ପୋର୍ଟାଲ:ବୈଷୟିକ ବିଜ୍ଞାନ

ଉଇକିପିଡ଼ିଆ‌ରୁ

ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

ସୁପର୍ କମ୍ପୁଟର - ମିରା
ସୁପର୍ କମ୍ପୁଟର - ମିରା

ବୈଷୟିକ ବିଜ୍ଞାନ ହେଉଛି ବିଜ୍ଞାନର ଏକ ଶାଖା, ଯାହାକି ପ୍ରୟୋଗାତ୍ମକ ଦିଗକୁ ସୁଚାଇଥାଏ । ବିଭିନ୍ନ ଯନ୍ତ୍ର, ଉପକରଣ, ଆକୃତି, ସିଷ୍ଟମ ଓ ପଦାର୍ଥ ର ଗଠନ, ମରାମତି ଆଦି ପାଇଁ ବୈଜ୍ଞାନିକ, ଅର୍ଥନୈତିକ, ସାମାଜିକ ଓ ପ୍ରୟୋଗାତ୍ମକ ଜ୍ଞାନକୌଶଳର ବ୍ୟବହାରକୁ ବୈଷୟିକ ବିଜ୍ଞାନ ବା ଇଞ୍ଜିନିୟରିଂ କୁହାଯାଏ ।

ପୁରା ପଢନ୍ତୁ....

ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ଵୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ" ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳ ର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞନ ଆହରଣ କୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।

ପୁରା ପଢନ୍ତୁ....

ବଛା ଲେଖା

ଟକ୍ସ ଏକ ପେଙ୍ଗୁଇନ , ଲିନକ୍ସର ମାସ୍କଟ
ଲିନକ୍ସ ଅଧିକାଂଶ କ୍ଷେତ୍ରରେ ଇଉନିକ୍ସ(UNIX) ପରି ମନେହୁଏ ଓ ଇଉନିକ୍ସ ପରି ଦେଖାଯାଏ । କିନ୍ତୁ ଲିନକ୍ସ , ଇଉନିକ୍ସ ଅପେକ୍ଷା ନୂଆ ଅଟେ । ଏହାର ଗଠନ ଆରମ୍ଭ ହେଲା ୧୯୯୧ ରେ , ଯେତେବେଳେ ଜଣେ ଫିନ୍ ଛାତ୍ର "ଲିନସ ଟରୱାଲଡସ୍" (Linus Torvalds) ଲିନକ୍ସର ଲେଖା ଆରମ୍ଭ କଲେ, ୮୦୩୮୬ ପ୍ରୋସେସର ପାଇଁ ଏକ ଛୋଟିଆ କର୍ନେଲ(Kernel) ଟିଏ ।

ବିକାଶର ପ୍ରାରମ୍ଭରୁ ହିଁ , ଲିନକ୍ସର ସୋର୍ସ୍ କୋଡ୍(Sorce Code) ମାଗଣାରେ ଇଣ୍ଟର୍ନେଟରେ ଉପଲବ୍ଧ ହେଉଥିଲା । ତଦ୍ଦ୍ଵାରା ଲିନକ୍ସର ଇତିହାସକୁ ସାରା ବିଶ୍ଵର ବ୍ୟବହାରକାରୀ ପରିପୃଷ୍ଠ କରି ଚାଲିଲେ । ପ୍ରଥମ କର୍ନେଲ, ଯେଉଁଥିରେ ଇଉନିକ୍ସ ସିଷ୍ଟମର ଅଳ୍ପ କିଛି ଅଂଶ ବ୍ୟବହାର କରଯାଇଥିଲା, କ୍ରମେ ଏହା ଇଉନିକ୍ସର ଅନ୍ୟାନ୍ୟ ବହୁତ ବିଭାଗକୁ ମିଶାଇ ଚାଲିଲା । ପ୍ରାଥମିକ ଅବସ୍ଥାରେ ଲିନକ୍ସ ର ଗଠନ ମୁଖ୍ୟ ଅପରେଟିଂ ସିଷ୍ଟମକୁ କୁ କେନ୍ଦ୍ର କରି ହିଁ ଗଢାଯାଉଥିଲା । କିନ୍ତୁ ଏକ ସମ୍ପୂର୍ଣ ଅପରେଟିଂ ସିଷ୍ଟମ ଗଢିବାକୁ ହେଲେ କେବଳ ଏହି କର୍ନେଲ ବ୍ୟତୀତ ଆହୁରି ଅନେକ କାମ ବାକି ଥିଲା । ଆଉ ଲିନକ୍ସ କର୍ନେଲ ଓ ଲିନକ୍ସ ସିଷ୍ଟମ ମଧ୍ୟରେ ପ୍ରଭେଦ ବି ଆବଶ୍ୟକୀୟ ଥିଲା । ଲିନକ୍ସ କର୍ନେଲ ସମ୍ପୂର୍ଣ ଭାବେ ଏକ ଅରିଜିନାଲ ସଫ୍ଟୱେର ଅଟେ ଯାହାକି ଲିନକ୍ସ କମ୍ୟୁନିଟି ଦ୍ଵାରା ଗଢା ଯାଇଥିଲା । ଆଉ ଲିନକ୍ସ ସିଷ୍ଟମ ପାଇଁ କିଛି ଭାଗ ଅନ୍ୟାନ୍ୟ ସଫ୍ଟୱେରରୁ ଅଣାଯାଇଛି ଓ କିଛି ଭାଗ ଦଳଗତ ଭାବେ ଗଠନ କରାଯାଇଛି ।

ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...

ବଛା ଜୀବନୀ

୩୭ ବର୍ଷୀୟ ଟେସ୍‌ଲା, ୧୮୯୩, ନାପୋଲିଅନ ସରୋନୀଙ୍କ ଦ୍ଵାରା ଉତ୍ତୋଳିତ ଫୋଟୋ
ନିକୋଲା ଟେସ୍‌ଲା
b. ୧୮୫୬/୧୯୪୩

ନିକୋଲା ଟେସ୍‌ଲା ଜଣେ ସର୍ବୀୟ ଆମେରିକୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମି‌ଲ୍‌ଜା‌ନ୍‌ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକୀୟ ନାଗରିକ ହୋଇଥିଲେ ।

ଟେସ୍‌ଲା ରେଡିଓର ଗୋଟିଏ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ଇଲେକ୍ଟ୍ରିସିଟି କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ୍ ବଦଳରେ ଆବର୍ତ୍ତୀ ବିଦ୍ୟୁତ୍‌ର ପ୍ରୟୋଗ ପାଇଁ ଟେସ୍‌ଲା ବେଶ୍ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କରିଲା ବେଳେ କମ୍ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତ୍‌ର ଚାହିଦା ବଢ଼ିଲା ।

ତାଙ୍କ ନାମରେ ଚୁମ୍ବକୀୟ ସାନ୍ଦ୍ରତା ମାପିବାର ଏକକ ଟେସ୍‌ଲା କୁହାଯାଏ । ସେ କିଛି ଦୋଳକ ମଧ୍ୟ ଉଦ୍ଭାବନ କରିଥିଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

ବଛା ଛବି

ଯାନ୍ତ୍ରିକ ସିଡ଼ି

ଆହୁରି ଅନେକ ନିର୍ବାଚିତ ଛବି...

ଶ୍ରେଣୀ ଗୁଡ଼ିକ

ବିଦ୍ୟୁତ ଉତ୍ପାଦନ
ବିଦ୍ୟୁତ ଉତ୍ପାଦନ

ଆପଣ କିପରି ସହଯୋଗ କରିପାରିବେ

ବୈଷୟିକ ବିଜ୍ଞାନ ସମ୍ପର୍କିତ ଲେଖା ଗୁଡିକୁ ଗଢିବାରେ ଓ ପୂର୍ବରୁ ଥିବା ଲେଖା ଗୁଡ଼ିକର ଉନ୍ନତି କରିବା ପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ । ତଳେ କିଛି ଦରକାରୀ ଲେଖା ଗୁଡ଼ିକର ତାଲିକା ଦିଆଗଲା ।

ଗଢିବାକୁ ଥିବା ଲେଖା:

ଲେଖା ଗୁଡ଼ିକର ତାଲିକା:
ଯାନ୍ତ୍ରିକ ବିଜ୍ଞାନ ବୈଦୁତିକ ବିଜ୍ଞାନ କମ୍ପ୍ୟୁଟର ବିଜ୍ଞାନ ସୂଚନା ପ୍ରଯୁକ୍ତି ବିଦ୍ୟା ଜୀବନୀ ଇତିହାସ ବିବିଧ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ

ଉନ୍ନତି ଆବଶ୍ୟକ କରୁଥିବା ଲେଖା:

Purge server cache