ବିନତା

ଉଇକିପିଡ଼ିଆ‌ରୁ
ବିନତା
Balinese art of Garuda seeking food from Vinata
ପିତାମାତାଦକ୍ଷ (father), Asikni (mother)
ଭାଇଭଉଣୀAditi, Diti, Kālikā, Kapil, Surasa, Simhika, Viśvā, Kadru
ସନ୍ତାନଗଣଅରୁଣ and ଗରୁଡ଼, Sumati (daughter)
ପୁସ୍ତକପୁରାଣ

ବିନତା ହେଉଛନ୍ତି ହିନ୍ଦୁ ମତରେ ଅରୁଣା ଓ ଗରୁଡ଼ଙ୍କ ମାଆଙ୍କ ନାମ । ବିନତା ଦକ୍ଷ ପ୍ରଜାପତିଙ୍କର କନ୍ୟା ଅଟେ । ସେ ତାଙ୍କର ଅନ୍ୟ କେତେକ ଭଉଣୀଙ୍କ ସହିତ କଶ୍ୟପଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ଜାତ ହୋଇଥିଲେ, ବଡ଼ଟିର ନାମ ଅରୁଣ ଓ ସାନ ପୁଅ ନାମ ଗରୁଡ଼ ।[୧]

କିମ୍ବଦନ୍ତୀ[ସମ୍ପାଦନା]

ଦକ୍ଷପ୍ରଜାପତିଙ୍କର କନ୍ୟା ନାମ ବିନତା ଥିଲା । ତାଙ୍କର ବଡ଼ ଭଉଣୀର ନାମ କଦ୍ରୁ । ସେମାନେ ବହୁତ ଆନନ୍ଦରେ ପରିବାର ସହିତ ରହୁଥିଲେ । ତେଣୁ ଦକ୍ଷ ଖୁସି ହୋଇ ପ୍ରତ୍ୟେକଙ୍କୁ ଗୋଟିଏ କରି ବର ମାଗିବାକୁ କହିଲେ ।[୨] ଏକ ହଜାର ନାଗ ସନ୍ତାନ ପାଇବା ନିମନ୍ତେ କଦ୍ରୁ ବର ମାଗିଲେ । ବିନତା ଦୁଇଟି ସନ୍ତାନ ମାଗିଲେ ଯିଏ କି କଦ୍ରୁ ସନ୍ତାନ ଅପେକ୍ଷା ଅଧିକ ବୁଦ୍ଧିମାନ ହେବେ । କଶ୍ୟପ ସେମାନଙ୍କ ବରକୁ ତଥାସ୍ତୁ କହିଲେ । ତାଙ୍କର ପତ୍ନୀମାନେ ଗର୍ଭବତୀ ହେବା ପରେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ କହି ତପସ୍ୟା କରିବାକୁ ଚାଲିଗଲେ।

ଅରୁଣର ଜନ୍ମ[ସମ୍ପାଦନା]

ମହାଭାରତ ଅନୁସାରେ କଦ୍ରୁ ହଜାରଟି ଅଣ୍ଡା ସମୟକ୍ରମେ ଦେଲେ । ବିନତା ମଧ୍ୟ ଦୁଇଟି ଅଣ୍ଡା ଦେଲେ । ଦୁଇଟି ଉଷୁମ ପାତ୍ରରେ ଦୁହେଁ ଅଣ୍ଡା ଉଷୁମେଇଲେ । ପାଞ୍ଚ ଶହ ବର୍ଷ ପରେ କଦ୍ରୁଙ୍କ ଅଣ୍ଡା ଫୁଟିଲା ଓ ସେଥିରୁ ହଜାରଟି ବିଭିନ୍ନ ପ୍ରକାରର ନାଗ ଜାତ ହେଲେ । ବିନତାର କିନ୍ତୁ ଅଣ୍ଡା ଫୁଟିଲାନି । କଦ୍ରୁ ତାଙ୍କ ଛୁଆଙ୍କ ସାଥିରେ କ୍ରୀଡ଼ା କରୁଥିବା ବେଳେ ବିନତା ହତାଶ ହୋଇଗଲା । ଅଧୈର୍ଯ୍ୟ ହୋଇ ଦିନେ ବିନତା ଗୋଟିଏ ଅଣ୍ଡାକୁ ନେଇ ଭାଙ୍ଗିଦେଲେ । ସେଥିରେ ଗୋଟିଏ ଅର୍ଦ୍ଧ ନିର୍ମିତ ଛୁଆ ବାହାରିଲା । ତାହାର ନାମ ଅରୁଣ ଥିଲା । ଅସମୟରେ ମାତା ଭାଙ୍ଗିଦେଇଥିବାରୁ ଅରୁଣ କ୍ରୋଧାନ୍ୱିତ ହୋଇଗଲା । ମାତାଙ୍କୁ ସେ ଅଭିଶାପ ଦେଇ କଦ୍ରୁଙ୍କର ପରିଚାରିକା ହୋଇ ରହିବାକୁ ଅଭିଶାପ ଦେଲେ । ସେ କହିଲେ, “ପାଞ୍ଚ ଶହ ବର୍ଷ ପରେ ଅନ୍ୟ ଅଣ୍ଡାଟି ଫୁଟିବ ଓ ସେଥିରୁ ଏକ ବଳଶାଳୀ ଶିଶୁ ବାହାରିବ ଯିଏ ମାତାଙ୍କୁ କଦ୍ରୁ କବଳରୁ ରକ୍ଷା କରିବା ।” ଏହା କହି ଅରୁଣ ଉପରକୁ ଯାଇ ସୂର୍ଯ୍ୟଙ୍କର ସାରଥି ହୋଇ ରହିଲେ ।[୩]

