ଦୟାନିଧି କିଷାନ

ଉଇକିପିଡ଼ିଆ‌ରୁ
ଦୟାନିଧି କିଷାନ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଜୁଏଲ ଓରାମ
ପର ଅଧିକାରୀଲକ୍ଷ୍ମଣ ମୁଣ୍ଡା
ନିର୍ବାଚନ ମଣ୍ଡଳୀବଣାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1951-05-20)୨୦ ମଇ ୧୯୫୧
ମୃତ୍ୟୁ୧୮ ଫେବୃଆରୀ ୨୦୧୫(2015-02-18) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପ୍ରେମଶିଲା କିଷାନ
ବାପା/ବୋଉପୂର୍ଣ୍ଣଚନ୍ଦ୍ର କିଷାନ (ବାପା)
ବୃତ୍ତିରାଜନୀତିଜ୍ଞ

ଦୟାନିଧି କିଷାନ (୨୦ ମଇ ୧୯୫୧ - ୧୮ ଫେବୃଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୟାନିଧି ୧୯୫୧ ମସିହାର ମଇ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣଚନ୍ଦ୍ର କିଷାନ ଓ ପତ୍ନୀଙ୍କ ନାମ ପ୍ରେମଶିଲା କିଷାନ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦୟାନିଧି ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଦୟାନିଧି ୨୦୧୫ ମସିହାର ଫେବୃଆରୀ ୧୮ ତାରିଖରେ ୬୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Dayanidhi Kisan". odishaassembly.nic.in. Odisha Assembly. Retrieved 7 December 2020.