କଳିଙ୍ଗ (ରାଜ୍ୟ), ଫିଲିପାଇନ୍ସ
Kalinga | |||
---|---|---|---|
Province of Kalinga[୧] | |||
| |||
![]() Location in the Philippines | |||
ଅବସ୍ଥାନ : 17°45′N 121°15′E / 17.75°N 121.25°ECoordinates: 17°45′N 121°15′E / 17.75°N 121.25°E | |||
Country | ଫିଲିପାଇନସ[*] | ||
Region | Cordillera Administrative Region (CAR) | ||
Founded | February 14, 1995 | ||
Capital | Tabuk[*] | ||
ସରକାର | |||
• ପ୍ରକାର | Sangguniang Panlalawigan | ||
• Governor | Jocel Baac (Liberal Party) (Sr. Felisa Pedro) | ||
• Congressman | Allen Jesse Mangaoang (Liberal Party) | ||
କ୍ଷେତ୍ରଫଳ | |||
• ମୋଟ | 3,231.25 km2 (1,247.59 sq mi) | ||
କ୍ଷେତ୍ରଫଳ କ୍ରମାଙ୍କ | 41st out of 81 | ||
ଜନସଂଖ୍ୟା (ଅସୁବିଧା: ଅବୈଧ ସମୟ । census) | |||
• ମୋଟ | ୨,୧୨,୬୮୦ | ||
• କ୍ରମାଙ୍କ | 71st out of 81 | ||
• ଘନତା | 66/km2 (170/sq mi) | ||
• ଘନତା କ୍ରମାଙ୍କ | 78th out of 81 | ||
Divisions | |||
ପିନ କୋଡ଼ | 3800–3808 | ||
IDD : area code | +63 (0)74 | ||
ISO 3166 code | PH | ||
Spoken languages | |||
ୱେବସାଇଟ | www |
କଳିଙ୍ଗ ହେଉଛି ଫିଲିପାଇନ୍ସ ଦେଶରେ ଅବସ୍ଥିତ ଏକ ରାଜ୍ୟ । ଏହାର ରାଜଧାନୀ ହେଉଛି ଟବୁକ । ୧୯୯୫ ମସିହାରେ କଳିଙ୍ଗ-ଆପୟାଓ ରାଜ୍ୟ ବିଛିନ୍ନ ହୋଇ କଳିଙ୍ଗ ଏବଂ ଆପୟାଓ ରାଜ୍ୟରେ ପରିଣତ ହୋଇଥିଲା । ବର୍ତ୍ତମାନ କଳିଙ୍ଗର ଉତ୍ତର ପ୍ରାନ୍ତରେ ଏହି ଆପୟାଓ ରାଜ୍ୟଟି ଅବସ୍ଥିତ ।
ଏହି ରାଜ୍ୟର ନାମ ଇବନାଗ ଏବଂ ଗାଡ଼ଙ୍ଗ ଭାଷାର ବିଶେଷ୍ୟ 'କଳିଙ୍ଗ'ରୁ ଉଦ୍ଧୃତ, ଯାହାର ଅର୍ଥ 'ଶତ୍ରୁ', 'ଯୋଦ୍ଧ୍ୟା' କିମ୍ବା 'ମୁଣ୍ଡକଟାଳି' ।[୩] ଲୁଜୋନ ଭାଷା ହିସାବରେ 'କଳିଙ୍ଗ' ଶବ୍ଦ ମାନେ 'ଅଲଗା ହୋଇ ପାଉଁଶ ହୋଇଯିବା' ଏବଂ ଫଳସ୍ୱରୂପ ଏହା ଭାରତର ଏକ ରାଜ୍ୟ ଓଡ଼ିଶା ସହ ଜଡ଼ିତ ।[ଆଧାର ଲୋଡ଼ା]
