Jump to content

ଜଳଧର ସ୍ୱାଇଁ

ଉଇକିପିଡ଼ିଆ‌ରୁ
ଜଳଧର ସ୍ୱାଇଁ
ଜନ୍ମ(1950-11-30)୩୦ ନଭେମ୍ବର ୧୯୫୦
ବଡ଼କଣ, ବାଲିକୁଦା, ଜଗତସିଂହପୁର, ଓଡ଼ିଶା
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଓଡିଆ ଜାତିର ସ୍ମୃତିରେ ଓ କୃତିରେ ଓଡ଼ିଆ ସାହିତ୍ୟ
ସନ୍ତାନଶୁଭ ନାରାୟଣ ସ୍ୱାଇଁ
ପିତାମାତା(s)ରତ୍ନାକର ସ୍ୱାଇଁ, ସୁଭଦ୍ରା ଦେବୀ

ଜଳଧର ସ୍ୱାଇଁ (୩୦ ନଭେମ୍ବର ୧୯୫୦) ଜଣେ ଭାରତୀୟ ଓଡ଼ିଆ କବି ଓ ସମାଲୋଚକ । ସେ ଓଡ଼ିଆ ସାହିତ୍ୟରେ ଜହ୍ନ ଓ ଅରଣ୍ୟର କବି ଭାବେ ଜଣାଶୁଣା । ସେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭବ ସଂପର୍କରେ ଏକାଧିକ ପୁସ୍ତକ ପ୍ରଣୟନ କରିଛନ୍ତି ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସ୍ନାତକ, ଶିକ୍ଷକ ପ୍ରଶିକ୍ଷଣ ପ୍ରାପ୍ତ ଜଳଧରଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବଡ଼କଣ ଗ୍ରାମରେ । ତାଙ୍କ ପିତାଙ୍କ ନାମ ହେଲା ରତ୍ନାକର ସ୍ୱାଇଁ ଓ ମାତା ହେଲେ ସୁଭଦ୍ରା ଦେବୀ । କବି, ଗାଳ୍ପିକ, ସମାଲୋଚକ ଓ ସାହିତ୍ୟ ସଂଗଠକ ଭାବେ ସୁପରିଚିତ ଜଳଧର ଉପାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟର ଜଣେ ଜାଗ୍ରତ ପ୍ରହରୀ । ବିଗତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଓଡ଼ିଆ କବିତା, ଗଳ୍ପ, ପ୍ରବନ୍ଧ, ଆଲୋଚନା ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ଅବାରିତ ଲେଖନୀ ଚାଳନା କରି ଆସୁଥିବା ଜଳଧର କୋରାପୁଟରେ ସ୍ଥାପନ କରିଛନ୍ତି 'ସତ୍ତା ସାହିତ୍ୟ ସଂସଦ' । ୧୯୭୧ରୁ କୋରାପୁଟକୁ ନିଜ କର୍ମଭୂମି ଭାବେ ବାଛି ନେଇଥିବା କବି ଜଳଧର ଅଶି ପରବର୍ତ୍ତୀ ଓଡ଼ିଆ କବିତାର ଜଣେ ପ୍ରମୁଖ ସ୍ୱର ।[] ୧୯୮୩ରୁ ବାର୍ତ୍ତାଊର୍ମୀ ସାହିତ୍ୟ ପତ୍ରିକାର ସହ-ସଂପାଦକ ରହିବା ସହ ତ୍ରିବେଣୀ ସାହିତ୍ୟ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ଥିଲେ ।[]

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ଜହ୍ନର ସହର (୧୯୮୫)
  • ପ୍ରଶ୍ନର ବୃତ୍ତରେ ମତ୍ସ୍ୟଗନ୍ଧା (୧୯୮୮)
  • ଉଜୁଡ଼ା ପ୍ରୀତିର ସଜଡ଼ା ଗୀତ (୧୯୯୩)
  • ବିଷକନ୍ୟାର ବାର୍ତ୍ତାରେ ଋତୁ ଅଋତୁର ଗୀତ (୧୯୯୪)
  • ଏକଲା ମଣିଷର ଗୀତ (୧୯୯୬)
  • ପ୍ରୀତିପର୍ଣ୍ଣା (୨୦୧୧)
  • ବିଭୋର ଶ୍ରାବଣ ଭିନ୍ନ ଉତ୍ତରଣ (୨୦୧୨)
  • ଇପସିତ ପୃଥିବୀ (୨୦୧୮)
  • ନିଜ ଗୀତ (୨୦୧୯)
  • ନିଃସଙ୍ଗ ସକାଳ (୨୦୧୯)
  • ଶବ୍ଦ ଶର୍ବରୀ (୨୦୨୦)
  • ନୀଳ ନିର୍ମାଲ୍ୟ (୨୦୨୧)
  • ଭିନ୍ନ ଭଗ୍ନାଂଶ (୨୦୨୪)

