ନନ୍ଦିଘୋଷ
ନନ୍ଦିଘୋଷ | |
---|---|
ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
ପ୍ରକାର | ଧାର୍ମିକ |
ଆରମ୍ଭ | ଆଷାଢ଼ ଶୁକ୍ଳ ଦ୍ୱିତୀୟା |
ଶେଷ | ଆଷାଢ଼ ଶୁକ୍ଳ ଦଶମୀ |
୨୦୨୩ ତାରିଖ | ୨୦ ଜୁନ - ୩୦ ଜୁନ |
୨୦୨୪ ତାରିଖ | |
ପୁନଃପୌନିକତା | ବାର୍ଷିକ |
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ ।[୧] ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।[୨]
ନନ୍ଦିଘୋଷ ରଥ-ସବିଶେଷ ବିବରଣୀ
[ସମ୍ପାଦନା]'ନନ୍ଦିଘୋଷ' ରଥ 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ନାମରେ ମଧ୍ୟ ପରିଚିତ । ଜଗନ୍ନାଥଙ୍କ ସହ ମଦନମୋହନ ଏହି ରଥରେ ବିଜେ କରିଥାନ୍ତି ।[୩]
ରଥର ନାମ | ନନ୍ଦିଘୋଷ/ ଗରୁଡ଼ଧ୍ୱଜ/ କପିଳଧ୍ୱଜ |
ମୋଟ ବ୍ୟବହାର କାଠ | ୭୪୨ |
ମୋଟ ଚକ ସଂଖ୍ୟା | ୧୬ |
୧୬ଟି ଚକର ନାମ | ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ |
ପ୍ରତି ଚକର ବ୍ୟାସ | ୬'୦୦" |
ରଥର ଉଚ୍ଚତା | ୪୫'୬" |
ରଥର ଦୈର୍ଘ୍ୟ ଓ ପ୍ରସ୍ଥ | ୩୪'୬" x ୩୪'୬" |
ରଥ ରକ୍ଷକ | ଗରୁଡ/ ନୃସିଂହ |
ଦ୍ୱାରପାଳ | ଜୟ ଓ ବିଜୟ |
ସାରଥୀ | ଦାରୁକ |
ରଥ ପତାକାର ନାମ | ତ୍ରୀଲୋକମୋହିନି |
ରଥର ଅସ୍ତ୍ର | ଶଂଖ, ଚକ୍ର |
ରଥର ଘୋଡ଼ା ସଂଖ୍ୟା | ୪ |
ଘୋଡ଼ାମାନଙ୍କ ନାମ | ଶଂଖ, ସ୍ୱେତ, ବଳାହକ ଓ ହରିଦ୍ୱାଶ |
ଘୋଡ଼ାର ରଙ୍ଗ | ସ୍ୱେତ |
ରଥ ଦଉଡି | ଶଙ୍ଖଚୂଡ଼ |
ରଥର ଶକ୍ତି | ବିମଳା ଓ ବିରଜା |
ରଥ ମୁଖର ନାମ | ନନ୍ଦି ମୁଖ |
ରଥାବରଣ କପଡ଼ା ରଙ୍ଗ | ନାଲି ଓ ହଳଦିଆ |
ଧ୍ୱଜପମୂର୍ତ୍ତି | ପଞ୍ଚମୁଖୀ ହନୁମାନ |
ପତାକା ଚିହ୍ନ | ଗରୁଡ଼ |
ପାର୍ଶ୍ୱ ଦେବା/ଦେବୀ | ପଣ୍ଡୁ ନୃସିଂହ , ନାରାୟଣ , ମଧୁସୂଦନ , ହରିହର , ଚିନ୍ତାମଣି କୃଷ୍ଣ , ଗୋବର୍ଦ୍ଧନଧାରୀ , ପଞ୍ଚମୁଖୀ ହନୁମାନ , ରାମ , ରାବଣ ଛତ୍ର ଭଙ୍ଗ |
ୠଷି ସମୂହ | ନାରଦ, ଦେବାଳ, ବ୍ୟାସ, ଶୁକ, ପରାସାର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର |
ନିର୍ମାଣ ଶୈଳୀ
[ସମ୍ପାଦନା]ଶିଳ୍ପଶାସ୍ତ୍ରାନୁମୋଦିତ ଓ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ନନ୍ଦିଘୋଷ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ । ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।
ନନ୍ଦିଘୋଷ ରଥର ମାହତ୍ମ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ରଥ ଶ୍ରେଣୀ ସମୂହ". Tour Bbsr. Archived from the original on 17 July 2015. Retrieved 27 August 2015.
- ↑ "ନନ୍ଦିଘୋଷ ରଥ". shreekhetra.com. Retrieved 26 August 2015.
- ↑ "ରଥଯାତ୍ରା, ପୁରୀ". Ratha Yatra.net. Archived from the original on 30 July 2015. Retrieved 27 August 2015.