କ୍ଲାଉଡ଼ ଟେକ୍ନୋଲୋଜି
ଡେଭେଲପର | Salesforce |
---|---|
ପ୍ରଥମ ରିଲିଜ୍ | 1999 |
Operating system | Windows Azure, Linux and Solaris [୧][୨][୩][୪] |
ପ୍ଲାଟଫର୍ମ | Solution stacks (LAMP, Space-based architecture) |
ଷ୍ଟାଣ୍ଡାର୍ଟ(ମାନ) |
|
କ୍ଲାଉଡ଼ ଟେକ୍ନୋଲୋଜି ଏକ ଇଣ୍ଟରନେଟଦ୍ୱାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ଗୁଡ଼ିକ ଏକ ଗୃପ ମଧ୍ୟରେ ଯୋଡି ହୋଇଥିବା କମ୍ପ୍ୟୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗୃପରେ ଯୋଡିହୋଇରହିଥିବା କମ୍ପ୍ୟୁଟରମାନଙ୍କୁ ଏକ ସମୂହକୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥାମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେଣ୍ଟର୍ଦ୍ୱାରା ତାଙ୍କର ଷ୍ଟୋର କରିଥିବା ଡାଟାକୁ ପ୍ରକ୍ରିୟା କରିବାର କ୍ଷମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜି ନେଟୱର୍କିଂ ପାଇଁ ଏକ ଆଦର୍ଶ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମାଣ୍ଡରେ (ଆବଶ୍ୟକତା ଅନୁସାରେ) ଏକ ନେଟୱର୍କ୍-କମ୍ପ୍ୟୁଟର ରିସୋର୍ସକୁ ନିଜର କ୍ଲାଉଡ୍ର ରିସୋର୍ସ୍ ବ୍ୟବହାର କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ୱର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ର ଏକ ସମୂହ । ଏହାକୁ ଅତି ଶୀଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ଼ ବଡ଼ ଅନୁଷ୍ଠାନ ମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍ଫାଷ୍ଟ୍ରକ୍ଚର ଖର୍ଚ କମ କରିବାରେ ସାହାଯ୍ୟ କରିଥାଏ । ଏହି ଅନୁଷ୍ଠାନଗୁଡ଼ିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନକୁ ଦ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟିର ଦ୍ରୁତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାଣ୍ଡ ଓ ବୃଦ୍ଧି-ହ୍ରାସକୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଯୋଗ କରିଥାଏ ।
