କାଳିୟ ଦଳନ

ଉଇକିପିଡ଼ିଆ‌ରୁ
1640 ମସିହାର ଭାଗବତ ପୁରାଣରେ କାଳୀୟ ନାଗ ଉପରେ କୃକୃଷ୍ଣଙ୍କ ନୃତ୍ୟର ଅଙ୍କିତ ଚିତ୍ର 

କାଳିୟ(IAST:Kāliya, Devanagari: कालिय), ହିନ୍ଦୁ ପୁରାଣ ବର୍ଣିତ ଏକ ନାଗ ସର୍ପ । ଏହି ବିଷଧର ନାଗ ବୃନ୍ଦାବନଠାରେ ଯମୁନା ନଦୀରେ ବସବାସ କରୁଥିଲା । ପୁରାଣରେ ଉଲ୍ଲେଖ ଯେ କାଳିୟ  ନାଗର ଚତୁର୍ଦିଗରେ ଜଳ ବିଷ  ଦ୍ୱାରା ଗରମ ହେଇ ଫୁଟୁ ଥିଲା ଓ ତାହା ନିକଟକୁ ଛଡେଇ ବା ଅନନ୍ୟ ଜୀବ ଯାଇ ପାରୁ ନ ଥିଲେ ।ଏପରିକି ନଦୀ ତୀରରେ ଗଛ ମଧ୍ୟ ବଞ୍ଚିପାରୁ ନଥିଲା । ସେଠାରେ କେବଳ ମାତ୍ର ଏକ କଦମ୍ବ ବୃକ୍ଷ ଥିଲା ।  

ପୂର୍ବରୁ ରାମଙ୍କ ଦ୍ୱିପ ନାମକ ସ୍ଥାନରେ କାଳୀୟ ନାଗ ରହୁଥିଲା । କିନ୍ତୁ ଗରୁଡ ସେଠାରେ ରହିବା ଯୋଗୁଁ ଭୟରେ କାଳିଆ ନଗ ବୃନ୍ଦାବନକୁ ନିଜର ନୂତନ ଆସ୍ଥାନ କଲା । ବୃନ୍ଦାବନର କ ଯୋଗୀ ଗରୁଡକୁ କୌଣଶୀ କାରଣ ବଶତଃ ଅଭିଶାପ ଦେଇଥିଲେ ଯେ ସେ ବୃନ୍ଦାବନ ଆସିଲେ ମୃତ୍ୟୁ ମୁଖରେ ପଡିବ । ତେଣୁ କାଳିଆ ବୃନ୍ଦାବନଠାରେ ଗରୁଡଠାରୁ ସୁରକ୍ଷିତ ଥିଲା । 

ଥରେ ବାଳକ କୃଷ୍ଣ ତାଙ୍କ ବନ୍ଧୁ ମେଳରେ ଯମୁନା କୁଳରେ କ୍ରୀଡାରତ ଥିବା ବେଳେ କଦମ୍ବ ବୃକ୍ଷ ଉପରକୁ ଚଢି ଯାଇଥିଲେ । ତାଙ୍କର ବଲ ଜଳରେ ପଡିଯିବାରୁ କୃଷ୍ଣ ଜଳକୁ ଲମ୍ଫ ଦେଇଥିଲେ । ସେହି ସମୟରେ କାଳିୟ ନାଗ ତାହାର 110ଟି ଫଣା ଟେକି କୃଷ୍ଣଙ୍କୁ ତାର ଦେହରେ ଗୁଡେଇ ଦେଲା । କୃଷ୍ଣ ତାଙ୍କର ଦେଇବା ଶକ୍ତିଦ୍ୱାରା କାଳିଆର ମସ୍ତକ ଉପରକୁ ଖସି ଯାଇ ସେଠାରେ ବିଶାଳ ଆକାର ଧାରଣ କରି ନୃତ୍ୟ କଲେ ।କାଳିଆ ନାଗ ପରାସ୍ତ ହେଇ ମୃତ୍ୟୁ ମୁଖରେ ପଡିବାର ଅବସ୍ଥାକୁ ଆସିଗଲା । ସେହି ସମୟରେ କାଳୀୟ ନାଗର ପତ୍ନୀମାନେ ଜଳ ଉପରକୁ ଆସି ଭଗବାନ କୃଷ୍ଣଙ୍କୁ ଉପାସନା ପୂର୍ବକ ତାଙ୍କ ସ୍ୱାମୀଙ୍କ ଜୀବନ ଭିକ୍ଷ୍ୟା କଲେ । 

କାଳିଆ ମଧ୍ୟ କୃଷ୍ଣଙ୍କ ଭଗବାନ ହେଇଥିବା କଥା ହୃଦୟଙ୍ଗମ କରି ଆଉ କାହାକୁ କେବେ ହଇରାଣ ନ କରିବାର ପ୍ରତିଶ୍ରୁତି ଦେଲା । କୃଷ୍ଣ ତାକୁ ରାମଙ୍କର ଦ୍ୱିପକୁ ଚାଲିଯିବାକୁ ଆଦେଶ ଦେଇଥିଲେ । ରାମଙ୍କର ଦ୍ୱିପ ଆଧୁନିକ ଫିଜୀ ଦ୍ୱିପ ବୋଲି ଜଣା ଜାଏ । [୧]

Krishna Conquers the Serpent Kaliya (Page from a Dispersed Bhagavata Purana Series)- Brooklyn Museum

ଇତିହାସ [ସମ୍ପାଦନା]

1880 ମସିହା ଅଙ୍କନରେ କାଳିୟ ନାଗ .

ଭଗବତ ପୁରାଣର ଷଷ୍ଠଦଶ ସ୍କନ୍ଧର ଦଶମ ଅଂଶରେ କାଳୀୟ ଦଲାଣ ବିଷୟ ଉଲ୍ଲେଖ ରହିଛି । 

ମଥୁରା ନିକଟରେ ପୁରାତନ କାଳରେ କାଳିୟ ନାମକ ଜଣେ ରାଜା ଶାସନ କରୁଥିଲେ । ତାଙ୍କ ରାଜ୍ୟକୁ କାଳିରମାନ କୁହାଯାଉଥିଲା । ତନ୍ନକର ଭଗ୍ନ ଦୁର୍ଗ ଏବେ ମଧ୍ୟ ରହିଛି । ଏହି ଗଟରର ଜଣେ ଦୁଶ୍ଚରିତ୍ର ରାଜାଙ୍କୁ କାଳୀୟ ନାଗ କୁହାଯାଇଥାଇ ପାରେ ବୋଲି ବିଶ୍ୱାସ କରାଯାଏ । 

ବାରାଣଶୀଠାରେ ନାଗ ନଥାଇଯା ଯାତ୍ରା ସମୟରେ ନଦୀରେ କାଳିୟ ଦଲନ ଅଭିନୟ ଦୃଶ୍ୟ 
କୁଛସ୍ଥିତ ସ୍ୱାମୀନାରାୟନ ମନ୍ଦିରରେ କାଳୀୟ ଦଲନ  ର ମୂର୍ତି 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Naga Kingdom
  • Naga
  • Snake worship

ଆଧାର [ସମ୍ପାଦନା]

  1. Welcome to Sanatan Fiji the Site
  • Sister Nivedita & Ananda K.Coomaraswamy: Myths and Legends of the Hindus and Bhuddhists, Kolkata, 2001 ISBN 81-7505-197-3

ବାହାର ଲିଙ୍କ [ସମ୍ପାଦନା]