ନିମୋନିକ ପ୍ଲେଗ
ନିମୋନିକ ପ୍ଲେଗ | |
---|---|
ବିଭାଗ | ସଂକ୍ରାମକ ରୋଗ |
ଲକ୍ଷଣ | ଜ୍ୱର, ମୁଣ୍ଡବଥା, ଅଣନିଶ୍ୱାସୀ, ଛାତି ଯନ୍ତ୍ରଣା ଓ କାଶ ।[୧] |
ଆକ୍ରାନ୍ତ ସମୟ | ୩ରୁ ୭ ଦିନ[୨] |
କାରଣ | ୟେରସିନିଆ ପେସ୍ଟିସ[୩] |
ବିପଦ କାରକ | ମୂଷା ଜାତୀୟ ପ୍ରାଣୀ (Rodents)[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଖଙ୍କାର (Sputum) ପରୀକ୍ଷା[୧] |
ଚିକିତ୍ସା | ଆଣ୍ଟିବାୟୋଟିକ (Antibiotics)[୧] |
ପୁନଃପୌନିକ | କ୍ୱଚିତ[୨] |
ନିମୋନିକ ପ୍ଲେଗ (Pneumonic plague) ଏକ ସାଂଘାତିକ ଫୁସଫୁସ ସଂକ୍ରମଣ (lung infection) ଯାହା ଏକ ପ୍ରକାର ଜୀବାଣୁ (bacterium) ୟେରସିନିଆ ପେସ୍ଟିସ (Yersinia pestis) କୃତ ହୁଏ ।[୩] ଜ୍ୱର, ମୁଣ୍ଡବଥା, ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain) ଓ କାଶ ଇତ୍ୟଦି ଲକ୍ଷଣମାନ ଏହି ରୋଗରେ ପ୍ରକାଶ ପାଏ ।[୧] ସଂସ୍ପର୍ଶରେ ଆସିବାର ୩ରୁ ୭ ଦିନ ପରେ ଏହା ଆରମ୍ଭ ହୁଏ ।[୨] ତିନି ପ୍ରକାର ପ୍ଲେଗ (plague) ରୋଗ ମଧ୍ୟରୁ ଏହା ଗୋଟିଏ: ଅନ୍ୟ ଦୁଇଟି ଯଥାକ୍ରମେ ସେପ୍ଟିସେମିକ ପ୍ଲେଗ (septicemic plague) ଓ ବୁବୋନିକ ପ୍ଲେଗ (bubonic plague) ।[୩]
ପ୍ରାରମ୍ଭିକ ବୁବୋନିକ ବା ସେପ୍ଟିସେମିକ ପ୍ରେଗ ପରେ ନିମୋନିକ ପ୍ଲେଗ ହୋଇପାରେ ।[୩] ଅନ୍ୟ ରୋଗୀଠାରୁ ବାୟୁବାହିତ (airborne) କ୍ଷୁଦ୍ରବିନ୍ଦୁ ପ୍ରଶ୍ୱାସରେ ଯାଇ ବା ନିମୋନିକ ପ୍ଲେଗ ସଂକ୍ରମିତ ବିଲେଇଠାରୁ ଏହା ସଂକ୍ରମିତ ହୁଏ ।[୧] ଏହି ରୋଗ ଫୁସଫୁସରେ ହେଲେ ନିମୋନିକ, ଲସିକା ଗ୍ରନ୍ଥିରେ ହେଲେ ବୁବୋନିକ ଓ ରକ୍ତରେ ହେଲେ ସେପ୍ଟିସେମିକ ପ୍ଲେଗ କୁହାଯାଏ ।[୩] ରକ୍ର, ଖଙ୍କାର ବା ଲସିକା ଗ୍ରନ୍ଥିରୁ ନିଆଯାଇଥିବା ତରଳ ପଦାର୍ଥ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧]
ଏହାର ଟିକା (vaccine) ଉପରେ କାର୍ଯ୍ୟ ଚାଲିଥିଲେ ମଧ୍ୟ ଅଧିକାଂଶ ଦେଶରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନି ।[୧][୩] ମୂଷା ଜାତୀୟ ଜୀବଙ୍କଠାରୁ (rodents) ଦୂରରେ ରହିଲେ ପ୍ରତିଷେଧ ହୋଇପାରିବ ।[୩] ସଂକ୍ରମିତ ଲୋକଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଏ ଯାହାକୁ ଆଇସୋଲେସନ (isolated) କୁହାଯାଏ ।[୨] ଏହି ରୋଗ ଆଣ୍ଟିବାୟୋଟିକ (antibiotics) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧]
ଆଫ୍ରିକା, ଆମେରିକା ଓ ଏସିଆର ଦେଶମାନଙ୍କରେ ମୂଷା ଜାତୀୟ ଜୀବଙ୍କଠାରେ ଏହି ରୋଗ ଦେଖାଯାଏ ।[୩] ବୁବୋନିକ ପ୍ଲେଗ ଅପେକ୍ଷା ନିମୋନିକ ପ୍ଲେଗ ଅଧିକ ସାଂଘାତିକ ଓ କମ୍ ଦେଖାଯାଏ ।[୧] ସନ ୨୦୧୩ରେ ସମୁଦାୟ ପ୍ଲେଗ ରୋଗୀ ସଂଖ୍ୟା ଥିଲା ୭୮୩ ।[୨] ଅଣଚିକିତ୍ସିତ ନିମୋନିକ ରୋଗୀ ୧୦୦% ମୃତ୍ୟୁ ବରଣ କରନ୍ତି ।[୩] କେତେକ ହାଇପୋଥେସିସ ଅନୁସାରେ ୧୩୦୦ ଶତାବ୍ଦୀରେ ହୋଇଥିବା କଳା ମୃତ୍ୟୁ ନିମୋନିକ ପ୍ଲେଗ ଯୋଗୁ ହୋଇଥିଲା ଯାହା ପ୍ରାୟ ୫୦,୦୦୦,୦୦୦ ଲୋକଙ୍କର ପ୍ରାଣ ନେଇଥିଲା ।[୪][୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "FAQ Plague". www.cdc.gov (in ଆମେରିକୀୟ ଇଂରାଜୀ). Retrieved 13 March 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Plague". World Health Organization. September 2016. Retrieved 14 March 2017.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Plague". www.who.int. Retrieved 14 March 2017.
- ↑ McCoy, Terrence (31 March 2014). "Everything you know about the Black Death is wrong". Washington Post. The Washington Post. Retrieved 14 March 2017.