କ୍ଲାଉଡ ଟେକ୍ନୋଲୋଜି ସେବାର ଚାହିଦା ଆଜିକାଲି ବୃଦ୍ଧି ହେବାରେ ଲାଗିଛି ଓ କ୍ଲାଉଡର ଅଧିକ କମ୍ପ୍ୟୁଟିଙ୍ଗ୍ କ୍ଷମତା, ସସ୍ତା ସେବା଼, ଉନ୍ନତ ମାନର କାର୍ଯ୍ୟ ପ୍ରକ୍ରିୟା, ସହଜରେ ପ୍ରବେଶ କରିବା ପରି ଅନେକ ସୁବିଧା ହେତୁ ତା'ର ଲୋକପ୍ରିୟତା ବୃଦ୍ଧି ହେଉଛି । କ୍ଲାଉଡ ଭେଣ୍ଡରମାନେ ତାଙ୍କ ସଂସ୍ଥାର ବୃଦ୍ଧି ହେଉଥିବା ଚାହିଦା ୫୦ ପ୍ରତିଶତ ପ୍ରତି ବର୍ଷ ହୋଇଛି । କିନ୍ତୁ ଏହା ଏକ ନୁତନ ପର୍ଯ୍ୟାୟରେ ଥିବା ହେତୁ କେତେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଚି ଓ ଆଗତ ଭବିଷ୍ୟତରେ ଏହାକୁ ଠିକ କରାଯିବାର ଚେଷ୍ଟା ମଧ୍ୟ ଚାଲିଛି ।
ଇତିହାସ
[ସମ୍ପାଦନା]କ୍ଲାଉଡ଼ ଟେକ୍ନୋଲୋଜିର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ କିଛି ଜାଣିବାକୁ ମିଳିନାହିଁ । ଏହାର ବିଜ୍ଞାନ ସମ୍ବନ୍ଧୀୟ ଅର୍ଥ ହେଉଛି ଯେ କୌଣସି ବସ୍ତୁର ଏକ ବଡ଼ ଏକତ୍ରୀକରଣ ଯାହା ଦୂରରୁ ଏକ କ୍ଲାଉଡ଼ ଭଳି ଦେଖା ଯାଏ ଓ ସେମାନଙ୍କ ବିଷୟରେ କିଛି ସବିଶେଷ ତଥ୍ୟ ନଥାଏ । କ୍ଲାଉଡ଼କୁ ଆଗରୁ ଇଣ୍ଟରନେଟ ଓ କମ୍ପ୍ୟୁଟର ନେଟୱର୍କକୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା । କ୍ଲାଉଡ଼ ଚିତ୍ରଟି ୧୯୭୭ ମସିହାରେ ARPANET[୫] ରମସିହାରେ ଓ ୧୯୮୧ରେ CSNET ର[୬] କଂପ୍ୟୁଟିଂଗ୍ ଜଂତ୍ରର ପ୍ରତିନିଧିତ୍ୱ କରିବାକୁ ବ୍ୟବହୃତ ହେଉଥିଲାର ।
କ୍ଲାଉଡ଼ ଟେକ୍ନୋଲୋଜି ବିଷୟରେ ପ୍ରଥମଥର ପାଇଁ Compacର ଇଂଟରନାଲ ଡକୁମେଣ୍ଟରେ ଏହି ପ୍ରସଙ୍ଗ ଦେଖିବାକୁ ମିଳିଥିଲା[୭] ।
କିନ୍ତୁ କ୍ଲାଉଡ଼ ଟେକ୍ନୋଲୋଜିର ଲୋକପ୍ରିୟତା ୨୦୦୬ରେ ଦେଖିବାକୁ ମିଳିଥିଲା ଯେବେ Amazon.com Elastic Compute Cloudକୁ ପରିଚିତ କରିଥିଲା[୮] ।
ସ୍ଥାପତ୍ୟ
[ସମ୍ପାଦନା]କ୍ଲାଉଡ଼ର ସ୍ଥାପତ ବିଦ୍ୟା ଅନେକ କ୍ଲାଉଡ଼ ବିଦ୍ୟାର ଅଂଶ ନିଜ ନିଜ ଭିତରେ ଡାଟାର ଆଦାନ ପ୍ରଦାନ କରି ଯୋଡି ହେଇ କାମ କରନ୍ତି । Elastic provision ବୁଦ୍ଧିମତାର ସହିତ ଜଂତ୍ରକ୍ରିୟାକୁ ପ୍ରଚାଳିତ କରି ରଖିଥାଏ ।
କ୍ଲାଉଡ୍ର ଯାନ୍ତ୍ରିକ ଅଭିକଳ୍ପ
