Topic on ଉଇକିପିଡ଼ିଆ:ଆଲୋଚନା ସଭା

ହକି ବିଶ୍ଵ କପ ଗଣସମ୍ପାଦନା ପାଇଁ ସ୍ପୋର୍ଟ୍ସ ବିଭାଗର ସହଯୋଗ

2
Jnanaranjan sahuଙ୍କ ଲିଖିତ ସାରାଂଶ

ଏହି କାମଟି ସରି ଯାଇଛି

Saileshpat (ଆଲୋଚନାଅବଦାନ)

ପୂର୍ବ ବର୍ଷ ଜୁନ ମସିହାରେ ଭୁବନେଶ୍ବର ଥିବା ଉଇକିଆଳିମାନେ ସ୍ପୋର୍ଟ୍ସ ବିଭାଗର ଅଧକ୍ଷଙ୍କୁ ଭେଟି ଏସିଆ ଏଥ୍ଲେଟିକ୍ସ ଗଣସମ୍ପାଦନା ଆୟୋଜନ କରିଥିଲେ, ଯାହାର ଫଳ ମୂଳକ ଉଇକିମିଡ଼ିଆ କମନ୍ସରେ ୩୦୦ରୁ ଉର୍ଦ୍ଧ ଫୋଟୋ ଯୋଡିହେଇଥିଲା ଓ ୱେବସାଇଟଟି କ୍ରିୟେଟିଭ କମନ୍ସ ଲାଇସେନ୍ସରେ ମଧ୍ୟ ଆସିଥିଲା । ଓଡ଼ିଶା ସରକାରଙ୍କ ସହ ଭାଗିଦାରୀର ଏହା ପ୍ରଥମ ସୋପାନ ଥିଲେ । ଏବେ ଯେହେତୁ ଭୁବନେଶ୍ବରରେ ହକି ବିଶ୍ଵ କପ ଆୟୋଜନ ହେବାକୁ ଯାଉଛି, ଆମେ ସିଆଇଏସ ତରଫରୁ ତାଙ୍କୁ ପୂର୍ବଥର ପରି ହକି ବିଶ୍ଵ କପ ପାଇଁ ଏକ ଦିନିକିଆ ଅନ-ସ୍ପଟ ଗଣସମ୍ପାଦନା ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲୁ , ଯେଉଁଥିରେ ସ୍ପୋର୍ଟ୍ସ ବିଭାଗର ଭୁବନେଶ୍ବର ସହ ଭାରତରେ ଅନ୍ୟ ୧୦ଟି ସହରରେ ଏହି ଗଣସମ୍ପାଦନା କରିବାକୁ ଆଗ୍ରହ ଦେଖେଇଛି । ଆମେ ଚାହୁଞ୍ଚୁ ଏହି ପ୍ରକଳ୍ପଟି ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗୃପ ସହ ମିଳିତ ଭାବେ କରିବା ପାଇଁ, ଏହି ବିବାଦରେ ପ୍ରକଳ୍ପ ଯୋଜନା କରିବା ପାଇଁ ଆଗକୁ ଆମେ କଣ ସବୁ କରିପାରିବ ଆଲୋଚନା କରିବାକୁ ଅନୁରୋଧ କରୁଛି । ବର୍ତ୍ତମାନ ଯାଏଁ ମେଟାରେ ଗୋଟେ ପ୍ରକଳ୍ପ ପୃଷ୍ଟା ତିଆରି ହେଇଛି, ସେଠି କିଛି ବଦଳ ଓ ନୂଆ ତଥ୍ୟ ଯୋଡ଼ିପାରିବେ ।

Saileshpat (ଆଲୋଚନାଅବଦାନ)

@Guguly18 ଭାଇ ଓ ମୁଁ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ୧୮ ତାରିଖ ଦିନ CSM ଅଫିସ ଯାଇଥିଲୁ, CSM ହକି ବିଶ୍ଵ କପ ଆୟୋଜନରେ Communication Strategistଭାବେ ଦାୟିତ୍ଵ ନେଇଛି,

ଆମେ ସେଇଠି କଣ ଆଲୋଚନା କରିଲୁ ଓ ଆଗକୁ କଣ ସବୁ ପ୍ରକଳ୍ପରେ କାମ କରିହେବ ତଳେ ଲେଖିଛି :

  • ଭୁବନେଶ୍ବରର ସହରର କିଛି ଫୋଟୋ, ହକି ଖେଳାଳିଙ୍କ ଫୋଟୋ ଓ ଭୁବନେଶ୍ବରରେ ଆଗକୁ ଆୟୋଜନ ହେବାକୁ ଥିବା U-18 ରଗ୍ବୀ ଖେଳାଳିଙ୍କ ଗୁଡ଼ିକୁ କମନ୍ସରେ ଦାନ କରିବାରେ ସହାୟତା କରିବ ।
  • ତାହା ସହ ହକି ଗଣସମ୍ପାଦନା ପୂର୍ବରୁ ଭୁବନେଶ୍ବରର ୪ଟି ବିଦ୍ୟାଳୟରେ ଉଇକିପିଡିଆ କର୍ମଶାଳା କରିବାରେ ସରକାରଙ୍କ ସହାୟତା ମିଳିବ ଓ ଏହା ଛଡା
  • ଭାରତରେ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ହକି ଗଣସମ୍ପାଦନା କରିବାରେ ମଧ୍ୟ ସରକାରଙ୍କ ସହାୟତା ମିଳିବ ।