ଚାମୁଣ୍ଡା
ଚାମୁଣ୍ଡା | |
---|---|
ଯୁଦ୍ଧ, ମହାମାରୀ, ଦୁର୍ଭିକ୍ଷ ଓ ଅନ୍ୟାନ୍ୟ ମହାବିପଦର ଠାକୁରାଣୀ [୧] | |
Devanagari | चामुण्डा |
Sanskrit Transliteration | Cāmuṇḍā |
Affiliation | ପାର୍ବତୀ, ଶକ୍ତି (Shakti), କାଳୀ, ମହାକାଳୀ |
ଲୋକ | ମଶାଣୀ ବା ଡିମିରି ଗଛ |
Mantra | ଓଁ ଏଁ ହ୍ରୀଁ କ୍ଲୀଁ ଚାମୁଣ୍ଡାୟେ ବିଚ୍ଚେ |
Weapon | ତ୍ରୀଶୁଳ ଓ ଖଣ୍ଡା |
ସ୍ୱାମୀ/ସ୍ତ୍ରୀ | ଶିବ, ଭୀଷଣ ଭୈରବ ଆକାର |
Mount | ମଡ଼ା, ପ୍ରେତ (Preta) |
ଚାମୁଣ୍ଡା (ଇଂରାଜୀ ଭାଷାରେ Chamunda), (Sanskrit: चामुण्डा, IAST: Cāmuṇḍā) ଅନ୍ୟାନ୍ୟ ନାମ ଚାମୁଣ୍ଡେଶ୍ୱରୀ, ଚର୍ଚ୍ଚିକା ଓ ରକ୍ତ କାଳୀ) ଚଣ୍ଡୀ ଓ ହିନ୍ଦୁ ଠାକୁରାଣୀ ମା ଦୁର୍ଗାଙ୍କର ଏକ ଭୟାନକ ରୂପ ଯାହା ଓ ୭ ମାତୃକା ବା ମାତାଙ୍କ ମଧ୍ୟରୁ ମଧ୍ୟ ସେ ଜଣେ ।[୨]
ସେ ମଧ୍ୟ ୬୪ (ବା ୮୧) ମୁଖ୍ୟ ଯୋଗିନୀମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ମା ଦୁର୍ଗାଙ୍କର ପରିଚାରିକା ।[୩] ଚଣ୍ଡ (Chanda) ଓ ମୁଣ୍ଡ (Munda) ନାମକ ଦୁଇ ଅସୁରଙ୍କୁ ମାରିଥିବାରୁ ତାଙ୍କର ନାମ ଚାମୁଣ୍ଡା ଠାକୁରାଣୀ ହୋଇଥିଲା । କାଳୀ, ଦୁର୍ଗା ଓ ପାର୍ବତୀଙ୍କର ମଧ୍ୟ ସେ ଅନ୍ୟ ଏକ ରୂପ ।
ପୁରାକାଳରେ ଚାମୁଣ୍ଡାଙ୍କ ପୂଜାରେ ବଳି ଦିଆଯାଉଥିବା ସହିତ ମଦ ମଧ୍ୟ ଦିଆଯାଉଥିଲା । ବେଳେବେଳ ମଣିଷ ବଳି ମଧ୍ୟ ଦିଆଯାଉଥିଲା । ପୂର୍ବରୁ ଚାମୁଣ୍ଡା ଜଣେ ଆଦିବାସୀ ଠାକୁରାଣୀ ଭାବରେ ପୂଜା ପାଉଥିଲେ କିନ୍ତୁ ଶୈବ ଓ ବୈଷ୍ଣବ ଧର୍ମ ପ୍ରଭାବରେ ସେହି ପ୍ରଥା ବନ୍ଦ ହୋଇଗଲା ।
ଉତ୍ପତ୍ତି
[ସମ୍ପାଦନା]ରାମକୃଷ୍ଣ ଗୋପାଲ ଭଣ୍ଡାରକର (Ramakrishna Gopal Bhandarkar) କହିବା ଅନୁସାରେ ଆଦିବାସୀ ସମ୍ପ୍ରଦାୟଙ୍କର ଠାକୁରାଣୀ ଥିଲେ ଚାମୁଣ୍ଡା । ତାଙ୍କୁ 'ମଧ୍ୟ ଭାରତ'ର ବିନ୍ଧ୍ୟ ପର୍ବତରେ ବାସ କରୁଥିବା ଆଦିବାସୀମାନେ ପୂଜା କରୁଥିଲେ । ଔପଚାରିକ ଭାବରେ ଚାମୁଣ୍ଡାଙ୍କୁ ପଶୁ ବା ମଣିଷ ବଳି ସହିତ ମଦ ଅର୍ପଣ କରାଯାଉଥିଲା । ହିନ୍ଦୁ ସମିଶ୍ରଣ ପରେ ମଧ୍ୟ ଚାମୁଣ୍ଡାଙ୍କର ତାନ୍ତ୍ରିକ ପୂଜାରେ ବଳି ଦିଆଯାଉଥିଲା । ବୈଦିକ ରୀତିର ରୁଦ୍ର ବା ଆଧୁନିକ ଯୁଗର ଶିବଙ୍କ ସହିତ ସହାବସ୍ଥାନ ଯୋଗୁ ଠାକୁରାଣୀଙ୍କର ଭୟାନକ ରୂପ ଓ ଗୁଣ ହୋଇଥିବା ଭଣ୍ଡାରକରଙ୍କର ମତ; ଅଗ୍ନି ଦେବଙ୍କ ସହିତ ମଧ୍ୟ ସମ୍ପର୍କ ଥିବା କୁହାଯାଏ ।