ପ୍ରବନ୍ଧ ଓ ଆଲୋଚନା

[ସମ୍ପାଦନା]
  • କିମ୍ବଦନ୍ତୀରେ ଅବିଭକ୍ତ କୋରାପୁଟ ଜିଲ୍ଲା ନଦୀନାଳ ଓ ତାର ପ୍ରାଚୀନତା (୧୯୯୫)
  • ଇତିହାସର ପଟ୍ଟଭୂମିରେ କିମ୍ବଦନ୍ତୀର କୋରାପୁଟ (୧୯୯୬, ୧ମ ଭାଗ)
  • ଇତିହାସର ପଟ୍ଟଭୂମିରେ କିମ୍ବଦନ୍ତୀର କୋରାପୁଟ (୨୦୦୪, ୨ୟ ଭାଗ)
  • କୋରାପୁଟର ଗାନ୍ଧୀ ରାଧାକୃଷ୍ଣ ବିଶ୍ୱାସରାୟ (୨୦୦୬)
  • କୋରାପୁଟର ଲୋକ କଥାରେ ସୃଷ୍ଟି, ସ୍ଥିତି, ପ୍ରଳୟ (୨୦୦୬)
  • କୋରାପୁଟର ଲୋକବୋଲି (୨୦୦୬)
  • କୋରାପୁଟର ଲୋକଗୀତ ଓ ଲୋକଜୀବନ (୨୦୦୯)[]
  • କୋରାପୁଟର ସାଂସ୍କୃତିକ ଧାରା (୨୦୧୨)
  • ଓଡିଆ ଜାତିର ସ୍ମୃତିରେ ଓ କୃତିରେ ଓଡ଼ିଆ ସାହିତ୍ୟ (୨୦୧୭)

ଶିଶୁ ସାହିତ୍ୟ

[ସମ୍ପାଦନା]
  • ଶିଶୁ ସୁମନ (କବିତା, ୧୯୮୦)
  • ପରୀ ଓ ପରିବେଶ କଥା (ଗଳ୍ପ, ୧୯୯୯)
  • କୋରାପୁଟ ପରିଚୟ (ସାଧାରଣ ଜ୍ଞାନ, ୨୦୦୦)
  • ନିଃସଙ୍ଗ ସକାଳ ୨୦୧୯

