କେଲିଂଗ୍
କେଲିଂଗ୍ ବା କ୍ଲିଂଗ୍ (ଇଂରାଜୀରେ Keling ବା Kling) ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବହୃତ ଏକ ଶବ୍ଦ ଯାହା ଦକ୍ଷିଣ ଏସିଆରୁ ଆସିଥିବା ଲୋକଙ୍କୁ ବୁଝାଇଥାଏ ।[୧] ଉଭୟ ପ୍ରବାସୀ ଭାରତୀୟ କିମ୍ବା ଭାରତରୁ ଆସିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହି ଶବ୍ଦ ବ୍ୟବହୃତ ହୁଏ । ଏହି ଶବ୍ଦର ପ୍ରୟୋଗ ଶୁଦ୍ଧ ଭାଷାରେ ନୁହେଁ ବରଂ କେବଳ ବ୍ୟବହାରିକ ଓ କଥିତ ଭାଷାରେ ରହିଛି । ମାଳୟ ଦ୍ୱୀପପୁଞ୍ଜରେସ୍ଥିତ ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଓ ବ୍ରୁନେଇ ଆଦି ଦେଶରେ ଏହି ଶବ୍ଦ ବ୍ୟବହାରରେ ରହିଛି । ପୂର୍ବ-ଭାରତର କଳିଙ୍ଗ ରାଜ୍ୟର ଦକ୍ଷିଣ-ପୂର୍ବ ଏସିଆରେ ଔପନିବେଶିକ ପ୍ରସାର କାଳରେ ଏହି ଶବ୍ଦର ବ୍ୟବହାରିକ ଅର୍ଥ ନିରପେକ୍ଷ ଥିଲା ।[୨] କିନ୍ତୁ ପରବର୍ତ୍ତୀ ସମୟରେ ଦକ୍ଷିଣ-ପୂର୍ବ ଏସିଆରେ (ବିଶେଷ କରି ମାଲେସିଆରେ) ଭାରତୀୟ ବଂଶୋଦ୍ଭବଙ୍କୁ ଗାଳି ଦେବା ପରି, ଜାତିସୂଚକ ବା ଅପମାନଜନକ ଅର୍ଥରେ ଏହି ଶବ୍ଦକୁ ବ୍ୟବହାର କରାଯିବାକୁ ଲାଗିଲା ।[୩]
ନାମକରଣ
[ସମ୍ପାଦନା]‘‘କଳିଙ୍ଗ’’ ଶବ୍ଦରୁ ‘‘କେଲିଂଗ୍’’ ଶବ୍ଦର ସୃଷ୍ଟି । କଳିଙ୍ଗ ଶବ୍ଦର ଅନୁକରଣରେ ଇଣ୍ଡୋନେସିଆର ଜାଭାରେ କଳିଙ୍ଗ ନାମକ ଏକ ରାଜ୍ୟର ନାମ ମଧ୍ୟ ରଖାଯାଇଥିଲା । ତେଣୁ ଶବ୍ଦର ପ୍ରଚଳନ ସମୟରେ ପ୍ରାଚୀନ ଦକ୍ଷିଣ-ପୂର୍ବ ଏସିଆରେ ଏହି ଶବ୍ଦ କଳିଙ୍ଗ ରାଜ୍ୟକୁ ସୂଚାଉଥିଲା । ପରେ ସମଗ୍ର ଭାରତ ଓ ଭାରତୀୟ ଉପମହାଦ୍ୱୀପରୁ ଆସୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହା ପ୍ରୟୋଗ କରାଯିବାକୁ ଲାଗିଲା । କାମ୍ବୋଡ଼ିଆର କ୍ଷ୍ମେର୍ ଭାଷାରେ କ୍ଲେଂଗ୍ (ក្លិង្គ) ବୋଲି ଏକ ଶବ୍ଦ ରହିଛି ଯାହାର ସୃଷ୍ଟି ମଧ୍ୟ କଳିଙ୍ଗ ଶବ୍ଦରୁ । ଭାରତର ଇଂରାଜୀ ନାମ "ଇଣ୍ଡିଆ"ର ବହୁଳ ବ୍ୟବହାର ପୂର୍ବରୁ ମାଳୟ ଭାଷାରେ ଭାରତକୁ ସୂଚାଇବା ପାଇଁ ଦୁଇଟି ଶବ୍ଦ ‘‘କେଲିଂଗ୍’’ ଓ ‘‘ଜମ୍ବୁଦ୍ୱୀପ’’ ବ୍ୟବହୃତ ହେଉଥିଲା ଏବଂ ଭାରତୀୟ ଉପମହାଦେଶକୁ ସୂଚୀତ କରିବା ପାଇଁ ‘‘ବେନୁଆ କେଲିଂଗ୍’’ ଶବ୍ଦ ବ୍ୟବହୃତ ହେଉଥିଲା ।
ବ୍ୟବହାର
[ସମ୍ପାଦନା]‘‘ସେଜାରା ମେଲାୟୁ’’ ନାମକ ଏକ ମାଳୟ ଲେଖାରେ ସର୍ବ ପ୍ରଥମେ ଏହି କେଲିଂଗ୍ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।[୪] ଏହି କିମ୍ବଦନ୍ତୀ ଅନୁସାରେ କଳିଙ୍ଗର ରାଜା ଶୁଲାନ ନିଜ ପୁତ୍ର ରାଜା ଚୁଲାନଙ୍କ ସହ ଚୀନ ପ୍ରତି ବିଜୟ ଅଭିଯାନ ଆରମ୍ଭ କରିଥିଲେ । କିଛି ବିଶେଷଜ୍ଞ ରାଜା ଚୁଲାନଙ୍କୁ ଦକ୍ଷିଣ ଭାରତର ରାଜେନ୍ଦ୍ର ଚୋଳ ବୋଲି ମତ ଦେଇଛନ୍ତି ।[୫] ପେନାଂଗର ଚୁଳିଆ ସାହି ନାମରେ ରହିଥିବା ଚୁଳିଆ ଶବ୍ଦ ଚୋଳରୁ ଉଦ୍ଧୃତ ହୋଇଥିବାର ଅନୁମାନ କରାଯାଏ । ସେଜାରା ମେଲାୟୁରେ ଆଉ ଏକ ସ୍ଥାନରେ ବେନୁଆ କେଲିଂଗର ହାଂଗ୍ ନଦିମ ଓ ହାଂଗ୍ ତୁଆଙ୍କ ସମୁଦ୍ର ଯାତ୍ରା ବିଷୟ ବର୍ଣ୍ଣିତ ହୋଇଛି । ତେବେ ଏହି କେଲିଂଗ୍ ଶବ୍ଦ ଏକ ସମୟରେ କେବଳ କଳିଙ୍ଗ ପ୍ରାନ୍ତର ଲୋକ ନୁହେଁ ବରଂ ସମସ୍ତ ଭାରତୀୟ ଉପମହାଦ୍ୱୀପର ଲୋକଙ୍କୁ ବୁଝାଉଥିଲା ବୋଲି କହିହେବ ।[୪] ଉଦାହରଣ ସ୍ୱରୂପ ଔପନିବେଶିକ କାଳରେ ଇଣ୍ଡୋନେସୀୟ ରାମାୟଣର ମୁଖ୍ୟ ଚରିତ୍ରଙ୍କୁ ‘‘ରାମ କେଲିଂଗ୍’’ ବୋଲି କୁହାଯାଉଥିଲା । ଏଠାରେ ରାମଙ୍କୁ କଳିଙ୍ଗ ନୁହେଁ ବରଂ ଭାରତୀୟ ବୋଲି କୁହାଯାଇପାରେ ।[୬] ଦକ୍ଷିଣ-ପୂର୍ବ ଏସିଆରେ ଇସଲାମ ଧର୍ମର ପ୍ରସାର ପରେ ମୁଖ୍ୟତଃ ତାମିଲ ଓ ତେଲୁଗୁ ଭାଷାଭାଷୀ ଲୋକଙ୍କୁ କେଲିଂଗ୍ କୁହାଗଲା ଏବଂ ଗୁଜରାଟୀ ତଥା ପାକିସ୍ତାନୀ ଲୋକଙ୍କମ ପାର୍ସି ବୋଲି କୁହାଗଲା ।[୭]