[ସମ୍ପାଦନା]କ୍ଲାଉଡ଼ର ଯାନ୍ତ୍ରିକ ଅଭିକଳ୍ପ ଇଂଜିନିୟରିଂର ପ୍ରଶିକ୍ଷଣକୁ ନେଇ କ୍ଲାଉଡ଼ କଂପ୍ୟୁଟିଂକୁ ସ୍ୱଚାଲିତ ରଖିଥାଏ । ଏହା ଏକ ପଦ୍ଦତିଗତ ଦିଗରେ ଏକ ବଡ଼ ଧରଣର ବ୍ୟବସାୟିକ ଭାବରେ କଂପ୍ୟୁଟିଂଗ୍ ଜଂତ୍ର ପ୍ରଚାଳିତ ହୁଏ । ଏହା ଶୃଙ୍ଖଳିତ ଭାବରେ କ୍ଲାଉଡ଼, ୱେବ, ପରଫର୍ମାନସ, ଇନ୍ଫୋର୍ମସଂ, ସିକୁରିଟିର ମିଳିତ ସଂଗଠନରେ ଚାଲୁଥିବା ଇଂଜିନିର୍ୟରିଂ ।
ବିଶେଷ ଗୁଣ
[ସମ୍ପାଦନା]୧. ଚାହିଦା ହିସାବରେ ନିଜସ୍ୱ ସେବା - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭରର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟାର କ୍ଷମତାକୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।
୨. ପ୍ରସସ୍ତ ନେଟବାର୍କ୍ ପ୍ରବେସ ସୁବିଧା - ଇଣ୍ଟରନେଟରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟାଦ୍ୱାରା ଆଗକୁ ବଢ଼ା ଯାଇପାରିବ । ଏହା ଛୋଟ ଓ ବଡ଼ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।
୩. ସାଧନ ପାଇବା - ପ୍ରୋଭାଇଡରଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।
୪. କ୍ଷୀପ୍ର ସ୍ଥିତିସ୍ଥାପକତା - କ୍ଲାଉଡ଼ର କ୍ଷମତାକୁ ସ୍ୱଇଚ୍ଛାରେ କ୍ଷୀପ୍ର କରାଯାଇପାରିବ । ଏହା ବୃଦ୍ଧି ହେଉଥିବା ଗ୍ରାହକଙ୍କ ସହ ଯୋଡି ହେବାର ସୁବିଧା ଦିଏ କାରଣ ପ୍ରତିଦିନ ଭାବରେ ଗ୍ରାହକଙ୍କ ଡିମାଣ୍ଡ ବୃଦ୍ଧି ହେଉଛି ।
୫. ପରିମିତ କାର୍ଯ୍ୟ - କ୍ଲାଉଡ଼ର ଜଂତ୍ର ନିଜସ୍ୱ ଭାବରେ କ୍ଲାଉଡ଼କୁ କଣ୍ଟ୍ରୋଲ କରନ୍ତି ଏବଂ କ୍ଲାଉଡ଼ କମ୍ପ୍ୟୁଟିଂର କ୍ଷମତାକୁ ଅନୁକୂଳ ତମ କରନ୍ତି । ଏହାର ରେସୋର୍ସ ଉପରେ ନଜର ରଖ ଯାଇପାରିବ, କଣ୍ଟ୍ରୋଲ କରାଯାଇପାରିବ, ଓ ବ୍ୟବହାର ମଧ୍ୟ କରାଯାଇପାରିବ ।
ଅଙ୍ଗ ବିଶେଷ
[ସମ୍ପାଦନା]ଆପ୍ଲିକେସନ
[ସମ୍ପାଦନା]ଏକ କ୍ଲାଉଡ଼ ଆପ୍ଲିକେସନ, କ୍ଲାଉଡ଼ ମଡେଲର ସଫ୍ଟୱେର ଆର୍କିଟେକଚର ଉପରେ ପ୍ରଭାବ ପକାଇଥାଏ । ଏହା ସଫ୍ଟୱେର ଇଂସ୍ଟଲ କରିବା ଓ ଆପ୍ଲିକେସନ ନିଜ କମ୍ପ୍ୟୁଟରରେ ଚଳାଇବାର ଅତ୍ୟଧିକ କର୍ମ କରିବାକୁ ଦରକାର ହୁଏ ନାହିଁ । ଉଦାହରଣ ସ୍ୱରୂପ:-
- ପିୟର ଟୁ ପିୟର (Bittorrent, SETI@home, Skype)
- ୱେବ ଆପ୍ଲିକେସନ (Facebook)
