Jump to content

ବାମନତ୍ୱ

ଉଇକିପିଡ଼ିଆ‌ରୁ
Dwarfism
Restricted growth, dwarf, little person (LP), person of short stature
A man in Columbus, Indiana, with dwarfism caused by achondroplasia
ଉଚ୍ଚାରଣ
ବିଭାଗEndocrinology, medical genetics
କାରଣShort parents, growth hormone deficiency, genetic disorders[]
ରୋଗ ନିର୍ଣ୍ଣୟ ପଦ୍ଧତିHeight < 147 centimetres (4 ft 10 in)[]
ଔଷଧGrowth hormone therapy[]
ଚିକିତ୍ସାBased on the cause[]
PrognosisGenerally normal life expectancy[]
ପୁନଃପୌନିକ~2.5% (USA)[]

ବାମନତ୍ୱ କୁହାଯାଏ ଯେତେବେଳେ ଜଣେ ବ୍ୟକ୍ତିର ଉଚ୍ଚତା ଅତି ଛୋଟ ଥାଏ ।[] ବେଳେବେଳେ ୧୪୭ ସେମି ବା ୪ଫୁଟ ୧୦ ଇଞ୍ଚରୁ କମ ଉଚ୍ଚତା ଭାବରେ ଏହାକୁ ବ୍ୟାଖ୍ୟା କରାଯାଇଥାଏ ।[] ଏହାର ଦୁଇଟି ମୁଖ୍ୟ ପ୍ରକାର ଅଛି: କ୍ଷୁଦ୍ର ଅଙ୍ଗ ସହିତ ଅଣଆନୁପାତିକ ଖର୍ବତା ଏବଂ ଉଭୟ କ୍ଷୁଦ୍ର ଅଙ୍ଗ ଏବଂ କ୍ଷୁଦ୍ର ଅବୟବ ସ‌ହିତ ଆନୁପାତିକ ଖର୍ବତା ।[] ଏମାନଙ୍କର ବୁଦ୍ଧିମତ୍ତା ଓ ଆୟୁଷ ସାଧାରଣ ଥାଏ ।[] ଅନ୍ୟାନ୍ୟ ଲକ୍ଷଣ ଏହାର ମୂଳ କାରଣ ଉପରେ ନିର୍ଭର କରିପାରେ । []

ଆନୁପାତିକ ବାମନତ୍ୱ ସବୁଠାରୁ ସାଧାରଣ କାରଣ ହେଉଛି ଛୋଟ ପିତାମାତା; ଯଦିଓ ଏହା ବୃଦ୍ଧି ହରମୋନ୍ ଅଭାବ, ଟର୍ନର ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ ଜେନେଟିକ୍ କାରଣ ହେତୁ ହୋଇପାରେ ।[] ଅସନ୍ତୁଳିତ ଖର୍ବତା ସାଧାରଣତଃ ଆକଣ୍ଡ୍ରୋପ୍ଲାସିଆ ରୋଗ କାରଣରୁ ହୋଇଥାଏ ।[] ତିନି ଶହରୁ ଅଧିକ କାରଣ ଯୋଗୁ ବାମନତ୍ୱ ସୃଷ୍ଟି ହୋଇପାରେ । [] ଜନ୍ମ ପୂର୍ବରୁ, ଜନ୍ମ ସମୟରେ କିମ୍ବା ଜନ୍ମର କିଛି ସମୟ ପରେ ରୋଗ ନିର୍ଣ୍ଣୟ ହୋଇପାରେ । []

ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ ।[] ଗ୍ରୋଥ ବା ଅଭିବୃଦ୍ଧି ହରମୋନ୍ ଅଭାବ ଏବଂ ଅନ୍ୟାନ୍ୟ ଅବସ୍ଥା ଥିବା ବ୍ୟକ୍ତିଙ୍କୁ ଗ୍ରୋଥ ହରମୋନ ଥେରାପି ସହିତ ଚିକିତ୍ସା କରାଯାଇପାରେ ।[] ଗୋଡ଼ କ୍ଷୁଦ୍ର ଥଲେ ଲମ୍ବା କରିବା ପାଇଁ ଅସ୍ତ୍ରୋପଚାର କରାଯାଇପାରେ, ଯଦିଓ ଏହା ସାଧାରଣତଃ ସୁପାରିଶ କରାଯାଏ ନାହିଁ | [] [] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଫିଜିଓଥେରାପି ଏବଂ ବ୍ୟକ୍ତିଗତ ପରିବେଶର ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ । [] [] ଆକ୍ରାନ୍ତ ମହିଳାମାନେ ଗର୍ଭବତୀ ହେଲେ ସାଧାରଣତଃ ସିଜରିଆନ ସେକସନ ପ୍ରସବ ଆବଶ୍ୟକ କରନ୍ତି ।[]

ଯୁକ୍ତରାଷ୍ଟ୍ରର ପ୍ରାୟ ୨.୫ ଲୋକଙ୍କୁ ବାମନତ୍ୱ ପ୍ରଭାବିତ କରିଥାଏ । [] ଅଧିକାଂଶ ଲୋକ ସେମାନଙ୍କ ନାମର ବ୍ୟବହାରକୁ ପସନ୍ଦ କରନ୍ତି; ଯଦିଓ “ଛୋଟ ବ୍ୟକ୍ତି”, “ଗେଡ଼ା” ପରି ଶବ୍ଦ ବ୍ୟବହାର କରାଯାଇପାରେ । [] ଐତିହାସିକ ଭାବରେ ଇଂରାଜୀରେ ମିଡଗେଟ ବା "ମିଜେଟ୍" ଶବ୍ଦ ବ୍ୟବହୃତ ହୋଇଥିଲା, ତଥାପି ଏହି ଶବ୍ଦଟି ବର୍ତ୍ତମାନ ଅପମାନଜନକ ଭାବରେ ପରିଗଣିତ ହେଉଛି [] [] ପ୍ରଭାବିତମାନେ ଉଚ୍ଚତା ଭେଦଭାବ ଏବଂ ଗାଳିଗୁଲଜର ସମ୍ମୁଖୀନ ହୋଇପାରନ୍ତି । [] ସମର୍ଥକ ଗୋଷ୍ଠୀ ସେବା ଏବଂ ଉତ୍ସ ପ୍ରଦାନ କରିପାରନ୍ତି ।[୧୦]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Restricted growth (dwarfism)". nhs.uk (in ଇଂରାଜୀ). 23 October 2017. Archived from the original on 14 December 2021. Retrieved 8 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ "MedlinePlus: Dwarfism". MedlinePlus. National Institute of Health. 2008-08-04. Archived from the original on 2015-09-05. Retrieved 2008-10-03.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Restricted growth (dwarfism) - Treatment". nhs.uk (in ଇଂରାଜୀ). 21 February 2018. Archived from the original on 11 September 2021. Retrieved 8 February 2022.
  4. ୪.୦ ୪.୧ ୪.୨ Jain, Megha; Saber, Ahmed Y. (2022). "Dwarfism". StatPearls. StatPearls Publishing. Archived from the original on 11 October 2021. Retrieved 8 February 2022.
  5. "Restricted growth (dwarfism) - Symptoms". nhs.uk (in ଇଂରାଜୀ). 21 February 2018. Archived from the original on 16 August 2021. Retrieved 8 February 2022.
  6. "A Guide To Home Modifications". www.lpaonline.org. Archived from the original on 7 October 2021. Retrieved 8 February 2022.
  7. ୭.୦ ୭.୧ ୭.୨ "Dwarfism - Symptoms and causes". Mayo Clinic (in ଇଂରାଜୀ). Archived from the original on 12 December 2013. Retrieved 8 February 2022.
  8. "FAQ". www.lpaonline.org. Archived from the original on 4 February 2022. Retrieved 8 February 2022.
  9. "Definition of MIDGET". Merriam-webster.com. Archived from the original on 2017-11-14. Retrieved 2022-01-26.
  10. "Dwarfism - Diagnosis and treatment - Mayo Clinic". www.mayoclinic.org. Archived from the original on 9 May 2021. Retrieved 8 February 2022.