ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ

ଉଇକିପିଡ଼ିଆ‌ରୁ
ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (Disseminated intravascular coagulation)
Disseminated intravascular coagulopathy, consumptive coagulopathy, defibrination syndrome[୧]
ଡିଆସି ରୋଗୀର ବୃକ୍‌କ ବାୟୋପ୍ସିର ମାଇକ୍ରୋଗ୍ରାଫରେ (Micrograph) ଆକ୍ୟୁଟ ଥ୍ରୋମ୍ବୋଟିକ ମାଇକ୍ରୋଆଞ୍ଜିଓପାଥି (thrombotic microangiopathy) ଥିବା ଦେଖାଯାଉଛି । ( A clot is present in the hilum of the glomerulus (center of image).
ବିଭାଗହେମାଟୋଲୋଜି (Haematology) )
ଲକ୍ଷଣଛାତି ଯନ୍ତ୍ରଣା (Chest pain), ଅଣନିଶ୍ୱାସୀ (shortness of breath), ଗୋଡ଼ ଯନ୍ତ୍ରଣା, ବାକ୍ ସମସ୍ୟା, ବିଭିନ୍ନ ଅଙ୍ଗ ଚାଳନାରେ ଅସୁବିଧା ଓ ରକ୍ତସ୍ରାବ [୧]
କାରଣସେପ୍ସିସ, ଅପରେଶନ (surgery), ବଡ଼ ଆଘାତ (major trauma), କର୍କଟ ରୋଗ, (complications of pregnancy), ସାପକାମୁଡ଼ା, ତୁଷାରକ୍ଷତ, ଦଗ୍ଧ[୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା (Blood tests)[୨]
ସଠିକ ରୋଗ ନିର୍ଣ୍ଣୟଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପରପୁରା (Thrombotic thrombocytopenic purpura, ହେମୋଲାଇଟିକ-ଯୁରେମିକ ସିଣ୍ଡ୍ରୋମ (hemolytic-uremic syndrome)[୧]
ଔଷଧପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (Platelets), କ୍ରାୟୋପ୍ରେସିପିଟେଟ (cryoprecipitate), ଫ୍ରେସ ଫ୍ରୋଜନ ପ୍ଲାଜମା (fresh frozen plasma), ହେପାରିନ heparin[୨]
ଚିକିତ୍ସାଅନ୍ତର୍ନିହିତ କାରଣମାନଙ୍କର ଚିକିତ୍ସା [୩]
Prognosisମୃତ୍ୟୁ ସଙ୍କଟ ୨୦-୫୦% [୪]
ପୁନଃପୌନିକଡାକ୍ତରଖାନାରେ ଆଡମିସନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧% । [୪]

ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ ବା ଡିଆଇସି (ଇଂରାଜୀ ଭାଷାରେ Disseminated intravascular coagulation/ DIC) ରୋଗରେ ସାରା ଶରୀରର ରକ୍ତ ଜମାଟ ତିଆରି ହୋଇ ମାଇକ୍ରୋ ରକ୍ତନଳୀଙ୍କୁ (small blood vessels) ଅବରୋଧ କରିଦିଏ ।[୧] ଛାତି ଯନ୍ତ୍ରଣା (Chest pain), ଅଣନିଶ୍ୱାସୀ (shortness of breath), ଗୋଡ଼ ଯନ୍ତ୍ରଣା, ବାକ୍ ସମସ୍ୟା, ବିଭିନ୍ନ ଅଙ୍ଗ ଚାଳନାରେ ଅସୁବିଧା ହୋଇପାରେ ।[୧] ଅତ୍ୟଧିକ କ୍ଲଟିଙ୍ଗ ଫ୍ୟାକ୍ଟର (clotting factor) ବ୍ୟବ‌ହୃତ ହେବା ଫଳରେ ପରିମାଣ କମିଯାଏ ଓ ତା'ପରେ ଅଧିକ ଜମାଟ ନହୋଇପାରି ରକ୍ତସ୍ରାବ ହୁଏ ।[୧] ଏହି ରକ୍ତସ୍ରାବ ଯୋଗୁ ପରିସ୍ରାରେ ରକ୍ତ (blood in the urine), ଝାଡ଼ାରେ ରକ୍ତ (blood in the stool) ଓ ଚର୍ମରେ ରକ୍ତ ପଡ଼େ । [୧] ଫଳରେ ଅଙ୍ଗପ୍ରତ୍ୟଙ୍ଗ ଫେଲ (organ failure) ମାରି କାମ କରିପାରନ୍ତିନି । [୨]

ସାଧାରଣତଃ ସେପ୍ସିସ, ଅପରେଶନ (surgery), ବଡ଼ ଆଘାତ (major trauma), କର୍କଟ ରୋଗ, (complications of pregnancy) କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ ।[୧] ଏହା ବ୍ୟତୀତ ସାପକାମୁଡ଼ା, ତୁଷାରକ୍ଷତ, ଦଗ୍ଧ କାରଣ ଯୋଗୁ ଅଳ୍ପ କେତେକ ଲୋକଙ୍କର ହୁଏ ।[୧] ଏହାର ଦୁଇ ପ୍ରକାର ଉପସ୍ଥାପନା ହୁଏ ଯଥା:- ଆକ୍ୟୁଟ ବା ଦୃତ ଆରମ୍ଭ ଓ କ୍ରନିକ ବା ଧୀର ଆରମ୍ଭ ।[୧] ରକ୍ତ ପରୀକ୍ଷା (Blood tests) କରି ରୋଗ ନିର୍ଣ୍ଣୟ କରିହୁଏ ।[୨] ରକ୍ତରେ ଥ୍ରମ୍ବୋସାଇଟୋପେନିଆ (low platelets), ଅଳ୍ପ ଫିବ୍ରିନୋଜେନ (fibrinogen), ଅଧିକ ଅଇଏନଆର (INR), ବା ଅଧିକ ଡି-ଡାଇମର (D-dimer) ଥାଇପାରେ । [୨]

ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୨][୩] ଔଷଧ ମଧ୍ୟରେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (Platelets), କ୍ରାୟୋପ୍ରେସିପିଟେଟ (cryoprecipitate), ଫ୍ରେସ ଫ୍ରୋଜନ ପ୍ଲାଜମା (fresh frozen plasma) ଦିଆଯାଏ ।[୨] କ୍ରନିକ କେଶ୍‌ରେ ହେପାରିନ heparin ଉପକାରରେ ଆସେ ।[୨] ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧% ରୋଗୀଙ୍କର ଏହି ରୋଗ ହୁଏ ।[୪] ସେପ୍ସିସ ରୋଗଙ୍କ କ୍ଷେତ୍ରରେ ୨୦%ରୁ ୫୦% ରୋଗୀଙ୍କର ଏହି ରୋଗ ହୁଏ ।[୪] ମୃତ୍ୟୁ ସଙ୍କଟ ମଧ୍ୟ ୨୦-୫୦% ରହେ । [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Disseminated Intravascular Coagulation | NHLBI, NIH". www.nhlbi.nih.gov (in ଇଂରାଜୀ). Retrieved 20 December 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Disseminated Intravascular Coagulation (DIC) - Hematology and Oncology". Merck Manuals Professional Edition (in କାନାଡିୟ ଇଂରାଜୀ). September 2016. Retrieved 20 December 2017.
  3. ୩.୦ ୩.୧ Levi, M (2007). "Disseminated Intravascular Coagulation". Critical Care Medicine. 35 (9): 2191–2195. doi:10.1097/01.CCM.0000281468.94108.4B. PMID 17855836.
  4. ୪.୦ ୪.୧ ୪.୨ ୪.୩ ୪.୪ Gando, Satoshi; Levi, Marcel; Toh, Cheng-Hock (2 June 2016). "Disseminated intravascular coagulation". Nature Reviews Disease Primers. 2: 16037. doi:10.1038/nrdp.2016.37. PMID 27250996.