ଜିଲ୍ଲୂ

ଉଇକିପିଡ଼ିଆ‌ରୁ
ଜିଲ୍ଲୂ
ସିପାହିୟା ଫିଲ୍ମରେ ଜିଲ୍ଲୂ
ଜନ୍ମ
ଜୁଲେକା ଇବ୍ରାହାଇନ୍

୧୯୦୫
ମୃତ୍ୟୁ୨୦୦୪(2004-00-00) (ବୟସ ୯୮–୯୯)
ଜାତୀୟତାବ୍ରିଟିଶ ଭାରତ (୧୯୦୫ – ୧୯୪୭)
ଭାରତୀୟ (୧୯୫୦–୨୦୦୪)
ଅନ୍ୟ ନାମଜିଲ୍ଲୂବାଇ, ଜିଲ୍ଲୋ, ଜିଲ୍ଲୋବାଇ, ଜିଲ୍ଲୋ ବାଇ, ଜିଲ୍ଲୂ ବାଇ, ମିସ୍ ଟିଲ୍ଲୂ
ବୃତ୍ତି(ସମୂହ)ଅଭିନେତ୍ରୀ, କଣ୍ଠଶିଳ୍ପୀ
ସକ୍ରିୟ ବର୍ଷ୧୯୨୪–୧୯୬୦
ଉଲ୍ଲେଖନୀୟ କୃତିଆଲମ ଆରା
ମଦର୍ ଇଣ୍ଡିଆ
ମୁଗଲ-ଏ-ଆଜମ

ଜିଲ୍ଲୂ (ଜନ୍ମ: ୧୯୦୫) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ୧୯୨୪ ମସିହାରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ ସେ ଅନେକ ଚରିତ୍ର ଭୂମିକାରେ ଅଭିନୟ କରିଥିଲେ ଏବଂ ୧୯୫୦ ଦଶକରେ ମଦର୍ ଇଣ୍ଡିଆମୁଗଲ୍-ଏ-ଆଜମ୍ ଭଳି ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।

ଜନ୍ମ[ସମ୍ପାଦନା]

ସେ ୧୯୦୫ ମସିହାରେ ବ୍ରିଟିଶ ଭାରତ ଅନ୍ତର୍ଗତ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ ଓ ଜନ୍ମ ସମୟରେ ତାଙ୍କ ନାମ ଥିଲା ଜୁଲେକା ଇବ୍ରାହାଇନ୍ ।[୧]

ଅଭିନୟ ଜୀବନ[ସମ୍ପାଦନା]

୧୯୨୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲା । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବୀର ଦୁର୍ଗାଦାସ । ସେ ଯୁବାବସ୍ଥାରେ ଭାରତର ପ୍ରଥମ କଥାକୁହା କଥାଚିତ୍ର ଆଲାମ ଆରାରେ ମଧ୍ୟ କାମ କରିଥିଲେ ।

୧୯୫୦ ଦଶକର ଜଣାଶୁଣା ତଥା ବ୍ୟବସାୟିକ ସଫଳତା ପାଇଥିବା ହିନ୍ଦୀ କଥାଚିତ୍ର ମଦର ଇଣ୍ଡିଆ ଏବଂ ମୁଗଲ-ଏ-ଆଜମରେ ସେ ଅଭିନୟ କରିଥିଲେ ।[୨] ସେ ଅନେକ କଥାଚିତ୍ରରେ ଛୋଟ ଛୋଟ ଚରିତ୍ର ଅଭିନେତ୍ରୀ ଭାବରେ କାମ କରିଥିଲେ । ମଦର ଇଣ୍ଡିଆର ସେ ନାୟିକା ରାଧାଙ୍କ ଶାଶୁ ଏବଂ ମୁଗଲ-ଏ-ଆଜମର ମୁଖ୍ୟ ନାୟିକା ଅନାରକଲିଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ । ସେ ମଦହୋଶରେ ମୀନା କୁମାରୀଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ ।[୩] ମାଆ ଭୂମିକାରେ ସେ ଅଧିକ କାମ କରିଥିବାରୁ, ସେ କଥାଚିତ୍ର ଜଗତରେ ଜିଲ୍ଲୂ ମାଆ ଭାବରେ ପରିଚିତ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୧୯୬୦: ମୁଗଲ-ଏ-ଆଜମ୍ – ଅନାରକଲିଙ୍କ ମାଆ
  • ୧୯୫୭: ମଦର୍ ଇଣ୍ଡିଆ[୪] – ସୁନ୍ଦର ଚାଚି
  • ୧୯୫୧: ମଦହୋଶ – ସୋନିର ମାଆ
  • ୧୯୫୧: ସନମ – ଜୋଗିନୀର ମାଆ
  • ୧୯୫୦: ମଗରୂର୍ – ମନୋହରର ମାଆ
  • ୧୯୫୦: ସବକ୍
  • ୧୯୪୭: ଜୁଗନୁ – ଦିଲ୍ଲୀପ କୁମାରଙ୍କ ମାଆ
  • ୧୯୪୫: ତଦବିର
  • ୧୯୪୫: ନସୀବ
  • ୧୯୪୫: ଫୁଲ୍
  • ୧୯୪୫: ବିକ୍ରମାଦିତ୍ୟ
  • ୧୯୪୪: ଗାଲି
  • ୧୯୩୯: ପୁକାର୍
  • ୧୯୩୧: ଆଲମ୍ ଅରା
  • ୧୯୨୪: ଚନ୍ଦ୍ରଗୁପ୍ତ ଔର୍ ଚାଣକ୍ୟ
  • ୧୯୨୪: ରଜିୟା ବେଗମ
  • ୧୯୨୪: ଶାହା ଜେହାନ
  • ୧୯୨୪: ବୀର ଦୁର୍ଗାଦାସ

ମୃତ୍ୟୁ[ସମ୍ପାଦନା]

୨୦୦୪ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Bollywood Movie Actress Jilloo Maa Biography, News, Photos, Videos". nettv4u (in ଇଂରାଜୀ). Retrieved 2023-08-21.
  2. "Jilloo Maa filmography - RYM/Sonemic". Rate Your Music (in ଇଂରାଜୀ). Retrieved 2023-08-21.
  3. "Jilloo Maa - BollywoodMDB". www.bollywoodmdb.com. Retrieved 2023-08-21.
  4. "Jilloo Maa - Rotten Tomatoes". www.rottentomatoes.com (in ଇଂରାଜୀ). Retrieved 2023-08-21.

ବାହାର ଲିଙ୍କ୍[ସମ୍ପାଦନା]