- ସେବା ନିମନ୍ତେ ସଫ୍ଟୱେର (Google Apps, Salesforce)
- ସଫ୍ଟୱେର ସହିତ ସେବା (Microsoft Online Services)
କ୍ଳାଏଣ୍ଟ
[ସମ୍ପାଦନା]କ୍ଲାଉଡ଼ କ୍ଲାଏଣ୍ଟ ଏକ କମ୍ପ୍ୟୁଟର ହାର୍ଡୱେର ବା ସଫ୍ଟୱେର ଯାହା ଆପ୍ଲିକେସନ ପଠାଇବାକୁ କ୍ଲାଉଡ଼ ଉପରେ ନିର୍ଭର କରେ ବା କ୍ଲାଉଡ଼ ସେବାକୁ ପହଞ୍ଚାଇବା ପାଇଁ ତିଆରି କରା ହୋଇଛି ଏବଂ ଉପରୁକ୍ତ ଦୁଇଟି ସେବା କ୍ଲାଉଡ଼ ଉପରେ ନୁର୍ଭରସିଳ । ଉଦାହରଣ ସ୍ୱରୂପ:-
- ମୋବାଇଲ (Android[୯], iPhone[୧୦], Windows Mobile [୧୧])
- ଛୋଟ କ୍ଲାଏଣ୍ଟ (CherryPal[୧୨] , Zonbu[୧୩] , gOS based systems[୧୪] )
- ବଡ଼ କ୍ଲାଏଣ୍ଟ (Google Chrome[୧୫], Mozilla Firefox)
ଇଂଫ୍ରାସ୍ଟ୍ରକଚର
[ସମ୍ପାଦନା]କ୍ଲାଉଡ଼ ଇଂଫ୍ରାସ୍ଟ୍ରକଚର କମ୍ପ୍ୟୁଟର ଇଂଫ୍ରାସ୍ଟ୍ରକଚରର ସେବାଗୁଡ଼ିକ ପଠାଇବାକୁ ନିର୍ମିତ ଓ ଏହା ବିଶେଷତଃ ଭାବରେ ଏକ ପ୍ରକାରର ପ୍ଲାଟଫର୍ମ ଭରଚୁଆଲିଯେସନ୍ର ପରିବେଶ । ଉଦାହରଣ ସ୍ୱରୂପ:-
- ପୂର୍ଣ୍ଣ ଭରଚୁଆଲିଯେସନ୍ (GoGrid, Skytap)
- ଗ୍ରିଡ଼ କମ୍ପ୍ୟୁଟିଂ (Sun Grid )
- ପରିଚାଳନା (RightScale)
- ପାରା ଭରଚୁଆଲିଯେସନ୍ (Amazon Elastic Compute Cloud)
ପ୍ଲାଟଫର୍ମ
[ସମ୍ପାଦନା]କ୍ଲାଉଡ଼ ପ୍ଲାଟଫର୍ମ ଆପ୍ଲିକେସନ ପ୍ରଚାଳିତ କରିବାର ସୁବିଧା ପ୍ରଦାନ କରିଥାଏ ଓ ଆମକୁ ଦାମିକା ହାର୍ଡୱେର ଓ ସଫ୍ଟୱେର କିଣିବାରୁ ବଞ୍ଚିତ କରାଇଥାଏ ଏବଂ ଏହା କ୍ଲାଉଡ଼କୁ ମ୍ୟାନେଜ କରିବାକୁ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ:-
- ୱେବ ଆପ୍ଲିକେସନ ପାଇଁ ଢାଞ୍ଚା
- Python Django (Google App Engine)
- Ruby on Rails (Heroku)
- ୱେବ ହସଟିଙ୍ଗ (Mosso)
- ମାଲିକ ସମ୍ବନ୍ଧୀୟ (Azure, Force.com)
ସର୍ଭିସ
[ସମ୍ପାଦନା]କ୍ଲାଉଡ଼ ସର୍ଭିସ ଏକ ସଫ୍ଟୱେରର ଜଂତ୍ର ଯାହା କ୍ଲାଉଡ଼କୁ ସମର୍ଥନ କାଟିବାକୁ ସାହାଯ୍ୟକରେସାହାଯ୍ୟ କରେ । ଏହା ଏକ ଜଂତ୍ରକୁ ଅନ୍ୟ ଜଂତ୍ର ସହିତ ଯୋଡ଼ିଥାଏ ଓ ଦୁହେଁକ ମଧ୍ୟରେ ଆଦାନ ପ୍ରଦାନ ପାଇଁ ସାହାଯ୍ୟ କରେ । କ୍ଲାଉଡ଼ ସେବା ଅନ୍ୟ ଏକ କ୍ଲାଉଡ଼ଦ୍ୱାରା ପ୍ରଚଳିତ ଜଂତ୍ର ଓ ସଫ୍ଟୱେରକୁ ସିଧା ସିଧା ଯୋଡ଼ିଥାଏ । ଉଦାହରଣ ସ୍ୱରୂପ:-
- ଆଇଡେଁଟିଟି (OAuth, OpenID)
- ଇଣ୍ଟିଗ୍ରେସନ (Amazon Simple Queue Service)
- ମ୍ୟାପିଙ୍ଗ (Google Maps, Yahoo Maps)
- ଅର୍ଥପ୍ରଦାନ (Amazon Flexible Payment Service, Google Checkout, PayPal)
- ଖୋଜିବା (Alexa, Google Custom Search, Yahoo BOSS)
- ଅନ୍ୟାନ୍ୟ (Amazon Mechanical Turk)
ଷ୍ଟୋରେଜ
[ସମ୍ପାଦନା]କ୍ଲାଉଡ଼ ଷ୍ଟୋରେଜ ଡାଟା ଆଦାନ ପ୍ରଦାନ ଓ ଏକ ଜାଗାରେ ରଖିବାକୁ ବୁଝାଏ ଏବଂ ଏହା ୟୁଟିଲିଟି କଂପ୍ୟୁଟିଂଗ୍ ଉପରେ ନିର୍ଭରଶୀଳ । ଉଦାହରଣ ସ୍ୱରୂପ:-
- ଡାଟାବେଶ (Amazon SimpleDB, Google App Engines BigTable datastore)
- ନେଟୱାର୍କ ସହ ଜଡ଼ିତ ଷ୍ଟୋରେଜ (MobileMe iDisk Component, Nirvanix CloudNAS)
- ସିଂକ୍ରୋନାଇଜେସନ (Live Mesh Live Desktop component, MobileMe push functions)
- ୱେବ ସର୍ଭିସ (Amazon Simple Storage Service, Nirvanix SDN)
ଭୂମିକା
[ସମ୍ପାଦନା]ପ୍ରୋଭାଇଡର
[ସମ୍ପାଦନା]କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ସେବା ପ୍ରୋଭାଇଡର ନିଜେ କ୍ଲାଉଡ଼ ସିଷ୍ଟମକୁ ପ୍ରଚଳିତ କରେ ଓ ନିଜର ସେବାକୁ ଅନ୍ୟମାନଙ୍କ ସହିତ ଯୋଡି ଥାଏ । କିନ୍ତୁ ସାଧାରଣତଃ ଏହାକୁ ମ୍ୟାନେଜ କରିବା ପାଇଁ ଏକ ବଡ଼ କୋଠା ଓ ନୂତନ ଡାଟା ସେଣ୍ଟର ଦରକାର ହୁଏ । କେତେକ ଅନୁଷ୍ଠାନ କ୍ଲାଉଡ଼ କଂପ୍ୟୁଟିଂଗ୍ର ସୁବିଧାକୁ ନିଜମାନଙ୍କ ଭିତତ୍ର ସ୍ୱଚାଲିତ ରଖନ୍ତି ଇଂଟର୍ନାଲ ଭାବରେ ଓ ସେହି ସେବାକୁ ବଢ଼ାଇବାକୁ ପ୍ରଚେଷ୍ଟା କରନ୍ତି କିନ୍ତୁ ସେଥିରେ ବହୁତ କମ ପରିମାଣରେ ଲାଭ ହୁଏ । ତାତ୍ପରଯ୍ୟପୂର୍ଣ କାର୍ଯ୍ୟ ସମ୍ବନ୍ଧୀୟ ଦକ୍ଷତା ଓ କ୍ଷୀପ୍ର ସୁବିଧା ପାଇବାପାଇଁ ଛୋଟ ସଂସ୍ଥା, ସର୍ଭର ଏକତ୍ରୀକରଣ ଏବଂ ଭରଚୁଆଲିଯେସନ୍ର ନିର୍ମାଣ ଚାଲୁଅଛି । Amazon.com ପ୍ରଥମ କ୍ଲାଉଡ଼ ସେବା ପ୍ରଦାନକାରୀ ଥିଲା । ଏହା ଏବେ ଆଧୁନିକତାର ସୁଅରେ ବୃଦ୍ଧି କରୁଛି । ଏହାର ସାମର୍ଥ୍ୟ ହିସାବରେ ମାତ୍ର ୧୦ ପ୍ରତିଶତ ଭାଗ ପ୍ରତିଦିନର ନେଟୱାର୍କ ଟ୍ରାଫିକକୁ ସମ୍ଭାଳି ଦେଉଅଛି ଓ ୯୦ ପ୍ରତିଶତ ଭାଗ ଅଧିକ ସର୍ଭର ଲୋଡ଼ ବେଳେ କାର୍ଯ୍ୟ ସମ୍ଭାଳି ଥାଏ । ଏହି ସେବା ୨୦୦୨ ମସିହାରେ ଅନ୍ୟମାନଙ୍କ ପାଇଁ ଖୋଲା କରିଦିଆଗଲା ଓ ସେତେବଳେ ଏହି ସେବା 'Amazon Web Services' ନାମରେ ନିର୍ମିତ ହୋଇଥିଲା ।
ବ୍ୟବହାରକାରି
[ସମ୍ପାଦନା]କ୍ଲାଉଡ଼ ସେବାର ଉପଭୋକ୍ତାଙ୍କୁ କ୍ଲାଉଡ଼ର ବ୍ୟବହାରକାରୀ ବୋଲି କୁହାଯାଏ । ଆଜିକାଲି ବ୍ୟବହାରକାରୀଙ୍କ ପ୍ରାଇଭେସି ଏକ ବଡ଼ ଅସୁବିଧାର ବିଷୟ ସୃଷ୍ଟି କରିଛି । ଏହା ବ୍ୟବହାରକାରୀଙ୍କ ଅଧିକାରକୁ ପ୍ରଶ୍ନ କରୁଅଛି ତେଣୁ ଏକ ସଂଘଦ୍ୱାରା ଅଧିକାର ପାଇଁ ଏକ ବିଲ ପ୍ରସ୍ତୁତ କରିବାର ଚେଷ୍ଟା ଚାଲିଛି ।
କ୍ଲାଉଡ଼ ସେବାର ବିକ୍ରେତା
[ସମ୍ପାଦନା]କ୍ଲାଉଡର ଏକ ବିକ୍ରେତା ତାର ଉପଦାନ ଓ ସେବାକୁ ବିକ୍ରି କରେ ଓ କ୍ଲାଉଡ କମ୍ପ୍ୟୁଟିଙ୍ଗ, ସ୍ଟୋରେଜ୍ର ସେବାଗୁଦିକୁ ସୁବିଧାରେ ପ୍ରାପ୍ତ କରାଇଥାଏ । ଉଦାହରଣ ସ୍ୱରୁପ:-
- କମ୍ପ୍ୟୁଟର ବ୍ୟବହୃତ ଉପକରଣ (Dell, HP, IBM, Sun Microsystems)
- ଷ୍ଟୋରେଜ୍ (3PAR, EMC, MogileFS)
- ଈନଫ୍ରାସ୍ଟ୍ରକଚର୍ (Solace Systems, Layer 7 Technologies, F5 Networks)
- କମ୍ପ୍ୟୁଟର ବ୍ୟବହୃତ ସଫ୍ଟବେର୍ (3tera, GigaSpaces, Hadoop)
- ଅପରେଟିଙ୍ଗ୍ ସିସ୍ଟମ୍ (Windows Azure, Linux and Solaris)
- ପ୍ଲାଟଫର୍ମ ଭର୍ଚୁଆଲାଇଜେସନ୍ (Citrix, Microsoft, VMWare, Sun xVM)
ପ୍ରାମାଣିକ
[ସମ୍ପାଦନା]କ୍ଲାଉଡ ସ୍ଟାନଡାର୍ଡ ଅନେକ ମଧ୍ୟରୁ ଏକ ଖୋଲା ସ୍ଟାନଡର୍ଡ ଜାହାକି କ୍ଲାଉଡ ଟେକ୍ନୋଲୋଜିକୁ ବୃଦ୍ଧି କରିବାକୁ ସାହାଯ୍ୟ କରିଛି । କ୍ଲାଉଡ ସ୍ଟାନଡାର୍ଡରେ ଏହିସବୁ ରହିଛି:-
ଆପ୍ଲିକେସନ୍
[ସମ୍ପାଦନା]- ସଂପର୍କ ବା କମ୍ୟୁନିକେସନ୍ (HTTP, XMPP)
- ସିକୁରିଟି (OAuth, OpenID, SSL/TLS)
- ସିନ୍ଡିକେସନ୍ ବା ସଙ୍ଘତ୍ୱ (Atom)
କ୍ଲାଏଣ୍ଟ
[ସମ୍ପାଦନା]- ବ୍ରାଉଜର୍ (AJAX)
- ଅଫଲାଇନ୍ (HTML 5)
ଇଂଫ୍ରାସ୍ଟ୍ରକଚର
[ସମ୍ପାଦନା]- ଭର୍ଚୁଆଲାଇଜେସନ୍ (OVF)
ପ୍ଲାଟଫୋର୍ମ
[ସମ୍ପାଦନା]- ସଲ୍ୟୁସନ୍ ସ୍ଟାକ୍ (LSMP, Space-based Architecture)
