କ୍ଲାଉଡ଼ ଟେକ୍ନୋଲୋଜି

ଉଇକିପିଡ଼ିଆ‌ରୁ
କ୍ଲାଉଡ୍ ଟେକ୍ନୋଲୋଜି
ଡେଭେଲପରSalesforce
ପ୍ରଥମ ରିଲିଜ୍1999
Operating systemWindows Azure, Linux and Solaris [୧][୨][୩][୪]
ପ୍ଲାଟଫର୍ମSolution stacks (LAMP, Space-based architecture)
ଷ୍ଟାଣ୍ଡାର୍ଟ(ମାନ)
  • The Green Grid
  • Cloud Security Alliance
  • The Distributed Management Task Force
  • The Institute of Electrical and Electronics Engineers Standards Association
  • The National Institute of Standards and Technology
  • The Storage Networking Industry Association

କ୍ଲାଉଡ଼ ଟେକ୍ନୋଲୋଜି ଏକ ଇଣ୍ଟରନେଟଦ୍ୱାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ଗୁଡ଼ିକ ଏକ ଗୃପ ମଧ୍ୟରେ ଯୋଡି ହୋଇଥିବା କମ୍ପ୍ୟୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗୃପରେ ଯୋଡିହୋଇରହିଥିବା କମ୍ପ୍ୟୁଟରମାନଙ୍କୁ ଏକ ସମୂହକୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥାମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେଣ୍ଟର୍ଦ୍ୱାରା ତାଙ୍କର ଷ୍ଟୋର କରିଥିବା ଡାଟାକୁ ପ୍ରକ୍ରିୟା କରିବାର କ୍ଷମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜି ନେଟୱର୍କିଂ ପାଇଁ ଏକ ଆଦର୍ଶ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମାଣ୍ଡରେ (ଆବଶ୍ୟକତା ଅନୁସାରେ) ଏକ ନେଟୱର୍କ୍-କମ୍ପ୍ୟୁଟର ରିସୋର୍ସକୁ ନିଜର କ୍ଲାଉଡ୍‌ର ରିସୋର୍ସ୍ ବ୍ୟବହାର କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ୱର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ର ଏକ ସମୂହ । ଏହାକୁ ଅତି ଶୀଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ଼ ବଡ଼ ଅନୁଷ୍ଠାନ ମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍‌ଫାଷ୍ଟ୍ରକ୍‌ଚର ଖର୍ଚ କମ କରିବାରେ ସାହାଯ୍ୟ କରିଥାଏ । ଏହି ଅନୁଷ୍ଠାନଗୁଡ଼ିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନକୁ ଦ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟିର ଦ୍ରୁତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାଣ୍ଡ ଓ ବୃଦ୍ଧି-ହ୍ରାସକୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଯୋଗ କରିଥାଏ ।

କ୍ଲାଉଡ ଟେକ୍ନୋଲୋଜି ସେବାର ଚାହିଦା ଆଜିକାଲି ବୃଦ୍ଧି ହେବାରେ ଲାଗିଛି ଓ କ୍ଲାଉଡର ଅଧିକ କମ୍ପ୍ୟୁଟିଙ୍ଗ୍ କ୍ଷମତା, ସସ୍ତା ସେବା଼, ଉନ୍ନତ ମାନର କାର୍ଯ୍ୟ ପ୍ରକ୍ରିୟା, ସହଜରେ ପ୍ରବେଶ କରିବା ପରି ଅନେକ ସୁବିଧା ହେତୁ ତା'ର ଲୋକପ୍ରିୟତା ବୃଦ୍ଧି ହେଉଛି । କ୍ଲାଉଡ ଭେଣ୍ଡରମାନେ ତାଙ୍କ ସଂସ୍ଥାର ବୃଦ୍ଧି ହେଉଥିବା ଚାହିଦା ୫୦ ପ୍ରତିଶତ ପ୍ରତି ବର୍ଷ ହୋଇଛି । କିନ୍ତୁ ଏହା ଏକ ନୁତନ ପର୍ଯ୍ୟାୟରେ ଥିବା ହେତୁ କେତେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଚି ଓ ଆଗତ ଭବିଷ୍ୟତରେ ଏହାକୁ ଠିକ କରାଯିବାର ଚେଷ୍ଟା ମଧ୍ୟ ଚାଲିଛି ।

