ତ୍ରିମ୍ବକେଶ୍ଵର ଶିବ ମନ୍ଦିର

Coordinates: 19°55′56″N 73°31′51″E / 19.93222°N 73.53083°E / 19.93222; 73.53083
ଉଇକିପିଡ଼ିଆ‌ରୁ
ତ୍ରିମ୍ବକେଶ୍ୱର ଶିବ ମନ୍ଦିର, ତ୍ରିମ୍ବକେଶ୍ୱର
Trimbakeshwar Mandir
ତ୍ରିମ୍ବକ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictNashik
ଦେବାଦେବୀShiva
FestivalsMaha Shivaratri
Location
ସ୍ଥାନTrimbak
StateMaharashtra
Country India
ତ୍ରିମ୍ବକେଶ୍ଵର ଶିବ ମନ୍ଦିର is located in Maharashtra
ତ୍ରିମ୍ବକେଶ୍ଵର ଶିବ ମନ୍ଦିର
Location within Maharashtra
ଭୌଗଳିକ ଅବସ୍ଥିତି19°55′56″N 73°31′51″E / 19.93222°N 73.53083°E / 19.93222; 73.53083
Architecture
TypeHemadpanthi
Balaji Baji Rao
Website
Trimbakeshwar Trust Website

ତ୍ରିମ୍ବକେଶ୍ୱର ଶିବ ମନ୍ଦିର (श्री त्र्यंबकेश्वर ज्योतिर्लिंग मंदिर) ଏକ ପୁରାତ ଶିବ ମନ୍ଦିର ଯାହା ଭାରତର ମହାରାଷ୍ଟ୍ର ପ୍ରଦେଶର ନାସିକ ଜିଲ୍ଲାର ତ୍ରିମ୍ବକେଶ୍ୱର ତହସିଲରେ ଥିବା ତ୍ରିମ୍ବକ ଟାଉନରେ ଅବସ୍ଥିତ । ଏହା ନାସିକ ସହରଠାରୁ ୨୮ କିମି ଓ ନାସିକ ରାଶତାରୁ ୪୦ କିମି ଦୂରରେ ଅବସ୍ଥିତ । ଏହି ମନ୍ଦିର ଶିବଙ୍କୁ ସମର୍ପିତ ହୋଇଛି ଓ ଏଠାରେ ବାରଟି ଜ୍ୟୋତିର୍ଲିଙ୍ଗ (jyotirlingas) ମଧ୍ୟରୁ ଗୋଟିଏ ଅଛି ଓ ମହାରାଷ୍ଟ୍ରର ହିନ୍ଦୁ ଜେନିଓଲୋଜି ରେଜିଷ୍ଟର ରଖାଯାଇଛି । ଏହି ତ୍ରିମ୍ବକଠାରୁ ପବିତ୍ର ଗୋଦାବରୀ ନଦୀ ଆରମ୍ଭ ହୋଇଛି ।

ଇନ୍ଦୋର ଷ୍ଟେଟର ଫଡନାଭିସ ଥିବା ଶ୍ରୀମନ୍ତ ସର୍ଦ୍ଦାର ରାଓସାହେବ ପାରନେକର ମନ୍ଦିର ପରିସରରେ ଏକ କୁଶବର୍ତ କୁଣ୍ଡ (ପବିତ୍ର ପୋଖରୀ) ତିଆରି କରେଇଥିଲେ ଯେଉଁଥିରୁ ଭାରତର ଦ୍ୱିତୀୟ ଦୀର୍ଘ ଗୋଦାବରୀ ନଦୀ ଆରମ୍ଭ ହୋଇଛି । ଏହି କୁଣ୍ଡ ଧାରାରେ ସର୍ଦ୍ଦାର ଫଦନାଭିସ ଓ ତାଙ୍କ ପତ୍ନୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ପୁରୁଣା ମନ୍ଦିର ଭାଙ୍ଗିଯିବା ପରେ ପେଶୱା ବାଲାଜି ବାଜି ରାଓ ଆଧୁନିକ ମନ୍ଦିର ତୋଳେଇଥିଲେ ।

ସ୍ଥାପତ୍ୟ[ସମ୍ପାଦନା]