ଦାସତ୍ୱ[ସମ୍ପାଦନା]

ସମୁଦ୍ର ମନ୍ଥନ ପରେ ଇନ୍ଦ୍ର କ୍ଷୀର ସାଗରରୁ ଉଚ୍ଚେୈଶ୍ରବା ଅଶ୍ୱ ଲାଭ କଲେ । ସେହି ଅଶ୍ୱର ଲାଞ୍ଜର ରଙ୍ଗ ବିଷୟରେ କଦ୍ରୁ ଓ ବିନତା ମଧ୍ୟରେ ମତଭେଦ ହେଲା । କଦ୍ରୁ କହିଲେ ସେଇଟା କଳା ରଙ୍ଗ କିନ୍ତୁ ବିନତା କହିଲେ ତାହା ଧଳା ରଙ୍ଗ । ତାହା ପରଦିନ ଆଉଥରେ ଦେଖିବାକୁ ଏକମତ ହେଲେ । ସର୍ତ୍ତ ରହିଲା ଯାହାର ଭୂଲ ହେବ ସେ ଅନ୍ୟର ଦାସୀ ହୋଇ ରହିବ । କଦୃର କଳା ନାଗ ଛୁଆ ଘୋଡ଼ା ଲାଞ୍ଜରେ ଝୁଲି ରହିବାରୁ ତାହାର ରଙ୍ଗ କଳା ଦେଖାଗଲା ଓ ସର୍ତ୍ତ ଅନୁସାରେ କଦୃର ଦାସୀ ଭାବରେ ବିନତା ରହିଲେ ।[୪]

ଗରୁଡ଼ଙ୍କର ଜନ୍ମ[ସମ୍ପାଦନା]

ଅଣ୍ଡା ଫୁଟି ଛୁଆ ହେଲାପରେ ମାତା ତାଙ୍କ ନିଜ ଭଉଣୀର ଦାସୀ ହୋଇଥିବା ଦେଖି ଗରୁଡ଼ ଅତ୍ୟନ୍ତ ଦୁଃଖିତ ହୋଇଥିଲେ । ଦେଖା କରିବାକୁ ଆସିଥିବା ଗରୁଡ଼ଙ୍କୁ କଦ୍ରୁ କହିଲେ ଯଦି ସେ ଦେବଲୋକରୁ ଚୋରୀ କରି ଅମୃତ ଆଣିପାରିବେ ତେବେ ତାଙ୍କ ମାତା ମୁକ୍ତ ହେବେ । ଅନେକ ସ୍ୱର୍ଗୀୟ ଦେବତାଙ୍କୁ ହରେଇ ଯୁଦ୍ଧରେ ଗରୁଡ଼ ଜୟଲାଭ କଲେ । ତାଙ୍କ ଏହି କାମରେ ବିଷ୍ଣୁ ଗରୁଡ଼ଙ୍କୁ ନିଜ ବାହନ କରି ରଖିଲେ । ଅମୃତ ପାତ୍ର ଆଣି ଥିଲେ ଯାହାକୁ ଇନ୍ଦ୍ର ଚୋରୀ କରି ନେଲେ । କିନ୍ତୁ ଯେ ହେତୁ ସେ ଅମୃତ ଆଣିଥିଲେ ଆଣିଥିଲେ, ତେଣୁ ତାଙ୍କ ମାତା ଦାସତ୍ୱରୁ ମୁକ୍ତ ହୋଇଥିଲେ ।[୫]