ଓଲନ୍ଦାଜମାନେ ମଧ୍ୟ ମାଲାକାରେ ଥିବା ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ‘‘କ୍ଲିଂଗ୍’’ ବା ‘‘କ୍ଲିଂଗର୍ସ୍’’ ଶବ୍ଦ ବ୍ୟବହାର କରୁଥିଲେ । ଔପନିବେଶିକ କାଳର ବ୍ରିଟିଶ୍ ଲେଖାମାନଙ୍କରେ ମାନ୍ଦ୍ରାଜ୍ ପ୍ରେସିଡେନ୍ସି ବା କରମଣ୍ଡଳ ଉପକୂଳର ପ୍ରବାସୀମାନଙ୍କୁ ‘‘କ୍ଲିଂଗ୍’’ ବୋଲି କୁହାଯାଇଛି ।[୪] ଜନ୍ କ୍ରଫର୍ଡ୍ (୧୮୫୬) ହିନ୍ଦୁସ୍ତାନର ଲୋକଙ୍କୁ ଓ ଭାରତକୁ ମାଳୟ ଓ ଜାଭାର ଲୋକେ କ୍ଲିଂଗ୍ ନାମରେ ଡାକୁଥିବା ବିଷୟ ନିଜ ଲେଖାରେ ପ୍ରକାଶ କରିଛନ୍ତି ।[୮]
୧୫୨୮ରୁ ୧୫୩୮ ମସିହା ସମୟରେ ମାଲାକାରେ କେଲିଂଗ୍ ନାମକ ଏକ ବଣିକ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ ବୋଲି ଷୋଡ଼ଶ ଶତାବ୍ଦୀର ପର୍ତ୍ତୁଗୀଜ ପରିବ୍ରାଜକ କାଷ୍ଟାନେଡ଼ା କହିଛନ୍ତି ।[୯] ପୂର୍ବେ କେଲିଂଗ୍ ଶବ୍ଦ କେବଳ ଭାରତୀୟ ବଂଶୋଦ୍ଭବମାନଙ୍କୁ ସୂଚାଉଥିଲା ଏବଂ ଏକ ସାମାନ୍ୟ ଶବ୍ଦ ରୂପେ ବ୍ୟବହୃତ ହେଉଥିଲା ।[୧୦] କିନ୍ତୁ ବିଂଶ ଶତାବ୍ଦୀରେ ଏହି ଅଞ୍ଚଳରେ ଘଟିଥିବା ବିଭିନ୍ନ ସାମାଜିକ ଓ ରାଜନୈତିକ କାରଣରୁ କେଲିଂଗ୍ ଶବ୍ଦକୁ ଏକ ଅପମାନ ସୂଚକ ବା ଗାଳି ରୂପେ ବ୍ୟବହାର କରାଯିବାକୁ ଲାଗିଲା । ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ବିଭିନ୍ନ ଜାତି-ସମ୍ପ୍ରଦାୟସୂଚକ ଶବ୍ଦକୁ ଲେକଙ୍କ ପ୍ରବାସୀ ସ୍ଥିତି ଦର୍ଶାଇବା ପାଇଁ ବ୍ୟବହାର କରାଗଲା ଓ ଏକ ଆପତ୍ତିଜନକ ଦୃଷ୍ଟିକୋଣ ଏହି ସାମାନ୍ୟ ଶବ୍ଦର ନିରପେକ୍ଷତା କ୍ଷୁଣ୍ଣ କରିଥିଲା । ୧୯୬୩ ମସିହାର ଚେରିତା ଜେନାକା ବହିରେ ଓରାଂଗ୍ କେଲିଂଗ୍ (କେଲିଂଗ୍ ଲୋକ) ଶବ୍ଦର ବ୍ୟବହାର ରାଜନୈତିକ ସଂଯମତାର ସହିତ ଉଲ୍ଲେଖ କରାଯାଇଛି ।[୧୧]
ମାଳୟ