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଆଦିବାସୀ ଭଷା ସଂସ୍କୃତି ଏକାଡେମୀ ସମ୍ମାନ - ୨୦୦୪ (ଓଡ଼ିଶା ସରକାରଙ୍କ ଆଦିବାସୀ ହରିଜନ ଉନ୍ନୟନ ବିଭାଗ)
  • ସୁଭଦ୍ରା କୁମାରୀ ଚୌହାନ ଜନ୍ମ ଶତାବ୍ଦୀ ସମ୍ମାନ - ୨୦୦୪ (ପାନିପଥ, ହରିୟାନା)
  • ଭାରତ ପ୍ରତିଭା ଜାତୀୟ ସମ୍ମାନ - ୨୦୦୭(ପେଙ୍ଗୁଇନ ପବ୍ଲିକେଶନ, ନୂଆଦିଲ୍ଲୀ, ଭାରତ)
  • ଜାତୀୟ ପ୍ରଗତି ଅଭିଯାନ ସମ୍ମାନ - ୨୦୧୦(କଲିକତା, ପଶ୍ଚିମବଙ୍ଗ, ଭାରତ)
  • ଜିଲ୍ଲା ପ୍ରଶାସନ ଉତ୍କଳ ଦିବସ ସମ୍ମାନ - ୨୦୧୨ (କୋରାପୁଟ, ଓଡ଼ିଶା)
  • ରାଷ୍ଟ୍ରୀୟ ଜୁଏଲ ସମ୍ମାନ - ୨୦୦୭ (ଫ୍ରେଣ୍ଡସିପ ଫୋରମ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ)
  • ରାଜ୍ୟ ସଂସ୍କୃତି କଳା ଗବେଷଣା ପରିଷଦ ସମ୍ମାନ - ୨୦୦୭ (କଟକ)
  • ସୁଲେଖା ରଜତ ଜୟନ୍ତୀ ସମ୍ମାନ - ୨୦୦୫ (ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ, ପୁରୀ)
  • ଶରଧା ସମ୍ମାନ - ୨୦୦୫ (ଭକ୍ତକବି ସ୍ମୃତି ସଂସଦ, ଭୁବନେଶ୍ୱର)
  • ଫଲଗୁ ସମ୍ମାନ - ୧୯୯୦ (ଫଲଗୁ ସାହିତ୍ୟ ସଂସଦ, ବ୍ରହ୍ମ୍ପୁର, ଗଞ୍ଜାମ)
  • ବିଶେଷ ଖବର ସମ୍ମାନ - ୧୯୯୨ (ଭଦ୍ରକ)
  • ମୟୂରୀ ସମ୍ମାନ - ୧୯୯୩ (ମୟୂରୀ ପ୍ରକାଶନ, ବଲାଙ୍ଗୀର)
  • ବନଜ୍ୟୋତ୍ସ୍ନା ସମ୍ମାନ - ୧୯୯୪ (ଫୁଲବାଣୀ)
  • ସାହିତ୍ୟ ଶ୍ୱେତପଦ୍ମା ସମ୍ମାନ - ୧୯୯୫ (ପାରଳାଖେମଣ୍ଡି, ଗଜପତି)
  • ପ୍ରଗତି ସାହିତ୍ୟ ସମ୍ମାନ - ୧୯୯୬ (ପ୍ରଗତି ସାହିତ୍ୟ ସଂସଦ, ଜଗତସିଂହପୁର)
  • ଗଦାଧର ସାହିତ୍ୟ ସମ୍ମାନ - ୧୯୯୭ (କୋମନା, ନୂଆପଡ଼ା)
  • ଯାଜପୁର ଏକ୍ସପ୍ରେସ ସମ୍ମାନ - ୨୦୦୪ (ବରୀ, ଯାଜପୁର)
  • ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମାନ - ୨୦୦୪ (ପୁରୁଷୋତ୍ତମପୁର, ଗଞ୍ଜାମ)
  • ସୃଷ୍ଟି ଓ ସ୍ରଷ୍ଟା ସମ୍ମାନ - ୧୯୯୬ (ଉମରକୋଟ, ନବରଙ୍ଗପୁର)
  • ସାହିତ୍ୟ ଗୌରବ ଉପାଧି - ୧୯୯୭ (ସାହିତ୍ୟ କୋଠୀ, ଭଞ୍ଜନଗର, ଗଞ୍ଜାମ)
  • ବନପ୍ରଭା ସାହିତ୍ୟ ସମ୍ମାନ - ୨୦୦୭ (ସୁନାବେଡା, କୋରାପୁଟ)
  • ବର୍ଷା ସମ୍ମାନ - ୨୦୦୬ (ଦାମନଯୋଡ଼ି, କୋରାପୁଟ)
  • କ୍ୟାପଟେନ ଉପେନ୍ଦ୍ର କୁମାର ସ୍ମୃତି ସମ୍ମାନ - ୨୦୦୬ (ଝାରପଡ଼ା, ରଣପୁର, ନୟାଗଡ଼)
  • ଗଣେଶ ପ୍ରସାଦ ସ୍ମୃତି ସମ୍ମାନ - ୨୦୧୧ (ନିର୍ବାଣ ସାହିତ୍ୟ ପରିଷଦ, ଜୟପୁର, କୋରାପୁଟ)
  • ସୁବର୍ଣ୍ଣ ଜୟନ୍ତୀ ସମ୍ମାନ - ୨୦୧୩ (ନବ ଜାଗରଣ ସାହିତ୍ୟ ସଂସଦ, ନବରଙ୍ଗପୁର)
  • ଅଳକା ପୁରସ୍କାର - ୨୦୧୪ (ଜଗତସିଂହପୁର ସାହିତ୍ୟ ପରିଷଦ, ଜଗତସିଂହପୁର)
  • ପରବ ସମ୍ମାନ - ୨୦୧୫ (ଜିଲ୍ଲା ମହୋତ୍ସବ ପରବ, କୋରାପୁଟ)
  • ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସମ୍ମାନ - ୨୦୧୭ (ରାଉରକେଲା)
  • ୨ୟ କୋରାପୁଟ ସାହିତ୍ୟ ଉତ୍ସବ ସମ୍ମାନ - ୨୦୧୯ (କୋରାପୁଟ)
  • ଜୟପୁର ସାହିତ୍ୟ ସମ୍ମାନ - ୨୦୧୬ (ଜୟପୁର, କୋରାପୁଟ)
  • ପ୍ରିୟପତ୍ର ସମ୍ମାନ - ୨୦୧୩ (ପ୍ରିୟପତ୍ର ପରିବାର, ପୁରୀ)
  1. https://orissadiary.com/kalinga-literary-festival-koraput-taught-many-writers-values-human-nurtured-nature/
  2. https://indiawhispers.com/2019/10/19/2-nd-koraput-literary-festival-kicks-off-from-tomorrow-odisha-governor-ganeshi-lal-dogri-author-from-jammu-kashmir-lalit-mangotra/
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୪୯୦. ISBN 81-903352-2-7.
  4. https://bharatavani.in/odia/book?post_category=jnanakosha&id=%E0%AC%95%E0%AD%8B%E0%AC%B0%E0%AC%BE%E0%AC%AA%E0%AD%81%E0%AC%9F%20%E0%AC%B2%E0%AD%8B%E0%AC%95%E0%AC%97%E0%AD%80%E0%AC%A4%20%E0%AC%93%20%E0%AC%B2%E0%AD%8B%E0%AC%95%E0%AC%9C%E0%AD%80%E0%AC%AC%E0%AC%A8%20%7C%20Koraputra%20Lokagita%20O%20Lokajiban