ଟେନ୍ସରଫ୍ଲୋ

ଉଇକିପିଡ଼ିଆ‌ରୁ
ଟେନସରଫ୍ଲୋ
ଡେଭେଲପରଗୁଗଲ ବ୍ରେନ Team
ପ୍ରଥମ ରିଲିଜ୍ନଭେମ୍ବର 9, 2015; 8 years ago (2015-୧୧-09)
ଷ୍ଟେବଲ୍ ରିଲିଜ୍1.2.0[୧] / ଜୁନ 15, 2017; 6 years ago (2017-୦୬-15)
ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍Python, C++, CUDA
ପ୍ଲାଟଫର୍ମLinux, macOS, Windows, Android
ପ୍ରକାରMachine learning library
ଲାଇସେନ୍ସApache 2.0 open source license
ୱେବସାଇଟwww.tensorflow.org

ଟେନସରଫ୍ଲୋ ହେଉଛି ଗୁଗଲର ଏକ ଗାଣିତିକ ପ୍ରଣାଳୀ ଯାହାକୁ ବ୍ୟବହାର କରି, ବୈଦ୍ୟୁତିକ ଯନ୍ତ୍ର ଏବଂ କମ୍ପ୍ୟୁଟର ସମୂହକୁ କୁତ୍ରିମ ବୁଦ୍ଧି ପ୍ରଦାନ କରିହେବ । ଏହା ବର୍ତ୍ତମାନ, ବିଭିନ୍ନ ରିସର୍ଚ୍ଚ କାମରେ ବ୍ୟବହାର ହେବା ସହିତ, ଗୁଗଲର ବିଭିନ୍ନ ସଫ୍ଟୱେରରେ ମଧ୍ୟ ବ୍ୟବହାର ହେଉ ଅଛି । ଟେନ୍ସରଫ୍ଲୋ ପ୍ରାଥମିକ ଭାବେ ଏକ ନିଜସ୍ୱ ଗାଣିତିକ ବିଧି ଭାବେ ଗୁଗଲର ବ୍ରେନ ଟିମ ତିଆରି କରିଥିଲେ । ନଭେମ୍ବର ୯ ତାରିଖ, ୨୦୧୫ରେ ଏହାକୁ ଏକ ଓପନ ସୋର୍ସ ସଫ୍ଟୱେର ଭାବେ ଘୋଷଣା କରାଯାଇଥିଲା ।

ଇତିହାସ[ସମ୍ପାଦନା]

ଦିଷ୍ଟବିଲିଭ[ସମ୍ପାଦନା]

୨୦୧୧ ମସିହାରେ ଗୁଗଲ ଡିସ୍ଟବିଲିଭକୁ ଏକ ନିଜସ୍ୱ ମେସିନ ଲର୍ନିଙ୍ଗ ପଦ୍ଧତି ଭାବେ ଉନମୋଚନ କରିଥିଲା ଯାହା କି ଡିପ୍ ଳର୍ନିଙ୍ଗ ଉପରେ ଆଧାରିତ ଥିଲା । ଧିରେ ଧିରେ ଏହା ଆଲଫାବେଟର କମ୍ପାନି ଗୁଡିକରେ ବ‌ହୁଳ ବ୍ୟ‌ବ‌ହାର ହେବାରେ ଲାଗିଲା । ଏହାପାରେ ଗୁଗଲ ନିଜର ଅନେକ ଗୁଡିଏ କମ୍ପ୍ୟୁଟର ବିଜ୍ଞାନୀଙ୍କୁ ଦିଷ୍ଟବିଲିଭର ପ୍ରଶାରଣରେ ନିଯୁକ୍ତ କରିଥିଲେ । ଦିଷ୍ଟବିଲିଭରେ ଆହୁରି ଅନେକ ତଥ୍ୟ ଯୋଡ଼ାଯାଇ ଏହାକୁ ପରବର୍ତ୍ତୀକାଳରେ ଟେନ୍ସରଫ୍ଲୋ ନାମରେ ନାମିତ କରାଯାଇଥିଲା । ୨୦୦୯ ମସିହାରେ ଏହାକୁ ବ୍ୟବହାର କରି ଗୁଗଲର ସ୍ୱର ସନ୍ଧାନୀ ଏବଂ ଗୁଗଲ ସନ୍ଧାନୀରେ ଥିବା ୨୫ ପ୍ରତିଶତ ତ୍ରୁଟିକୁ ଠିକ କରାଯାଇଥିଲା ।

ଟେନ୍ସରଫ୍ଲୋ[ସମ୍ପାଦନା]

ଟେନ୍ସରଫ୍ଲୋ ହେଉଛି ଗୁଗଲର ଦ୍ୱିତୀୟ ପିଢ଼ିର ଗାଣିତିକ ବିଧି, ଯାହାକୁ ୯ ନଭେମ୍ବର, ୨୦୧୫ରେ ଏକ ଓପନ ସୋର୍ସ ସଫ୍ଟଓୟାର ଭାବେ ଉନ୍ମୋଚନ କରାଯାଇଥିଲା । ଏହାର ମୁଖ୍ୟ ସଫ୍ଟୱେରଟି ଗୋଟିଏ ମାତ୍ର ଯନ୍ତ୍ରରେ ପରିଚାଳିତ ହେଉଥିବା ବେଳେ, ଟେନ୍ସରଫ୍ଲୋକୁ ଏକାଧିକ ସି.ପି.ୟୁ ଏବଂ ଜି.ପି.ୟୁରେ ବ୍ୟବହାର କରିହେବ । ଟେନ୍ସରଫ୍ଲୋ ଉଭୟ ଲିନକ୍ସ, ମ୍ୟାକ ଓଏସ, ଉଇଣ୍ଡୋଜ, ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଉପଲବ୍ଧ ହେଉଛି ।

ଟେନ୍ସର ପ୍ରୋସେସିଙ୍ଗ ୟୁନିଟ[ସମ୍ପାଦନା]

ମଇ ୨୦୧୭ରେ ଗୁଗଲ ନିଜର ଟେନ୍ସର ପ୍ରୋସେସିଙ୍ଗ ୟୁନିଟ, ଯାହାକି ବିଶେଷ କରି ମେସିନ ଲରଣୀଙ୍ଗ ଏବଂ ଟେନ୍ସରଫ୍ଲୋ ପାଇଁ ପ୍ରସ୍ତୁତି କରାଯାଇଛି । ଟି.ପି.ୟୁ ହେଉଛି ଏକ ପ୍ରୋଗ୍ରାମ କରିହେଉଥିବା ଯନ୍ତ୍ର ଯାହାକୁ ବ୍ୟବହାରକରି ଖୁବ କମ ସମୟ ମଧ୍ୟରେ ବହୁତ ମାତ୍ରାରେ ଟେନ୍ସରକୁ ପ୍ରୋସେସ କରିହେବ ।

ଟେନ୍ସରଫ୍ଲୋ ଲାଇଟ[ସମ୍ପାଦନା]

ମଇ ୨୦୧୭ରେ ଗୁଗଲ, ଆଣ୍ଡ୍ରଏଡ଼ ଏବଂ ଆଇଓଏସ ପାଇଁ ଟେନ୍ସରଫ୍ଲୋ ଲାଇଟର ଉନ୍ମୋଚନ କରାଯାଇଥିଲା ।

ବିଶେଷତ୍ୱ[ସମ୍ପାଦନା]

ଟେନ୍ସରଫ୍ଲୋ ପାଇଥନ ଏପିଆଇ, ସି++ ଏପିଆଇ, ହସ୍କେଲ, ଜାଭା ଏବଂ ରେଷ୍ଟ ଏପିଆଇ ଭଳି ସେବା ମଧ୍ୟ ପ୍ରଦାନ କରୁଅଛି ।

ବ୍ୟବହାର[ସମ୍ପାଦନା]

ଟେନ୍ସରଫ୍ଲୋର ବ୍ୟବହାର ମଧ୍ୟରେ ସ୍ୱୟଂଚାଳିତ ଚିତ୍ର ଉତବଳ୍କ ସେବା, ଡିପ୍ ଡ୍ରିମ ସେବା ଅନ୍ୟତମ ।

ଆଧାର[ସମ୍ପାଦନା]

  1. "TensorFlow Release" (in ଆମେରିକୀୟ ଇଂରାଜୀ). Retrieved 2017-06-19.