ଇତିହାସ[ସମ୍ପାଦନା]

କ୍ଲାଉଡ଼ ଟେକ୍ନୋଲୋଜିର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ କିଛି ଜାଣିବାକୁ ମିଳିନାହିଁ । ଏହାର ବିଜ୍ଞାନ ସମ୍ବନ୍ଧୀୟ ଅର୍ଥ ହେଉଛି ଯେ କୌଣସି ବସ୍ତୁର ଏକ ବଡ଼ ଏକତ୍ରୀକରଣ ଯାହା ଦୂରରୁ ଏକ କ୍ଲାଉଡ଼ ଭଳି ଦେଖା ଯାଏ ଓ ସେମାନଙ୍କ ବିଷୟରେ କିଛି ସବିଶେଷ ତଥ୍ୟ ନଥାଏ । କ୍ଲାଉଡ଼କୁ ଆଗରୁ ଇଣ୍ଟରନେଟ ଓ କମ୍ପ୍ୟୁଟର ନେଟୱର୍କକୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା । କ୍ଲାଉଡ଼ ଚିତ୍ରଟି ୧୯୭୭ ମସିହାରେ ARPANET[୫] ରମସିହାରେ ଓ ୧୯୮୧ରେ CSNET ର[୬] କଂପ୍ୟୁଟିଂଗ୍ ଜଂତ୍ରର ପ୍ରତିନିଧିତ୍ୱ କରିବାକୁ ବ୍ୟବହୃତ ହେଉଥିଲାର ।

କ୍ଲାଉଡ଼ ଟେକ୍ନୋଲୋଜି ବିଷୟରେ ପ୍ରଥମଥର ପାଇଁ Compacର ଇଂଟରନାଲ ଡକୁମେଣ୍ଟରେ ଏହି ପ୍ରସଙ୍ଗ ଦେଖିବାକୁ ମିଳିଥିଲା[୭]

କିନ୍ତୁ କ୍ଲାଉଡ଼ ଟେକ୍ନୋଲୋଜିର ଲୋକପ୍ରିୟତା ୨୦୦୬ରେ ଦେଖିବାକୁ ମିଳିଥିଲା ଯେବେ Amazon.com Elastic Compute Cloudକୁ ପରିଚିତ କରିଥିଲା[୮]

ସ୍ଥାପତ୍ୟ[ସମ୍ପାଦନା]

କ୍ଲାଉଡ଼ର ସ୍ଥାପତ ବିଦ୍ୟା ଅନେକ କ୍ଲାଉଡ଼ ବିଦ୍ୟାର ଅଂଶ ନିଜ ନିଜ ଭିତରେ ଡାଟାର ଆଦାନ ପ୍ରଦାନ କରି ଯୋଡି ହେଇ କାମ କରନ୍ତି । Elastic provision ବୁଦ୍ଧିମତାର ସହିତ ଜଂତ୍ରକ୍ରିୟାକୁ ପ୍ରଚାଳିତ କରି ରଖିଥାଏ ।

କ୍ଲାଉଡ୍ର ଯାନ୍ତ୍ରିକ ଅଭିକଳ୍ପ[ସମ୍ପାଦନା]

