ଧୁମ୍ ୨
ଧୁମ୍ ୨ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ଗାଧବୀ |
ପ୍ରଯୋଜକ | ଆଦିତ୍ୟ ଚୋପ୍ରା |
ଚିତ୍ରନାଟ୍ୟ | ବିଜୟ କ୍ରିଷ୍ଣା ଆଚାର୍ଯ୍ୟ |
କାହାଣୀ | ଆଦିତ୍ୟ ଚୋପ୍ରା |
କଳାକାର | ହ୍ରିତିକ୍ ରୋଶନ୍ ଅଭିଶେକ ବଚ୍ଚନ ଐଶ୍ୱର୍ଯ୍ୟା ରାୟ ଉଦୟ ଚୋପ୍ରା ବିପାଶା ବସୁ |
ସଙ୍ଗୀତ | ମୂଳ ଗୀତ: ପ୍ରିତମ ପ୍ରାଚ୍ଛଦ: ସଲିମ୍-ସୁଲେମାନ |
ଚିତ୍ରଗ୍ରହଣ | ନୀରବ ଶାଃ ବିକାଶ ଶିବରମଣ |
ସମ୍ପାଦକ | ରାମେଶ୍ୱର ଏସ୍. ଭଗତ |
Production company | |
ବିତରକ | ୟଶ୍ ରାଜ୍ ଫିଲ୍ମସ୍ |
ମୁକ୍ତିଲାଭ ତାରିଖ | ୨୪ ନଭେମ୍ବର ୨୦୦୬ |
କଥାଚିତ୍ରର ସମୟ | ୧୫୨ ମିନିଟ୍[୧] |
ଦେଶ | ଭାରତ |
ଭାଷା | ହିନ୍ଦୀ |
ଖର୍ଚ୍ଚ | ୩୫ କୋଟି[୨] |
ମୋଟ ଆୟ | ୧୫୧ କୋଟି[୩] |
ଧୁମ୍ ୨ ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଆକ୍ସନ ଥ୍ରିଲର୍ କଥାଚିତ୍ର । ଏହି କଥାଚିତ୍ରଟିର ୟଶ୍ରାଜ୍ ଫିଲ୍ମସ୍ ବ୍ୟାନନରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିତ୍ୟ ଚୋପ୍ରା ଏବଂ ୟଶ୍ ଚୋପ୍ରା । ନିର୍ଦ୍ଦେଶକ ସଞ୍ଜୟ ଗାଧବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ନିର୍ମାଣ ପାଇଁ ପାଖାପାଖି ୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି କଥାଚିତ୍ରଟିର ହିନ୍ଦୀ କଥାଚିତ୍ର ଧୁମ୍ ସିରିଜ୍ର ୨ୟ ଭାଗ ଥିଲା, ଯାହାର ପ୍ରଥମ କଥାଚିତ୍ର ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ପୂର୍ବ ଭାଗ ଭଳି ଏହି ଭାଗରେ ମଧ୍ୟ ଅଭିଶେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଯଥାକ୍ରମେ ଜୟ ଦିକ୍ଷୀତ ଏବଂ ଅଲ୍ଲୀ ଖାନ୍ ନାମକ ପୋଲିସ ଅଫିସର ବନ୍ଧୁ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବ ଭାଗର ଅଭିନେତ୍ରୀ ରିମି ସେନ୍ ମଧ୍ୟ ଅଭିଶେକ ବଚ୍ଚନଙ୍କର ପତ୍ନୀ ସୁଇଟ୍ଟି ଦିକ୍ଷୀତ ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ, ଅଭିଶେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଉଦୟ ଚୋପ୍ରା ଏବଂ ବିପାଶ ବସୁ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଭାରତ, ଡର୍ବାନ ଏବଂ ରିଓ ଦେ ଜନେରିଓରେ ସୁଟିଂ କରାଯାଇଥିଲା, ଯାହାକି ବ୍ରାଜିଲ୍ରେ ସୁଟିଂ କରାଯାଇଥିବା ଏକ ବଡ଼ ଭାରତୀୟ ଫିଲ୍ମ ଥିଲା । ଏହି କଥାଚିତ୍ରଟିର ବିତରକ ଏବଂ ପ୍ରଯୋଜକ ୟଶ୍ରାଜ୍ ଫିଲ୍ମସ୍ ଏହାର ପ୍ରଚାର ପାଇଁ ପେପେ ଜିନ୍ସ ଏବଂ କୋକା-କୋଲା ଭଳି ବଡ଼ ବଡ଼ ସଂସ୍ଥା ସହ କର୍ଯ୍ୟ କରିଥିଲେ । ୨୦୦୬ ମସିହାର ନଭେମ୍ବର ମାସ ୨୪ ତାରିଖରେ ଏହି କଥାଚିତ୍ରଟିର ଭାରତରେ ମୁକ୍ତିଲାଭ କରିଥିଲା ଏବଂ ୧୮୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଭାରତୀୟ କଥାଚିତ୍ର ଜଗତରେ ଏହା ଏକ ଇତିହାସ ସୃଷ୍ଟି କରିଥିଲା । ଏହି କଥାଚିତ୍ରଟି ଏକା ସାଙ୍ଗରେ ତାମିଲ ଏବଂ ତେଲୁଗୁ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରିଥିଲା । ଗାୟକ ବିଜୟ ପ୍ରକାଶ ତାମିଲ ଭାଷାର ଡବିଂରେ ଏସିପି ଜୟ ଦୀକ୍ଷିତର ସ୍ୱର ଦେଇଥିଲେ ।
ଧୁମ୍ ୨ ମୁକ୍ତିଲାଭ ପରେ ଏହାକୁ ଉଭୟ ଦର୍ଶକ ଏବଂ ସମୀକ୍ଷକ ଭାବରେ ପସନ୍ଦ କରିଥିଲେ ଏବଂ ଏହି କଥାଚିତ୍ରଟି ଉଭୟ ପିଲା ଏବଂ ବୟସ୍କମାନଙ୍କଦ୍ୱାରା ଆଦୃତ ହୋଇଥିଲା । ଏହି କଥାଚିତ୍ରଟିର ୨୦୦୬ ମସିହାର ସର୍ବାଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ଥିଲା । ଏବଂ ସେହି ବର୍ଷଯାଏଁ ମୁକ୍ତିଲାଭ କରିଥିବା ସମସ୍ତ ହିନ୍ଦୀ କଥାଚିତ୍ରଠାରୁ ଅଧିକ ଆୟ କରିଥିବା କଥାଚିତ୍ର ଥିଲା । ଏଥିସହିତ ବିଦେଶରେ ଅଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ଏହି କଥାଚିତ୍ରଟି ୭ମ ସ୍ଥାନରେ ଅଛି । ପାଖାପଖି ୧୫୦ କୋଟିର ଅଧିକ ଟଙ୍କା ଆୟ କରିବାପରେ ଧୁମ୍ ୨କୁ ଭାରତୀୟ ବକ୍ସ ଅଫିସରେ ବ୍ଲକବଷ୍ଟର ଘୋଷଣା କରାଯାଇଥିଲା । ପାଖାପାଖି ୮୩ ପ୍ରତିଶତ ସମୀକ୍ଷକମାନେ ଏହି କଥାଚିତ୍ରଟିକୁ ପ୍ରଶଂସା କରିଥିଲେ । ସମୀକ୍ଷକମାନେ ମୁଖ୍ୟତଃ ଧୁମ୍ ୨ରେ ଦେଖାଯାଇଥିବା ବିଦେଶୀ ସ୍ଥାନଗୁଡ଼ିକରେ ସୁଟିଂ କରାଯାଇଥିବା ଆକ୍ସନ ଦୃଶ୍ୟକୁ ଅଧିକ ପସନ୍ଦ କରିଥିଲେ । କିନ୍ତୁ ମୁମ୍ବାଇ ପୋଲିସ୍ ସିଟି ପୋଲିସ୍ କମିଶନର୍ ଏହି କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟସାଇକେଲ ଡ୍ରାଇଭିଂ ଉପରେ ଆପତ୍ତି ଉଠାଇ ସେନ୍ସର ବୋର୍ଡ଼ ନିକଟରେ ଅଭିଯୋଗ କରିଥିଲେ । କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟରସାଇକେଲର ସ୍ପିଡ୍କୁ ଦେଖି ଯୁବବର୍ଗ ଅଧିକ ଦୁର୍ଘଟଣା ଘଟାଇ ପାରନ୍ତି ବୋଲି ସେ ଆଶ ପ୍ରକାଟ କରିଥିଲେ । ଏହି ସିରିଜ୍ର ୩ୟ ଧୁମ୍ ୩, ୨୦୧୩ ମସିହାର ଡିସେମ୍ବର ମାସ ୨୦ ତାରିଖରେ ମୁକ୍ତିଲାଭ କରିଥିଲା, ଯାହାକି ଏବେ ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ୫ମ ସର୍ବାଧିକ ଆୟକାରୀ କଥାଚିତ୍ର ।
ଗୀତ ଓ ସଙ୍ଗୀତ
[ସମ୍ପାଦନା]All music composed by ପ୍ରିତମ.
ଧୁମ ୨ | |||
---|---|---|---|
କ୍ରମ | ଗୀତ | ଗାୟକ/ଗାୟିକା (ମାନେ) | ସମୟ |
1. | "କ୍ରେଜି କିୟାରେ" | ସୁନିଧି ଚୌହାନ | ୦୪:୫୪ |
2. | "ଟଚ୍ ମି" | କେକେ, ଅଲିଶା ଚିନାଇ | ୦୫:୧୭ |
3. | "ମାଇ ନେମ ଇଜ ଅଲି" | ସୋନୁ ନିଗମ, ବିପାଶା ବାସୁ | ୦୪:୩୪ |
4. | "ଦିଲ ଲଗା ନା" | ସୁଖବିର, ସୋହମ ଚକ୍ରବର୍ତ୍ତୀ, ଜୋଲି ମୁଖାର୍ଜୀ , ମହାଲକ୍ଷ୍ମୀ ଆୟାର, ସୁଜେନ ଡି'ମେଲୋ | ୦୫:୦୪ |
5. | "ଧୁମ ଏଗେନ" | ଭିଶାଲ ଡଡଲାନି, ଡୋମିନିକ ସେରେଜୋ | ୦୫:୦୨ |
6. | "କ୍ରେଜି କିୟାରେ" (ରିମିକ୍ସ) | ସୁନିଧି ଚୌହାନ | ୦୩:୫୭ |
Total length: | ୨୮:୫୦ |
ଆଧାର
[ସମ୍ପାଦନା]- ↑ "Dhoom:2". British Board of Film Classification. Archived from the original on 13 ମାର୍ଚ୍ଚ 2014. Retrieved 13 ମାର୍ଚ୍ଚ 2014.
- ↑ Sheikh, Aminah (24 ନଭେମ୍ବର 2006). "Dhoom 2 set to make big splash". Rediff.com. Archived from the original on 23 ସେପ୍ଟେମ୍ବର 2007. Retrieved 22 ଅଗଷ୍ଟ 2009.
- ↑ "Top Grossers All Formats Worldwide Gross". Box Office India. Retrieved 14 February 2019.
ବାହାର ଆଧାର
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ Dhoom 2
- Dhoom 2 at Box Office Mojo
- Dhoom 2 at Rotten Tomatoes
- Dhoom 2 at the TCM Movie Database
- Dhoom 2 at AllMovie
- Dhoom 2 at Yahoo!
- Dhoom 2 at Bollywood Hungama
- Dhoom 2 at Rediff.com