ପ୍ରଦୀପ କୁମାର ପଣ୍ଡା

ଉଇକିପିଡ଼ିଆ‌ରୁ
ପ୍ରଦୀପ କୁମାର ପଣ୍ଡା
ଜନ୍ମ (1955-09-14) ୧୪ ସେପ୍ଟେମ୍ବର ୧୯୫୫ (ବୟସ ୬୮)
ଜାତୀୟତାଭାରତୀୟ
ବୃତ୍ତିଅଧ୍ୟାପନା
ଚାକିରିକ୍ଷେତ୍ରଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ
ପୁରସ୍କାରଅଖିଳ ମୋହନ କବିତା ସମ୍ମାନ

ପ୍ରଦୀପ କୁମାର ପଣ୍ଡା (ଜନ୍ମ : ୧୪ ସେପ୍ଟେମ୍ବର ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ ।[୧][୨] ସେ ଓଡ଼ିଆ କବିତା, ଅନୁବାଦ ଓ ପ୍ରବନ୍ଧ ଆଦି ରଚନା କରିଛନ୍ତି ।

ଜୀବନୀ[ସମ୍ପାଦନା]

ପ୍ରଦୀପ ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟରେ ଡକ୍ଟରେଟ କରିଛନ୍ତି । ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି । ଅବସର ପରେ ସେହି ବିଶ୍ୱବିଦ୍ୟାଳୟର 'ଭୀମଭୋଈ ଚେୟାର'ର ଭାରପ୍ରାପ୍ତ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

ପ୍ରଦୀପଙ୍କର ପ୍ରଥମ କବିତା ୧୯୭୪ ମସିହାରେ ଆସନ୍ତା କାଲି ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ କାକପଦ ୨୦୦୪ ମସିହାରେ ପ୍ରକାଶିତ ହୋଇଥିଲା

ରଚନାବଳୀ[ସମ୍ପାଦନା]

  • କାକପଦ - ୨୦୦୪
  • ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା
  • ଯଦି ଯିବାକୁ ଚାହଁ ନିହାରିକା
  • ଅନନ୍ତିମ ଆରଦୃଶ୍ୟ
  • ତୁଳି
  • ଅଫେରା
  • ଯାହା ମୁଁ ଚାହୁଁ ନଥିବି[୪]
  • ନିର୍ବାଚିତ ୫୦ (ତାଙ୍କଦ୍ୱାରା ନିର୍ବାଚିତ ୫୦ଟି ଓଡ଼ିଆ କବିତାର ବଙ୍ଗଳା ଅନୁବାଦ)
  • ଅନ୍ଧାରରେ (ହିନ୍ଦୀ କବି ଗଜାନନ୍ଦ ମାଦବ ମୁକ୍ତିବୋଧଙ୍କ ହିନ୍ଦୀ କବିତାର ଓଡ଼ିଆ ଅନୁବାଦ)
  • ଅନ୍ଧାରୀ ଚିନ୍ତାରୁ ଧରିତ୍ରୀ ଚିନ୍ତା
  • ପୂର୍ଣ୍ଣାନନ୍ଦ ଦାନୀଙ୍କ ନିର୍ବାଚିତ ଗଳ୍ପ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅଖିଳ ମୋହନ କବିତା ସମ୍ମାନ - ୨୦୨୧[୫]

ଆଧାର[ସମ୍ପାଦନା]

  1. "ପୁରସ୍କାର ନୁହେଁ ,ସାଧନାରେ ହିଁ ବିଶ୍ୱାସ : ଡକ୍ଟର ପ୍ରଦୀପ କୁମାର ପଣ୍ଡା". www.odishasambad.in. odisha sambad. Archived from the original on 1 March 2022. Retrieved 1 March 2022.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ସମାଚାର ଅକ୍ଟୋବର-ଡିସେମ୍ବର ୨୦୧୬" (PDF). www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived (PDF) from the original on 1 March 2022. Retrieved 1 March 2022.
  3. "ସନ୍ଥକବି ଭୀମ ଭୋଇ ଆଲୋଚନଚକ୍ରକୁ ନିମନ୍ତ୍ରଣ" (PDF). www.gmuniversity.ac.in. ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ. Archived from the original (PDF) on 8 January 2022. Retrieved 1 March 2022.
  4. "www.shasakprashasak.com/index.php/state/19802-i-40". www.shasakprashasak.com/. ଶାସକ ପ୍ରଶାସକ. Archived from the original on 1 March 2022. Retrieved 1 March 2022.
  5. "କବିତାର ଦୀପ୍ତ ଦୀପ କବି ପ୍ରଦୀପ". www.dharitri.com. ଧରିତ୍ରୀ. Archived from the original on 1 March 2022. Retrieved 1 March 2022.