କ୍ଲାଉଡ଼ର ଯାନ୍ତ୍ରିକ ଅଭିକଳ୍ପ ଇଂଜିନିୟରିଂର ପ୍ରଶିକ୍ଷଣକୁ ନେଇ କ୍ଲାଉଡ଼ କଂପ୍ୟୁଟିଂକୁ ସ୍ୱଚାଲିତ ରଖିଥାଏ । ଏହା ଏକ ପଦ୍ଦତିଗତ ଦିଗରେ ଏକ ବଡ଼ ଧରଣର ବ୍ୟବସାୟିକ ଭାବରେ କଂପ୍ୟୁଟିଂଗ୍ ଜଂତ୍ର ପ୍ରଚାଳିତ ହୁଏ । ଏହା ଶୃଙ୍ଖଳିତ ଭାବରେ କ୍ଲାଉଡ଼, ୱେବ, ପରଫର୍ମାନସ, ଇନ୍ଫୋର୍ମସଂ, ସିକୁରିଟିର ମିଳିତ ସଂଗଠନରେ ଚାଲୁଥିବା ଇଂଜିନିର୍ୟରିଂ ।

ବିଶେଷ ଗୁଣ[ସମ୍ପାଦନା]

୧. ଚାହିଦା ହିସାବରେ ନିଜସ୍ୱ ସେବା - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭରର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟାର କ୍ଷମତାକୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।
୨. ପ୍ରସସ୍ତ ନେଟବାର୍କ୍ ପ୍ରବେସ ସୁବିଧା - ଇଣ୍ଟରନେଟରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟାଦ୍ୱାରା ଆଗକୁ ବଢ଼ା ଯାଇପାରିବ । ଏହା ଛୋଟ ଓ ବଡ଼ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।
୩. ସାଧନ ପାଇବା - ପ୍ରୋଭାଇଡରଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।
୪. କ୍ଷୀପ୍ର ସ୍ଥିତିସ୍ଥାପକତା - କ୍ଲାଉଡ଼ର କ୍ଷମତାକୁ ସ୍ୱଇଚ୍ଛାରେ କ୍ଷୀପ୍ର କରାଯାଇପାରିବ । ଏହା ବୃଦ୍ଧି ହେଉଥିବା ଗ୍ରାହକଙ୍କ ସହ ଯୋଡି ହେବାର ସୁବିଧା ଦିଏ କାରଣ ପ୍ରତିଦିନ ଭାବରେ ଗ୍ରାହକଙ୍କ ଡିମାଣ୍ଡ ବୃଦ୍ଧି ହେଉଛି ।
୫. ପରିମିତ କାର୍ଯ୍ୟ - କ୍ଲାଉଡ଼ର ଜଂତ୍ର ନିଜସ୍ୱ ଭାବରେ କ୍ଲାଉଡ଼କୁ କଣ୍ଟ୍ରୋଲ କରନ୍ତି ଏବଂ କ୍ଲାଉଡ଼ କମ୍ପ୍ୟୁଟିଂର କ୍ଷମତାକୁ ଅନୁକୂଳ ତମ କରନ୍ତି । ଏହାର ରେସୋର୍ସ ଉପରେ ନଜର ରଖ ଯାଇପାରିବ, କଣ୍ଟ୍ରୋଲ କରାଯାଇପାରିବ, ଓ ବ୍ୟବହାର ମଧ୍ୟ କରାଯାଇପାରିବ ।

ଅଙ୍ଗ ବିଶେଷ[ସମ୍ପାଦନା]

ଆପ୍ଲିକେସନ[ସମ୍ପାଦନା]

ଏକ କ୍ଲାଉଡ଼ ଆପ୍ଲିକେସନ, କ୍ଲାଉଡ଼ ମଡେଲର ସଫ୍ଟୱେର ଆର୍କିଟେକଚର ଉପରେ ପ୍ରଭାବ ପକାଇଥାଏ । ଏହା ସଫ୍ଟୱେର ଇଂସ୍ଟଲ କରିବା ଓ ଆପ୍ଲିକେସନ ନିଜ କମ୍ପ୍ୟୁଟରରେ ଚଳାଇବାର ଅତ୍ୟଧିକ କର୍ମ କରିବାକୁ ଦରକାର ହୁଏ ନାହିଁ । ଉଦାହରଣ ସ୍ୱରୂପ:-

  • ପିୟର ଟୁ ପିୟର (Bittorrent, SETI@home, Skype)
  • ୱେବ ଆପ୍ଲିକେସନ (Facebook)
  • ସେବା ନିମନ୍ତେ ସଫ୍ଟୱେର (Google Apps, Salesforce)
  • ସଫ୍ଟୱେର ସହିତ ସେବା (Microsoft Online Services)

କ୍ଳାଏଣ୍ଟ[ସମ୍ପାଦନା]

କ୍ଲାଉଡ଼ କ୍ଲାଏଣ୍ଟ ଏକ କମ୍ପ୍ୟୁଟର ହାର୍ଡୱେର ବା ସଫ୍ଟୱେର ଯାହା ଆପ୍ଲିକେସନ ପଠାଇବାକୁ କ୍ଲାଉଡ଼ ଉପରେ ନିର୍ଭର କରେ ବା କ୍ଲାଉଡ଼ ସେବାକୁ ପହଞ୍ଚାଇବା ପାଇଁ ତିଆରି କରା ହୋଇଛି ଏବଂ ଉପରୁକ୍ତ ଦୁଇଟି ସେବା କ୍ଲାଉଡ଼ ଉପରେ ନୁର୍ଭରସିଳ । ଉଦାହରଣ ସ୍ୱରୂପ:-

ଇଂଫ୍ରାସ୍ଟ୍ରକଚର[ସମ୍ପାଦନା]

କ୍ଲାଉଡ଼ ଇଂଫ୍ରାସ୍ଟ୍ରକଚର କମ୍ପ୍ୟୁଟର ଇଂଫ୍ରାସ୍ଟ୍ରକଚରର ସେବାଗୁଡ଼ିକ ପଠାଇବାକୁ ନିର୍ମିତ ଓ ଏହା ବିଶେଷତଃ ଭାବରେ ଏକ ପ୍ରକାରର ପ୍ଲାଟଫର୍ମ ଭରଚୁଆଲିଯେସନ୍ର ପରିବେଶ । ଉଦାହରଣ ସ୍ୱରୂପ:-

  • ପୂର୍ଣ୍ଣ ଭରଚୁଆଲିଯେସନ୍ (GoGrid, Skytap)
  • ଗ୍ରିଡ଼ କମ୍ପ୍ୟୁଟିଂ (Sun Grid )
  • ପରିଚାଳନା (RightScale)
  • ପାରା ଭରଚୁଆଲିଯେସନ୍ (Amazon Elastic Compute Cloud)

ପ୍ଲାଟଫର୍ମ[ସମ୍ପାଦନା]

କ୍ଲାଉଡ଼ ପ୍ଲାଟଫର୍ମ ଆପ୍ଲିକେସନ ପ୍ରଚାଳିତ କରିବାର ସୁବିଧା ପ୍ରଦାନ କରିଥାଏ ଓ ଆମକୁ ଦାମିକା ହାର୍ଡୱେର ଓ ସଫ୍ଟୱେର କିଣିବାରୁ ବଞ୍ଚିତ କରାଇଥାଏ ଏବଂ ଏହା କ୍ଲାଉଡ଼କୁ ମ୍ୟାନେଜ କରିବାକୁ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ:-

  • ୱେବ ଆପ୍ଲିକେସନ ପାଇଁ ଢାଞ୍ଚା
    • Python Django (Google App Engine)
    • Ruby on Rails (Heroku)
  • ୱେବ ହସଟିଙ୍ଗ (Mosso)
  • ମାଲିକ ସମ୍ବନ୍ଧୀୟ (Azure, Force.com)

ସର୍ଭିସ[ସମ୍ପାଦନା]