[ସମ୍ପାଦନା]ମାଳୟମାନେ ଭାରତୀୟ, ତାମିଲ ଓ ଦକ୍ଷିଣ-ଭାରତୀୟଙ୍କ ପାଇଁ ସର୍ବଦା କେଲିଂଗ୍ ଶବ୍ଦ ବ୍ୟବହାର କରି ଆସିଛନ୍ତି । କାପିତାନ କେଲିଂଗ୍ ଶବ୍ଦଟି ଏହି କେଲିଂଗ୍ ସମ୍ପ୍ରଦାୟର ଜଣେ ପ୍ରତିନିଧିଙ୍କୁ ସୂଚାଇଥାଏ । ୧୭୯୦ ଦଶନ୍ଧିରେ ପେନାଂଗରେ କୌଡର୍ ମୋହିଦିନ୍ କାପିତାନ୍ କେଲିଂଗ୍ ଥିଲେ ଓ ସେ କର ହାର ଓ ସଂଗ୍ରହ ସମ୍ପର୍କିତ ଏକ ସମିତି ଗଠନ କରାଇଥିଲେ ।[୧୨] ପେନାଂଗରେ ଏକ ମସ୍ଜିଦ ମଧ୍ୟ ରହିଛି ଯାହାର ନାମ କାପିତାନ୍ କେଲିଂଗ୍ ମସ୍ଜିଦ ।
ଆଧୁନିକ ଯୁଗରେ କେଲିଂଗ୍ ଏକ ଅପମାନସୂଚକ ଶବ୍ଦ ।[୧୦] ୨୦୦୫ ମସିହାରେ ମାଳୟ ସଂସଦରେ ଏହି ଶବ୍ଦର ବ୍ୟବହାର ପରେ ସାଂସଦଙ୍କ ଜାତିଆଣ ମନୋଭାବକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।[୧୩]
ଜାଭା
[ସମ୍ପାଦନା]ଇଣ୍ଡୋନେସିଆର ଜାଭାରେ ୬ଷ୍ଠ ଶତାବ୍ଦୀରେ ଗଢ଼ି ଉଠିଥିବା ଥିବା କଳିଙ୍ଗ ରାଜ୍ୟ ଭାରତର କଳିଙ୍ଗ ରାଜ୍ୟର ଅନୁସରଣ କରି ସୃଷ୍ଟି ହୋଇଥିଲା ଏବଂ ଏହି ଶବ୍ଦରୁ କେଲିଂଗ୍ର ସୃଷ୍ଟି । ଏହି କେଲିଂଗ୍ ଶବ୍ଦର କିଛି ବ୍ୟବହାର ଜାହାଜ ଅର୍ଥରେ ମଧ୍ୟ କରାଯାଇଥାଏ ଯାହାର ଉତ୍ସ ଓଲନ୍ଦାଜ ହୋଇପାରେ ।[୧୪] ଆଧୁନିକ ଇଣ୍ଡୋନେସିଆରେ ବ୍ୟାବହାରିକ ଭାଷାରେ କୃଷ୍ଣକାୟ ବା ଅପେକ୍ଷାକୃତ କୃଷ୍ଣକାୟ ଲୋକଙ୍କ ପାଇଁ କେଲିଂଗ୍ ଶବ୍ଦ ବ୍ୟବହୃତ ହୁଏ[୧୫] ଯାହା ବର୍ଣ୍ଣ ବୈଷମ୍ୟତା ଦୃଷ୍ଟିରୁ ଅପମାନଜନକ ।
କାମ୍ବୋଡ଼ିଆ
[ସମ୍ପାଦନା]କାମ୍ବୋଡ଼ିଆରେ ଭାରତୀୟଙ୍କ ପାଇଁ କ୍ଲେଂଗ୍ (ក្លិង្គ) ଶବ୍ଦର ବ୍ୟବହାର କରାଯାଏ ।[୧୬] ଏହି ଶବ୍ଦର ଉତ୍ସ କଳିଙ୍ଗ ରାଜ୍ୟ କିମ୍ବା ମାଳୟର କେଲିଂଗ୍ ଶବ୍ଦ ହୋଇପାରେ । ବଡ଼ ଆଖି ଓ କୃଷ୍ଣ ବର୍ଣ୍ଣର ଲୋକଙ୍କ ପାଇଁ ଏହା ଏକ ଅପମାନସୂଚକ ଡାକ ନାମ ପରି ବ୍ୟବହୃତ ହୁଏ ।[୧୭]
ଥାଇ
