ଝିଲିଲତା ସେଣ
ଝିଲିଲତା ସେଣ | |
---|---|
ଜନ୍ମ | ଝିଲିଲତା ସେଣ ୧ ଜୁଲାଇ ୧୯୮୭ ସରୋଭା, ପୁରୀ |
ଜାତୀୟତା | ଭାରତୀୟ |
ଚାକିରିକ୍ଷେତ୍ର | ପୂର୍ବୋତ୍ତର ରେଳବାଈ |
ପ୍ରସିଦ୍ଧି | ଭଲିବଲ ଖେଳାଳି |
ବୈବାହିକ-ସାଥୀ | ସତ୍ୟଜୀତ ମୁଦୁଲି |
ପିତାମାତା | ଦିବାକର ସେଣ |
ସମ୍ପର୍କୀୟ | ଶିବାନନ୍ଦ ସେଣ (ଭାଇ) |
ପୁରସ୍କାର | ଏକଲବ୍ୟ ପୁରସ୍କାରରେ ସମ୍ବର୍ଦ୍ଧନା ୨୦୦୫ |
ଝିଲିଲତା ସେଣ ( ଜନ୍ମ : ୦୧ ଜୁଲାଇ ୧୯୮୭ ) ଜଣେ ଓଡ଼ିଆ ଭଲିବଲ ଖେଳାଳି ।[୧] ଆନ୍ତର୍ଜାତୀୟକ ସ୍ତରରେ ଭଲିବଲ ଖେଳିବାରେ ସେ ପ୍ରଥମ ଓଡ଼ିଆ ମହିଳା ।[୨] ତାଙ୍କୁ ଭଲିବଲର ଅଲରାଉଣ୍ଡର ଖେଳାଳି କୁହାଯାଏ, କାରଣ ସେ ଉଭୟ ଆକ୍ରମଣାତ୍ମକ ଓ ରକ୍ଷଣଶୀଳ ଖେଳରେ ପାରଙ୍ଗମ । ସେ ଓଡ଼ିଶା[୩], ପୂର୍ବ ରେଲବାଈ[୪] ଓ ଭାରତ ତରଫରୁ ଭଲିବଲ ଖେଳନ୍ତି ।
ଭଲିବଲ ଖେଳ
[ସମ୍ପାଦନା]ଝିଲିଲତା ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭିଣୋଇ ଗଦାଧର ବାରିକ ଜଣେ ସନ୍ତରଣ ପ୍ରଶିକ୍ଷକ । ତାଙ୍କରି ପ୍ରୋତ୍ସାହନରେ ଝିଲିଲତା ଭଲିବଲ ଖେଳିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ଭଲିବଲ ଖେଳରେ ପ୍ରଶିକ୍ଷଣ ନେବା ପାଇଁ ସେ ରାଜ୍ୟ ସ୍ପୋର୍ଟସ ହଷ୍ଟେଲରେ ଯୋଗଦେଇଥିଲେ । କୋଚ ଉଷାରାଣୀ ମହାନ୍ତିଙ୍କ ଅଧିନରେ ସେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।
ଅଂଶଗ୍ରହଣ କରିଥିବା ପ୍ରମୁଖ ଭଲିବଲ ଚାମ୍ପିୟନସିପ
[ସମ୍ପାଦନା]ଆନ୍ତର୍ଜାତୀକ
[ସମ୍ପାଦନା]- ୧୪ଶ ଏସୀୟ ମହିଳା ଚାମ୍ପିୟନସିପ, ଭିଏତନାମ - ୨୦୦୯
- ୧୦ମ ଦକ୍ଷିଣ ଏସୀୟ ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୬ (ସ୍ୱର୍ଣ୍ଣ ପଦକ)
- ୧୩ଶ ପ୍ରିନସେସ କପ ମହିଳା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୬
- ୧୩ଶ ୟାଲୁକପ ଆନ୍ତର୍ଜାତୀକ ମହିଳା ଚାମ୍ପିୟନସିପ, ଚିନ - ୨୦୦୫
- ୩ୟ ଆନ୍ତର୍ଜାତୀକ ବାଳ ଗେମ୍ସ, ଋଷିଆ - ୨୦୦୪ (ରୌପ୍ୟ ପଦକ)
- ୧୨ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୪
- ୪ଥ ଏସୀୟ ବାଳିକା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୩
- ୧୧ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଭିଏତନାମ - ୨୦୦୨
ଜାତୀୟ
[ସମ୍ପାଦନା]- ସିନିୟର ନେସନାଲ ଚାମ୍ପିୟନସିପ - ୨୦୦୬,୨୦୦୭,୨୦୦୯,୨୦୧୦(ସ୍ୱର୍ଣ୍ଣ ପଦକ), ୨୦୦୮(ରୌପ୍ୟ ପଦକ)
- ଜାତୀୟ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୦ରୁ ୨୦୦୫
- ଜାତୀୟ ଯୁବ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୨ ଓ ୨୦୦୩
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଝିଲିଲତା ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ପୁରୀ ଜିଲ୍ଲାର ସରୋଭା । ତାଙ୍କ ପିତାଙ୍କ ନାମ ଦିବାକର ସେଣ । ତାଙ୍କ ଭାଇଙ୍କ ନାମ ଶିବାନନ୍ଦ ସେଣ । ସେ ସତ୍ୟଜୀତ ମୁଦୁଲିଙ୍କୁ ବିବାହ କରିଛନ୍ତି ।[୫]
ଆଧାର
[ସମ୍ପାଦନା]- ↑ "EMINENT SPORTS PERSONALITIES" (PDF). Orissa Reference (2011). Archived from the original (PDF) on 15 February 2022. Retrieved 15 February 2022.
- ↑ "ବିଭିନ୍ନ ଖେଳରେ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର କ୍ରୀଡ଼ାବିତ (୫୩ ଜଣ)". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 24 October 2020. Retrieved 15 February 2022.
- ↑ "36th Junior National Volleyball Championship to be held in Orissa". www.news.webindia123.com/. webindia123. Archived from the original on 15 February 2022. Retrieved 15 February 2022.
- ↑ "VOLLEYBALL" (PDF). www.indianrailways.gov.in. indian railways. Archived (PDF) from the original on 19 June 2015. Retrieved 15 February 2022.
- ↑ "PERSONALITIES - Jhililata Sena". www.orisports.com/. orisports.com. Archived from the original on 15 February 2022. Retrieved 15 February 2022.