କ୍ଲାଉଡ଼ ସର୍ଭିସ ଏକ ସଫ୍ଟୱେରର ଜଂତ୍ର ଯାହା କ୍ଲାଉଡ଼କୁ ସମର୍ଥନ କାଟିବାକୁ ସାହାଯ୍ୟକରେସାହାଯ୍ୟ କରେ । ଏହା ଏକ ଜଂତ୍ରକୁ ଅନ୍ୟ ଜଂତ୍ର ସହିତ ଯୋଡ଼ିଥାଏ ଓ ଦୁହେଁକ ମଧ୍ୟରେ ଆଦାନ ପ୍ରଦାନ ପାଇଁ ସାହାଯ୍ୟ କରେ । କ୍ଲାଉଡ଼ ସେବା ଅନ୍ୟ ଏକ କ୍ଲାଉଡ଼ଦ୍ୱାରା ପ୍ରଚଳିତ ଜଂତ୍ର ଓ ସଫ୍ଟୱେରକୁ ସିଧା ସିଧା ଯୋଡ଼ିଥାଏ । ଉଦାହରଣ ସ୍ୱରୂପ:-

  • ଆଇଡେଁଟିଟି (OAuth, OpenID)
  • ଇଣ୍ଟିଗ୍ରେସନ (Amazon Simple Queue Service)
  • ମ୍ୟାପିଙ୍ଗ (Google Maps, Yahoo Maps)
  • ଅର୍ଥପ୍ରଦାନ (Amazon Flexible Payment Service, Google Checkout, PayPal)
  • ଖୋଜିବା (Alexa, Google Custom Search, Yahoo BOSS)
  • ଅନ୍ୟାନ୍ୟ (Amazon Mechanical Turk)

ଷ୍ଟୋରେଜ[ସମ୍ପାଦନା]

କ୍ଲାଉଡ଼ ଷ୍ଟୋରେଜ ଡାଟା ଆଦାନ ପ୍ରଦାନ ଓ ଏକ ଜାଗାରେ ରଖିବାକୁ ବୁଝାଏ ଏବଂ ଏହା ୟୁଟିଲିଟି କଂପ୍ୟୁଟିଂଗ୍ ଉପରେ ନିର୍ଭରଶୀଳ । ଉଦାହରଣ ସ୍ୱରୂପ:-

  • ଡାଟାବେଶ (Amazon SimpleDB, Google App Engines BigTable datastore)
  • ନେଟୱାର୍କ ସହ ଜଡ଼ିତ ଷ୍ଟୋରେଜ (MobileMe iDisk Component, Nirvanix CloudNAS)
  • ସିଂକ୍ରୋନାଇଜେସନ (Live Mesh Live Desktop component, MobileMe push functions)
  • ୱେବ ସର୍ଭିସ (Amazon Simple Storage Service, Nirvanix SDN)

ଭୂମିକା[ସମ୍ପାଦନା]

ପ୍ରୋଭାଇଡର[ସମ୍ପାଦନା]

କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ସେବା ପ୍ରୋଭାଇଡର ନିଜେ କ୍ଲାଉଡ଼ ସିଷ୍ଟମକୁ ପ୍ରଚଳିତ କରେ ଓ ନିଜର ସେବାକୁ ଅନ୍ୟମାନଙ୍କ ସହିତ ଯୋଡି ଥାଏ । କିନ୍ତୁ ସାଧାରଣତଃ ଏହାକୁ ମ୍ୟାନେଜ କରିବା ପାଇଁ ଏକ ବଡ଼ କୋଠା ଓ ନୂତନ ଡାଟା ସେଣ୍ଟର ଦରକାର ହୁଏ । କେତେକ ଅନୁଷ୍ଠାନ କ୍ଲାଉଡ଼ କଂପ୍ୟୁଟିଂଗ୍ର ସୁବିଧାକୁ ନିଜମାନଙ୍କ ଭିତତ୍ର ସ୍ୱଚାଲିତ ରଖନ୍ତି ଇଂଟର୍ନାଲ ଭାବରେ ଓ ସେହି ସେବାକୁ ବଢ଼ାଇବାକୁ ପ୍ରଚେଷ୍ଟା କରନ୍ତି କିନ୍ତୁ ସେଥିରେ ବହୁତ କମ ପରିମାଣରେ ଲାଭ ହୁଏ । ତାତ୍ପରଯ୍ୟପୂର୍ଣ କାର୍ଯ୍ୟ ସମ୍ବନ୍ଧୀୟ ଦକ୍ଷତା ଓ କ୍ଷୀପ୍ର ସୁବିଧା ପାଇବାପାଇଁ ଛୋଟ ସଂସ୍ଥା, ସର୍ଭର ଏକତ୍ରୀକରଣ ଏବଂ ଭରଚୁଆଲିଯେସନ୍ର ନିର୍ମାଣ ଚାଲୁଅଛି । Amazon.com ପ୍ରଥମ କ୍ଲାଉଡ଼ ସେବା ପ୍ରଦାନକାରୀ ଥିଲା । ଏହା ଏବେ ଆଧୁନିକତାର ସୁଅରେ ବୃଦ୍ଧି କରୁଛି । ଏହାର ସାମର୍ଥ୍ୟ ହିସାବରେ ମାତ୍ର ୧୦ ପ୍ରତିଶତ ଭାଗ ପ୍ରତିଦିନର ନେଟୱାର୍କ ଟ୍ରାଫିକକୁ ସମ୍ଭାଳି ଦେଉଅଛି ଓ ୯୦ ପ୍ରତିଶତ ଭାଗ ଅଧିକ ସର୍ଭର ଲୋଡ଼ ବେଳେ କାର୍ଯ୍ୟ ସମ୍ଭାଳି ଥାଏ । ଏହି ସେବା ୨୦୦୨ ମସିହାରେ ଅନ୍ୟମାନଙ୍କ ପାଇଁ ଖୋଲା କରିଦିଆଗଲା ଓ ସେତେବଳେ ଏହି ସେବା 'Amazon Web Services' ନାମରେ ନିର୍ମିତ ହୋଇଥିଲା ।

ବ୍ୟବହାରକାରି[ସମ୍ପାଦନା]

କ୍ଲାଉଡ଼ ସେବାର ଉପଭୋକ୍ତାଙ୍କୁ କ୍ଲାଉଡ଼ର ବ୍ୟବହାରକାରୀ ବୋଲି କୁହାଯାଏ । ଆଜିକାଲି ବ୍ୟବହାରକାରୀଙ୍କ ପ୍ରାଇଭେସି ଏକ ବଡ଼ ଅସୁବିଧାର ବିଷୟ ସୃଷ୍ଟି କରିଛି । ଏହା ବ୍ୟବହାରକାରୀଙ୍କ ଅଧିକାରକୁ ପ୍ରଶ୍ନ କରୁଅଛି ତେଣୁ ଏକ ସଂଘଦ୍ୱାରା ଅଧିକାର ପାଇଁ ଏକ ବିଲ ପ୍ରସ୍ତୁତ କରିବାର ଚେଷ୍ଟା ଚାଲିଛି ।

କ୍ଲାଉଡ଼ ସେବାର ବିକ୍ରେତା[ସମ୍ପାଦନା]

କ୍ଲାଉଡର ଏକ ବିକ୍ରେତା ତାର ଉପଦାନ ଓ ସେବାକୁ ବିକ୍ରି କରେ ଓ କ୍ଲାଉଡ କମ୍ପ୍ୟୁଟିଙ୍ଗ, ସ୍ଟୋରେଜ୍ର ସେବାଗୁଦିକୁ ସୁବିଧାରେ ପ୍ରାପ୍ତ କରାଇଥାଏ । ଉଦାହରଣ ସ୍ୱରୁପ:-

