କେ. କେ. ଉଷା
Hon'ble Justice ନ୍ୟାୟାଧୀଶ କେ କେ ଉଷା | |
---|---|
ପ୍ରଧାନ ବିଚାରପତି କେରଳ ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ ୨୦୦୦ – ୨୦୦୧ | |
ପୂର୍ବ ଅଧିକାରୀ | ଅରବିନ୍ଦ ବିନୟକାରାଓ ସାଭାଣ୍ଟ |
ପର ଅଧିକାରୀ | ବି ଏନ୍ ଶ୍ରୀକ୍ରିଷ୍ଣା |
ବିଚାରପତି କେରଳ ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ ୧୯୯୧ – ୨୦୦୦ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଥିଶୁର, କେରଳ, ଭାରତ | ୩ ଜୁଲାଇ ୧୯୩୯
ନାଗରିକତା | ଭାରତୀୟ |
ଜାତୀୟତା | ଭାରତ |
ଜୀବନ ସାଥୀ | ବିଚାରପତି କେ ସୁକୁମରନ |
କେ କେ ଉଷା (ଜନ୍ମ ୩ ଜୁଲାଇ ୧୯୩୯) କେରଳ ଉଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତି ।
ଜୀବନ
[ସମ୍ପାଦନା]ସେ ୧୯୬୧ରେ ଜଣେ ଓକିଲ ଭାବେ ଅବସ୍ଥାପିତ ହୋଇଥିଲେ । ୧୯୭୯ରେ କେରଳ ଉଚ୍ଚ ନ୍ୟାୟାଳୟରେ ସେ ସରକାରୀ ଓକିଲ ହୋଇଥିଲେ ।[୧] ସେ ପ୍ରଥମେ ବିଚାରପତି ଓ ପରେ ୨୫ ଫେବୃଆରୀ ୧୯୯୧ରୁ ୩ ଜୁଲାଇ ୨୦୦୧ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ ।[୨] ସେ ମଧ୍ଧ୍ୟ ୨୦୦୦ରୁ ୨୦୦୧ ପ୍ରଧାନ ବିଚାରପତି ଥିଲେ ।[୩] ସେ ବାର୍ରୁ ଉଚ୍ଚନ୍ୟାୟାଳୟ ଯୋଗଦେଇ ପରେ ପ୍ରଧାନ ବିଚାରପତି ହେବାରେ ପ୍ରଥମ ମହିଳା ଥିଲେ । ଉଚ୍ଚ ନ୍ୟାୟାଳୟରୁ ଅବସର ପରେ ୨୦୦୧ରୁ ୨୦୦୪ ସେ ଦିଲ୍ଲୀ ବେସିତ ପରିପାଟୀ, ରାଜ୍ୟକର ଓ ସେବାକରର ପୁନଃବିଚାର ସମ୍ବନ୍ଧୀୟ (Customs, Excise and Service Tax Appellate) ଟ୍ରିବ୍ୟୁନାଲର ସଭାପତି ଥିଲେ ।[୧]
ଅନ୍ୟାନ୍ୟ କାର୍ଯ୍ୟ
[ସମ୍ପାଦନା]୧୯୭୫ରେ ସେ ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ଧ୍ୟ ମହିଳାମୀନଙ୍କ ପ୍ରତି ହେଉଥିବା ସମସ୍ତ ଭେଦଭାବର ଦୂରୀକରଣ ଉପରେ ଜାତିସଂଘ ତରଫରୁ ହୋଇଥିବା ଯୁଗଳ ସେମିନାରରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ,ଯାହା ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ ଓ ଆନ୍ତର୍ଜାତୀୟ ନ୍ୟାୟ ବୃତ୍ତିରେ ମହିଳାଙ୍କ ଫେଡ଼େରେସନ୍ ତରଫରୁ ଆୟୋଜିତ ହୋଇଥିଲା । ସେ ବିଶ୍ୱବିଦ୍ୟାଳୟ ମହିଳା ସଂଘର ସଭାପତି ଥିଲେ । ସେ ମଧ୍ଧ୍ୟ ତ୍ରିଭେନ୍ଦ୍ରମସ୍ଥିତ ଶ୍ରୀ ନାରାୟଣ ସେବିକା ସମାଜମ୍ ନାମକ ଏକ ଅନାଥ ତଥା ପୀଡ଼ିତ ମହିଳାଙ୍କ ଆଶ୍ରମ ସହ ଜଡ଼ିତ ଥିଲେ ।[୧]
