ନୁସରତ ଫତେ ଅଲି ଖାନ
ନୁସରତ ଫତେ ଅଲି ଖାନ | |
---|---|
ଫାଇଲ:Nusrat Fateh Ali Khan 03 1987 Royal Albert Hall.jpg | |
ଜନ୍ମ | Pervez Fateh Ali Khan ୧୩ ଅକ୍ଟୋବର ୧୯୪୮ |
ମୃତ୍ୟୁ | ୧୬ ଅଗଷ୍ଟ ୧୯୯୭ | (ବୟସ ୪୮)
ସମାଧି | Jhang Road Graveyard, Faisalabad, Punjab, Pakistan |
ଅନ୍ୟ ନାମ | Shahenshah-e-Qawwali King of Kings of Qawwali |
ବୃତ୍ତିସମୂହ |
|
ବୈବାହିକ-ସାଥୀ |
Naheed Nusrat (m. ୧୯୭୯) |
ସନ୍ତାନ | Nida Fateh Ali Khan |
ପିତାମାତା | Fateh Ali Khan |
ସମ୍ପର୍କୀୟ |
|
Musical career | |
ଶୈଳୀ | |
ବାଦ୍ୟଯନ୍ତ୍ର | |
କାର୍ଯ୍ୟକାଳ | 1964 – 1997 |
ଲେବଲ | |
ଅନ୍ୟ ଅଂଶଗ୍ରହଣ |
ନୁସରତ ଫତେ ଅଲି ଖାନ (ଜନ୍ମ ପରଭେଜ ଫତେ ଅଲି ଖାନ; ୧୩ ଅକ୍ଟୋବର ୧୯୪୮ – ୧୬ ଅଗସ୍ଟ ୧୯୯୭) ଜଣେ ପାକିସ୍ଥାନୀ ଗାୟକ, ସଙ୍ଗୀତକାର, ସୁରକାର, ସଙ୍ଗୀତ ନିର୍ଦ୍ଦେଶକ ଓ ବିଶେଷତଃ ସୁଫି ଭକ୍ତି ସଙ୍ଗୀତ କବାଲିର ଗାୟକ ଥିଲେ । [୧] ଅନେକ ଲୋକଙ୍କ ମତରେ ସେ ହିନ୍ଦୀ, ପଞ୍ଜାବୀ ଓ ଉର୍ଦ୍ଦୁ ଭାଷାର ଶ୍ରେଷ୍ଠ ସୁଫି ଗାୟକ ଥିଲେ ଓ ଇତିହାସ ପୃଷ୍ଠାରେ ଶ୍ରେଷ୍ଠ କବାଲି ଗାୟକମାନଙ୍କ ମଧ୍ୟରୁ ଜଣେ ଥିଲେ;[୨] ଯାହାଙ୍କୁ କବାଲିର ଶାହ-ଏନ-ଶାହ କୁହାଯାଉଥିଲା ।[୩][୪][୫] ୨୦୧୬ ମସିହାରେ ଲା ଉଇକଲି ତାଙ୍କୁ ଚତୁର୍ଥ ସର୍ବକାଳୀନ ଗାୟକ ମାନ୍ୟତା ଦେଇଥିଲେ ।[୬] ସେ ଉଚ୍ଚ ସ୍ୱରରେ ଗାଇବା ନିମନ୍ତେ ପ୍ରସିଦ୍ଧ ଥିଲେ ଓ କିଛି ଘଣ୍ଟା ନିମନ୍ତେ ଗାଇପାରୁଥିଲା । [୭][୮][୯][୧୦] ଦିଲ୍ଲୀ ଘରାନାର କବାଲ ବଚ୍ଚୋଁ ଘରାନାର (Qawwal Bacchon Gharana) ସଦସ୍ୟ ଥିଲେ ଓ ପରିବାରର ପରମ୍ପରାକୁ ୬୦୦ ବର୍ଷ ଧରି ଉଜ୍ଜିବିତ କରି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପରିବେଷଣ କରିଥିଲେ । [୧୧]
ସେ ଲ୍ୟାଲ୍ଲପୁର (ଫଇସଲାବାଦ)ରେ ଜନ୍ମ ଗ୍ରହଣ କରି ମାତ୍ର ୧୫ ବର୍ଷ ବୟସରେ ତାଙ୍କ ପିତାଙ୍କ ଚେଲମରେ ଚେଲମ ଜନ ସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ପାରିବାରିକ କବାଲି ପାର୍ଟିର ମୁଖ୍ୟ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୮୦ ମସିହାର ପ୍ରାରମ୍ଭରେ ଇଂଲଣ୍ଡର ବିର୍ମିଙ୍ଗହାମରେ ଥିବା ଓରିଏଣ୍ଟାଲ ସ୍ଟାର ଏଜେନ୍ସିଦ୍ୱାରା ଚୁକ୍ତିବଦ୍ଧ ହୋଇଥିଲେ । ୟୁରୋପ, ଭାରତ, ପାକିସ୍ଥାନ ଓ ଆମେରିକାରେ ସେ ଅନେକ ଆଲବମ ଓ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ପଶ୍ଚିମ ଜଗତର କଳାକାରଙ୍କ ସହିତ ମିଶି ସେ ସଙ୍ଗୀତରେ ଅନେକ ନୂତନ ପ୍ରୟୋଗ କରିଥିଲେ । ଅନେକ ଦେଶ ପରିଭ୍ରମଣ କରି ସେ ପ୍ରାୟ ୪୦ଟି ଦେଶରେ ପ୍ରଦର୍ଶନ କରିଥିଲେ । [୧୨] କବାଲିକୁ ଜନପ୍ରିୟ କରିବା ସାଥେ ସାଥେ ସେ ପାକିସ୍ଥାନ ପପ୍, ଭାରତୀୟ ଓ ବଲିଉଡ ସଙ୍ଗୀତ ଭଳି ଦକ୍ଷିଣ ଏସିଆର ପପୁଲାର ମ୍ୟୁଜିକରେ ପ୍ରଭାବ ପକେଇଥିଲେ ।
ପେଷା
[ସମ୍ପାଦନା]ଲଣ୍ଡନର ୧୯୮୫ ମସିହାର ଗ୍ରୀଷ୍ମକାଳରେ ୱର୍ଲଡ ଅଫ ମ୍ୟୁଜିକ, ଆର୍ଟ ଓ ଡାନ୍ସ (World of Music) ଉତ୍ସବରେ ଖାନ ତାଙ୍କର ପ୍ରଦର୍ଶନ କରିଥିଲେ ।[୧୩] ପ୍ୟାରିସରେ ମଧ୍ୟ ୧୯୮୫ ଓ ୧୯୮୮ ମସିହାର ପ୍ରଦର୍ଶନ କରିଥିଲେ । ୧୯୮୭ ମସିହାରେ ସେ ଜାପାନ ଫାଉଣ୍ଡେସନର ନିମନ୍ତ୍ରଣ କ୍ରମେ ଜାପାନ ଯାଇ ସେଠାରେ ପ୍ରଦର୍ଶନ କରିଥିଲେ । ସେ ଜାପାନର ପଞ୍ଚମ ଏସିଆନ ଟ୍ରାଡିସନାଲ ପରଫର୍ମିଙ୍ଗ ଆର୍ଟ ଫେଷ୍ଟିଭାଲରେ ପ୍ରଦର୍ଶନ କରିଥିଲେ ।[୧୪] ନିୟୁ ୟୋର୍କର ବ୍ରୁକଲିନ ଏକାଡେମୀ ଅଫ ମ୍ୟୁଜିକ ସଂସ୍ଥାରେ ୧୯୮୯ ପ୍ରଦର୍ଶନ କରିଥିଲେ ।[୧୫]
ଜୀବନ ବ୍ୟାପି ତାଙ୍କର ପେଷାରେ ଖାନ ଅନେକ ଦକ୍ଷିଣ ଏସିଆର ଗାୟକ ଯେପରିକି ଆଲାମ ଲୋହାର, ନୁରଜାହାନ, ଏ ଆର ରେହମାନ, ଆଶା ଭୋସଲେ, ଜାଭେଦ ଅଖତର ଓ ଲତା ମଙ୍ଗେସକରଙ୍କ ସହିତ ସୁସମ୍ପର୍କ ରଖିଥିଲେ ।
ଆମେରିକାର ସିଆଟଲରେ ଥିବା ୟୁନିଭରସିଟି ଅଫ ୱାସିଙ୍ଗଟନର ଏଥନୋମ୍ୟୁଜିକୋଲୋଜୀ (Ethnomusicology) ଡିପାର୍ଟମେଣ୍ଟରେ ୧୯୯୨ରୁ ୧୯୯୩ ପର୍ଯ୍ୟନ୍ତ ସେ ଜଣେ ଅତିଥି କଳାକାର ଥିଲେ । [୧୬]
ପିଟର ଗାବ୍ରିଏଲଙ୍କ (Peter Gabriel) ସହିତ ୧୯୮୮ରେ ଦି ଲାଷ୍ଟ ଟେମ୍ପଟେସନ ଅଫ କ୍ରାଏଷ୍ଟ ସାଉଣ୍ଡଟ୍ରାକ ନିମନ୍ତେ ଯୋଗ ଦେବା ଫଳରେ ତାଙ୍କୁ ଗାବ୍ରିଏଲଙ୍କ ରିଏଲ ୱର୍ଲଡ ଲେବଲ ସମ୍ମାନ ମିଳିଥିଲା । ସେହି ରିଏଲ ୱର୍ଲଡ ସହିତ ପାଞ୍ଚଟି କବାଲି ଆଲବମ ତିଆରି କରିଥିଲେ ଓ 'ମସ୍ତ ମସ୍ତ' (୧୯୯୦), 'ନାଇଟ ସଙ୍ଗ' (୧୯୯୬) ଓ ମରଣୋତ୍ତର ରିମିକ୍ସ 'ଷ୍ଟାର ରାଇଜ' (୧୯୯୭) ନାମକ ପ୍ରୟୋଗାତ୍ମକ ଆଲବମ ତିଆରି କରିଥିଲେ ।[୧୭]
ଆଧାର
[ସମ୍ପାଦନା]- ↑ Brooks, Iris (1997). "Yoga Journal". Yoga Journal. Magazine. Active Interest Media, Inc.: 44–. ISSN 0191-0965.