ଭୂଗୋଳ[ସମ୍ପାଦନା]
କଳିଙ୍ଗ ପାଖାପାଖି ମୋଟ ୩,୨୩୧ ବର୍ଗ କିଲୋମିଟର ସ୍ଥାନରେ ଗଠିତ । ଏହା ମୁଖ୍ୟତଃ ପାହାଡ଼ ପର୍ବତକୁ ନେଇ ଗଠିତ । ପର୍ବତଗୁଡ଼ିକର ଉଚ୍ଚତା ୧୫୦୦ରୁ ୨୫୦୦ ମିଟର ମଧ୍ୟରେ ପରିବର୍ତ୍ତନ ହୋଇଥାଏ । ତଳୁଆ ଜାଗା ଗୁଡ଼ିକରେ ବହୁତ ଘାସ ହୁଏ ତେଣୁ ଗୋଚର ଭୂମି ପାଇଁ ଉପଯୁକ୍ତ ଅଟେ, ଅନ୍ୟପକ୍ଷରେ ଉଚ୍ଚା ଜାଗାଗୁଡିକ ଟ୍ରପିକାଲ ରେନଫରେଷ୍ଟ ହୋଇଥାଏ ।
ଜଳବାୟୁ[ସମ୍ପାଦନା]
ବର୍ଷସାରା ପାଖାପାଖି ୧୭ରୁ ୨୨ ଡିଗ୍ରୀ ସେଣ୍ଟୀଗ୍ରେଡ଼ ତାପମାତ୍ରା ରହିଥାଏ । ଗ୍ରୀଷ୍ମ ଋତୁ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ହୋଇଥାଏ । ଅନ୍ୟାମାସ ଗୁଡ଼ିକରେ ପାଖାପାଖି ବର୍ଷାହିଁ ହୋଇଥାଏ । ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ପ୍ରବଳ ବର୍ଷା ହୋଇଥାଏ ।
ଜଳଧାରା[ସମ୍ପାଦନା]
ଏହି ପ୍ରାନ୍ତର ପାହାଡ଼ରୁ ଆସୁଥିବା ଜଳ ଚିକୋ ନଦୀରେ ଯାଇ ମିଶିଥାଏ । ଏହା ଛଡ଼ା କଗାୟନ, ବୁନଗ, ତନୁଦାନ, ବିଗା, ପାଶୀଲ ଇତ୍ୟାଦି ନଦୀ ଅଛି ।
ବହୁ ଛୋଟ ଛୋଟ ହ୍ରଦ ମଧ୍ୟ ଦେଖିବାକୁ ମିଳେ ।
ପ୍ରଶାସନିକ ବିଭାଗ[ସମ୍ପାଦନା]
କଳିଙ୍ଗର ଗୋଟିଏ ସହର ଏବଂ ସାତୋଟି ମ୍ୟୁନସିପାଲିଟି ଅଛି । ଏ ସବୁ ଗୋଟିଏ ଜିଲ୍ଲାରେ ଅଛି ।
|
ଜନସଂଖ୍ୟା[ସମ୍ପାଦନା]
୨୦୧୫ ଜନଗଣନାରେ କଳିଙ୍ଗ ରାଜ୍ୟର ଲୋକସଂଖ୍ୟା ୨,୧୨,୬୮୦ ଥିଲା ।[୭] ୨୦୧୦ରେ ଏହା ୨,୦୧,୬୧୩ ଥିଲା ଏବଂ ୨୦୦୦ ମସିହାରେ ୧,୭୪,୨୦୩ ଥିଲା । ପାଖାପାଖି ୧% ହାରରେ ଜନସଂଖ୍ୟା ଏଠାରେ ବୃଦ୍ଧି ଘଟୁଛି । ପ୍ରତି ବର୍ଗ କିଲୋମିଟରରେ ପାଖାପାଖି ୬୬ ଜଣ ଲୋକ ରହୁଛନ୍ତି ।
୨୦୦୦ ମସିହାରେ ହୋଇଥିବା ଜନଗଣନାରେ କଳିଙ୍ଗ ରାଜ୍ୟରେ କଳିଙ୍ଗ ଅଧିବାସୀ ୬୪ ଭାଗ ରହିଥିଲାବେଳେ ଲୋକାନୋସ ଜାତିର ଲୋକେ ୨୪ ଭାଗ ରହୁଥିଲେ ।
କଳିଙ୍ଗର କୁହାଯାଉଥିବା ଭାଷା ଗୁଡିକ ହେଲା : ବାଳାଙ୍ଗାଓ, ବୁଟବୁଟ, ଳିମୋସ, ଲୋୟର ତନୁଦାନ, ଲୁବୁଆଗନ, ମବକା, ମଦୁକାୟଙ୍ଗ, ଦକ୍ଷୀଣ କଳିଙ୍ଗୀୟ ଏବଂ ଅପର ତନୁଦାନ । ଗାଡ଼ଦାଙ୍ଗ, ଲୋକାନୋ, ତାଗଲଗ ଏବଂ ଇଂରାଜୀ ମଧ୍ୟ କିଛି ଅଧିବାସୀ କହିପାରନ୍ତି ।
ସଂସ୍କୃତି[ସମ୍ପାଦନା]
ଏହି ରାଜ୍ୟରେ ଅନେକ ଆଦିବାସୀ ଅଛନ୍ତି । ବେଳେ ବେଳେ ଏଠି ଯୋଗୁଁ ଛୋଟ ମୋଟ ଗଣ୍ଡଗୋଳ ମଧ୍ୟ ହୋଇଥାଏ । ପାହାଡ଼ ପର୍ବତ ଏବଂ ଯୋଦ୍ଧ୍ୟା ଗୁଣ ଯୋଗୁଁ କଳିଙ୍ଗବାସୀ ନିଜର ସଂସ୍କୃତିକୁ ବଞ୍ଚାଇ ରଖିପାରିଛନ୍ତି ।
କଳିଙ୍ଗ ଅଧିବାସୀ ମୁଖ୍ୟତଃ ହେଉଛନ୍ତି ଧାନ ଚାଷୀ, ସେମାନଙ୍କୁ ଭଲ ଓଦା ଓ ଶୁଖିଲା ଧାନ ଅନୁକୂଳ ପାହାଡ଼ରେ ଜମି ମଧ୍ୟ ପ୍ରକୃତି ଦୃଷ୍ଟିରୁ ମିଳିଛି । ଏହା ଛଡ଼ା କଳାରେ ମଧ୍ୟ ଏମାନେ ରୁଚି ରଖନ୍ତି ଯଥା ବାକ୍ସ କରିବା, ତନ୍ତ ବୁଣା, କମାର ଏବଂ କୁମ୍ଭାର କାମ । ଚିକୋ ନଦୀ ଉପତ୍ୟକାରେ କୁମ୍ଭାର ମାନେ ରୁହନ୍ତି ।
ଆଧାର[ସମ୍ପାଦନା]
- ↑ (Ilocano: Probinsia ti Kalinga ; Filipino: Lalawigan ng Kalinga )
- ↑ "List of Provinces". PSGC Interactive. Makati City, Philippines: National Statistical Coordination Board. Archived from the original on 21 January 2013. Retrieved 2 January 2014.
- ↑ http://nlpdl.nlp.gov.ph:81/CC01/NLP00VM052mcd/v1/v27.pdf
- ↑ "Province: କଳିଙ୍ଗ (ରାଜ୍ୟ), ଫିଲିପାଇନ୍ସ". PSGC Interactive. Quezon City, Philippines: Philippine Statistics Authority. Retrieved ୮ ଜାନୁଆରୀ ୨୦୧୬.
- ↑ Census of Population (2015). Highlights of the Philippine Population 2015 Census of Population. PSA. Retrieved ୨୦ ଜୁନ ୨୦୧୬.
- ↑ Census of Population and Housing (2010). Population and Annual Growth Rates for The Philippines and Its Regions, Provinces, and Highly Urbanized Cities (PDF). NSO. Retrieved ୨୯ ଜୁନ ୨୦୧୬.
- ↑ https://www.psa.gov.ph/sites/default/files/attachments/hsd/pressrelease/2015%20population%20counts%20Summary_0.xlsx
ବାହ୍ୟ ଆଧାର[ସମ୍ପାଦନା]
କଳିଙ୍ଗ (ରାଜ୍ୟ), ଫିଲିପାଇନ୍ସ ସଙ୍ଗେ ଯୋଡ଼ାଥିବା ଉଇକିମିଡ଼ିଆ କମନ୍ସରେ ଥିବା ମିଡ଼ିଆ