ଝିଲିଲତା ସେଣ

ଉଇକିପିଡ଼ିଆ‌ରୁ
ଝିଲିଲତା ସେଣ
ଜନ୍ମ
ଝିଲିଲତା ସେଣ

(1987-07-01) ୧ ଜୁଲାଇ ୧୯୮୭ (ବୟସ ୩୬)
ସରୋଭା, ପୁରୀ
ଜାତୀୟତାଭାରତୀୟ
ଚାକିରିକ୍ଷେତ୍ରପୂର୍ବୋତ୍ତର ରେଳବାଈ
ପ୍ରସିଦ୍ଧିଭଲିବଲ ଖେଳାଳି
ବୈବାହିକ-ସାଥୀସତ୍ୟଜୀତ ମୁଦୁଲି
ପିତାମାତାଦିବାକର ସେଣ
ସମ୍ପର୍କୀୟଶିବାନନ୍ଦ ସେଣ (ଭାଇ)
ପୁରସ୍କାରଏକଲବ୍ୟ ପୁରସ୍କାରରେ ସମ୍ବର୍ଦ୍ଧନା ୨୦୦୫

ଝିଲିଲତା ସେଣ ( ଜନ୍ମ : ୦୧ ଜୁଲାଇ ୧୯୮୭ ) ଜଣେ ଓଡ଼ିଆ ଭଲିବଲ ଖେଳାଳି ।[୧] ଆନ୍ତର୍ଜାତୀୟକ ସ୍ତରରେ ଭଲିବଲ ଖେଳିବାରେ ସେ ପ୍ରଥମ ଓଡ଼ିଆ ମହିଳା ।[୨] ତାଙ୍କୁ ଭଲିବଲର ଅଲରାଉଣ୍ଡର ଖେଳାଳି କୁହାଯାଏ, କାରଣ ସେ ଉଭୟ ଆକ୍ରମଣାତ୍ମକ ଓ ରକ୍ଷଣଶୀଳ ଖେଳରେ ପାରଙ୍ଗମ । ସେ ଓଡ଼ିଶା[୩], ପୂର୍ବ ରେଲବାଈ[୪] ଓ ଭାରତ ତରଫରୁ ଭଲିବଲ ଖେଳନ୍ତି ।

ଭଲିବଲ ଖେଳ[ସମ୍ପାଦନା]

ଝିଲିଲତା ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭିଣୋଇ ଗଦାଧର ବାରିକ ଜଣେ ସନ୍ତରଣ ପ୍ରଶିକ୍ଷକ । ତାଙ୍କରି ପ୍ରୋତ୍ସାହନରେ ଝିଲିଲତା ଭଲିବଲ ଖେଳିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ଭଲିବଲ ଖେଳରେ ପ୍ରଶିକ୍ଷଣ ନେବା ପାଇଁ ସେ ରାଜ୍ୟ ସ୍ପୋର୍ଟସ ହଷ୍ଟେଲରେ ଯୋଗଦେଇଥିଲେ । କୋଚ ଉଷାରାଣୀ ମହାନ୍ତିଙ୍କ ଅଧିନରେ ସେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

ଅଂଶଗ୍ରହଣ କରିଥିବା ପ୍ରମୁଖ ଭଲିବଲ ଚାମ୍ପିୟନସିପ[ସମ୍ପାଦନା]

ଆନ୍ତର୍ଜାତୀକ[ସମ୍ପାଦନା]

  • ୧୪ଶ ଏସୀୟ ମହିଳା ଚାମ୍ପିୟନସିପ, ଭିଏତନାମ - ୨୦୦୯
  • ୧୦ମ ଦକ୍ଷିଣ ଏସୀୟ ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୬ (ସ୍ୱର୍ଣ୍ଣ ପଦକ)
  • ୧୩ଶ ପ୍ରିନସେସ କପ ମହିଳା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୬
  • ୧୩ଶ ୟାଲୁକପ ଆନ୍ତର୍ଜାତୀକ ମହିଳା ଚାମ୍ପିୟନସିପ, ଚିନ - ୨୦୦୫
  • ୩ୟ ଆନ୍ତର୍ଜାତୀକ ବାଳ ଗେମ୍ସ, ଋଷିଆ - ୨୦୦୪ (ରୌପ୍ୟ ପଦକ)
  • ୧୨ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଶ୍ରୀଲଙ୍କା - ୨୦୦୪
  • ୪ଥ ଏସୀୟ ବାଳିକା ଚାମ୍ପିୟନସିପ, ଥାଇଲାଣ୍ଡ - ୨୦୦୩
  • ୧୧ଶ ଏସୀୟ ମହିଳା ଜୁନିୟର ଚାମ୍ପିୟନସିପ, ଭିଏତନାମ - ୨୦୦୨

ଜାତୀୟ[ସମ୍ପାଦନା]

  • ସିନିୟର ନେସନାଲ ଚାମ୍ପିୟନସିପ - ୨୦୦୬,୨୦୦୭,୨୦୦୯,୨୦୧୦(ସ୍ୱର୍ଣ୍ଣ ପଦକ), ୨୦୦୮(ରୌପ୍ୟ ପଦକ)
  • ଜାତୀୟ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୦ରୁ ୨୦୦୫
  • ଜାତୀୟ ଯୁବ ଭଲିବଲ ଚାମ୍ପିୟନସିପରେ ଓଡ଼ିଶାର ପ୍ରତିନିଧିତ୍ୱ - ୨୦୦୨ ଓ ୨୦୦୩

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଝିଲିଲତା ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ପୁରୀ ଜିଲ୍ଲାର ସରୋଭା । ତାଙ୍କ ପିତାଙ୍କ ନାମ ଦିବାକର ସେଣ । ତାଙ୍କ ଭାଇଙ୍କ ନାମ ଶିବାନନ୍ଦ ସେଣ । ସେ ସତ୍ୟଜୀତ ମୁଦୁଲିଙ୍କୁ ବିବାହ କରିଛନ୍ତି ।[୫]

ଆଧାର[ସମ୍ପାଦନା]

  1. "EMINENT SPORTS PERSONALITIES" (PDF). Orissa Reference (2011). Retrieved 15 February 2022.
  2. "ବିଭିନ୍ନ ଖେଳରେ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର କ୍ରୀଡ଼ାବିତ (୫୩ ଜଣ)". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 24 October 2020. Retrieved 15 February 2022.
  3. "36th Junior National Volleyball Championship to be held in Orissa". www.news.webindia123.com/. webindia123. Archived from the original on 15 February 2022. Retrieved 15 February 2022.
  4. "VOLLEYBALL" (PDF). www.indianrailways.gov.in. indian railways. Archived (PDF) from the original on 19 June 2015. Retrieved 15 February 2022.
  5. "PERSONALITIES - Jhililata Sena". www.orisports.com/. orisports.com. Archived from the original on 15 February 2022. Retrieved 15 February 2022.