କୁକୁଡ଼ା ମାଂସ ତରକାରୀ
ଦେଖଣା
ମୂଳ ସ୍ଥାନ | ଭାରତ |
---|---|
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ମୁଖ୍ୟ ଉପାଦାନ | ମାଂସ, ମସଲା |
|
କୁକୁଡା ମାଂସ ତରକାରୀ ଏକ ସୁଆଦିଆ ଆମିଷ ବ୍ୟଞ୍ଜନ । ଏହା ଭାରତର ସବୁ ରାଜ୍ୟରେ ମିଳିଥାଏ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଣାଳୀରେ ଏହାକୁ ପ୍ରସ୍ତୁତ କରା ଯାଇଥାଏ।
ସାମଗ୍ରୀ
[ସମ୍ପାଦନା]- କୁକୁଡା ମାଂସ ୧ କେ.ଜି.
- ପିଆଜ ୨ଟି ବଡ଼
- ଟମାଟ ୨ଟି ବଡ଼
- ଲଙ୍କା ୩ ଟି
- ଅଦା ରସୁଣ ବଟା
- ହଳଦୀ ଗୁଣ୍ଡ
- ଲଙ୍କାଗୁଣ୍ଡ
- ଧନିଆ ଗୁଣ୍ଡ
- ଜିରା ପାଉଡର
- ଗରମ ମସଲା
- ନଡିଆ କ୍ଷୀର
- ଲୁଣ ସ୍ୱାଦାନୁସାରେ
- ଧନିଆ ପତ୍ର
- ତେଲ
ତିଆରି ପ୍ରଣାଳୀ
[ସମ୍ପାଦନା]ଗୋଟିଏ ପାତ୍ରରେ ତେଲ (1-2 ଚାମଚ୍) ଗରମ କରି ଛୋଟ ଛୋଟ କରି କଟା ହୋଇଥିବା ପିଆଜ ଓ ଗରମ ମସଲା ପକାଇ ଭୁଣନ୍ତୁ । ଏହା ପରେ ଅଦା ରସୁଣ ବଟା ପକାଇ ଚଟୁ କରନ୍ତୁ । ଏହାପରେ ଟମାଟ, ହଳଦୀ ପାଉଡର,ଲଙ୍କାଗୁଣ୍ଡ ପାଉଡର,ଧନିଆ ପାଉଡର,ଜିରା ପାଉଡର ଓ ଲଙ୍କା ପକାନ୍ତୁ।[୧] ଏହାକୁ କିଛି ସମୟ ଭୁଣନ୍ତୁ ଓ ପରେ ପାଣି ମିଶାନ୍ତୁ । ଏବେ ସେଥିରେ କୁକୁଡା ମାଂସ ମିଶାନ୍ତୁ ଓ ୩୦-୬୦ ମିନିଟ ପର୍ଯନ୍ତ ଢାଙ୍କୁଣି ଦେଇ ରାନ୍ଧନ୍ତୁ ।[୨] ତେଲ ଅଲଗା ହେବା ଆରମ୍ଭ ହେଲେ ଏଥିରେ ନଡିଆ କ୍ଷୀର ପକାଇ ଫୁଟିବାକୁ ଦିଅନ୍ତୁ । ମାଂସ ପ୍ରସ୍ତୁତ ହୋଇଗଲା ପରେ ଧନିଆ ପତ୍ର ପକାଇ ପରସନ୍ତୁ ।
ଆଧାର
[ସମ୍ପାଦନା]- ↑ Sanjay Thumma. "Grandma's Curry chicken". Retrieved 10 May 2013.
- ↑ Sanjeev Kapoor's Khazana. "Quick and Easy Chicken Curry". Retrieved 10 May 2013.
ବାହାର ଆଧାର
[ସମ୍ପାଦନା][[୧]]