ସର୍ଭିସ
[ସମ୍ପାଦନା]- ଡାଟା (XML, JSON)
- ବେବ୍ ସର୍ଭିଶେସ୍ (REST)
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2009-03-03. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ http://www.itpro.co.uk/606705/ballmer-microsoft-to-launch-cloud-os
- ↑ "About - What is the Azure Services Platform". Microsoft. Retrieved 2008-11-03.
- ↑ Red Hat chief: 'The clouds will all run Linux'
- ↑ "Internet History 1977".
- ↑ "National Science Foundation, "Diagram of CSNET," 1981".
- ↑ Antonio Regalado (31 October 2011). "Who Coined 'Cloud Computing'?". Technology Review. MIT. Retrieved 31 July 2013.
- ↑ "Announcing Amazon Elastic Compute Cloud (Amazon EC2) - beta". Amazon.com. 2006-08-24. Retrieved 2014-05-31.
- ↑ Google's Open Source Android OS Will Free the Wireless Web
- ↑ In Sync to Pierce the Cloud
- ↑ Microsoft demos mobile cloud sync client
- ↑ CherryPal brings cloud computing to the masses
- ↑ "Zonbu has alluring features, price". Archived from the original on 2009-08-30. Retrieved 2016-01-12.
- ↑ GOS cloud computing
- ↑ Google Chrome Aims to Break Microsoft Windows
ବାହାର ଲିଙ୍କ
[ସମ୍ପାଦନା]- Evolution of as-a-Service Era in Cloud Archived 2015-06-22 at the Wayback Machine.. A review on as-a-Service Framework (White paper by Dr. Sugam Sharma), 2015.
- Above the clouds: a Berkeley view of cloud computing, technical report no. UCB/EECS-2009-28, Feb 10, 2009, http://www.eecs.berkeley.edu/Pubs/TechRpts/2009/EECS-2009-28.html