ପରିସଂଖ୍ୟାନ ବର୍ଗୀକରଣ
ମେସିନ ଲର୍ଣ୍ଣିଙ୍ଗ୍ ଏବଂ ଡାଟା ମାଇନିଂ |
---|
ମେସିନ ଲର୍ଣ୍ଣିଙ୍ଗ୍ ସ୍ଥାନଗୁଡ଼ିକ
|
ପାଖାପାଖି ପୃଷ୍ଠାଗୁଡ଼ିକ
|
ପରିସଂଖ୍ୟାନ ବର୍ଗୀକରଣ ବା କ୍ଲାସିଫିକେସନ (English: Statistical classification) କହିଲେ ମେସିନ ଲର୍ଣ୍ଣିଙ୍ଗ ବା ପରିସଂଖ୍ୟାନରେ କିଛି ଜଣାଶୁଣା ବର୍ଗିତ ତଥ୍ୟକୁ ଭିତ୍ତି କରି କିଛି ଅଜଣା ତଥ୍ୟକୁ ବର୍ଗୀକରଣ କରିବାକୁ ବୁଝାଇଥାଏ । କିଛି ବର୍ଗୀକରଣ ସମସ୍ୟାର ଉଦାହରଣ ନିମ୍ନରେ ଦିଆଗଲା ।
- ଇ-ମେଲଗୁଡ଼ିକୁ ନେଇ ସେଥିରୁ ଭଲ ଏବଂ ଖରାପ ଇ-ମେଲ ବାହାର କରିବା ।
- ମନୁଷ୍ୟମାନଙ୍କର ଏକ ଜିନିଷ ଉପରେ ମତାମତନେଇ ସେଥିରୁ ଭାବ ଉଦ୍ଧାରଣ କରିବା, ଯେପରିକି ଭଲ, ଅତି ଭଲ, ଚଳିବ, ଖରାପ ଏବଂ ଅତି ଖରାପ । ଏହାକୁ ସେଣ୍ଟିମେଣ୍ଟ୍ ଆନାଲିସିସ କୁହାଯାଇଥାଏ ।
- ପୁଞ୍ଜି ବଜାରରେ କୌଣସି ଏକ ସେୟାରର ମୂଲ୍ୟ ବଢିବ ବା କମିବ ।
ବର୍ଗୀକରଣ ହେଉଛି ଢାଞ୍ଚା ଚିନ୍ହିବାର (English: Pattern Recognition) ଏକ ଉଦାହରଣ ।
ମେସିନ ଲର୍ଣ୍ଣିଙ୍ଗ ହିସାବରେ ବର୍ଗୀକରଣ ହେଉଛି ସୁପରଭାଇଜଡ ଲର୍ଣ୍ଣିଙ୍ଗର ଏକ ବିଭାଗ ।[୧] ଯେଉଁଠାରେ ଏକ ପୂର୍ବନିର୍ଦ୍ଧାରିତ ଚିନ୍ହିତ ତଥ୍ୟ ଆଗରୁ ଉପଲବ୍ଧ ଥାଏ । ଏହାର ସମକକ୍ଷ ଅନସୁପରଭାଇଜଡ ଲର୍ଣିଂରେ କ୍ଲଷ୍ଟରିଂ କୁହାଯାଏ, ଯେଉଁଠାରେ ଚିନ୍ହିତ ତଥ୍ୟ ପୂର୍ବରୁ ଉପଲବ୍ଧ ନଥାଏ । ଏଠାରେ ତଥ୍ୟଗୁଡ଼ିକ ମଧ୍ୟରେ ଥିବା ଦୂରତା ଏବଂ ସମାନତା ହିସାବରେ ବର୍ଗୀକରଣ ହୋଇଥାଏ ।
ଆଲଗୋରିଦମ ଗୁଡ଼ିକ
[ସମ୍ପାଦନା]ଉଭୟ ସୁପରଭାଇଜଡ ଏବଂ ଅନସୁପରଭାଇଜଡ ଲର୍ଣ୍ଣିଙ୍ଗରେ ବର୍ଗୀକରଣ କିଛି ନିର୍ଦ୍ଧିଷ୍ଟ ନିୟମଦ୍ୱାରା ସମ୍ପାଦିତ ହୋଇଥାଏ । ଯେହେତୁ ଗୋଟିଏ ଆଲଗୋରିଦମ ବା ନିୟମରେ ସବୁ ସମସ୍ୟାଗୁଡ଼ିକର ସମାଧାନ ଅସମ୍ଭବ ଅଟେ, ତେଣୁ ଭିନ୍ନ ଭିନ୍ନ ଆଲଗୋରିଦମ ତିଆରି ହୋଇଛି ।[୨]
କିଛି ଜଣାଶୁଣା ଆଲଗୋରିଦମକୁ ନିମ୍ନରେ ଦର୍ଶାଯାଇଛି । [୩]
- ଲିନିୟର କ୍ଲାସିଫାୟର
- ଡିସିସନ ଟ୍ରି
- ଲଜିସ୍ଟିକ୍ ରିଗ୍ରେସନ୍
- ନାଇଭ ବାଏସ
- କେ ନିଅରେଷ୍ଟ୍ ନେହିବୋରସ୍
- ଲିନିଅର୍ ସପୋର୍ଟ ଭେକ୍ଟର୍ କ୍ଲାସିଫାୟାର୍
- ଆର୍ଟିଫିସିଆଲ ନ୍ୟୂରାଲ ନେଟୱର୍କ
ଆହୁରି ଦେଖନ୍ତୁ
[ସମ୍ପାଦନା]ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।
ଆଧାର
[ସମ୍ପାଦନା]- ↑ Alpaydin, Ethem (2010). Introduction to Machine Learning. MIT Press. p. 9. ISBN 978-0-262-01243-0.
- ↑ "What is a Classifier in Machine Learning?".
{{cite web}}
: Cite has empty unknown parameter:|dead-url=
(help) - ↑ "A Tour of The Top 10 Algorithms for Machine Learning Newbies". Towards Data Science. 2018-01-20. Archived from the original on 2018-10-30. Retrieved 2018-10-10.