ବିନତା
ବିନତା | |
---|---|
ପିତାମାତା | ଦକ୍ଷ (father), Asikni (mother) |
ଭାଇଭଉଣୀ | Aditi, Diti, Kālikā, Kapil, Surasa, Simhika, Viśvā, Kadru |
ସନ୍ତାନଗଣ | ଅରୁଣ and ଗରୁଡ଼, Sumati (daughter) |
ପୁସ୍ତକ | ପୁରାଣ |
ବିନତା ହେଉଛନ୍ତି ହିନ୍ଦୁ ମତରେ ଅରୁଣା ଓ ଗରୁଡ଼ଙ୍କ ମାଆଙ୍କ ନାମ । ବିନତା ଦକ୍ଷ ପ୍ରଜାପତିଙ୍କର କନ୍ୟା ଅଟେ । ସେ ତାଙ୍କର ଅନ୍ୟ କେତେକ ଭଉଣୀଙ୍କ ସହିତ କଶ୍ୟପଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ଜାତ ହୋଇଥିଲେ, ବଡ଼ଟିର ନାମ ଅରୁଣ ଓ ସାନ ପୁଅ ନାମ ଗରୁଡ଼ ।[୧]
କିମ୍ବଦନ୍ତୀ
[ସମ୍ପାଦନା]ଦକ୍ଷପ୍ରଜାପତିଙ୍କର କନ୍ୟା ନାମ ବିନତା ଥିଲା । ତାଙ୍କର ବଡ଼ ଭଉଣୀର ନାମ କଦ୍ରୁ । ସେମାନେ ବହୁତ ଆନନ୍ଦରେ ପରିବାର ସହିତ ରହୁଥିଲେ । ତେଣୁ ଦକ୍ଷ ଖୁସି ହୋଇ ପ୍ରତ୍ୟେକଙ୍କୁ ଗୋଟିଏ କରି ବର ମାଗିବାକୁ କହିଲେ ।[୨] ଏକ ହଜାର ନାଗ ସନ୍ତାନ ପାଇବା ନିମନ୍ତେ କଦ୍ରୁ ବର ମାଗିଲେ । ବିନତା ଦୁଇଟି ସନ୍ତାନ ମାଗିଲେ ଯିଏ କି କଦ୍ରୁ ସନ୍ତାନ ଅପେକ୍ଷା ଅଧିକ ବୁଦ୍ଧିମାନ ହେବେ । କଶ୍ୟପ ସେମାନଙ୍କ ବରକୁ ତଥାସ୍ତୁ କହିଲେ । ତାଙ୍କର ପତ୍ନୀମାନେ ଗର୍ଭବତୀ ହେବା ପରେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ କହି ତପସ୍ୟା କରିବାକୁ ଚାଲିଗଲେ।
ଅରୁଣର ଜନ୍ମ
[ସମ୍ପାଦନା]ମହାଭାରତ ଅନୁସାରେ କଦ୍ରୁ ହଜାରଟି ଅଣ୍ଡା ସମୟକ୍ରମେ ଦେଲେ । ବିନତା ମଧ୍ୟ ଦୁଇଟି ଅଣ୍ଡା ଦେଲେ । ଦୁଇଟି ଉଷୁମ ପାତ୍ରରେ ଦୁହେଁ ଅଣ୍ଡା ଉଷୁମେଇଲେ । ପାଞ୍ଚ ଶହ ବର୍ଷ ପରେ କଦ୍ରୁଙ୍କ ଅଣ୍ଡା ଫୁଟିଲା ଓ ସେଥିରୁ ହଜାରଟି ବିଭିନ୍ନ ପ୍ରକାରର ନାଗ ଜାତ ହେଲେ । ବିନତାର କିନ୍ତୁ ଅଣ୍ଡା ଫୁଟିଲାନି । କଦ୍ରୁ ତାଙ୍କ ଛୁଆଙ୍କ ସାଥିରେ କ୍ରୀଡ଼ା କରୁଥିବା ବେଳେ ବିନତା ହତାଶ ହୋଇଗଲା । ଅଧୈର୍ଯ୍ୟ ହୋଇ ଦିନେ ବିନତା ଗୋଟିଏ ଅଣ୍ଡାକୁ ନେଇ ଭାଙ୍ଗିଦେଲେ । ସେଥିରେ ଗୋଟିଏ ଅର୍ଦ୍ଧ ନିର୍ମିତ ଛୁଆ ବାହାରିଲା । ତାହାର ନାମ ଅରୁଣ ଥିଲା । ଅସମୟରେ ମାତା ଭାଙ୍ଗିଦେଇଥିବାରୁ ଅରୁଣ କ୍ରୋଧାନ୍ୱିତ ହୋଇଗଲା । ମାତାଙ୍କୁ ସେ ଅଭିଶାପ ଦେଇ କଦ୍ରୁଙ୍କର ପରିଚାରିକା ହୋଇ ରହିବାକୁ ଅଭିଶାପ ଦେଲେ । ସେ କହିଲେ, “ପାଞ୍ଚ ଶହ ବର୍ଷ ପରେ ଅନ୍ୟ ଅଣ୍ଡାଟି ଫୁଟିବ ଓ ସେଥିରୁ ଏକ ବଳଶାଳୀ ଶିଶୁ ବାହାରିବ ଯିଏ ମାତାଙ୍କୁ କଦ୍ରୁ କବଳରୁ ରକ୍ଷା କରିବା ।” ଏହା କହି ଅରୁଣ ଉପରକୁ ଯାଇ ସୂର୍ଯ୍ୟଙ୍କର ସାରଥି ହୋଇ ରହିଲେ ।[୩]
ଦାସତ୍ୱ
[ସମ୍ପାଦନା]ସମୁଦ୍ର ମନ୍ଥନ ପରେ ଇନ୍ଦ୍ର କ୍ଷୀର ସାଗରରୁ ଉଚ୍ଚେୈଶ୍ରବା ଅଶ୍ୱ ଲାଭ କଲେ । ସେହି ଅଶ୍ୱର ଲାଞ୍ଜର ରଙ୍ଗ ବିଷୟରେ କଦ୍ରୁ ଓ ବିନତା ମଧ୍ୟରେ ମତଭେଦ ହେଲା । କଦ୍ରୁ କହିଲେ ସେଇଟା କଳା ରଙ୍ଗ କିନ୍ତୁ ବିନତା କହିଲେ ତାହା ଧଳା ରଙ୍ଗ । ତାହା ପରଦିନ ଆଉଥରେ ଦେଖିବାକୁ ଏକମତ ହେଲେ । ସର୍ତ୍ତ ରହିଲା ଯାହାର ଭୂଲ ହେବ ସେ ଅନ୍ୟର ଦାସୀ ହୋଇ ରହିବ । କଦୃର କଳା ନାଗ ଛୁଆ ଘୋଡ଼ା ଲାଞ୍ଜରେ ଝୁଲି ରହିବାରୁ ତାହାର ରଙ୍ଗ କଳା ଦେଖାଗଲା ଓ ସର୍ତ୍ତ ଅନୁସାରେ କଦୃର ଦାସୀ ଭାବରେ ବିନତା ରହିଲେ ।[୪]
ଗରୁଡ଼ଙ୍କର ଜନ୍ମ
[ସମ୍ପାଦନା]ଅଣ୍ଡା ଫୁଟି ଛୁଆ ହେଲାପରେ ମାତା ତାଙ୍କ ନିଜ ଭଉଣୀର ଦାସୀ ହୋଇଥିବା ଦେଖି ଗରୁଡ଼ ଅତ୍ୟନ୍ତ ଦୁଃଖିତ ହୋଇଥିଲେ । ଦେଖା କରିବାକୁ ଆସିଥିବା ଗରୁଡ଼ଙ୍କୁ କଦ୍ରୁ କହିଲେ ଯଦି ସେ ଦେବଲୋକରୁ ଚୋରୀ କରି ଅମୃତ ଆଣିପାରିବେ ତେବେ ତାଙ୍କ ମାତା ମୁକ୍ତ ହେବେ । ଅନେକ ସ୍ୱର୍ଗୀୟ ଦେବତାଙ୍କୁ ହରେଇ ଯୁଦ୍ଧରେ ଗରୁଡ଼ ଜୟଲାଭ କଲେ । ତାଙ୍କ ଏହି କାମରେ ବିଷ୍ଣୁ ଗରୁଡ଼ଙ୍କୁ ନିଜ ବାହନ କରି ରଖିଲେ । ଅମୃତ ପାତ୍ର ଆଣି ଥିଲେ ଯାହାକୁ ଇନ୍ଦ୍ର ଚୋରୀ କରି ନେଲେ । କିନ୍ତୁ ଯେ ହେତୁ ସେ ଅମୃତ ଆଣିଥିଲେ ଆଣିଥିଲେ, ତେଣୁ ତାଙ୍କ ମାତା ଦାସତ୍ୱରୁ ମୁକ୍ତ ହୋଇଥିଲେ ।[୫]
ସୂର୍ଯ୍ୟ ବଂଶ ସହିତ ସମ୍ପର୍କ
[ସମ୍ପାଦନା]ସୂର୍ଯ୍ୟ ବଂଶ ସହିତ ଗରୁଡ଼ ଓ ବିନତାଙ୍କର ସମ୍ପର୍କ ବିଷୟ ବ୍ରହ୍ମାଣ୍ଡ ପୁରାଣରେ ଲିଖିତ ଅଛି:[୬]
ଗରୁଡ଼ଙ୍କ ଜନ୍ମ ପୂର୍ବରୁ କଶ୍ୟପ, ପତ୍ନୀ ବିନତା ଓ ଝିଅ ସୁମତି ଏକାଠି ରହୁଥିଲେ । ଦିନେ ସୁତପଶଙ୍କ ପୁତ୍ର ଉପମନ୍ୟୁ ତାଙ୍କ ପାଖକୁ ଯାଇ କହିଲେ, “ବ୍ରହ୍ମାଣ୍ଡ ଭ୍ରମଣ କରୁଥିବା ବେଳେ ଗୟାରେ ପିତୃ ପୁରୁଷଙ୍କଠାରୁ ଶୁଣିଲି, ଯଦି ମୁଁ ବିବାହ କରି ପିତା ହୁଏ, ତେବେ ସେମାନେ ମୋକ୍ଷ ହେବେ । ତେଣୁ ଆପଣଙ୍କ କନ୍ୟାକୁ ମୋର ପତ୍ନୀ କରି ଦିଅନ୍ତୁ ।” ବିନତାଙ୍କୁ ଏ ପ୍ରସ୍ତାବ ଭଲ ଲାଗିଲା ନାହିଁ । ଏହି ପ୍ରତ୍ୟାଖ୍ୟାନରେ ଉପମନ୍ୟୁ କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଇ କହିଲେ, ମୋ ବ୍ୟତୀତ ଅନ୍ୟ ବ୍ରାହ୍ମଣଙ୍କୁ ବିବାହ ଦେଲେ ତୁମ ମୁଣ୍ଡ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବା ଓ ତୁମେ ମୃତ୍ୟୁ ବରଣ ସବୁ ଶୁଣି ଏକ ସମାଧାନ ଉପାୟ କହିଲେ, ବ୍ରାହ୍ମଣ ପିଲାକୁ ବିବାହ କଲେ ସିନା ମୃତ୍ୟୁ ହେବ, କ୍ଷତ୍ରିୟ ପିଲାକୁ ବିବାହ କଲେ କିଛି ହେବ ନାହିଁ । କିନ୍ତୁ କ୍ଷତ୍ରିୟ ପିଲା ଏବେ ପାଇବେ କେଉଁଠୁ ? ସେହି ଜଙ୍ଗଲରେ ବାସ କରୁଥିବା ଜଣେ ସନ୍ୟାସିନୀଙ୍କୁ ଦେଖା କରିବାକୁ ବିନତା ଉପଦେଶ ଦେଲେ । ସେଠାରେ ଦେଖା କରିବାରୁ ସନ୍ୟାସିନୀ ତାଙ୍କୁ ଔରବଙ୍କ ପାଖକୁ ପଠେଇଲେ । ଔରବ ତାଙ୍କୁ ସଗରଙ୍କୁ ପାଖକୁ ପଠେଇଦେଲେ । ଔରବଙ୍କ ଉପଦେଶ ଗ୍ରହଣ କରି ସଗର ସୁମତିଙ୍କୁ ବିବାହ କଲେ । ଏହିପରି ଭାବରେ ସୂର୍ଯ୍ୟ ବଂଶ ସାଥିରେ ଗରୁଡ଼ ସମ୍ପର୍କ ସ୍ଥାପନ କରିଥିଲେ ।
— Brahmanda Purana, Chapters 16 - 18
ଆଧାର
[ସମ୍ପାଦନା]- ↑ Söhnen, Renate; Söhnen-Thieme, Renate; Schreiner, Peter (1989). Brahmapurāṇa: Summary of Contents, with Index of Names and Motifs (in ଇଂରାଜୀ). Otto Harrassowitz Verlag. ISBN 978-3-447-02960-5.
- ↑ Mani, Vettam (1975). Puranic encyclopaedia : a comprehensive dictionary with special reference to the epic and Puranic literature. Robarts - University of Toronto. Delhi : Motilal Banarsidass.
- ↑ www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.
- ↑ www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.
- ↑ www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.
- ↑ www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.