ପ୍ରାଜୋସିନ
Clinical data | |
---|---|
Synonyms | Minipress, Vasoflex, Lentopres, others |
AHFS/Drugs.com | monograph |
MedlinePlus | a682245 |
data | |
Routes of administration | By mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | ~60% |
Protein binding | 97% |
Onset of action | 30–90 minutes[୧] |
Elimination half-life | 2–3 hours |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.038.971 |
Chemical and physical data | |
Formula | C19H21N5O4 |
Molar mass | ୩୮୩.୪୧ g·mol−1 |
3D model (JSmol) | |
| |
| |
(verify) |
ପ୍ରାଜୋସିନ (ଇଂରାଜୀ ଭାଷାରେ Prazosin) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ବର୍ଦ୍ଧିତ ପ୍ରୋସ୍ଟେଟ (enlarged prostate) ଓ ଆଘାତପର ଚାପ ବା ପିଟିଏସଡି (posttraumatic stress disorder/ PTSD) ଆଦି ଅବସ୍ଥାର ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[୨] ଉଚ୍ଚ ରକ୍ତଚାପ ନିମନ୍ତେ ଏହା କମ ପସନ୍ଦ କରାଯାଏ ।[୨] ହୃଦ୍ପାତ ଓ ରେନଡ ସିଣ୍ଡ୍ରୋମ ରୋଗ ଚିକିତ୍ସାରେ ମଧ୍ୟ ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ ।[୨]
ପ୍ରାଜୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରାଳୁ ଭାବ, ଅଇ, ହୃତ୍ପିଣ୍ଡ ପାଲପିଟେସନ ବା ଛାତି ଧଡ଼୍ ଧଡ଼୍ ହୁଏ ।[୨] ପ୍ରତିକ୍ରିୟା ସାଂଘାତିକ ହେଲେ ଠିଆ ହେଲେ ଅଳ୍ପ ରକ୍ତଚାପ (low blood pressure with standing) ଓ ଅବସାଦ ହୋଇପାରେ ।[୨][୩] ପ୍ରାଜୋସିନ ଏକ ଆଲଫା-୧ ବ୍ଲକର (α1-blocker) ଔଷଧ ।[୨] ଏହା ରକ୍ତ ନଳୀମାନଙ୍କୁ (blood vessels) ସ୍ଫୀତ କରି ରକ୍ତଚାପ କମାଏ ଓ ପ୍ରୋସ୍ଟେଟକୁ ଶିଥିଳ କରି ମୂତ୍ର ବାହାରିବାରେ ସାହାଯ୍ୟ କରେ ।[୨] ପିଟିଏସଡି ଅବସ୍ଥାରେ କାମ କରିବା ଶୈଳୀ ଅସ୍ପଷ୍ଟ ଅଛି ।[୨]
ପ୍ରାଜୋସିନ ସନ ୧୯୬୫ରେ ପେଟେଣ୍ଟ ହେବା ପରେ ସନ ୧୯୭୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ସନ ୨୦୧୯ରେ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୩.୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୨୦ତମ ସ୍ଥାନରେ ଥଲା ।[୬]
ଆଧାର
[ସମ୍ପାଦନା]- ↑ Packer M, Meller J, Gorlin R, Herman MV (1979). "Hemodynamic and clinical tachyphylaxis to prazosin-mediated afterload reduction in severe chronic congestive heart failure". Circulation. 59 (3): 531–9. doi:10.1161/01.cir.59.3.531. PMID 761333.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Prazosin Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
- ↑ ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 766. ISBN 9780857113382.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 455. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.