[ସମ୍ପାଦନା]ଥାଇ ଭାଷାରେ କେଲିଂଗ୍ର ସମାର୍ଥବାଚୀ ଶବ୍ଦ ହେଉଛି ଖାଏକ୍' (แขก) । ଏହି ଶବ୍ଦ ଦକ୍ଷିଣ ଏସିଆର ଲୋକଙ୍କୁ ବୁଝାଇଥାଏ । କିନ୍ତୁ ଏହା ଏକ ଅପମାନଜନକ ସମ୍ବୋଧନ ନୁହେଁ । ଏହାକୁ ସମ୍ମାନସୂଚକ ସମ୍ବୋଧନରେ ମଧ୍ୟ ବ୍ୟବହାର କରାଯାଇପାରିବ । କିନ୍ତୁ ଆଧୁନିକ ଯୁଗରେ ବାହ୍ୟ ପ୍ରଭାବ ଯୋଗୁଁ କିଛି ସମ୍ପ୍ରଦାୟର ଲୋକଙ୍କ ପ୍ରତି ଏହାକୁ ଏକ ଅପମାନସୂଚକ ଶବ୍ଦ ରୂପେ ବ୍ୟବହାର କରାଯିବାର ଦେଖାଯାଏ ।
ଚୀନ
[ସମ୍ପାଦନା]ମାଳୟ, ବ୍ରୁନେଇ ଓ ସିଙ୍ଗାପୁରରେ ରହୁଥିବା ଚୀନୀ ଭାଷାଭାଷୀ ଲୋକେ କେଲିଂଗ୍-ଆ (吉寧仔[୧୮]), କେଲିଂଗ୍-ୟାନ୍ (吉寧人) ଓ କେଲିଂଗ୍-କ୍ୟା ପ୍ରଭୃତି ଶବ୍ଦ ବ୍ୟବହର କରିଥାନ୍ତି । ବର୍ତ୍ତମାନ ଭାରତୀୟଙ୍କ ଉଦ୍ଦେଶ୍ୟରେ ୟିନ୍-ତୋ-ଲାଂଗ୍ ଶବ୍ଦ ମଧ୍ୟ ବ୍ୟବହାରରେ ରହିଛି ଯାହା ଅପମାନସୂଚକ ସମ୍ବୋଧନ ନୁହେଁ ।[୧୯]
ଚୀନୀ ଭାଷାରେ “-ଆ” ଓ “-କ୍ୟା” ଅଣ-ଚୀନୀଙ୍କ ପାଇଁ ପ୍ରୟୋଗ ହେଉଥିବା ବେଳେ “-ୟାନ୍”ର ବ୍ୟବହାର ଯେକୌଣସି ସାଧାରଣ ମନୁଷ୍ୟଙ୍କ ପକ୍ଷେ ହିଁ କରାଯାଇପାରେ ।
ସ୍ଥାନମାନଙ୍କ ନାମ
[ସମ୍ପାଦନା]ମାଲେସିଆରେ ତାଞ୍ଜୋଂଗ୍ କେଲିଂଗ୍[୨୦], କାମ୍ପୋଂଗ୍ କେଲିଂଗ୍[୨୧] ଓ ବୁକିତ୍ କେଲିଂଗ୍ ପରି ବିଭିନ୍ନ ସ୍ଥାନର ନାମ ରହିଛି । ପେନାଂଗରେ ଥିବା କାପିତାନ୍ କେଲିଂଗ୍ ମସ୍ଜିଦ ଏକ ବହୁ ପୁରାତନ ମସ୍ଜିଦ । ପେନାଂଗରେ ଆହୁରି ମଧ୍ୟ ସାହି ରହିଛି ଯାହାର ନାମରେ କେଲିଂଗ୍ ରହିଛି । ସିଙ୍ଗାପୁରର ଜୁରୋଂଗ୍ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ତାଞ୍ଜୋଂଗ୍ କ୍ଲିଂଗ୍ ରୋଡ଼୍ ନାମକ ଏକ ସଡ଼କ ରହିଛି । କେନ୍ଦ୍ରୀୟ ଜାଭାର ଜେପାରା ରିଜେନ୍ସିରେ କେଲିଂଗ୍ ନାମକ ଏକ ଜିଲ୍ଲା ରହିଛି । ପୂର୍ବ-ଜାଭାରେ ପାକାର୍ କେଲିଂଗ୍ ନାମକ ଏକ ସ୍ଥାନ ରହିଛି ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Aiman Mohamad (1991). Minerva English-Malay Malay-English Dictionary. Kuala Lumpur.
