ତ୍ରିମ୍ବକେଶ୍ଵର ଶିବ ମନ୍ଦିର
ତ୍ରିମ୍ବକେଶ୍ୱର ଶିବ ମନ୍ଦିର, ତ୍ରିମ୍ବକେଶ୍ୱର | |
---|---|
Trimbakeshwar Mandir | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Nashik |
ଦେବାଦେବୀ | Shiva |
Festivals | Maha Shivaratri |
Location | |
ସ୍ଥାନ | Trimbak |
State | Maharashtra |
Country | India |
Location within Maharashtra | |
ଭୌଗଳିକ ଅବସ୍ଥିତି | 19°55′56″N 73°31′51″E / 19.93222°N 73.53083°E |
Architecture | |
Type | Hemadpanthi |
Balaji Baji Rao | |
Website | |
Trimbakeshwar Trust Website |
ତ୍ରିମ୍ବକେଶ୍ୱର ଶିବ ମନ୍ଦିର (श्री त्र्यंबकेश्वर ज्योतिर्लिंग मंदिर) ଏକ ପୁରାତ ଶିବ ମନ୍ଦିର ଯାହା ଭାରତର ମହାରାଷ୍ଟ୍ର ପ୍ରଦେଶର ନାସିକ ଜିଲ୍ଲାର ତ୍ରିମ୍ବକେଶ୍ୱର ତହସିଲରେ ଥିବା ତ୍ରିମ୍ବକ ଟାଉନରେ ଅବସ୍ଥିତ । ଏହା ନାସିକ ସହରଠାରୁ ୨୮ କିମି ଓ ନାସିକ ରାଶତାରୁ ୪୦ କିମି ଦୂରରେ ଅବସ୍ଥିତ । ଏହି ମନ୍ଦିର ଶିବଙ୍କୁ ସମର୍ପିତ ହୋଇଛି ଓ ଏଠାରେ ବାରଟି ଜ୍ୟୋତିର୍ଲିଙ୍ଗ (jyotirlingas) ମଧ୍ୟରୁ ଗୋଟିଏ ଅଛି ଓ ମହାରାଷ୍ଟ୍ରର ହିନ୍ଦୁ ଜେନିଓଲୋଜି ରେଜିଷ୍ଟର ରଖାଯାଇଛି । ଏହି ତ୍ରିମ୍ବକଠାରୁ ପବିତ୍ର ଗୋଦାବରୀ ନଦୀ ଆରମ୍ଭ ହୋଇଛି ।
ଇନ୍ଦୋର ଷ୍ଟେଟର ଫଡନାଭିସ ଥିବା ଶ୍ରୀମନ୍ତ ସର୍ଦ୍ଦାର ରାଓସାହେବ ପାରନେକର ମନ୍ଦିର ପରିସରରେ ଏକ କୁଶବର୍ତ କୁଣ୍ଡ (ପବିତ୍ର ପୋଖରୀ) ତିଆରି କରେଇଥିଲେ ଯେଉଁଥିରୁ ଭାରତର ଦ୍ୱିତୀୟ ଦୀର୍ଘ ଗୋଦାବରୀ ନଦୀ ଆରମ୍ଭ ହୋଇଛି । ଏହି କୁଣ୍ଡ ଧାରାରେ ସର୍ଦ୍ଦାର ଫଦନାଭିସ ଓ ତାଙ୍କ ପତ୍ନୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ପୁରୁଣା ମନ୍ଦିର ଭାଙ୍ଗିଯିବା ପରେ ପେଶୱା ବାଲାଜି ବାଜି ରାଓ ଆଧୁନିକ ମନ୍ଦିର ତୋଳେଇଥିଲେ ।
ସ୍ଥାପତ୍ୟ
[ସମ୍ପାଦନା]ଏହି ମନ୍ଦିରଟି ବ୍ରହ୍ମଗିରି, ନିଳଗିରି ଓ କଲାଗିରି ନାମକ ତିନୋଟି ପର୍ବତ ମଧ୍ୟରେ ସ୍ଥାପିତ ହୋଇଛି । ମନ୍ଦିରରେ ଶିବ, ବିଷ୍ଣୁ ଓ ବ୍ରହ୍ମାଙ୍କ ନାମାନୁସାରେ ତିନୋଟି ଲିଙ୍ଗ ଅଛି । ସେହି କୁଣ୍ଡର ନାମ ଅମୃତବର୍ଷିଣୀ ଯାହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୩୦ମି ଓ ୨୮ମି ଅଟେ । ବିଭିନ୍ନ ପ୍ରତିମୂର୍ତ୍ତି ଯଥା ବିଲ୍ୱତୀର୍ଥ, ବିଶ୍ବନାନତୀର୍ଥ ଓ ମୁକୁନ୍ଦତୀର୍ଥ ନାମକ ତିନୋଟି ଅନ୍ୟ ଜଳାଶୟ ମଧ୍ୟ ଅଛି । ଏହା ମଧ୍ୟରେ ଗଙ୍ଗାଦେବୀ, ଜଳେଶ୍ୱର, ରାମେଶ୍ୱର, ଗୌତମେଶ୍ୱର, କେଦାରନାଥ, ରାମ, କୃଷ୍ଣ, ପର୍ଶୁରାମ ଓ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମୂର୍ତ୍ତି ଅଛି । ଏହି ମନ୍ଦିର ପରିସରରେ କେତେକ ମଠ ଓ ସନ୍ଥଙ୍କର ସମାଧି ଅଛି ।[୧]
ଜ୍ୟୋତିର୍ଲିଙ୍ଗ
[ସମ୍ପାଦନା]ଶିବ ପୁରାଣ ଅନୁସାରେ ଥରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ ସୃଷ୍ଟିର ବଡ କିଏ, ଏ ବିଷୟରେ ଯୁକ୍ତିତର୍କ ହେଲା ।[୨][୩] ତାଙ୍କର ପରୀକ୍ଷା ନେବା ପାଇଁ ଶିବ ଏକ ଅସୀମ ବିରାଟ ଆଲୋକ ସ୍ତମ୍ଭ ‘ଜ୍ୟୋତିର୍ଲିଙ୍ଗ’ ସୃଷ୍ଟି କଲେ । ଉଭୟ ବ୍ରହ୍ମା ଓ ବିଷ୍ଣୁ ସେହି ଆଲୋକ ସ୍ତମ୍ଭର ଶେଷ ଦେଖିବା ପାଇଁ ଉପର ତଳ ହୋଇ ବୁଲିବାକୁ ଲାଗିଲେ କିନ୍ତୁ ଅନ୍ତ ଦେଖିପାରିଲେ ନାହିଁ । ପରିଶେଷରେ ବ୍ରହ୍ମା ଶେଷ ଦେଖିଛନ୍ତି ବୋଲି ମିଛ କହିଲେ କିନ୍ତୁ ବିଷ୍ଣୁ ତାଙ୍କର ହାର ସ୍ୱୀକାର କଲେ । ଶିବ ଦ୍ୱିତୀୟ ସ୍ତମ୍ଭ ଭାବରେ ଉଭା ହୋଇ ବ୍ରହ୍ମାଙ୍କର କୌଣସି ଉତ୍ସବରେ ଭାଗ ମିଳିବନି କହିଲେ କିନ୍ତୁ ବିଷ୍ଣୁ ଚିରନ୍ତନ ଭାବରେ ପୂଜା ପାଇବେ, କହିଲେ । ଜ୍ୟୋତିର୍ଲିଙ୍ଗ ହିଁ ଶାଶ୍ୱତ ସତ୍ୟ ।
ଗୁଜରାଟର ସୋମନାଥ, ଆନ୍ଧ୍ରର ଶ୍ରୀଶୈଲମର ମଲ୍ଲିକାର୍ଜୁନ, ଉଜ୍ଜୟିନୀର ମହାକାଳେଶ୍ୱର, ମଧ୍ୟପ୍ରଦେଶର ଓଁକାରେଶ୍ୱର, ହିମାଳୟର କେଦାରନାଥ, ମହାରାଷ୍ଟ୍ରର ଭୀମଶଙ୍କର, ବାରାଣସୀର ବିଶ୍ୱନାଥ, ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱର , ଦେଓଘରର ବୈଦ୍ୟନାଥ, ଦ୍ୱାରକାର ନାଗେଶ୍ୱର ମନ୍ଦିର, ରାମେଶ୍ୱରର ରାମନାଥସ୍ୱାମୀ ଓ ଅଉରଙ୍ଗାବାଦର ଗ୍ରିସନେଶ୍ୱର ଇତ୍ୟାଦି ୧୨ ଜ୍ୟୋତିର୍ଲିଙ୍ଗଙ୍କର ନାମ । [୪] ଏକ ଆର୍ଦ୍ରା ନକ୍ଷତ୍ର ରାତିରେ ଶିବ ନିଜକୁ ଜ୍ୟୋତିର୍ଲିଙ୍ଗ ଭାବରେ ଦର୍ଶେଇଥିଲେ । ଜଣେ ବ୍ୟକ୍ତିର ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଗଲେ ଜ୍ୟୋତିର୍ଲିଙ୍ଗକୁ ପୃଥିବୀ ଭେଦ କରୁଥିବା ଦର୍ଶନ କରିପାରିବ । ଏହା ଶିବଙ୍କ ଅସୀମତା ଦେଖାଏ । ଅତି ଉଚ୍ଚ ସ୍ତରରେ ଶିବଙ୍କୁ ଆକାରହୀନ, ସୀମାହୀନ, ସମ୍ପୂର୍ଣ୍ଣ ବ୍ରହ୍ମ ଭାବରେ ସମ୍ମାନ କରାଯାଏ । ପ୍ରଥମେ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଉଥିଲା, କିନ୍ତୁ ୧୨ଟି ଜ୍ୟୋତିର୍ଲିଙ୍ଗକୁ ପବିତ୍ର ଓ ଶୁଭ ଭାବରେ ବିଚାର କରାଯାଏ । ପ୍ରତ୍ଯେକ ଜ୍ୟୋତିର୍ଲିଙ୍ଗ ସ୍ଥାନରେ ଶିବ ଭିନ୍ନ ଭାବରେ ପ୍ରକାଶ ପାଆନ୍ତି ।[୫] ପ୍ରତ୍ଯେକ ସ୍ଥାନରେ ଆରମ୍ଭ ଓ ଶେଷହୀନ ଭାବରେ ଶିବ ପ୍ରକାଶିତ ହୁଅନ୍ତି ।[୫][୬][୭]
ମନ୍ଦିର କିମ୍ବଦନ୍ତୀ
[ସମ୍ପାଦନା]ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ତ୍ରିମ୍ବକେଶ୍ୱର ଏକ ଧାର୍ମିକ କେନ୍ଦ୍ର ଭାବରେ ପରିଚିତ । ଏଠାରେ ଜ୍ୟୋତିର୍ଲିଙ୍ଗଙ୍କ ତିନୋଟି ମୁଖ ଅଛି ଯାହା ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ସହିତ ସାଦୃଶ୍ୟ ଅଛି । ଅତ୍ୟଧିକ ଜଳର ବ୍ୟବହାର ଯୋଗୁ ଲିଙ୍ଗ କ୍ଷୟ ହୋଇଯାଉଛି । ଏହି କ୍ଷୟ ସାମାଜିକ ଅବକ୍ଷୟର ପ୍ରତ୍ୟକକୁ ଦର୍ଶାଉଅଛି । ଲିଙ୍ଗକୁ ସ୍ୱର୍ଣ୍ଣିମ ତୁଣ୍ଡି ସହିତ ଗହଣା ମୁକୁଟ ପିନ୍ଧାଇଦିଆଯାଏ । ଏହି ମୁକୁଟରେ ହୀରା ଓ ଦାମିକିଆ ପ୍ରସ୍ତର ଲାଗିଛି । ଏହା ପାଣ୍ଡବ ଯୁଗର ମୁକୁଟ ବୋଲି କୁହାଯାଏ । ସମସ୍ତ ଜ୍ୟୋତିର୍ଲିଙ୍ଗରେ ଶିବ ମୂଖ୍ୟ ଦେବତା ଥାଆନ୍ତି । ବ୍ରହ୍ମଗିରି ପର୍ବତର ପାଦ ଦେଶରେ ସମଗ୍ର ମନ୍ଦିର କଳା ପଥରରେ ଚିତ୍ତାକର୍ଷକ ସ୍ଥାପତ୍ୟରେ ପାରିପୂର୍ଣ୍ଣ ଅଛି । ଏହି ବ୍ରହ୍ମଗିରି ପର୍ବତରୁ ଗୋଦାବରୀର ତିନି ଉପନଦୀ ବା ଉତ୍ସ ବାହାରିଛି ।
ପରିବହନ
[ସମ୍ପାଦନା]ତ୍ରିମ୍ବକେଶ୍ୱର ମନ୍ଦିର ନାସିକଠାରୁ ୩୦ କିମି ଓ ଥାଣେଠାରୁ ୧୫୭ କିମି ଦୂରରେ ଅବସ୍ଥିତ । ସବୁଠାରୁ ନିକଟ ରେଲୱେ ଷ୍ଟେସନ ରାସ୍ତା ପଥରେ ୩୯ କିମି ଦୂର ।[୮]
ଆଧାର
[ସମ୍ପାଦନା]- ↑ Harshananda, Swami (2012). Hindu Pilgrim centres (2nd ed.). Bangalore, India: Ramakrishna Math. pp. 149–50. ISBN 978-81-7907-053-6.
- ↑ Eck 1999, p. 107
- ↑ See: Gwynne 2008, Section on Char Dham
- ↑ Chaturvedi 2006, pp. 58-72
- ↑ ୫.୦ ୫.୧ Lochtefeld 2002, pp. 324-325
- ↑ Harding 1998, pp. 158-158
- ↑ Vivekananda Vol. 4
- ↑ "Nearest Railway Station To Trimbakeshwar". NearestRailwayStation.com. Archived from the original on 2022-09-11. Retrieved 2022-09-11.