ପ୍ରତିବାଦୀ
ଦେଖଣା
ନ୍ୟାୟଶାସ୍ତ୍ର ଅନୁସାରେ ସାଧାରଣତଃ ପ୍ରଥମ ପକ୍ଷ, ଅର୍ଥାତ ବାଦୀ, ଅପର ପକ୍ଷ ବିରୁଦ୍ଧରେ କୌଣସି ଅଭିଯୋଗ ନେଇ ଅଦାଲତର ଦ୍ୱାରସ୍ଥ ହୁଅନ୍ତି । ଭାରତର ନ୍ୟାୟୀକ ବ୍ୟବସ୍ଥାରେ ବିଶେଷଭାବେ ଦେୱାନୀ ମକଦ୍ଦମାରେ ଅଭିଯୋଗର ସାମନା କରୁଥିବା ଏହି ଦ୍ୱିତୀୟ ପକ୍ଷକୁ ପ୍ରତିବାଦୀ କୁହାଯାଏ ।[୧][୨]
ଦ୍ୱିତୀୟ ପକ୍ଷର ବିବିଧତା
[ସମ୍ପାଦନା]- ବିବାଦର ପ୍ରକାର ଭେଦକୁ ନେଇ ଦ୍ୱିତୀୟ ପକ୍ଷ ବା ପ୍ରତିବାଦୀ ଏକ ବା ଏକାଧିକ ବ୍ୟକ୍ତିବିଶେଷ ହୋଇପାରନ୍ତି ।
- ଦ୍ୱିତୀୟ ପକ୍ଷ (ପ୍ରତିବାଦୀ) ସର୍ବଦା ବ୍ୟକ୍ତି ବିଶେଷ ନ ହୋଇ କୌଣସି ଅନୁଷ୍ଠାନ ମଧ୍ୟ ହୋଇପାରେ ।
- ଦେୱାନୀ ମକଦ୍ଦମାଟିଏ ଚାଲିଥିବାବେଳେ ଯଦି ପ୍ରତିବାଦୀଙ୍କର ମୃତ୍ୟୁ ଦୁଏ, ତେବେ ମୂଳ ପ୍ରତିବାଦୀଙ୍କର ଉତ୍ତରାଧିକାରୀ ଉକ୍ତ ମକଦ୍ଦମାରେ ବିକଳ୍ପିତ ପ୍ରତିବାଦୀ ଭାବେ ପକ୍ଷଭୁକ୍ତ ହେବେ ।[୩]
- ଆଇନାନୁମୋଦିତ ବିଶେଷ ପରିସ୍ଥିତିରେ ଏକ ଦେୱାନୀ ମକଦ୍ଦମାର ପ୍ରତିବାଦୀ ମଧ୍ୟ ଅଦାଲତଙ୍କ ଅନୁମତି ପୂର୍ବକ ବାଦୀ ଭାବେ ନିଜର ପକ୍ଷ ପରିବର୍ତ୍ତନ କରିପାରିବେ । [୪]
- ମକଦ୍ଦମାର ଉଲ୍ଲେଖ ବେଳେ ପ୍ରଥମେ ବାଦୀ ଓ ପରେ ପ୍ରତିବାଦୀଙ୍କ ନାମ ଲେଖି ପ୍ରକାଶ କରାଯାଏ, ଯଥା; " ବାଦୀ ବନାମ ପ୍ରତିବାଦୀ"(Plaintiff Vs Defendant)
ଆଧାର
[ସମ୍ପାଦନା]- ↑ Brian A. Garner, ed. (2014). ""Suit"". Black's Law Dictionary (10th ed.). West (publisher).
- ↑ Abram, Lisa L. (2000). "Civil Litigation". The Official Guide to Legal Specialties. Chicago: National Association for Law Placement, Harcourt Legal & Professional Publications. p. 71. ISBN 978-0-15-900391-6.
- ↑ Rule 4, Order XXII of Civil Procedure Code
- ↑ Civil Procedure Code, 1908, Order 1, Rule 10(2)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |