ଜର୍ଜ ଫ୍ଲଏଡ ଜନଆନ୍ଦୋଳନ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଜର୍ଜ ଫ୍ଲଏଡ ଜନଆନ୍ଦୋଳନ ଏକ ବିକ୍ଷୋଭ ଶୃଙ୍ଖଳ ଯାହା ଆମେରିକୀୟ ବର୍ଣ୍ଣବୈଷମ୍ୟର ଶିକାର ହୋଇ ପ୍ରାଣ ହରାଇଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କୁ ନ୍ୟାୟ ଦେବା ପାଇଁ ସର୍ବପ୍ରଥମେ ଆରମ୍ଭ କରାଯାଇଥିଲା ।[୧] ଏହି ଆନ୍ଦୋଳନ ୨୦୨୦ ମସିହା ମଇ ୨୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ମିନେଆପଲିସ ସହରରୁ ଆରମ୍ଭ ହୋଇଥିଲା ।[୨]
ପୃଷ୍ଠଭୂମି
[ସମ୍ପାଦନା]ମେ ୨୫ ତାରିଖରେ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କୁ ସିଗାରେଟ କ୍ରୟ କରି ନକଲି ବିଲ୍ ଦେଇଥିବାର ଅଭିଯୋଗରେ ସ୍ଥାନୀୟ ପୋଲିସ ଗିରଫ କରିଥିଲେ । ଡେରେକ ଚୌଭିନ ନାମକ ପୋଲିସ ଅଫିସର ଫ୍ଲଏଡଙ୍କ ଗଳା ଉପରେ ଆଣ୍ଠୁପକାଇ ମାଡିବସି ନିର୍ଯ୍ୟାତିତ କରିଥିଲେ । ପ୍ରାୟ ୯ ମିନିଟ ବ୍ୟାପି ଗଳାରେ ଅତ୍ୟଧିକ ଚାପ ହେତୁ ସେ ପୋଲିସ୍ ହେପାଜତରେ ମୃତ୍ୟୁବରଣ କରିଥିଲେ ।[୩] କୃଷ୍ଣକାୟ ବ୍ୟକ୍ତିଙ୍କ ପ୍ରତି ନିର୍ମମ ବ୍ୟବହାରର ଭିଡ଼ିଓ ଭାଇରଲ ହେବାପରେ ବିଶ୍ୱବ୍ୟାପୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଅଛି ।[୪]
ବିକ୍ଷୋଭ
[ସମ୍ପାଦନା]ଯୁକ୍ତରାଷ୍ଟ୍ର ଆମେରିକାର ପଚାଶଟିଯାକ ପ୍ରଦେଶରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଆନ୍ଦୋଳନ ମାତିଥିଲା । ସେମାନଙ୍କ ମଧ୍ୟରୁ କିଛି ବିରୋଧ ଶାନ୍ତିପୂର୍ଣ୍ଣ ହେବା ସ୍ଥଳେ କେତେକ ହିଂସାତ୍ମକ ବିରୋଧ କରିଥିଲେ ।
କେତେକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପରବର୍ତ୍ତୀ କାଳରେ ହିଂସାତ୍ମକ ମୋଡ଼ ନେଇଥିଲା । ଦେଶରେ ହିଂସାକୁ ରୋକିବା ପାଇଁ ୨୫ଟି ରାଜ୍ୟରେ ନ୍ୟାସନାଲ ଗାର୍ଡଙ୍କୁ ନିୟୋଜିତ କରାଯାଇଛି ।[୫] କିଛି ଅଞ୍ଚଳରେ ପୋଲିସ ଶାନ୍ତ ରହି ଆନ୍ଦୋଳନକୁ ସମର୍ଥନ କରିଥିଲେ, କିନ୍ତୁ ଅନ୍ୟ ସ୍ଥାନମାନଙ୍କରେ ବଳପ୍ରୟୋଗ ସହିତ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟର ବ୍ୟବହାର କରାଯାଇଥିଲା ।[୬]
ବିକ୍ଷୋଭକାରୀମାନେ ୱାସିଂଟନସ୍ଥିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାସଭବନ ହ୍ୱାଇଟ ହାଉସଠାରେ ବିରୋଧ କରି ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ଆମନ୍ତ୍ରଣ କରିଥିଲେ ।[୭] ପରିସ୍ଥିତି ଅଣାୟତ ହେବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ ବଙ୍କର ମଧ୍ୟରେ ସ୍ଥାନାନ୍ତରଣ ହେବାକୁ ପଡ଼ିଥିଲା ।[୮] ଜୁନ ୧ ତାରିଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀମାନଙ୍କ ପାଇଁ ମଧ୍ୟ ଲୁହବୁହା ଗ୍ୟାସ ପ୍ରୟୋଗ କରାଗଲା ଯାହାଫଳରେ ଟ୍ରମ୍ପ ସେଣ୍ଟ ଜନ ଚର୍ଚ୍ଚ ଯାଇ ବାଇବେଲ ସହ ଫଟୋ ଉଠାଇପାରିଥିଲେ ।[୯]