{{cite book}}
: CS1 maint: location missing publisher (link) - ↑ "KBBI - Keling". Kamus Besar bahasa Indonesia.
- ↑ M. Veera Pandiyan (10 August 2016). "'Keling' and proud of it". The Star online.
- ↑ ୪.୦ ୪.୧ ୪.୨ "A historical perspective on the word 'Keling'". Retrieved 24 April 2017.
- ↑ John N. Miksic (2013). Singapore and the Silk Road of the Sea, 1300–1800. NUS Press. p. 147. ISBN 978-9971-69-574-3.
- ↑ Singaravelu Sachithanantham (2004). The Ramayana Tradition in Southeast Asia. Kuala Lumpur: University of Malaya Press. ISBN 983-100-234-2.
- ↑ Abdul Rahman bin Yusop (1964). Collins Malay-English Dictionary. Glasgow.
{{cite book}}
: CS1 maint: location missing publisher (link) - ↑ John Crawfurd (1856). A descriptive dictionary of the Indian islands & adjacent countries. Bradbury & Evans. p. 198.
- ↑ Sastri, Kallidaikurichi Aiyah Nilakanta (1 January 1939). Foreign Notices of South India: From Megasthenes to Ma Huan. University of Madras. Retrieved 24 April 2017 – via Internet Archive.
Castanheda rich.
- ↑ ୧୦.୦ ୧୦.୧ "Malaysian Indians". World Digital Library. 1890–1923. Retrieved 30 May 2013.
- ↑ "Malay Concordance Project, Cerita Jenaka. bibliography". Australian National University. Retrieved 24 April 2017.
- ↑ "Recipe for rebellion: THE THIRD SPACE By NEIL KHOR and KHALDUN MALIK, The Sunday Star Sunday 3 August 2008". Archived from the original on 17 July 2012. Retrieved 24 April 2017.
- ↑ "Archived copy". Archived from the original on 1 ନଭେମ୍ବର 2005. Retrieved 19 ଡିସେମ୍ବର 2005.
{{cite web}}
: CS1 maint: archived copy as title (link) - ↑ "Keling" (in Indonesian). Kamus Besar Bahasa Indonesia (KBBI). Retrieved 1 August 2014.
{{cite web}}
: CS1 maint: unrecognized language (link) - ↑ "Definisi 'keling'" (in Indonesian). Arti Kata. Retrieved 1 August 2014.
{{cite web}}
: CS1 maint: unrecognized language (link) - ↑ Headley, RK et al, "SEALang Library Khmer", SEALang Library, 1977
- ↑ Vorng Vanny, Heartbreaking: A Survival Memoir, New York, Page Publishing, Inc, 2018
- ↑ Tan, Siew Imm (2016). Penang Hokkien-English Dictionary. Areca Books. Retrieved 21 August 2019.
- ↑ [୧]
- ↑ Singaravelu, S. (1 January 1986). "The Malay-Tamil Cultural Contacts with Special Reference to the Festival of "Mandi Safar"". Asian Folklore Studies. 45 (1): 67–78. doi:10.2307/1177834. JSTOR 1177834.
- ↑ "Archnet". Archived from the original on 29 ସେପ୍ଟେମ୍ବର 2008. Retrieved 24 ଅପ୍ରେଲ 2017.