ଟେନ୍ସରଫ୍ଲୋ
ଡେଭେଲପର | ଗୁଗଲ ବ୍ରେନ Team |
---|---|
ପ୍ରଥମ ରିଲିଜ୍ | ନଭେମ୍ବର 9, 2015 |
ଷ୍ଟେବଲ୍ ରିଲିଜ୍ | 1.2.0[୧] / ଜୁନ 15, 2017 |
ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ | Python, C++, CUDA |
ପ୍ଲାଟଫର୍ମ | Linux, macOS, Windows, Android |
ପ୍ରକାର | Machine learning library |
ଲାଇସେନ୍ସ | Apache 2.0 open source license |
ୱେବସାଇଟ | www |
ଟେନସରଫ୍ଲୋ ହେଉଛି ଗୁଗଲର ଏକ ଗାଣିତିକ ପ୍ରଣାଳୀ ଯାହାକୁ ବ୍ୟବହାର କରି, ବୈଦ୍ୟୁତିକ ଯନ୍ତ୍ର ଏବଂ କମ୍ପ୍ୟୁଟର ସମୂହକୁ କୁତ୍ରିମ ବୁଦ୍ଧି ପ୍ରଦାନ କରିହେବ । ଏହା ବର୍ତ୍ତମାନ, ବିଭିନ୍ନ ରିସର୍ଚ୍ଚ କାମରେ ବ୍ୟବହାର ହେବା ସହିତ, ଗୁଗଲର ବିଭିନ୍ନ ସଫ୍ଟୱେରରେ ମଧ୍ୟ ବ୍ୟବହାର ହେଉ ଅଛି । ଟେନ୍ସରଫ୍ଲୋ ପ୍ରାଥମିକ ଭାବେ ଏକ ନିଜସ୍ୱ ଗାଣିତିକ ବିଧି ଭାବେ ଗୁଗଲର ବ୍ରେନ ଟିମ ତିଆରି କରିଥିଲେ । ନଭେମ୍ବର ୯ ତାରିଖ, ୨୦୧୫ରେ ଏହାକୁ ଏକ ଓପନ ସୋର୍ସ ସଫ୍ଟୱେର ଭାବେ ଘୋଷଣା କରାଯାଇଥିଲା ।
ଇତିହାସ
[ସମ୍ପାଦନା]ଦିଷ୍ଟବିଲିଭ
[ସମ୍ପାଦନା]୨୦୧୧ ମସିହାରେ ଗୁଗଲ ଡିସ୍ଟବିଲିଭକୁ ଏକ ନିଜସ୍ୱ ମେସିନ ଲର୍ନିଙ୍ଗ ପଦ୍ଧତି ଭାବେ ଉନମୋଚନ କରିଥିଲା ଯାହା କି ଡିପ୍ ଳର୍ନିଙ୍ଗ ଉପରେ ଆଧାରିତ ଥିଲା । ଧିରେ ଧିରେ ଏହା ଆଲଫାବେଟର କମ୍ପାନି ଗୁଡିକରେ ବହୁଳ ବ୍ୟବହାର ହେବାରେ ଲାଗିଲା । ଏହାପାରେ ଗୁଗଲ ନିଜର ଅନେକ ଗୁଡିଏ କମ୍ପ୍ୟୁଟର ବିଜ୍ଞାନୀଙ୍କୁ ଦିଷ୍ଟବିଲିଭର ପ୍ରଶାରଣରେ ନିଯୁକ୍ତ କରିଥିଲେ । ଦିଷ୍ଟବିଲିଭରେ ଆହୁରି ଅନେକ ତଥ୍ୟ ଯୋଡ଼ାଯାଇ ଏହାକୁ ପରବର୍ତ୍ତୀକାଳରେ ଟେନ୍ସରଫ୍ଲୋ ନାମରେ ନାମିତ କରାଯାଇଥିଲା । ୨୦୦୯ ମସିହାରେ ଏହାକୁ ବ୍ୟବହାର କରି ଗୁଗଲର ସ୍ୱର ସନ୍ଧାନୀ ଏବଂ ଗୁଗଲ ସନ୍ଧାନୀରେ ଥିବା ୨୫ ପ୍ରତିଶତ ତ୍ରୁଟିକୁ ଠିକ କରାଯାଇଥିଲା ।