ସାମ୍ବାଦିକ
[ସମ୍ପାଦନା]ଜୁନ ୪ ତାରିଖ ସୁଦ୍ଧା ସାମ୍ବାଦିକମାନଙ୍କୁ ପ୍ରାୟ ୩୦୦ ଥର ଆକ୍ରମଣ କରାଯାଇଥିଲା ସେଥିମଧ୍ୟରୁ ୧୯୨ ଥର ପୋଲିସଙ୍କଦ୍ୱାରା ହୋଇଥିଲା, ୬୯ ଥର ଶାରୀରିକ ଆକ୍ରମଣ ହୋଇଥିବା ସ୍ଥଳେ ୪୯ ସମ୍ବାଦିକଙ୍କୁ ଗିରଫ କରାଯାଇଥିଲା ।[୧୦][୧୧] କେତେକ ବିକ୍ଷୋଭକାରୀ ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ ୱାସିଂଟନ ପ୍ରଦେଶର ଆନ୍ଦୋଳନକାରୀମାନେ ଫକ୍ସ ନିଉସର ସାମ୍ବାଦିକମାନଙ୍କୁ ଜିନିଷ ଫିଙ୍ଗି ବିରୋଧ କରିଥିଲେ । ସି.ଏନ.ଏନ ନିଉସର ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ କେହି ଜଣେ ଆକ୍ରମଣ କରିଥିଲେ ।[୧୨]
ଅନ୍ତର୍ଜାତୀୟ ବିକ୍ଷୋଭ
[ସମ୍ପାଦନା]ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଲଣ୍ଡନ, ଟୋରନଟୋ, ବେଞ୍ଜିଙ୍ଗ, ବର୍ଲିନ ଆଦି ସ୍ଥାନରେ ଆନ୍ଦୋଳନ ବ୍ୟାପିଥିଲା ।[୧୩] କେତେକ ଅନ୍ତର୍ଜାତୀୟ ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ ଯେ ଯଦିଓ ପ୍ରାଥମିକ ପର୍ଯ୍ୟାୟରେ ସେମାଙ୍କର ଆନ୍ଦୋଳନ ଜର୍ଜ ଫ୍ଲଏଡଙ୍କ ଉଦ୍ଦେଶ୍ୟରେ ଥିଲା, ମାତ୍ର ସେମାନେ ମଧ୍ୟ ନିଜ ଦେଶରେ ପୋଲିସଙ୍କ ଅମାନବୀୟ ବ୍ୟବହାର ସମ୍ପର୍କରେ ଅବଗତ ହୋଇପାରିଲେ । କିଛି ବିକ୍ଷୋଭକାରୀମାନେ ବର୍ଣ୍ଣବୈଷମ୍ୟ ବିରୋଧରେ ନୂଆ ନିୟମ ଆଣିବା ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ ।[୧୪]
ଦୁର୍ଘଟଣା
[ସମ୍ପାଦନା]ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା କେବଳ ଯୁକ୍ତରାଷ୍ଟ୍ର ଆମେରିକାଠାରେ ୬୬ ଥର ବିକ୍ଷୋଭକାରୀମାନଙ୍କ ଉପରେ ଗାଡ଼ି ଚଳାଇ ଆହତ କରାଯାଇଛି । ଚାଳକମାନଙ୍କ ମଧ୍ୟରୁ ସାତ ଜଣ ପୋଲିସ ଥିଲେ । ପ୍ରାୟ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୪ଜଣ ଚାଳକଙ୍କ ଉପରେ ମାମଲା ରୁଜୁ କରାଯାଇଥିଲା ।[୧୫]
ସ୍ମାରକ ଏବଂ ଦଳୀୟ ପ୍ରତୀକ
[ସମ୍ପାଦନା]ଆନ୍ଦୋଳନ ଅନ୍ତର୍ଗତ ୨୦୨୦ ମସିହା ମଇ ମାସରୁ ଅନେକ ସ୍ମାରକଙ୍କୁ ଧ୍ୱଂସ କରାଯାଇଥିଲା ଏବଂ ସ୍ଥାନାନ୍ତରିତ କରାଯାଇଥିଲା । ଏମାନଙ୍କର ମଧ୍ୟରୁ ଅଧିକାଂଶ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ବେଳେ ଅନ୍ୟଗୁଡ଼ିକ ୟୁକେ, ବେଲଜିଅମ, ନିଉଜିଲ୍ୟାଣ୍ଡ, ଭାରତ ଏବଂ ଦକ୍ଷିଣ ଆଫ୍ରିକାରେ ଥିଲେ ।[୧୬]
ଆର୍ଥିକ ସହଯୋଗ
[ସମ୍ପାଦନା]ଲୋକମାନେ କୃଷ୍ଣକାୟ ବ୍ୟକ୍ତିଙ୍କ ପାଇଁ ଲଢୁଥିବା ରାଜନୈତିକ ଗୋଷ୍ଠୀମାନଙ୍କୁ ବେଲ ଫଣ୍ଡ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଉଛନ୍ତି । ଏହି ଫଣ୍ଡ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଜମାନତ ରାଶି ଭାବେ ବ୍ୟବହୃତ ହେଉଛି । ଦ ନ୍ୟାସନାଲ ବେଲ ଫଣ୍ଡ ନେଟୱାର୍କ ଦୁଇ ସପ୍ତାହ ମଧ୍ୟରେ ୭୫ ମିଲିୟନ ଡ଼ଲାର, ମିନେସୋଟା ଫ୍ରିଡମ ଫଣ୍ଡ ଚାରି ଦିନ ମଧ୍ୟରେ ୨୦ ମିଲିୟନ ଡ଼ଲାର, ଦ ବେଲ ପ୍ରୋଜେକ୍ଟ ୧୫ ମିଲିୟନ ଡ଼ଲାରର ସହଯୋଗ ପାଇଥିଲା । ବ୍ଲାକ ଲାଇଭସ ମ୍ୟାଟର କେବଳ ଗୋଟିଏ ପିଟିସନରୁ ୫ ମିଲିୟନ ଡ଼ଲାର ଆର୍ଥିକ ସାହାଯ୍ୟ ପାଇଥିଲେ ।[୧୭]