ଏହି ମନ୍ଦିରଟି ବ୍ରହ୍ମଗିରି, ନିଳଗିରି ଓ କଲାଗିରି ନାମକ ତିନୋଟି ପର୍ବତ ମଧ୍ୟରେ ସ୍ଥାପିତ ହୋଇଛି । ମନ୍ଦିରରେ ଶିବ, ବିଷ୍ଣୁ ଓ ବ୍ରହ୍ମାଙ୍କ ନାମାନୁସାରେ ତିନୋଟି ଲିଙ୍ଗ ଅଛି । ସେହି କୁଣ୍ଡର ନାମ ଅମୃତବର୍ଷିଣୀ ଯାହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୩୦ମି ଓ ୨୮ମି ଅଟେ । ବିଭିନ୍ନ ପ୍ରତିମୂର୍ତ୍ତି ଯଥା ବିଲ୍ୱତୀର୍ଥ, ବିଶ୍ବନାନତୀର୍ଥ ଓ ମୁକୁନ୍ଦତୀର୍ଥ ନାମକ ତିନୋଟି ଅନ୍ୟ ଜଳାଶୟ ମଧ୍ୟ ଅଛି । ଏହା ମଧ୍ୟରେ ଗଙ୍ଗାଦେବୀ, ଜଳେଶ୍ୱର, ରାମେଶ୍ୱର, ଗୌତମେଶ୍ୱର, କେଦାରନାଥ, ରାମ, କୃଷ୍ଣ, ପର୍ଶୁରାମ ଓ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମୂର୍ତ୍ତି ଅଛି । ଏହି ମନ୍ଦିର ପରିସରରେ କେତେକ ମଠ ଓ ସନ୍ଥଙ୍କର ସମାଧି ଅଛି ।[୧]

ଜ୍ୟୋତିର୍ଲିଙ୍ଗ[ସମ୍ପାଦନା]

Triambakeshwar Temple, Nashik

ଶିବ ପୁରାଣ ଅନୁସାରେ ଥରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଓ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ ସୃଷ୍ଟିର ବଡ କିଏ, ଏ ବିଷୟରେ ଯୁକ୍ତିତର୍କ ହେଲା ।[୨][୩] ତାଙ୍କର ପରୀକ୍ଷା ନେବା ପାଇଁ ଶିବ ଏକ ଅସୀମ ବିରାଟ ଆଲୋକ ସ୍ତମ୍ଭ ‘ଜ୍ୟୋତିର୍ଲିଙ୍ଗ’ ସୃଷ୍ଟି କଲେ । ଉଭୟ ବ୍ରହ୍ମା ଓ ବିଷ୍ଣୁ ସେହି ଆଲୋକ ସ୍ତମ୍ଭର ଶେଷ ଦେଖିବା ପାଇଁ ଉପର ତଳ ହୋଇ ବୁଲିବାକୁ ଲାଗିଲେ କିନ୍ତୁ ଅନ୍ତ ଦେଖିପାରିଲେ ନାହିଁ । ପରିଶେଷରେ ବ୍ରହ୍ମା ଶେଷ ଦେଖିଛନ୍ତି ବୋଲି ମିଛ କହିଲେ କିନ୍ତୁ ବିଷ୍ଣୁ ତାଙ୍କର ହାର ସ୍ୱୀକାର କଲେ । ଶିବ ଦ୍ୱିତୀୟ ସ୍ତମ୍ଭ ଭାବରେ ଉଭା ହୋଇ ବ୍ରହ୍ମାଙ୍କର କୌଣସି ଉତ୍ସବରେ ଭାଗ ମିଳିବନି କହିଲେ କିନ୍ତୁ ବିଷ୍ଣୁ ଚିରନ୍ତନ ଭାବରେ ପୂଜା ପାଇବେ, କହିଲେ । ଜ୍ୟୋତିର୍ଲିଙ୍ଗ ହିଁ ଶାଶ୍ୱତ ସତ୍ୟ ।

ଗୁଜରାଟର ସୋମନାଥ, ଆନ୍ଧ୍ରର ଶ୍ରୀଶୈଲମର ମଲ୍ଲିକାର୍ଜୁନ, ଉଜ୍ଜୟିନୀର ମହାକାଳେଶ୍ୱର, ମଧ୍ୟପ୍ରଦେଶର ଓଁକାରେଶ୍ୱର, ହିମାଳୟର କେଦାରନାଥ, ମହାରାଷ୍ଟ୍ରର ଭୀମଶଙ୍କର, ବାରାଣସୀର ବିଶ୍ୱନାଥ, ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱର , ଦେଓଘରର ବୈଦ୍ୟନାଥ, ଦ୍ୱାରକାର ନାଗେଶ୍ୱର ମନ୍ଦିର, ରାମେଶ୍ୱରର ରାମନାଥସ୍ୱାମୀ ଓ ଅଉରଙ୍ଗାବାଦର ଗ୍ରିସନେଶ୍ୱର ଇତ୍ୟାଦି ୧୨ ଜ୍ୟୋତିର୍ଲିଙ୍ଗଙ୍କର ନାମ । [୪] ଏକ ଆର୍ଦ୍ରା ନକ୍ଷତ୍ର ରାତିରେ ଶିବ ନିଜକୁ ଜ୍ୟୋତିର୍ଲିଙ୍ଗ ଭାବରେ ଦର୍ଶେଇଥିଲେ । ଜଣେ ବ୍ୟକ୍ତିର ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଗଲେ ଜ୍ୟୋତିର୍ଲିଙ୍ଗକୁ ପୃଥିବୀ ଭେଦ କରୁଥିବା ଦର୍ଶନ କରିପାରିବ । ଏହା ଶିବଙ୍କ ଅସୀମତା ଦେଖାଏ । ଅତି ଉଚ୍ଚ ସ୍ତରରେ ଶିବଙ୍କୁ ଆକାରହୀନ, ସୀମାହୀନ, ସମ୍ପୂର୍ଣ୍ଣ ବ୍ରହ୍ମ ଭାବରେ ସମ୍ମାନ କରାଯାଏ । ପ୍ରଥମେ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଉଥିଲା, କିନ୍ତୁ ୧୨ଟି ଜ୍ୟୋତିର୍ଲିଙ୍ଗକୁ ପବିତ୍ର ଓ ଶୁଭ ଭାବରେ ବିଚାର କରାଯାଏ । ପ୍ରତ୍ଯେକ ଜ୍ୟୋତିର୍ଲିଙ୍ଗ ସ୍ଥାନରେ ଶିବ ଭିନ୍ନ ଭାବରେ ପ୍ରକାଶ ପାଆନ୍ତି ।[୫] ପ୍ରତ୍ଯେକ ସ୍ଥାନରେ ଆରମ୍ଭ ଓ ଶେଷହୀନ ଭାବରେ ଶିବ ପ୍ରକାଶିତ ହୁଅନ୍ତି ।[୫][୬][୭]