ଟେନ୍ସରଫ୍ଲୋ
[ସମ୍ପାଦନା]ଟେନ୍ସରଫ୍ଲୋ ହେଉଛି ଗୁଗଲର ଦ୍ୱିତୀୟ ପିଢ଼ିର ଗାଣିତିକ ବିଧି, ଯାହାକୁ ୯ ନଭେମ୍ବର, ୨୦୧୫ରେ ଏକ ଓପନ ସୋର୍ସ ସଫ୍ଟଓୟାର ଭାବେ ଉନ୍ମୋଚନ କରାଯାଇଥିଲା । ଏହାର ମୁଖ୍ୟ ସଫ୍ଟୱେରଟି ଗୋଟିଏ ମାତ୍ର ଯନ୍ତ୍ରରେ ପରିଚାଳିତ ହେଉଥିବା ବେଳେ, ଟେନ୍ସରଫ୍ଲୋକୁ ଏକାଧିକ ସି.ପି.ୟୁ ଏବଂ ଜି.ପି.ୟୁରେ ବ୍ୟବହାର କରିହେବ । ଟେନ୍ସରଫ୍ଲୋ ଉଭୟ ଲିନକ୍ସ, ମ୍ୟାକ ଓଏସ, ଉଇଣ୍ଡୋଜ, ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଉପଲବ୍ଧ ହେଉଛି ।
ଟେନ୍ସର ପ୍ରୋସେସିଙ୍ଗ ୟୁନିଟ
[ସମ୍ପାଦନା]ମଇ ୨୦୧୭ରେ ଗୁଗଲ ନିଜର ଟେନ୍ସର ପ୍ରୋସେସିଙ୍ଗ ୟୁନିଟ, ଯାହାକି ବିଶେଷ କରି ମେସିନ ଲରଣୀଙ୍ଗ ଏବଂ ଟେନ୍ସରଫ୍ଲୋ ପାଇଁ ପ୍ରସ୍ତୁତି କରାଯାଇଛି । ଟି.ପି.ୟୁ ହେଉଛି ଏକ ପ୍ରୋଗ୍ରାମ କରିହେଉଥିବା ଯନ୍ତ୍ର ଯାହାକୁ ବ୍ୟବହାରକରି ଖୁବ କମ ସମୟ ମଧ୍ୟରେ ବହୁତ ମାତ୍ରାରେ ଟେନ୍ସରକୁ ପ୍ରୋସେସ କରିହେବ ।
ଟେନ୍ସରଫ୍ଲୋ ଲାଇଟ
[ସମ୍ପାଦନା]ମଇ ୨୦୧୭ରେ ଗୁଗଲ, ଆଣ୍ଡ୍ରଏଡ଼ ଏବଂ ଆଇଓଏସ ପାଇଁ ଟେନ୍ସରଫ୍ଲୋ ଲାଇଟର ଉନ୍ମୋଚନ କରାଯାଇଥିଲା ।
ବିଶେଷତ୍ୱ
[ସମ୍ପାଦନା]ଟେନ୍ସରଫ୍ଲୋ ପାଇଥନ ଏପିଆଇ, ସି++ ଏପିଆଇ, ହସ୍କେଲ, ଜାଭା ଏବଂ ରେଷ୍ଟ ଏପିଆଇ ଭଳି ସେବା ମଧ୍ୟ ପ୍ରଦାନ କରୁଅଛି ।
ବ୍ୟବହାର
[ସମ୍ପାଦନା]ଟେନ୍ସରଫ୍ଲୋର ବ୍ୟବହାର ମଧ୍ୟରେ ସ୍ୱୟଂଚାଳିତ ଚିତ୍ର ଉତବଳ୍କ ସେବା, ଡିପ୍ ଡ୍ରିମ ସେବା ଅନ୍ୟତମ ।
ଆଧାର
[ସମ୍ପାଦନା]- ↑ "TensorFlow Release" (in ଆମେରିକୀୟ ଇଂରାଜୀ). Retrieved 2017-06-19.