ଭଗିନୀ ନିବେଦିତା
ମାଗରିଟ୍ ଏଲିଜାବେଥ୍ ନୋବେଲ୍ଙ୍କ ଜନ୍ମ ୨୮ ଅକ୍ଟୋବର, ୧୮୬୭ରେ ଆୟର୍ଲ୍ୟାଣ୍ଡର ଦୁଙ୍ଗାନାଁନ ଗ୍ରାମରେ ହୋଇଥିଲା।
ତାଙ୍କ ମାତାଙ୍କ ନାମ ମୈରୀ ଇସାବେଲ୍ ଓ ପିତାଙ୍କ ନାମ ସୈମୁଅଲ୍ ରିଚ୍ମଣ୍ଡ୍ ନୋବେଲ୍ ଥିଲା।ନୋବେଲ୍ଙ୍କ ବଂଶଜ ସ୍କଟିଜ୍ ଥିଲେ କିନ୍ତୁ କିନ୍ତୁ ସେ ନିଜ ପିଲାଦିନ ଆୟର୍ଲ୍ୟାଣ୍ଡରେ ଅତିବାହିତ କରିଥିଲେ।ତାଙ୍କ ପିତା ଜଣେ ପୂଜାରୀ ଥିଲେ,ଯିଏକି ଭଗିନୀ ନିବେଦିତାଙ୍କୁ ବହୁତ ମହତ୍ତ୍ୱପୂର୍ଣ୍ଣ କଥା ଶିଖାଇଥିଲେ,"ମଣିଷର ପୂଜା କରିବା ଭଗବାନଙ୍କ ପୂଜା କରିବା ସହ ସମାନ"।ଯେତେବେଳେ ଭଗିନୀ ନିବେଦିତା ଏକ ବର୍ଷର ହୋଇଥିଲେ ସେତେବେଳେ ସୈମୁଅଲ୍ ଇଂଲଣ୍ଡର ମଞ୍ଚେଷ୍ଟର୍ ଚାଲିଗଲେ।ସେତେବେଳେ କିଶୋରୀ ନିବେଦିତା ନିଜ ଆଇଙ୍କ ସହ ହୈମିଲ୍ଟନ୍, ଆୟାର୍ଲ୍ୟାଣ୍ଡ୍ରେ ରହୁଥିଲେ।ସେ ଯେତେବେଳେ ୪ ବର୍ଷର ହେଲେ ସେତେବେଳେ ସେ ନିଜ ପିତାଙ୍କ ସହ ରହିଲେ।
ମାଗରିଟ୍ଙ୍କ ପିତା ସୈମୁଅଲ୍ଙ୍କ ୧୮୭୭ ମସିହାରେ ଦେହାନ୍ତ ହୋଇଥିଲା, ସେହି ସମୟରେ ଭଗିନୀ କେବଳ ୧୦ ବର୍ଷର ଥିଲେ।ସେତେବେଳେ ମାଗରିଟ୍ଙ୍କ ସବୁ ଦାୟିତ୍ୱ ତାଙ୍କ ଆଇ ନେଇଥିଲେ।ମାଗରିଟ୍ ତାଙ୍କ ପ୍ରାଥମିକ ଶିକ୍ଷା ଲଂଣ୍ଡନ୍ର ଚର୍ଚ ବୋର୍ଡିଙ୍ଗ ସ୍କୁଲ୍ରେ ଆରମ୍ଭ କରିଥିଲେ। ଏହାପରେ ସେ ଓ ତାଙ୍କ ଭଉଣୀ ହୈଲିଫେକ୍ସ କଲେଜ୍ରେ ପଢ଼ିଲେ।ସେହି କଲେଜର ଅଧ୍ୟାପିକା ତାଙ୍କୁ ଜୀବନର ଉପଯୋଗୀ କେତେ ମହତ୍ତ୍ୱପୂର୍ଣ୍ଣ କଥା ଓ ବଳିଦାନ ବିଷୟରେ ଶିଖାଇଲେ।କଳା,ବାଦ୍ୟ,ପଦାର୍ଥ ବିଜ୍ଞାନ,ସାହିତ୍ୟ ଥିବା ବିଷୟକୁ ଭଗିନୀ ନିବେଦିତା ଅଭ୍ୟାସ କରୁଥିଲେ। ସେ ୧୭ ବର୍ଷବୟସରେ ପିଲାଙ୍କୁ ପଢାଇବାକୁ ଲାଗିଲେ ।[୧]
ଆଧାର
[ସମ୍ପାଦନା]- ↑ Barua, Ankur (2020-01). "The Hindu Cosmopolitanism of Sister Nivedita (Margaret Elizabeth Noble): An Irish Self in Imperial Currents". Harvard Theological Review (in ଇଂରାଜୀ). 113 (1): 1–23. doi:10.1017/S0017816019000324. ISSN 0017-8160.
{{cite journal}}
: Check date values in:|date=
(help)
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |