  8. Bergman B, Sandh G, Lin S, Larsson J, Carpenter EJ (May 2013). "Trichodesmium--a widespread marine cyanobacterium with unusual nitrogen fixation properties". FEMS Microbiology Reviews. 37 (3): 286–302. doi:10.1111/j.1574-6976.2012.00352.x. PMC 3655545. PMID 22928644.
  9. Blankenship RE, Madigan MT & Bauer CE (1995). Anoxygenic photosynthetic bacteria. Dordrecht, The Netherlands, Kluwer Academic.
  10. ୧୦.୦ ୧୦.୧ ୧୦.୨ Vessey JK, Pawlowski, K and Bergman B (2005). "Root-based N2-fixing symbioses: Legumes, actinorhizal plants, Parasponia sp and cycads". Plant and Soil. 274 (1–2): 51–78. doi:10.1007/s11104-005-5881-5. S2CID 5035264.CS1 maint: multiple names: authors list (link)
  11. Beckwith J, Tjepkema JD, Cashon RE, Schwintzer CR, Tisa LS (December 2002). "Hemoglobin in five genetically diverse Frankia strains". Canadian Journal of Microbiology. 48 (12): 1048–55. doi:10.1139/w02-106. PMID 12619816.
  12. Soltis DE, Soltis PS, Morgan DR, Swensen SM, Mullin BC, Dowd JM, Martin PG (March 1995). "Chloroplast gene sequence data suggest a single origin of the predisposition for symbiotic nitrogen fixation in angiosperms". Proceedings of the National Academy of Sciences of the United States of America. 92 (7): 2647–51. Bibcode:1995PNAS...92.2647S. doi:10.1073/pnas.92.7.2647. PMC 42275. PMID 7708699.