[୪] ଏହି ତତ୍ତ୍ୱକୁ ୱାଙ୍ଗ ମଧ୍ୟ ସମର୍ଥନ କରନ୍ତି । ଚାମୁଣ୍ଡା, ଚାମୁଣ୍ଡି, ଚାମୁଣ୍ଡେଶ୍ୱରୀ, ଚର୍ଚ୍ଚିକା ଓ ରକ୍ତକାଳୀ ସହିତ ତାଙ୍କର ଅନେକ ନାମ ଅଛି ଯଥା:- ରୁଧିର କାଳୀ, ଚଣ୍ଡ କାଳୀ, ରୁଧିର, ରୁଧିର ମାଳା ଦେବୀ, ରୁଧିରାମ୍ମା, ରୁଧିରେଶ୍ୱରୀ, ରକ୍ତ ଚାମୁଣ୍ଡୀ, ବୀର କାଳୀ, ପୋରକଲି, ଘାଲୁରିକା, ଉରଗା ଚଣ୍ଡୀ, କଲାରି ଦେବୀ ଓ ଅତି ଭୟ କାଳୀ ଯାହାଙ୍କୁ ଭାରତ ଓ ନେପାଳର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପୂଜା କରାଯାଏ । ଯୁଦ୍ଧ ଦେବୀ ଓ କଲରିପୟାଟ୍ଟୁ (Kalaripayattu) ଯୁଦ୍ଧ ବିଦ୍ୟାର ଦେବୀ ଭାବରେ ସେ ପୂଜିତ ହୁଅନ୍ତି । [୫]
ପ୍ରତିମା-ବିଦ୍ୟା
[ସମ୍ପାଦନା]ଚାମୁଣ୍ଡା ପ୍ରତିମୁର୍ତ୍ତିର ରଙ୍ଗ କଳା ବା ନାଲି ଥାଏ ଓ ବେକରେ ମୁଣ୍ଡ ବା ଖପୁରୀ ମାଳା ପଡ଼ିଥାଏ । ତାଙ୍କର ୪,୮,୧୦ ବା ବାରଟି ହାତ ଥାଇପାରେ, ହାତରେ ଡମ୍ବରୁ, ତ୍ରିଶୁଳ, ବଜ୍ର, ଖଣ୍ଡା, କଟାମୁଣ୍ଡ, ଖପୁରୀ ଗଦା (khatvanga), ସାପ, ରକ୍ତଭରା ଖପୁରୀ ବା ପାନୀୟ ପାତ୍ର ଥାଏ । ପୁରୁଷ ଲୋକର ଶବ ଉପରେ ସେ ଠିଆ ହୋଇଥାଆନ୍ତି ଯାହାକୁ ପ୍ରେତାସନ କୁହାଯାଏ । ଖପୁରୀ, ହାଡ଼ ଓ ସାପ ଇତ୍ୟାଦି ତାଙ୍କର ଅଳଙ୍କାର ରୂପ ନେଇଥାଏ । ସେ ଗୋଟିଏ ଜଜ୍ଞୋପବିତ ଧାରଣ କରିଥାଆନ୍ତି । ତାଙ୍କ ମୁଣ୍ଡର ବାଳ ଜଟା ଆକାରରେ ଥାଏ ଯାହାକୁ ସେ ସାପ ବା ଖପୁରୀ ସାହାଯ୍ୟରେ ଅଳଙ୍କାର ଭାବରେ ବାନ୍ଧିଥାଆନ୍ତି । ତାଙ୍କ ମଥାରେ ଅସମ୍ପୁର୍ଣ୍ଣ ଜହ୍ନ ଦେଖିବାକୁ ମିଳେ ।[୬][୭] ତାଙ୍କର ଆଖିରୁ ନିଆଁ ହୁଳା ବାହାରିବା ଭଳି ଦେଖାଯାଏ । ଦୁଷ୍ଟ ଶକ୍ତି ସବୁ ତାଙ୍କ ସାଥିରେ ରହନ୍ତି । [୭][୮] ତାଙ୍କ ଚାରିପାଖରେ କଙ୍କାଳ ବା ଭୂତ ଓ ବିଲୁଆ ଥାଆନ୍ତି ଯେଉଁମାନେ ତାଙ୍କ ବସିବା ବା ଠିଆ ହୋଇଥିବା ସ୍ଥାନ ତଳେ ଥିବା ମଣିଷ ଶବର ମାଂସ ଝୁଣି ଖାଆନ୍ତି । ବିଲୁଆ ଓ ତାଙ୍କର ସାଥିମାନେ ଖପୁରୀ-ପାତ୍ରରେ ଥିବା ରକ୍ତ ବା କଟା ମୁଣ୍ଡରୁ ବୋହିଯାଉଥିବା ରକ୍ତ ପାନ କରୁଥାଆନ୍ତି । ପ୍ରତିକାତ୍ମକ ଭାବରେ ଏହା ଦର୍ଶାଏ ଯେ ପରାଜିତ ଶତୃର ରକ୍ତ ଚାମୁଣ୍ଡା ପାନ କରନ୍ତି ।[୯] ସମସ୍ତ ମାତୃକାଙ୍କର ବିଶେଷତଃ ଚାମୁଣ୍ଡାଙ୍କର ରକ୍ତ ପାନ କରିବାଟା ଏକ ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ । ବେଳେ ବେଳେ ସେ ପେଚା ବାହନ ଉପରେ ବସିଥାଆନ୍ତି । ତାଙ୍କର ପତାକାରେ ଏକ ଚିଲ ଚିହ୍ନ ଥାଏ । [୭]
