ପ୍ରଦୀପ କୁମାର ପଣ୍ଡା
ଦେଖଣା
ପ୍ରଦୀପ କୁମାର ପଣ୍ଡା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଧ୍ୟାପନା |
ଚାକିରିକ୍ଷେତ୍ର | ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ |
ପୁରସ୍କାର | ଅଖିଳ ମୋହନ କବିତା ସମ୍ମାନ |
ପ୍ରଦୀପ କୁମାର ପଣ୍ଡା (ଜନ୍ମ : ୧୪ ସେପ୍ଟେମ୍ବର ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ ।[୧][୨] ସେ ଓଡ଼ିଆ କବିତା, ଅନୁବାଦ ଓ ପ୍ରବନ୍ଧ ଆଦି ରଚନା କରିଛନ୍ତି ।
ଜୀବନୀ
[ସମ୍ପାଦନା]ପ୍ରଦୀପ ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟରେ ଡକ୍ଟରେଟ କରିଛନ୍ତି । ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି । ଅବସର ପରେ ସେହି ବିଶ୍ୱବିଦ୍ୟାଳୟର 'ଭୀମଭୋଈ ଚେୟାର'ର ଭାରପ୍ରାପ୍ତ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି ।[୩]
ରଚନାବଳୀ
[ସମ୍ପାଦନା]ପ୍ରଦୀପଙ୍କର ପ୍ରଥମ କବିତା ୧୯୭୪ ମସିହାରେ ଆସନ୍ତା କାଲି ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ କାକପଦ ୨୦୦୪ ମସିହାରେ ପ୍ରକାଶିତ ହୋଇଥିଲା
ରଚନାବଳୀ
[ସମ୍ପାଦନା]- କାକପଦ - ୨୦୦୪
- ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା
- ଯଦି ଯିବାକୁ ଚାହଁ ନିହାରିକା
- ଅନନ୍ତିମ ଆରଦୃଶ୍ୟ
- ତୁଳି
- ଅଫେରା
- ଯାହା ମୁଁ ଚାହୁଁ ନଥିବି[୪]
- ନିର୍ବାଚିତ ୫୦ (ତାଙ୍କଦ୍ୱାରା ନିର୍ବାଚିତ ୫୦ଟି ଓଡ଼ିଆ କବିତାର ବଙ୍ଗଳା ଅନୁବାଦ)
- ଅନ୍ଧାରରେ (ହିନ୍ଦୀ କବି ଗଜାନନ୍ଦ ମାଦବ ମୁକ୍ତିବୋଧଙ୍କ ହିନ୍ଦୀ କବିତାର ଓଡ଼ିଆ ଅନୁବାଦ)
- ଅନ୍ଧାରୀ ଚିନ୍ତାରୁ ଧରିତ୍ରୀ ଚିନ୍ତା
- ପୂର୍ଣ୍ଣାନନ୍ଦ ଦାନୀଙ୍କ ନିର୍ବାଚିତ ଗଳ୍ପ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଅଖିଳ ମୋହନ କବିତା ସମ୍ମାନ - ୨୦୨୧[୫]
ଆଧାର
[ସମ୍ପାଦନା]- ↑ "ପୁରସ୍କାର ନୁହେଁ ,ସାଧନାରେ ହିଁ ବିଶ୍ୱାସ : ଡକ୍ଟର ପ୍ରଦୀପ କୁମାର ପଣ୍ଡା". www.odishasambad.in. odisha sambad. Archived from the original on 1 March 2022. Retrieved 1 March 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ସମାଚାର ଅକ୍ଟୋବର-ଡିସେମ୍ବର ୨୦୧୬" (PDF). www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived (PDF) from the original on 1 March 2022. Retrieved 1 March 2022.
- ↑ "ସନ୍ଥକବି ଭୀମ ଭୋଇ ଆଲୋଚନଚକ୍ରକୁ ନିମନ୍ତ୍ରଣ" (PDF). www.gmuniversity.ac.in. ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ. Archived from the original (PDF) on 8 January 2022. Retrieved 1 March 2022.
- ↑ "www.shasakprashasak.com/index.php/state/19802-i-40". www.shasakprashasak.com/. ଶାସକ ପ୍ରଶାସକ. Archived from the original on 1 March 2022. Retrieved 1 March 2022.
- ↑ "କବିତାର ଦୀପ୍ତ ଦୀପ କବି ପ୍ରଦୀପ". www.dharitri.com. ଧରିତ୍ରୀ. Archived from the original on 1 March 2022. Retrieved 1 March 2022.