ଜାନୁଆରୀ ୨୦୦୫ରୁ ଅକ୍ଟୋବର ୨୦୦୬, ଓଡ଼ିଶାରେ ହୋଇଥିବା ଧର୍ମ ସମ୍ବନ୍ଧୀୟ ଦଙ୍ଗାର ନିରୀକ୍ଷଣ ପାଇଁ ଗଠିତ ଭାରତୀୟ ଜନ ଟ୍ରିବ୍ୟୁନାଲIndian People's Tribunal (IPT)ର ମୁଖ୍ୟ ବାବେ ସେ ନିଯୁକ୍ତ ହୋଇଥିଲେ ।[୪] ସଂଘ ପରିବାରର କର୍ମକର୍ତ୍ତାମାନେ ଭୁବନେଶ୍ୱରଠାରେ ଶେଷ ଶୁଣାଣି ବେଳେ ବ୍ୟାଘାତ ସୃଷ୍ଟି କରିଥିଲେ । ଟ୍ରିବ୍ୟୁନାଲର ଜଣେ ସଦସ୍ୟ ଅଙ୍ଗନା ପି. ଚାଟାର୍ଜୀ, ଅଭିଯୋଗ ଆଣିଥିଲେ ଯେ, ହିନ୍ଦୁ ଜାତୀୟତାବାଦୀ ଚ୍ରିବ୍ୟୁନାଲର ସଦସ୍ୟଙ୍କୁ ବଳାତ୍କାର କରି, ରାସ୍ତାରେ ଉଲଗ୍ନ କରି ଚଲାଇବାକୁ ଧମକ ଦେଇଛନ୍ତି ।[୫] କେ କେ ଉଷା ଓ ଟ୍ରିବ୍ୟୁନାଲର ଅନ୍ୟ ଜଣେ ସଦସ୍ୟ ଆର୍ ଏ ମେହେଟା, ଯେ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଥିଲେ, ଏହି ଧମକକୁ ଆଶ୍ଚର୍ଯ୍ଜନକ, ଭୟଙ୍କର ଓ ଅତ୍ୟନ୍ତ ଦୁଃଖଦ ବୋଲି କହିଥିଲେ ।[୬] ଡିସେମ୍ବର ୨୦୧୧ରେ ସେ ମଣିପୁରରେ ହେଉଥିବା ମାନବ ଅଧିକାର ଘଟଣାର ତଦନ୍ତ ପାଇଁ ଗଠିତ ଭାରତୀୟ ଜନ ଟ୍ରିବ୍ୟୁନାଲର ସଦସ୍ୟ ଥିଲେ । ଏହି ପ୍ୟାନେଲ୍ ଇମ୍ଫାଲଠାରେ ପାଞ୍ଚ ବର୍ଷ ମଧ୍ଧ୍ୟରେ ହୋଇଥିବା ୪୦ରୁ ଅଧିକ ଅନୈତିକ ହତ୍ୟା ଓ ଅନ୍ୟ ମାନବ ଅଧିରାର ଉଲଂଘନ ଘଟଣାର ତଦନ୍ତ କର୍ଥିଲେ । ଏହା ରାଜ୍ୟରେ ସୈନ୍ୟ ବାହିନୀ (ସ୍ୱତନ୍ତ୍ର ଶକ୍ତି) ଆକ୍ଟ୍ ରବ୍ଦ କରିବା ପାଇଁ ଉପଦେଶ ଦେଇଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Chief Justice KK Usha". Kerala Women. Archived from the original on 5 ମାର୍ଚ୍ଚ 2012. Retrieved 20 ଅପ୍ରେଲ 2012.
{{cite web}}
: Unknown parameter|deadurl=
ignored (|url-status=
suggested) (help) - ↑ "Former Judges". High Court of Kerala. Retrieved 20 April 2012.