  • କମ୍ପ୍ୟୁଟର ବ୍ୟବହୃତ ଉପକରଣ (Dell, HP, IBM, Sun Microsystems)
    • ଷ୍ଟୋରେଜ୍ (3PAR, EMC, MogileFS)
    • ଈନଫ୍ରାସ୍ଟ୍ରକଚର୍ (Solace Systems, Layer 7 Technologies, F5 Networks)
  • କମ୍ପ୍ୟୁଟର ବ୍ୟବହୃତ ସଫ୍ଟବେର୍ (3tera, GigaSpaces, Hadoop)
    • ଅପରେଟିଙ୍ଗ୍ ସିସ୍ଟମ୍ (Windows Azure, Linux and Solaris)
    • ପ୍ଲାଟଫର୍ମ ଭର୍ଚୁଆଲାଇଜେସନ୍ (Citrix, Microsoft, VMWare, Sun xVM)

ପ୍ରାମାଣିକ[ସମ୍ପାଦନା]

କ୍ଲାଉଡ ସ୍ଟାନଡାର୍ଡ ଅନେକ ମଧ୍ୟରୁ ଏକ ଖୋଲା ସ୍ଟାନଡର୍ଡ ଜାହାକି କ୍ଲାଉଡ ଟେକ୍ନୋଲୋଜିକୁ ବୃଦ୍ଧି କରିବାକୁ ସାହାଯ୍ୟ କରିଛି । କ୍ଲାଉଡ ସ୍ଟାନଡାର୍ଡରେ ଏହିସବୁ ରହିଛି:-

ଆପ୍ଲିକେସନ୍[ସମ୍ପାଦନା]

  • ସଂପର୍କ ବା କମ୍ୟୁନିକେସନ୍ (HTTP, XMPP)
  • ସିକୁରିଟି (OAuth, OpenID, SSL/TLS)
  • ସିନ୍ଡିକେସନ୍ ବା ସଙ୍ଘତ୍ୱ (Atom)

କ୍ଲାଏଣ୍ଟ[ସମ୍ପାଦନା]

  • ବ୍ରାଉଜର୍ (AJAX)
  • ଅଫଲାଇନ୍ (HTML 5)

ଇଂଫ୍ରାସ୍ଟ୍ରକଚର[ସମ୍ପାଦନା]

  • ଭର୍ଚୁଆଲାଇଜେସନ୍ (OVF)

ପ୍ଲାଟଫୋର୍ମ[ସମ୍ପାଦନା]

  • ସଲ୍ୟୁସନ୍ ସ୍ଟାକ୍ (LSMP, Space-based Architecture)

ସର୍ଭିସ[ସମ୍ପାଦନା]

  • ଡାଟା (XML, JSON)
  • ବେବ୍ ସର୍ଭିଶେସ୍ (REST)

ଆଧାର[ସମ୍ପାଦନା]

  1. http://blogs.zdnet.com/igeneration/?p=500
  2. http://www.itpro.co.uk/606705/ballmer-microsoft-to-launch-cloud-os
  3. "About - What is the Azure Services Platform". Microsoft. Retrieved 2008-11-03.
  4. Red Hat chief: 'The clouds will all run Linux'
  5. "Internet History 1977".
  6. "National Science Foundation, "Diagram of CSNET," 1981".
  7. Antonio Regalado (31 October 2011). "Who Coined 'Cloud Computing'?". Technology Review. MIT. Retrieved 31 July 2013.
  8. "Announcing Amazon Elastic Compute Cloud (Amazon EC2) - beta". Amazon.com. 2006-08-24. Retrieved 2014-05-31.
  9. Google's Open Source Android OS Will Free the Wireless Web
  10. In Sync to Pierce the Cloud
  11. Microsoft demos mobile cloud sync client
  12. CherryPal brings cloud computing to the masses
  13. "Zonbu has alluring features, price". Archived from the original on 2009-08-30. Retrieved 2016-01-12.
  14. GOS cloud computing
  15. Google Chrome Aims to Break Microsoft Windows

ବାହାର ଲିଙ୍କ[ସମ୍ପାଦନା]