ଗଙ୍ଗା (ହିନ୍ଦୁଧର୍ମରେ)
ଗଙ୍ଗା | |
---|---|
ବିଶୁଦ୍ଧ ଓ ପବିତ୍ରତାର ଦେବୀ ଗଙ୍ଗା ନଦୀର ମାନବୀକରଣ | |
ଅନ୍ଯ ନାମ | ଭାଗୀରଥି, ଜାହ୍ନବୀ, ନିକିତା, ଜାହ୍ନୁକନ୍ୟା, ସପ୍ତେଶ୍ୱରୀ, ସୁରେଶ୍ୱରୀ, ଭଗବତୀ, ଉର୍ବିଜୟ, ଚିତ୍ରାଣୀ, ତ୍ରିଧାରା, ଶୁଭ୍ରା, ବୈଷ୍ଣବୀ, ବିଷ୍ଣୁପଦୀ, ଭଗପତପଦୀ, ତ୍ରୀପାଥଗ, ପୟୋଶ୍ନିକା, ମହାଭଦ୍ର, ମନ୍ଦାକିନୀ, ମେଘନା, ମେଘଲ, ଗଙ୍ଗିକା, ଗଙ୍ଗେ, ଗଙ୍ଗେଶ୍ୱରୀ, ଅଳକାନନ୍ଦା |
Affiliation | ଦେବୀ, ହିନ୍ଦୁ ଧର୍ମ ଅନୁସାରେ ସାତଟି ପବିତ୍ର ନଦୀମାନଙ୍କ ମଧ୍ୟରୁ ଗୋଟିଏ । |
ଲୋକ | ବ୍ରହ୍ମା, ବିଷ୍ଣୁ, କୈଳାସ (Kailash), ଗଙ୍ଗୋତ୍ରୀ (Gangotri) |
Mantra |
|
Weapon | ତ୍ରୀଶୂଳ (Trident), ଢାଲ (discus) ଓ କଳସ (kalasha) |
ସ୍ୱାମୀ/ସ୍ତ୍ରୀ | ଶାନ୍ତନୁ (Shantanu) |
ପିତାମାତା | ହିମବାନ (Himavan) ଓ ମୈନାବତୀ |
ଭାଇଭଉଣୀ | ପାର୍ବତୀ |
ସନ୍ତାନଗଣ | ଭୀଷ୍ମ (Bhishma) ଓ ନର୍ମଦା (Narmada) |
Mount | ମକର (Makara) |
ପର୍ବପର୍ବାଣି | ଗଙ୍ଗା ଦଶହରା (Ganga Dussehra), ଗଙ୍ଗା ଜୟନ୍ତୀ ଓ ନବରାତ୍ରୀ (Navratri) |
ହିନ୍ଦୁଧର୍ମରେ ଗଙ୍ଗା ନଦୀ ଏକ ପବିତ୍ର ନାମ ଯାହାକୁ ମାନବୀକରଣ କରାଯାଇ ଦେବୀ ଗଙ୍ଗା ନାମରେ ପୂଜା କରାଯାଉଛି । ତାଙ୍କୁ ହିନ୍ଦୁ ଓ ବୌଦ୍ଧଧର୍ମାବଲମ୍ବୀମାନେ ପୂଜା କରନ୍ତି ଓ ଗଙ୍ଗା ନଦୀରେ ସ୍ନାନ କଲେ ସକଳ ପାପ ଧ୍ରୌତ ହୋଇ ମୋକ୍ଷ ହେବା ବିଶ୍ୱାସ ରହିଛି । ଗଙ୍ଗା ଜଳ ଅତି ବିଶୁଦ୍ଧ ବୋଲି ବିଶ୍ୱାସ କରାଯାଏ । ମୃତ ବ୍ୟକ୍ତିଙ୍କର ପାଉଁସ ଗଙ୍ଗା ନଦୀରେ ବିସର୍ଜନ କଲେ ଆତ୍ମା ମୋକ୍ଷ (moksha) ହୋଇଯାଏ ବୋଲି ଚିନ୍ତା କରାଯାଏ ।
ଗଙ୍ଗା ନଦୀ କୁଳେ କୁଳେ ଅନେକ ପବିତ୍ର ସ୍ଥାନ ରହିଛି ଯଥା:- ଗଙ୍ଗୋତ୍ରୀ, ହରିଦ୍ୱାର, ଆଲ୍ଲାହାବାଦ, ବନାରସ ଓ କୋଲକାତାରେ ଥିବା କାଳୀଘାଟ କାଳୀ ମନ୍ଦିର । ଥାଇଲ୍ୟାଣ୍ଡରେ ପାଳନ କରାଯାଉଥିବା ଲୟ କ୍ରୋଥୋଙ୍ଗ ପର୍ବରେ ବୁଦ୍ଧ ଓ ଦେବୀ ଗଙ୍ଗାଙ୍କୁ ସମ୍ମାନ କରି ସର୍ବ ପାପ ଧୋଇଯାଇ ସୌଭାଗ୍ୟ ଆସିବା ଉଦ୍ଦେଶ୍ୟରେ ଡଙ୍ଗାରେ ଜଳନ୍ତ ମହମବତୀ ଭସାନ୍ତି । ସଂସାରର ନୈତିକ ସଂହିତା ଓ ମାନବିକ ନୀତିକୁ ଭଗ୍ନ କଲେ ବିଯୁକ୍ତାତ୍ମକ ପ୍ରଭାବ ପଡ଼ିବା ବିଶ୍ୱାସ କରାଯାଏ; ଏଣୁ ଏଥିରୁ ମୁକ୍ତି ପାଇବା ନିମନ୍ତେ ଏହି ପର୍ବ ପାଳନ କରାଯାଏ ।
ପତି ଓ ମାତା
[ସମ୍ପାଦନା]ମହାଭାରତ ଅନୁସାରେ ଶାନ୍ତନୁଙ୍କୁ ଗଙ୍ଗା ବିବାହ କରିଥିଲେ ।
ହିନ୍ଦୁ ସଂସ୍କୃତି ଓ ପୂଜାରେ ଗଙ୍ଗା ସଭିଙ୍କ ମାତା ଯିଏ ସମସ୍ତଙ୍କୁ ଗ୍ରହଣ କରି କ୍ଷମା କରିଦିଅନ୍ତି ।[୧] ଅନ୍ୟ ଦେବୀଙ୍କ ଭଳି ତାଙ୍କର କୌଣସି କ୍ଷତିକାରକ ଗୁଣ ନାହିଁ ଯଦିଓ ସେ ନଦୀର ଗୁଣ ଧାରଣ କରିଛନ୍ତି ।[୧] ଅନ୍ୟାନ୍ୟ ଦେବତାଙ୍କର ମଧ୍ୟ ସେ ମାତା ଅଟନ୍ତି ।[୨] ମହାଭାରତ ଅନୁସାରେ ସେ ଶାନ୍ତନୁଙ୍କ ପତ୍ନୀ ଓ ପିତାମହ ଭୀଷ୍ମଙ୍କର ମାତା ଥିଲେ ।[୨] ଭୀଷ୍ମ ଯୁଦ୍ଧରେ ଆଘାତପ୍ରାପ୍ତ ହୋଇ ଶରଶଯ୍ୟାରେ ଥିବା ବେଳେ ଗଙ୍ଗା ଜଳ ମଧ୍ୟରୁ ବାହାରି ତାଙ୍କ ପାଖକୁ ଗଲେ ଓ ବିକଳ ହୋଇ ଅନିୟନ୍ତ୍ରିତ ଭାବରେ କ୍ରନ୍ଦନ କରିବାକୁ ଲାଗିଲେ । କେବଳ ବିବାହ ଇଚ୍ଛୁକ ଥିବା ଅମ୍ବାଙ୍କୁ ଅପହରଣ ଓ ଅପମାନିତ କରିବାରୁ ଭୀଷ୍ମଙ୍କର ପତନ ଘଟିଥିଲା ।[୨]
ହିନ୍ଦୁ ଧର୍ମ, ପୁରାଣ ଓ ପୁସ୍ତକମାନଙ୍କରେ ଗଙ୍ଗା ଏକ ପବିତ୍ର ବିଶୁଦ୍ଧ ଜୀବନ ଜଳ ଓ ଦେବୀ ଭାବରେ ଚିତ୍ରଣ ହୋଇଛନ୍ତି । [୩] ଅନ୍ୟ ଦେବ ଦେବୀଙ୍କର ପୂଜାରେ ଯେପରି ଆବାହନ ଓ ବିସର୍ଜନ କରାଯାଏ, ସେଭଳି ପ୍ରଥା ଗଙ୍ଗା ପୂଜାରେ ଦେଖିବାକୁ ମିଳେନି ।[୩] ଗଙ୍ଗା ନଦୀ ପ୍ରବହମାନ ଥିବା ପର୍ଯ୍ୟନ୍ତ ଗଙ୍ଗାଙ୍କର ଦେବତ୍ୱ ବଞ୍ଚିରହିଥିବ । [୩]
ଗଙ୍ଗା ପୁସ୍କରିଣୀ
[ସମ୍ପାଦନା]ମରିସସ୍ ହିନ୍ଦୁମାନେ ଗଙ୍ଗା ତାଲାଓ (Ganga Talao) ବା ଗଙ୍ଗା ପୁସ୍କରିଣୀକୁ ଗଙ୍ଗା ଭଳି ପବିତ୍ର ମନେକରନ୍ତି । ସନ ୧୯୭୨ରେ ତଦାନନ୍ତୀନ ମରିସସ୍ ପ୍ରଧାନ ମନ୍ତ୍ରୀ ସାର ସୀୱୁସାଗର ରାମଗୁଲାମ ଗୋମୁଖକୁ ଯାଇ ସେଠାରୁ ଗଙ୍ଗା ଜଳ ସଂଗ୍ରହ କରି ଆଣି ଗ୍ରାଣ୍ଡ ବେସିନ ଜଳରେ ମିଶେଇ ଦେଇ ସେହି ଜଳାଶୟର ନୂତନ ନାମକରଣ କରି ଗଙ୍ଗା ତାଲାଓ ନାମ ଦେଇଥିଲେ । [୪]
ପୃଥିବୀକୁ ଆଗମନ
[ସମ୍ପାଦନା]ଥରେ ରାଜା ସଗର ଅଶ୍ୱମେଧ ଯଜ୍ଞ କରୁଥିଲେ ଓ ତାଙ୍କର ଘୋଡ଼ା ନିୟମ ମୁତାବକ ଛାଡ଼ିଦିଆଯାଇଥିଲା । ସେହି ଘୋଡ଼ାକୁ ଇନ୍ଦ୍ର ଦେବତା ଲୁଚେଇକରି ନେଇ ପାତାଳରେ କପିଳ ମୂନୀଙ୍କ ଆଶ୍ରମରେ ଛାଡ଼ିଦେଲେ । ମୂନୀ ସେତେବେଳକୁ ତପସ୍ୟାରତ ଥିଲେ । ଘୋଡ଼ାକୁ ଖୋଜି ଖୋଜି ସଗରଙ୍କର ୬୦,୦୦୦ପୁତ୍ର ମୂନୀଙ୍କର ଆଶ୍ରମରେ ପହଞ୍ଚିଲେ । ମୂନୀଙ୍କୁ ଚୋର ଭାବି ସେମାନେ ଭୀଷଣ ଭାବରେ ଗାଳିଗୁଲଜ କଲେ । ତପରତ ମୂନୀଙ୍କର ତପସ୍ୟା ଭଗ୍ନ ହେବାରୁ ସେ ଆଖି ଖୋଲିଲେ ଓ ଦେଖୁ ଦେଖୁ ୬୦,୦୦୦ ପୁତ୍ର ଭସ୍ମୀଭୂତ ହୋଇଗଲେ । ତାଙ୍କର ଆତ୍ମା ଉପଯୁକ୍ତ ଦାହ ସଂସ୍କାର ଅଭାବରୁ ଭୂତ ହୋଇ ଘୁରିବୁଲିଲେ । ଏହା ପରେ ସଗରଙ୍କର ପୁତ୍ର ଅଂଶୁମାନ ଓ ଦିଲିପ ତାଙ୍କ ସମୟରେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ତା'ପରେ ଭଗୀରଥ ଜନ୍ମ ଗ୍ରହଣ କରି ସେମାନଙ୍କୁ ଉଦ୍ଧାର କରିବାକୁ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାରୁ ସେ ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟାରୋହଣ କରିବାକୁ ଆଦେଶ ଦେଲେ । ତାଙ୍କର ଭୂପତନ ସମୟର ଆଘାତକୁ ରକ୍ଷା କରିବାକୁ ଶିବଙ୍କୁ ଭଗୀରଥ ପ୍ରାର୍ଥନା କଲେ । ଅପମାନିତା ଗଙ୍ଗା ଧରିତ୍ରୀକୁ ଧ୍ୱଂସ କରିବାକୁ ସ୍ୱର୍ଗରୁ ଖସିଲେ କିନ୍ତୁ ଶିବଙ୍କ ମଥାରେ ଥିବା ଜଟାରେ ପଡ଼ିବା ପରେ ଏକ ଛୋଟ ସ୍ରୋତ ହୋଇ ବୋହିବାକୁ ଲାଗିଲେ ।