- ↑ "COMMUNALISM IN ORISSA" (PDF). Indian People's Tribunal on Environment and Human Rights. September 2006. ISBN 81-89479-13-X. Archived from the original (PDF) on 17 May 2019. Retrieved 20 April 2012.
- ↑ Angana Chatterji (20 March 2012). "To: The Tom Lantos Human Rights Commission" (PDF). Archived from the original (PDF) on 15 September 2012. Retrieved 19 April 2012.
- ↑ Williams, Mark; Pocha, Jehangir (23 June 2005). "S.F. professor fears Hindu retaliation". San Francisco Chronicle. Retrieved 19 April 2012.
{{cite journal}}
: Invalid|ref=harv
(help) - ↑ Das, Prafulla (15 June 2005). "Sangh Parivar activists disrupt tribunal hearing". The Hindu. Archived from the original on 18 September 2006. Retrieved 19 April 2012.
{{cite journal}}
: Invalid|ref=harv
(help) - ↑ "Tribunal seeks act repeal - 'Independent' panel wants AFSPA to go". the Telegraph. 19 January 2011. Retrieved 20 April 2012.
ବାହ୍ୟ ଆଧାର
[ସମ୍ପାଦନା]- ଜୀବିତ ବ୍ୟକ୍ତି
- ୧୯୩୯ ଜନ୍ମ
- କେରଳ ଉଚ୍ଚ ନ୍ୟାୟାଳୟ ନ୍ୟାୟାଧୀଶ
- ଭାରତୀଟ ମହିଳା ନ୍ୟାୟାଧୀଶ
- ଥିଶୁରର ଲୋକ
- କେରଳ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି
- ବିଂଶ ଶତାବ୍ଦୀର ଭାରତୀୟ ବିଚାରପତି
- ଏକବିଂଶ ଶତାବ୍ଦୀର ଭାରତୀୟ ବିଚାରପତି
- ବିଂଶ ଶତାବ୍ଦୀଋ ଭାରତୀୟ ଆଇନଜ୍ଞ
- ବିଂଶ ଶତାବ୍ଦୀର ଭାରତୀୟ ମହିଳା ବୈଜ୍ଞାନିକ
- ବିଂଶ ଶତାବ୍ଦୀର ଭାରତୀୟ ବୈଜ୍ଞାନିକ
- କେରଳୀ ମହିଳା ରାଜନୀତିଜ୍ଞ
- ଓଡ଼ିଆ ମହିଳା ରାଜନୀତିଜ୍ଞ
- ମଣିପୁରୀ ମହିଳା ରାଜନୀତିଜ୍ଞ
- ଭାରତୀୟ ମହିଳା ଶିକ୍ଷାବିତ୍
- ବିଂଶ ଶତାବ୍ଦୀର ଭାରତୀୟ ଶିକ୍ଷାବିତ୍
- ଏକବିଂଶ ଶତାବ୍ଦୀର ଭାରତୀୟ ଶିକ୍ଷାବିତ୍
- ଏକବିଂଶ ଶତାବ୍ଦୀର ଭାରତୀୟ ଆଇନଜ୍ଞ
- ଭାରତୀୟ ମହିଳା ଆଇନଜ୍ଞ
- ଏକବିଂଶ ଶତାବ୍ଦୀର ଭାରତୀୟ ମହିଳା ବୈଜ୍ଞାନିକ
- ଏକବିଂଶ ଶତାବ୍ଦୀର ଭାତିୟ ବୈଜ୍ଞାନିକ
- କେରଳୀ ଶିକ୍ଷାବିତ୍
- ବିଂଶ ଶତାବ୍ଦୀର ଭାରତୀୟ ମହିଳା ରାଜନୀତିଜ୍ଞ
- ବିଂଶ ଶତାବ୍ଦୀର ଭାରତୀୟ ରାଜନୀତିଜ୍ଞ
- ଏକବିଂଶ ଶତାବ୍ଦୀର ଭାରତୀୟ ମହିଳା ରାଜନୀତିଜ୍ଞ
- ଏକବିଂଶ ଶତାବ୍ଦୀର ଭାରତୀୟ ରାଜନୀତିଜ୍ଞ