- ↑ "Nusrat Fateh Ali Khan, Pakistani Sufi Singer, 48". The New York Times. 1997-08-17. Retrieved 2020-12-20.
- ↑ "Google Acclaims Renowned Singer Nusrat Fateh Ali Khan on His 67th Birthday". NDTV.com. 2020-12-09. Retrieved 2020-12-20.
- ↑ "BBC Asian Network – Nusrat: 20 Years On, Nusrat Through the Night! – Jeff Buckley, The Grammys & UNESCO! 11 little known facts about Nusrat Fateh Ali Khan". BBC (in ବ୍ରିଟିଶ୍ ଇଂରାଜୀ). Retrieved 2020-07-14.
- ↑ Islam, Shamsul (2012-08-16). "Shahenshah-e-Qawwali: Remembering Nusrat Fateh Ali Khan". The Express Tribune (in ଇଂରାଜୀ). Retrieved 2020-07-14.
- ↑ "The 20 Best Singers of All Time (VIDEO)". 8 March 2016.
- ↑ "World Music Legends Nusrat Fateh Ali Khan". Globalrhythm.net. Archived from the original on 22 February 2019. Retrieved 16 December 2011.
- ↑ "Nusrat Fateh Ali Khan: National Geographic World Music". Worldmusic.nationalgeographic.com. 17 ଅକ୍ଟୋବର 2002. Archived from the original on 20 ମାର୍ଚ୍ଚ 2013. Retrieved 7 ନଭେମ୍ବର 2012.
- ↑ Ghulam Haider Khan (6 January 2006). "A Tribute By Ustad Ghulam Haider Khan, Friday Times". Thefridaytimes.com. Archived from the original on 16 September 2018. Retrieved 15 March 2012.
- ↑ "BBC Radio 6 Music – Guru of Peace: An Introduction to Nusrat Fateh Ali Khan". BBC. Retrieved 10 December 2019.
- ↑ "Nusrat Fateh Ali Khan". Worldmusic.nationalgeographic.com. 17 October 2002. Archived from the original on 14 March 2012. Retrieved 16 December 2011.
{{cite web}}
: CS1 maint: bot: original URL status unknown (link) - ↑ Baruah, Amit; R. Padmanabhan (6 September 1997). "The stilled voice". Frontline. Archived from the original on 27 September 2013. Retrieved 30 June 2011.
- ↑ "Nusrat Fateh Ali Khan – The 7th Fukuoka Asian Culture Prizes 1996__Arts and Culture Prize". Asianmonth.com. Archived from the original on 2012-05-07. Retrieved 2022-02-02.
- ↑ "Nusrat Online Blog | Nusart Fateh Ali Khan – Live At National Theatre Tokyo, 1987 Part 1". Nusratonline.com (in ଆମେରିକୀୟ ଇଂରାଜୀ). Retrieved 2018-01-31.
- ↑ Manheim (2001). Michel Andre Bossy; Brothers, Thomas; McEnore, John C. (eds.). Lives and Legacies: Artists, Writers, and Musicians. Greenwood Publishing Group. p. 105. ISBN 978-1573561549.
- ↑ "Official biography, University of Washington". Music.washington.edu. 16 August 1997. Archived from the original on 21 December 2012. Retrieved 16 December 2011.
- ↑ "Nusrat Fateh Ali Khan & Michael Brook: Mustt Mustt & Night Song". Allaboutjazz.com. 5 January 2008. Retrieved 16 December 2011.