ଆଧାର
[ସମ୍ପାଦନା]- ↑ Nalin, David R. (15 June 2004). "The Cover Art of the 15 June 2004 Issue". Clinical Infectious Diseases.[permanent dead link]
- ↑ Wangu p.72
- ↑ Wangu p.114
- ↑ Vaisnavism Saivism and Minor Religious Systems By Ramkrishna G. Bhandarkar, p.205, Published 1995, Asian Educational Services, ISBN 81-206-0122-X
- ↑ Wangu p.174
- ↑ See:
- Kinsley p. 147, 156. Descriptions as per Devi Mahatmya, verses 8.11-20
- "Sapta Matrikas (12th C AD)". Department of Archaeology and Museums, Government of Andhra Pradesh. Archived from the original on July 1, 2007. Retrieved 2008-01-08.
- Donaldson, T. "Chamunda, The fierce, protective eight-armed mother". British Museum.
- "Chamunda, the Horrific Destroyer of Evil [India, Madhya Pradesh] (1989.121)". In Timeline of Art History. New York: The Metropolitan Museum of Art, 2000–. http://www.metmuseum.org/toah/ho/07/ssn/ho_1989.121.htm (October 2006)
- Kalia, pp.106–109.
- ↑ ୭.୦ ୭.୧ ୭.୨ Goswami, Meghali; Gupta, Ila; Jha, P. (March 2005). "Sapta Matrikas In Indian Art and their significance in Indian Sculpture and Ethos: A Critical Study" (PDF). Anistoriton Journal. Anistoriton. Retrieved 2008-01-08. "Anistoriton is an electronic Journal of History, Archaeology and ArtHistory. It publishes scholarly papers since 1997 and it is freely available on the Internet. All papers and images since vol. 1 (1997) are available on line as well as on the free Anistorion CD-ROM edition."
- ↑ Kinsley p.147
- ↑ "Durga: Avenging Goddess, Nurturing Mother ch.3, Chamunda". Norton Simon Museum. Archived from the original on 2006-10-03.