ଲୋକମତ
[ସମ୍ପାଦନା]ସରକାରୀ ପ୍ରତିକ୍ରିୟା
[ସମ୍ପାଦନା]ଟିମ ୱାଲଜଙ୍କ ପ୍ରତିକ୍ରିୟା
[ସମ୍ପାଦନା]ଡୋନାଲଡ ଟ୍ରମ୍ପଙ୍କ ପ୍ରତିକ୍ରିୟା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Surgeon general: 'You understand the anger'". June 1, 2020.
- ↑ "Charges against former Minneapolis police officers involved in George Floyd's death". 4 June 2020.
- ↑ "What we know about George Floyd's death in Minneapolis police custody". May 29, 2020.
- ↑ "Video shows Minneapolis cop with knee on neck of motionless, moaning man who later died". May 27, 2020.
- ↑ "Five key numbers from the US protests against police brutality since George Floyd's death". June 5, 2020.
- ↑ "Washington man Rahul Dubey offers refuge and comfort to protesters caught in 'human tsunami' amid police crackdown". June 3, 2020.
- ↑ "White House Locked Down as Police Scuffle With Protesters Demanding Trump Resignation". 29 May 2020.
- ↑ "As Protests and Violence Spill Over, Trump Shrinks Back". May 31, 2020.
- ↑ "The Story Has Gotten Away from Us". 3 June 2020.
- ↑ U.S. Press Freedom Tracker (June 4, 2020). "U.S. Press Freedom Tracker". Twitter.
- ↑ "'Denigrated and discredited': how American journalists became targets during protests". June 8, 2020.
- ↑ "'Denigrated and discredited': how American journalists became targets during protests". June 8, 2020.
- ↑ "Protesters gather worldwide to show solidarity with George Floyd". May 31, 2020.
- ↑ "Global Anger Grows Over George Floyd Death, and Becomes an Anti-Trump Cudgel". June 2, 2020.
- ↑ "Drivers Are Hitting Protesters as Memes of Car Attacks Spread". July 7, 2020.
- ↑ "Trump signs executive order to protect monuments". June 27, 2020.
- ↑ "Racial Justice Groups Flooded With Millions in Donations in Wake of Floyd". June 14, 2020.