ସୂର୍ଯ୍ୟ ବଂଶ ସହିତ ସମ୍ପର୍କ[ସମ୍ପାଦନା]

ସୂର୍ଯ୍ୟ ବଂଶ ସହିତ ଗରୁଡ଼ ଓ ବିନତାଙ୍କର ସମ୍ପର୍କ ବିଷୟ ବ୍ରହ୍ମାଣ୍ଡ ପୁରାଣରେ ଲିଖିତ ଅଛି:[୬]

ଗରୁଡ଼ଙ୍କ ଜନ୍ମ ପୂର୍ବରୁ କଶ୍ୟପ, ପତ୍ନୀ ବିନତା ଓ ଝିଅ ସୁମତି ଏକାଠି ରହୁଥିଲେ । ଦିନେ ସୁତପଶଙ୍କ ପୁତ୍ର ଉପମନ୍ୟୁ ତାଙ୍କ ପାଖକୁ ଯାଇ କହିଲେ, “ବ୍ରହ୍ମାଣ୍ଡ ଭ୍ରମଣ କରୁଥିବା ବେଳେ ଗୟାରେ ପିତୃ ପୁରୁଷଙ୍କଠାରୁ ଶୁଣିଲି, ଯଦି ମୁଁ ବିବାହ କରି ପିତା ହୁଏ, ତେବେ ସେମାନେ ମୋକ୍ଷ ହେବେ । ତେଣୁ ଆପଣଙ୍କ କନ୍ୟାକୁ ମୋର ପତ୍ନୀ କରି ଦିଅନ୍ତୁ ।” ବିନତାଙ୍କୁ ଏ ପ୍ରସ୍ତାବ ଭଲ ଲାଗିଲା ନାହିଁ । ଏହି ପ୍ରତ୍ୟାଖ୍ୟାନରେ ଉପମନ୍ୟୁ କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଇ କହିଲେ, ମୋ ବ୍ୟତୀତ ଅନ୍ୟ ବ୍ରାହ୍ମଣଙ୍କୁ ବିବାହ ଦେଲେ ତୁମ ମୁଣ୍ଡ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବା ଓ ତୁମେ ମୃତ୍ୟୁ ବରଣ ସବୁ ଶୁଣି ଏକ ସମାଧାନ ଉପାୟ କହିଲେ, ବ୍ରାହ୍ମଣ ପିଲାକୁ ବିବାହ କଲେ ସିନା ମୃତ୍ୟୁ ହେବ, କ୍ଷତ୍ରିୟ ପିଲାକୁ ବିବାହ କଲେ କିଛି ହେବ ନାହିଁ । କିନ୍ତୁ କ୍ଷତ୍ରିୟ ପିଲା ଏବେ ପାଇବେ କେଉଁଠୁ ? ସେହି ଜଙ୍ଗଲରେ ବାସ କରୁଥିବା ଜଣେ ସନ୍ୟାସିନୀଙ୍କୁ ଦେଖା କରିବାକୁ ବିନତା ଉପଦେଶ ଦେଲେ । ସେଠାରେ ଦେଖା କରିବାରୁ ସନ୍ୟାସିନୀ ତାଙ୍କୁ ଔରବଙ୍କ ପାଖକୁ ପଠେଇଲେ । ଔରବ ତାଙ୍କୁ ସଗରଙ୍କୁ ପାଖକୁ ପଠେଇଦେଲେ । ଔରବଙ୍କ ଉପଦେଶ ଗ୍ରହଣ କରି ସଗର ସୁମତିଙ୍କୁ ବିବାହ କଲେ । ଏହିପରି ଭାବରେ ସୂର୍ଯ୍ୟ ବଂଶ ସାଥିରେ ଗରୁଡ଼ ସମ୍ପର୍କ ସ୍ଥାପନ କରିଥିଲେ ।

— Brahmanda Purana, Chapters 16 - 18

ଆଧାର[ସମ୍ପାଦନା]

  1. Söhnen, Renate; Söhnen-Thieme, Renate; Schreiner, Peter (1989). Brahmapurāṇa: Summary of Contents, with Index of Names and Motifs (in ଇଂରାଜୀ). Otto Harrassowitz Verlag. ISBN 978-3-447-02960-5.
  2. Mani, Vettam (1975). Puranic encyclopaedia : a comprehensive dictionary with special reference to the epic and Puranic literature. Robarts - University of Toronto. Delhi : Motilal Banarsidass.
  3. www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.
  4. www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.
  5. www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.
  6. www.wisdomlib.org (2019-01-28). "Story of Garuḍa". www.wisdomlib.org (in ଇଂରାଜୀ). Retrieved 2022-08-11.