Jump to content

ପେରିକାର୍ଡିଓସେଣ୍ଟେସିସ

ଉଇକିପିଡ଼ିଆ‌ରୁ
Pericardiocentesis
ହସ୍ତକ୍ଷେପ
ICD-9-CMଛାଞ୍ଚ:ICD9proc
MeSHD020519
MedlinePlus003872

ପେରିକାର୍ଡିଓସେଣ୍ଟେସିସ ( PCC, ଅନ୍ୟନାମ ପେରିକାର୍ଡିଆଲ୍ ଟ୍ୟାପ୍) ଏକ ପ୍ରଣାଳୀ ଯାହାଦ୍ୱାରା ହୃତ୍‌ପିଣ୍ଡ ଚାରିପାଖରେ ଥିବା ପେରିକାର୍ଡିଅମ (ପେରିକାର୍ଡିଆଲ୍ ସ୍ୟାକ୍) ମଧ୍ୟସ୍ଥ ଅସ୍ୱାଭାବିକ ଭାବରେ ଜମିଥିବା ତରଳ ପଦାର୍ଥ ବାହାର କରାଯାଇଥାଏ | [] ଜରୁରୀକାଳୀନ ଭାବରେ ଏହା ସାଧାରଣତଃ ପେରିକାର୍ଡିଆଲ୍ ଟାମ୍ପୋନେଡ ପାଇଁ କରାଯାଏ ଯାହାଦ୍ୱାରା ରୋଗୀର ନିମ୍ନ ଚକ୍ତଚାପ ହୋଇଥାଏ ।[] ସାଧାରଣତଃ ଛାତି ଭୁଷିଥିବା କାରଣରୁ ଏହା ହୁଏ, ଛାତିର ମାଡ଼ ଯୋଗୁ ନୁହେଁ । [] ସାଧାରଣ ଲକ୍ଷଣ ଥିବା ମଧ୍ୟମ ଧରଣର ତରଳ ପଦାର୍ଥ ଥିଲେ ଜରୁରୀକାଳୀନ ପ୍ରଣାଳୀ ଆବଶ୍ୟକ ହୋଇନପାରେ | []

ଅଧିକାଂଶ ସମୟରେ ଛାତି ସମ୍ମୁଖ ଭାଗରେ ଥିବା ବକ୍ଷାସ୍ଥି ବା ସ୍ଟର୍ନମର ନିମ୍ନରୁ ଛୁଞ୍ଚି ଭର୍ତ୍ତି କରାଯାଇପାରେ | [] ଏହି ପଦ୍ଧତି ଆରମ୍ଭ କରିବା ପୂର୍ବରୁ ସେହି ସ୍ଥାନ ଉତ୍ତମ ରୂପେ ଜୀବାଣୁମୁକ୍ତ କରି ସ୍ଥାନୀୟ ନିଶ୍ଚେତକ ଦିଆଯାଏ । [] [] ଏକ କେନ୍ଦ୍ରୀୟ କିଟରୁ ୧୦ମିଲି ସିରିଞ୍ଜ ସହିତ ଏକ ୨୦ଗ୍ରା ମେରୁଦଣ୍ଡ ଛୁଞ୍ଚି ନିଆଯାଇ ବ୍ୟବହାର କରାଯାଇପାରେ | [] ଅଲଟ୍ରାସାଉଣ୍ଡ ମାର୍ଗଦର୍ଶକ ସାହାଯ୍ୟ ନେଇ ଏହି ପଦ୍ଧତି କରାଯାଏ ।[] ସେଲଡିଞ୍ଜର ପ୍ରଥା ଅବଲମ୍ବନ କରି ଏକ ପିଗଟେଲ ଡ୍ରେନ ସେଠାରେ ରଖାଯାଏ ।[] []

ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡରେ ଆଘାତ, ଅନିୟମିତ ହୃତ୍ ସ୍ପନ୍ଦନ, ନିମୋଥୋରାକ୍ସ ଏବଂ ଯକୃତରେ ଆଘାତ ହୋଇପାରେ | [] ପଦ୍ଧତି ପୂର୍ବରୁ ଆଘାତରୁ ରକ୍ଷା କରିବାକୁ ପାକସ୍ଥଳୀକୁ ଖାଲି ରଖିବା ନିମନ୍ତେ ଏକ ନାସୋଗାଷ୍ଟ୍ରିକ ନଳି ଭର୍ତ୍ତି କରିଦିଆଯାଏ ।[] ସଫଳତାର ଲକ୍ଷଣରେ ଉନ୍ନତ ରକ୍ତଚାପ ସୃଷ୍ଟି ଦ୍ରୁତ ଗତିରେ ଘଟେ | [] [] ପ୍ରଣାଳୀ ପରେ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ରୁମକୁ ଅଣାଯାଇପାରେ ଯେପରି ଆବଶ୍ୟକ ସ୍ଥଳେ ଥୋରାକୋଟୋମି ବା ପେରିକାର୍ଡିଆଲ ଉଇଣ୍ଡୋ କରିହେବ ।[] ଏହି ପ୍ରଣାଳୀ ପ୍ରଥମେ ୧୯୧୧ ମସିହାରେ ମାର୍ଫାନ ବର୍ଣ୍ଣନା କରିଥିଲେ | []

ସନ୍ଦର୍ଭ

[ସମ୍ପାଦନା]
  1. Willner, DA; Grossman, SA (January 2021). "Pericardiocentesis". PMID 29261871. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Willner, DA; Grossman, SA (January 2021). "Pericardiocentesis". PMID 29261871. {{cite journal}}: Cite journal requires |journal= (help)
  3. Surgical care at the district hospital (PDF). Geneva: World Health Organization. 2003. p. PTCM-18. ISBN 9241545755. Retrieved 16 March 2021.
  4. Carlini, Caterina Chiara De; Maggiolini, Stefano (11 October 2017). "Pericardiocentesis in cardiac tamponade: indications and practical aspects". www.escardio.org. 15 (19). Retrieved 17 March 2021.
  5. Nagdev, Arun (22 August 2013). "Ultrasound-Guided Pericardiocentesis". ALiEM. Retrieved 16 March 2021.
  6. ୬.୦ ୬.୧ Nagdev, Arun (22 August 2013). "Ultrasound-Guided Pericardiocentesis". ALiEM. Retrieved 16 March 2021.
  7. ୭.୦ ୭.୧ Carlini, Caterina Chiara De; Maggiolini, Stefano (11 October 2017). "Pericardiocentesis in cardiac tamponade: indications and practical aspects". www.escardio.org. 15 (19). Retrieved 17 March 2021.