ଜିଲ୍ଲୂ
ଜିଲ୍ଲୂ | |
---|---|
ଜନ୍ମ | ଜୁଲେକା ଇବ୍ରାହାଇନ୍ ୧୯୦୫ |
ମୃତ୍ୟୁ | ୨୦୦୪ | (ବୟସ ୯୮–୯୯)
ଜାତୀୟତା | ବ୍ରିଟିଶ ଭାରତ (୧୯୦୫ – ୧୯୪୭) ଭାରତୀୟ (୧୯୫୦–୨୦୦୪) |
ଅନ୍ୟ ନାମ | ଜିଲ୍ଲୂବାଇ, ଜିଲ୍ଲୋ, ଜିଲ୍ଲୋବାଇ, ଜିଲ୍ଲୋ ବାଇ, ଜିଲ୍ଲୂ ବାଇ, ମିସ୍ ଟିଲ୍ଲୂ |
ବୃତ୍ତି(ସମୂହ) | ଅଭିନେତ୍ରୀ, କଣ୍ଠଶିଳ୍ପୀ |
ସକ୍ରିୟ ବର୍ଷ | ୧୯୨୪–୧୯୬୦ |
ଉଲ୍ଲେଖନୀୟ କୃତି | ଆଲମ ଆରା ମଦର୍ ଇଣ୍ଡିଆ ମୁଗଲ-ଏ-ଆଜମ |
ଜିଲ୍ଲୂ (ଜନ୍ମ: ୧୯୦୫) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ୧୯୨୪ ମସିହାରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ ସେ ଅନେକ ଚରିତ୍ର ଭୂମିକାରେ ଅଭିନୟ କରିଥିଲେ ଏବଂ ୧୯୫୦ ଦଶକରେ ମଦର୍ ଇଣ୍ଡିଆ ଓ ମୁଗଲ୍-ଏ-ଆଜମ୍ ଭଳି ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।
ଜନ୍ମ
[ସମ୍ପାଦନା]ସେ ୧୯୦୫ ମସିହାରେ ବ୍ରିଟିଶ ଭାରତ ଅନ୍ତର୍ଗତ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ ଓ ଜନ୍ମ ସମୟରେ ତାଙ୍କ ନାମ ଥିଲା ଜୁଲେକା ଇବ୍ରାହାଇନ୍ ।[୧]
ଅଭିନୟ ଜୀବନ
[ସମ୍ପାଦନା]୧୯୨୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲା । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବୀର ଦୁର୍ଗାଦାସ । ସେ ଯୁବାବସ୍ଥାରେ ଭାରତର ପ୍ରଥମ କଥାକୁହା କଥାଚିତ୍ର ଆଲାମ ଆରାରେ ମଧ୍ୟ କାମ କରିଥିଲେ ।
୧୯୫୦ ଦଶକର ଜଣାଶୁଣା ତଥା ବ୍ୟବସାୟିକ ସଫଳତା ପାଇଥିବା ହିନ୍ଦୀ କଥାଚିତ୍ର ମଦର ଇଣ୍ଡିଆ ଏବଂ ମୁଗଲ-ଏ-ଆଜମରେ ସେ ଅଭିନୟ କରିଥିଲେ ।[୨] ସେ ଅନେକ କଥାଚିତ୍ରରେ ଛୋଟ ଛୋଟ ଚରିତ୍ର ଅଭିନେତ୍ରୀ ଭାବରେ କାମ କରିଥିଲେ । ମଦର ଇଣ୍ଡିଆର ସେ ନାୟିକା ରାଧାଙ୍କ ଶାଶୁ ଏବଂ ମୁଗଲ-ଏ-ଆଜମର ମୁଖ୍ୟ ନାୟିକା ଅନାରକଲିଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ସେ ମଦହୋଶରେ ମୀନା କୁମାରୀଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ ।[୩] ମାଆ ଭୂମିକାରେ ସେ ଅଧିକ କାମ କରିଥିବାରୁ, ସେ କଥାଚିତ୍ର ଜଗତରେ ଜିଲ୍ଲୂ ମାଆ ଭାବରେ ପରିଚିତ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୧୯୬୦: ମୁଗଲ-ଏ-ଆଜମ୍ – ଅନାରକଲିଙ୍କ ମାଆ
- ୧୯୫୭: ମଦର୍ ଇଣ୍ଡିଆ[୪] – ସୁନ୍ଦର ଚାଚି
- ୧୯୫୧: ମଦହୋଶ – ସୋନିର ମାଆ
- ୧୯୫୧: ସନମ – ଜୋଗିନୀର ମାଆ
- ୧୯୫୦: ମଗରୂର୍ – ମନୋହରର ମାଆ
- ୧୯୫୦: ସବକ୍
- ୧୯୪୭: ଜୁଗନୁ – ଦିଲ୍ଲୀପ କୁମାରଙ୍କ ମାଆ
- ୧୯୪୫: ତଦବିର
- ୧୯୪୫: ନସୀବ
- ୧୯୪୫: ଫୁଲ୍
- ୧୯୪୫: ବିକ୍ରମାଦିତ୍ୟ
- ୧୯୪୪: ଗାଲି
- ୧୯୩୯: ପୁକାର୍
- ୧୯୩୧: ଆଲମ୍ ଅରା
- ୧୯୨୪: ଚନ୍ଦ୍ରଗୁପ୍ତ ଔର୍ ଚାଣକ୍ୟ
- ୧୯୨୪: ରଜିୟା ବେଗମ
- ୧୯୨୪: ଶାହା ଜେହାନ
- ୧୯୨୪: ବୀର ଦୁର୍ଗାଦାସ
ମୃତ୍ୟୁ
[ସମ୍ପାଦନା]୨୦୦୪ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Bollywood Movie Actress Jilloo Maa Biography, News, Photos, Videos". nettv4u (in ଇଂରାଜୀ). Retrieved 2023-08-21.
- ↑ "Jilloo Maa filmography - RYM/Sonemic". Rate Your Music (in ଇଂରାଜୀ). Retrieved 2023-08-21.
- ↑ "Jilloo Maa - BollywoodMDB". www.bollywoodmdb.com. Retrieved 2023-08-21.
- ↑ "Jilloo Maa - Rotten Tomatoes". www.rottentomatoes.com (in ଇଂରାଜୀ). Retrieved 2023-08-21.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜିଲ୍ଲୂ
- ଇଣ୍ଟରନେଟ ମୁଭି ଡାଟାବେସରେ ଜିଲ୍ଲୂ (Jilloo Maa)
- Rare Pictures of Jillo Bai