କାଳିୟ ଦଳନ
କାଳିୟ(IAST:Kāliya, Devanagari: कालिय), ହିନ୍ଦୁ ପୁରାଣ ବର୍ଣିତ ଏକ ନାଗ ସର୍ପ । ଏହି ବିଷଧର ନାଗ ବୃନ୍ଦାବନଠାରେ ଯମୁନା ନଦୀରେ ବସବାସ କରୁଥିଲା । ପୁରାଣରେ ଉଲ୍ଲେଖ ଯେ କାଳିୟ ନାଗର ଚତୁର୍ଦିଗରେ ଜଳ ବିଷ ଦ୍ୱାରା ଗରମ ହେଇ ଫୁଟୁ ଥିଲା ଓ ତାହା ନିକଟକୁ ଛଡେଇ ବା ଅନନ୍ୟ ଜୀବ ଯାଇ ପାରୁ ନ ଥିଲେ ।ଏପରିକି ନଦୀ ତୀରରେ ଗଛ ମଧ୍ୟ ବଞ୍ଚିପାରୁ ନଥିଲା । ସେଠାରେ କେବଳ ମାତ୍ର ଏକ କଦମ୍ବ ବୃକ୍ଷ ଥିଲା ।
ପୂର୍ବରୁ ରାମଙ୍କ ଦ୍ୱିପ ନାମକ ସ୍ଥାନରେ କାଳୀୟ ନାଗ ରହୁଥିଲା । କିନ୍ତୁ ଗରୁଡ ସେଠାରେ ରହିବା ଯୋଗୁଁ ଭୟରେ କାଳିଆ ନଗ ବୃନ୍ଦାବନକୁ ନିଜର ନୂତନ ଆସ୍ଥାନ କଲା । ବୃନ୍ଦାବନର କ ଯୋଗୀ ଗରୁଡକୁ କୌଣଶୀ କାରଣ ବଶତଃ ଅଭିଶାପ ଦେଇଥିଲେ ଯେ ସେ ବୃନ୍ଦାବନ ଆସିଲେ ମୃତ୍ୟୁ ମୁଖରେ ପଡିବ । ତେଣୁ କାଳିଆ ବୃନ୍ଦାବନଠାରେ ଗରୁଡଠାରୁ ସୁରକ୍ଷିତ ଥିଲା ।
ଥରେ ବାଳକ କୃଷ୍ଣ ତାଙ୍କ ବନ୍ଧୁ ମେଳରେ ଯମୁନା କୁଳରେ କ୍ରୀଡାରତ ଥିବା ବେଳେ କଦମ୍ବ ବୃକ୍ଷ ଉପରକୁ ଚଢି ଯାଇଥିଲେ । ତାଙ୍କର ବଲ ଜଳରେ ପଡିଯିବାରୁ କୃଷ୍ଣ ଜଳକୁ ଲମ୍ଫ ଦେଇଥିଲେ । ସେହି ସମୟରେ କାଳିୟ ନାଗ ତାହାର 110ଟି ଫଣା ଟେକି କୃଷ୍ଣଙ୍କୁ ତାର ଦେହରେ ଗୁଡେଇ ଦେଲା । କୃଷ୍ଣ ତାଙ୍କର ଦେଇବା ଶକ୍ତିଦ୍ୱାରା କାଳିଆର ମସ୍ତକ ଉପରକୁ ଖସି ଯାଇ ସେଠାରେ ବିଶାଳ ଆକାର ଧାରଣ କରି ନୃତ୍ୟ କଲେ ।କାଳିଆ ନାଗ ପରାସ୍ତ ହେଇ ମୃତ୍ୟୁ ମୁଖରେ ପଡିବାର ଅବସ୍ଥାକୁ ଆସିଗଲା । ସେହି ସମୟରେ କାଳୀୟ ନାଗର ପତ୍ନୀମାନେ ଜଳ ଉପରକୁ ଆସି ଭଗବାନ କୃଷ୍ଣଙ୍କୁ ଉପାସନା ପୂର୍ବକ ତାଙ୍କ ସ୍ୱାମୀଙ୍କ ଜୀବନ ଭିକ୍ଷ୍ୟା କଲେ ।
କାଳିଆ ମଧ୍ୟ କୃଷ୍ଣଙ୍କ ଭଗବାନ ହେଇଥିବା କଥା ହୃଦୟଙ୍ଗମ କରି ଆଉ କାହାକୁ କେବେ ହଇରାଣ ନ କରିବାର ପ୍ରତିଶ୍ରୁତି ଦେଲା । କୃଷ୍ଣ ତାକୁ ରାମଙ୍କର ଦ୍ୱିପକୁ ଚାଲିଯିବାକୁ ଆଦେଶ ଦେଇଥିଲେ । ରାମଙ୍କର ଦ୍ୱିପ ଆଧୁନିକ ଫିଜୀ ଦ୍ୱିପ ବୋଲି ଜଣା ଜାଏ । [୧]
ଇତିହାସ
[ସମ୍ପାଦନା]ଭଗବତ ପୁରାଣର ଷଷ୍ଠଦଶ ସ୍କନ୍ଧର ଦଶମ ଅଂଶରେ କାଳୀୟ ଦଲାଣ ବିଷୟ ଉଲ୍ଲେଖ ରହିଛି ।
ମଥୁରା ନିକଟରେ ପୁରାତନ କାଳରେ କାଳିୟ ନାମକ ଜଣେ ରାଜା ଶାସନ କରୁଥିଲେ । ତାଙ୍କ ରାଜ୍ୟକୁ କାଳିରମାନ କୁହାଯାଉଥିଲା । ତନ୍ନକର ଭଗ୍ନ ଦୁର୍ଗ ଏବେ ମଧ୍ୟ ରହିଛି । ଏହି ଗଟରର ଜଣେ ଦୁଶ୍ଚରିତ୍ର ରାଜାଙ୍କୁ କାଳୀୟ ନାଗ କୁହାଯାଇଥାଇ ପାରେ ବୋଲି ବିଶ୍ୱାସ କରାଯାଏ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Naga Kingdom
- Naga
- Snake worship
ଆଧାର
[ସମ୍ପାଦନା]- Sister Nivedita & Ananda K.Coomaraswamy: Myths and Legends of the Hindus and Bhuddhists, Kolkata, 2001 ISBN 81-7505-197-3
ବାହାର ଲିଙ୍କ
[ସମ୍ପାଦନା]- Bhagavata Purana, Canto Ten, Chapter 16 Archived 2012-11-12 at the Wayback Machine. The account of Krishna and Kaliya, as told in the Bhagavata Purana. (Full Sanskrit text online, with translation and commentary.)