କ୍ୟାଣ୍ଡିଡିଆସିସ୍
କ୍ୟାଣ୍ଡିଡିଆସିସ୍ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], dermatology[*] |
ଆଇସିଡ଼ି-୧୦ | B37. |
ଆଇସିଡ଼ି-୯-ସିଏମ୍ | 112 |
ରୋଗ ଡାଟାବେସ | 1929 |
ମେଡ଼ିସିନ-ପ୍ଲସ | 001511 |
ଇ-ମେଡ଼ିସିନ | med/264 emerg/76 ped/312 derm/67 |
Patient UK | କ୍ୟାଣ୍ଡିଡିଆସିସ୍ |
MeSH | D002177 |
କ୍ୟାଣ୍ଡିଡିଆସିସ୍ (ଇଂରାଜୀରେ Candidiasis) ଏକ ପ୍ରକାର ଫିମ୍ପି ବା କବକ ସଂକ୍ରମଣ ଯାହା ଯେ କୌଣସି ପ୍ରକାର କ୍ୟାଣ୍ଡିଡାଦ୍ୱାରା (ଏକ ପ୍ରକାର yeast) ହୁଏ । [୧] ପାଟିରେ ଏହି ସଂକ୍ରମଣ ହେଲେ ଥ୍ରସ୍ କୁହାଯାଏ । [୧] ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜିଭରେ, ପାଟିରେ ବା ଗଳାରେ ଗୋଟିଏ ଧଳା ପ୍ୟାଚ୍ ଦେଖାଯାଏ । [୨] ଅନ୍ୟ ଲକ୍ଷଣ ମଧ୍ୟରେ ତଣ୍ଟି ପ୍ରଦାହ ହୋଇ ଗିଳିବାରେ ଅଦୁବିଧା ହୁଏ । [୨] ଯୋନୀପଥ ଏହି ରୋଗଦ୍ୱାରା ସଂକ୍ରମିତ ହେଲେ ସାଧାରଣତଃ ଇଷ୍ଟ ସଂକ୍ରମଣ (yeast) ହୋଇଛି ବୋଲି କୁହାଯାଏ । [୧] ethire ଯୌନାଙ୍ଗ କୁଣ୍ଡେଇ ହୁଏ, ଜଳାପୋଡ଼ା କରେ ଓ ବେଳେ ବେଳେ ଯୋନୀପଥରୁ ଛେନା ଭଳି ପଦାର୍ଥ ବିସର୍ଜିତ ହୁଏ ।[୩] ଲିଙ୍ଗ ସଂକ୍ରମଣ ହେଲେ କୁଣ୍ଡେଇ ହୁଏ । [୨] କ୍ୱଚିତ୍ ଏହି ସଂକ୍ରମଣ ଦେହସାରା ବ୍ୟାପିଯାଇ ଜ୍ୱର ସହ ଅନ୍ୟାନ୍ୟ ଅଙ୍ଗ ଅନୁଯାୟୀ ଲକ୍ଷଣ ଦେଖାଯାଏ । [୪]
୨୦ ପ୍ରକାରରୁ ଅଧିକ କ୍ୟାଣ୍ଡିଡା ମଧ୍ୟରେ କ୍ୟାଣ୍ଡିଡା ଆଲ୍ବିକାନ୍ସ୍ ଅତି ସାଧାରଣ । [୧] ପାଟି ସଂକ୍ରମଣ ଅତି ସାଧାରଣ ଓ ଏହା ଏକ ମାସରୁ କମ୍ ବୟସର ପିଲାଙ୍କଠାରେ, ବୟଷ୍କଙ୍କଠାରେ ଓ ଦୂର୍ବଳ ଇମ୍ମ୍ୟୁନ୍ ସିସ୍ଟମ ଥିଲେ ଏହି ରୋଗ ହୁଏ । ଏଚ.ଆଇ.ଭି./ ଏଡସ, ଅଙ୍ଗ ପ୍ରତିରୋପଣ ପରେ, ଡାଏବେଟିସ ଓ କର୍ଟିକୋସ୍ଟିରଏଡ ବ୍ୟବହାର କଲେ ଦୂର୍ବଳ ଇମ୍ମ୍ୟୁନିଟି ହୁଏ . କୃତ୍ରିମ ଦାନ୍ତ ଓ ଆଣ୍ଟିବାୟୋଟିକ୍ ଚିକିତ୍ସା ପରେ ମଧ୍ୟ ଏହି ରୋଗ ସଙ୍କଟ ବାହାରେ । [୫] ଗର୍ଭାବସ୍ଥାରେ, ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଓ ଆଣ୍ଟିବାୟୋଟିକ୍ ବ୍ୟବହାର ପରେ ଯୋନୀପଥ ସଂକ୍ରମଣ ସାଧାରଣତଃ ହୁଏ । [୬] ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରହିଲେ, ଅପରେଶନ୍ ପରେ, ସ୍ୱଳ୍ପ ଓଜନର ଛୁଆ ଓ ଦୂର୍ବଳ ଇମ୍ମ୍ୟୁନିଟି ଥିଲେ ଶରୀରସାରା ସଂକ୍ରମଣ ସଙ୍କଟ ଥାଏ । [୭]
ଦୂର୍ବଳ ଇମ୍ମ୍ୟୁନିଟି ଥିବା ଲୋକ ଓ ସ୍ଟିରଏଡ୍ ନାକରେ ନେଉଥିବା ଲୋକ କ୍ଲୋରୋହେକ୍ସିଡିନ୍ ପାଟି ଧୁଆ କଲେ ସଂକ୍ରମଣ ପ୍ରତିରୋଧ କରିହୁଏ । [୮] ପ୍ରତିଷେଧ ବା ଚିକିତ୍ସା ନିମନ୍ତେ ପ୍ରୋବାୟୋଟିକ ବ୍ୟବହାର କଲେ କୌଣସି ଉପକାରର ପ୍ରମାଣ ମିଳୁନି । [୯][୧୦] ପାଟି ସଂକ୍ରମଣ ନିମନ୍ତେ ସ୍ଥାନୀୟ କ୍ଲୋଟ୍ରାଇମାଜୋଲ କିମ୍ବା ନିସ୍ଟାଣ୍ଟିନ ବ୍ୟବହାର ଫଳପ୍ରଦ ହୁଏ । ଏହି ଔଷଧ ଫଳପ୍ରଦ ନ ହେଲେ ପାଟିରେ କିମ୍ବା ଶୀରାମାଧମରେ ଫ୍ଲୁକୋନାଜୋଲ, ଇଟ୍ରାକୋନାଜୋଲ କିମ୍ବା ଆମ୍ଫୋଟେରିସିନ୍ ବି ଦିଆଯାଏ । [୮] ଯୋନୀପଥ ସଂକ୍ରମଣ ନିମନ୍ତେ କ୍ଲୋଟ୍ରାଇମାଜୋଲ ସହ ଅନେକ ଗୁଡ଼ିଏ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । [୧୧] ଦେହର ଚାରିଆଡ଼େ ହୋଇଥିଲେ ଶୀରାମାଧ୍ୟମ ଆମ୍ଫୋଟେରିସିନ୍ ବି ଅଧିକାଂଶ ସମୟରେ ଦିଆଯାଏ । [୧୨] ଅତ୍ୟଧିକ ସଙ୍କଟାପନ୍ନ ଲୋକଙ୍କୁ ପ୍ରତିଷେଧକ ଆଣ୍ଟିଫଙ୍ଗାଲ ଔଷଧ ଦିଆଯାଏ । [୭]
ଏକ ମାସରୁ କମ୍ ବୟସର ଶିଶୁଙ୍କ ମଧ୍ୟରୁ ୬ % ଶିଶୁଙ୍କୁ ସଂକ୍ରମଣ ହୁଏ । ଆଣ୍ଟିବାୟୋଟିକ ଗ୍ରହଣ କରୁଥିବା ୨୦ % କର୍କଟ ରୋଗୀ ଓ ୨୦ % ଏଡ୍ସ୍ ରୋଗୀ ଏହି ସଂକ୍ରମଣର ଶିକାର ହୁଅନ୍ତି । [୧୩] ତିନି ଚତୁର୍ଥାଂଶ ମହିଳା ଜୀବନର କୌଣସି ନା କୌଣସି ସମୟରେ ଗୋଟିଏ ଥର ସଂକ୍ରମଣ ଭୋଗନ୍ତି । [୧୪] କୌଣସି ସଙ୍କଟ ନ ଥିଲେ ବିସ୍ତୃତ ରୋଗ କ୍ୱଚିତ୍ ଦେଖାଯାଏ । [୧୫] ଏହି ରୋଗକୁ କ୍ୟାଣ୍ଡିଡୋସିସ୍, ମୋନିଲିଆସିସ୍ ଓ ଓଏଡିଓମାକୋସିସ୍ ନାମ ମଧ୍ୟ ଦିଆଯାଇଥାଏ । [୧୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Candidiasis". cdc.gov. February 13, 2014. Retrieved 28 December 2014.
- ↑ ୨.୦ ୨.୧ ୨.୨ "Symptoms of Oral Candidiasis". cdc.gov. February 13, 2014. Retrieved 28 December 2014.
- ↑ "Symptoms of Genital / Vulvovaginal Candidiasis". cdc.gov. February 13, 2014. Retrieved 28 December 2014.
- ↑ "Symptoms of Invasive Candidiasis". cdc.gov. February 13, 2014. Retrieved 28 December 2014.
- ↑ "Risk & Prevention". cdc.gov. February 13, 2014. Retrieved 28 December 2014.
- ↑ "People at Risk for Genital / Vulvovaginal Candidiasis". cdc.gov. February 13, 2014. Retrieved 28 December 2014.
- ↑ ୭.୦ ୭.୧ "People at Risk for Invasive Candidiasis". cdc.gov. February 13, 2014. Retrieved 28 December 2014.
- ↑ ୮.୦ ୮.୧ "Treatment & Outcomes of Oral Candidiasis". cdc.gov. February 13, 2014. Retrieved 28 December 2014.
- ↑ Jurden L, Buchanan M, Kelsberg G, Safranek S (June 2012). "Clinical inquiries. Can probiotics safely prevent recurrent vaginitis?". The Journal of family practice. 61 (6): 357, 368. PMID 22670239.
{{cite journal}}
: CS1 maint: multiple names: authors list (link) - ↑ Abad CL, Safdar N (June 2009). "The role of lactobacillus probiotics in the treatment or prevention of urogenital infections--a systematic review". Journal of chemotherapy (Florence, Italy). 21 (3): 243–52. doi:10.1179/joc.2009.21.3.243. PMID 19567343.
- ↑ "Treatment & Outcomes of Genital / Vulvovaginal Candidiasis". cdc.gov. February 13, 2014. Retrieved 28 December 2014.
- ↑ "Treatment & Outcomes of Invasive Candidiasis". cdc.gov. February 13, 2014. Retrieved 28 December 2014.
- ↑ "Oral Candidiasis Statistics". cdc.gov. February 13, 2014. Retrieved 28 December 2014.
- ↑ "Genital / vulvovaginal candidiasis (VVC)". cdc.gov. February 13, 2014. Retrieved 28 December 2014.
- ↑ "Invasive Candidiasis Statistics". cdc.gov. February 13, 2014. Retrieved 28 December 2014.
- ↑ James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. pp. 308–311. ISBN 0-7216-2921-0.
{{cite book}}
: CS1 maint: multiple names: authors list (link)