ପ୍ରେମ
ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ ।[୧] [୨]
ବୈଜ୍ଞାନିକ ଚିନ୍ତାଧାରା
[ସମ୍ପାଦନା]ଗବେଷଣା ଅନୁଯାୟୀ ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଯୋଗୁ ସେମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି, ଏହାକୁ ପ୍ରେମ କୁହାଯାଏ ।
ଭାରତୀୟ/ଓଡ଼ିଆ ଚିନ୍ତାଧାରା
[ସମ୍ପାଦନା]ଭାରତୀୟମାନେ ସାଧାରଣତଃ ପ୍ରେମକୁ ଏକ ଶାଶ୍ୱତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କକୁ ବୁଝିଥାନ୍ତି । ଏହା ଛଡା କିଶୋର କିଶୋରୀମାନଙ୍କ ମଧ୍ୟରେ ଅଧିକ ଭାବେ ଏହି ପ୍ରେମ ଦେଖାଯାଏ ।
ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ ।ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣ୍ଣନା କରାଯାଇଛି ।କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି ।ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି ।କର୍ଣାଟକର ବେଲୁର୍ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।କାମ ହେଉଛି ପ୍ରେମର ଅନ୍ୟ ଏକ ନାମ । ଏହା ବ୍ୟତୀତ ଭାରତରେ ଅନେକ ହିନ୍ଦୁ ମନ୍ଦିରରେ କାମ ତଥା ପ୍ରେମର ମୂର୍ତ୍ତି ଦେଖିବାକୁ ମିଳିଥାଏ
ପ୍ରକ୍ରିୟା
[ସମ୍ପାଦନା]ପ୍ରେମ ପ୍ରଦର୍ଶନର ବିଭିନ୍ନ ପ୍ରକ୍ରିୟା ଅଛି । ସ୍ମିତହାସ୍ୟ, ଚୁମ୍ବନ, କୋଳାକୋଳି, ଆଲିଙ୍ଗନ ଇତ୍ୟାଦି । ଭର୍ତ୍ତୃହରିଙ୍କ ରଚିତ ଶୃଙ୍ଗାର ଶତକ, ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ଓ ବ୍ୟାସଦେବଙ୍କ ରଚିତ ଭାଗବତ ଆଦି ଗ୍ରନ୍ଥରେ ଏହି ବିଷୟରେ ବର୍ଣ୍ଣନା କରାଯାଇଅଛି ।