ମନ୍ଦିର କିମ୍ବଦନ୍ତୀ[ସମ୍ପାଦନା]

Close up of the top of Trimbakeshwar Shiva Temple

ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ତ୍ରିମ୍ବକେଶ୍ୱର ଏକ ଧାର୍ମିକ କେନ୍ଦ୍ର ଭାବରେ ପରିଚିତ । ଏଠାରେ ଜ୍ୟୋତିର୍ଲିଙ୍ଗଙ୍କ ତିନୋଟି ମୁଖ ଅଛି ଯାହା ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ସହିତ ସାଦୃଶ୍ୟ ଅଛି । ଅତ୍ୟଧିକ ଜଳର ବ୍ୟବହାର ଯୋଗୁ ଲିଙ୍ଗ କ୍ଷୟ ହୋଇଯାଉଛି । ଏହି କ୍ଷୟ ସାମାଜିକ ଅବକ୍ଷୟର ପ୍ରତ୍ୟକକୁ ଦର୍ଶାଉଅଛି । ଲିଙ୍ଗକୁ ସ୍ୱର୍ଣ୍ଣିମ ତୁଣ୍ଡି ସହିତ ଗହଣା ମୁକୁଟ ପିନ୍ଧାଇଦିଆଯାଏ । ଏହି ମୁକୁଟରେ ହୀରା ଓ ଦାମିକିଆ ପ୍ରସ୍ତର ଲାଗିଛି । ଏହା ପାଣ୍ଡବ ଯୁଗର ମୁକୁଟ ବୋଲି କୁହାଯାଏ । ସମସ୍ତ ଜ୍ୟୋତିର୍ଲିଙ୍ଗରେ ଶିବ ମୂଖ୍ୟ ଦେବତା ଥାଆନ୍ତି । ବ୍ରହ୍ମଗିରି ପର୍ବତର ପାଦ ଦେଶରେ ସମଗ୍ର ମନ୍ଦିର କଳା ପଥରରେ ଚିତ୍ତାକର୍ଷକ ସ୍ଥାପତ୍ୟରେ ପାରିପୂର୍ଣ୍ଣ ଅଛି । ଏହି ବ୍ରହ୍ମଗିରି ପର୍ବତରୁ ଗୋଦାବରୀର ତିନି ଉପନଦୀ ବା ଉତ୍ସ ବାହାରିଛି ।

ପରିବହନ[ସମ୍ପାଦନା]

ତ୍ରିମ୍ବକେଶ୍ୱର ମନ୍ଦିର ନାସିକଠାରୁ ୩୦ କିମି ଓ ଥାଣେଠାରୁ ୧୫୭ କିମି ଦୂରରେ ଅବସ୍ଥିତ । ସବୁଠାରୁ ନିକଟ ରେଲୱେ ଷ୍ଟେସନ ରାସ୍ତା ପଥରେ ୩୯ କିମି ଦୂର ।[୮]

ଆଧାର[ସମ୍ପାଦନା]

  1. Harshananda, Swami (2012). Hindu Pilgrim centres (2nd ed.). Bangalore, India: Ramakrishna Math. pp. 149–50. ISBN 978-81-7907-053-6.
  2. Eck 1999, p. 107
  3. See: Gwynne 2008, Section on Char Dham
  4. Chaturvedi 2006, pp. 58-72
  5. ୫.୦ ୫.୧ Lochtefeld 2002, pp. 324-325
  6. Harding 1998, pp. 158-158
  7. Vivekananda Vol. 4
  8. "Nearest Railway Station To Trimbakeshwar". NearestRailwayStation.com.