କଳ୍ପନା ପଟୋୱାରି
କଳ୍ପନା ପଟୋୱାରି | |
---|---|
ଜନ୍ମ | |
ଅନ୍ୟ ନାମ | ଭୋଜପୂରୀ ରାଣୀ[୧][୨][୩] |
ଶିକ୍ଷାନୁଷ୍ଠାନ | Cotton University Bhatkhande Music Institute |
ବୃତ୍ତି(ସମୂହ) | Singer, Actress |
ସକ୍ରିୟ ବର୍ଷ | 1993–present |
ବୈବାହିକ-ସାଥୀ | Parvez Khan |
ସନ୍ତାନ | 2 |
Musical career | |
ଶୈଳୀ | Primitive-acoustic folk, ambient electronic and new age jazz - fusion, electronic fusion, Indian/Assamese classical, jazz and ghazal |
ବାଦ୍ୟଯନ୍ତ୍ର | Vocals |
କଳ୍ପନା ପଟୋୱାରି ଆସାମର ଜଣେ ଲୋକ ସଙ୍ଗୀତ ଓ ପ୍ରଚ୍ଛଦପଟ ଗାୟିକ। । ସେ ତିରିଶଟି ଭାଷାରେ ଗାଇଛନ୍ତି ଓ ଅନେକ ଲୋକପ୍ରିୟ ଓ ଲୋକ ସଙ୍ଗୀତ ଗାଇଛନ୍ତି କିନ୍ତୁ ଭୋଜପୂରୀ ସଙ୍ଗୀତ ପ୍ରତି ସେ ଅତି ସମର୍ପିତ ଥିଲେ ।[୪][୫] 'ସିନେମା ଭୋଜପୁରୀ' ନାମକ ଏକ ପୁସ୍ତକରେ ଲେଖକ ଅଭିଜିତ ଘୋଷ କଳ୍ପନାଙ୍କର ଅତି ପ୍ରଶଂସା କରିଛନ୍ତି ଭୋଜପୁରୀ ଚଳଚ୍ଚିତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ । ତାଙ୍କର ସୁନ୍ଦର ସ୍ୱର ଯୋଗୁ ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କର ଗୀତ ଗାଇବା ପ୍ରାୟ ନିଧାର୍ଯ୍ୟ ଥିଲା ।
ପ୍ରାକ୍ ଜୀବନ ଓ ପୃଷ୍ଠଭୂମି
[ସମ୍ପାଦନା]ଭାରତର ସଙ୍ଗୀତ ମାଷ୍ଟରମାନେ ଆଁ କରି ରହିଗଲେ ଯେତେବେଳେ ଭାରତୀୟ ଲୋକ ସଙ୍ଗୀତ ଗାୟିକା କଳ୍ପନା ସହିତ ଏକ ବ୍ରିଟିଶ ରେକର୍ଡ଼ିଙ୍ଗ କମ୍ପାନୀ 'ଭିରଜିନ ଇଏମଆଇ ରେକର୍ଡ଼ସ' ଏପ୍ରିଲ ମାସରେ ଚୁକ୍ତିବଦ୍ଧ ହେଲେ । ସେମାନେ ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଯେତେବେଳେ ଦେଖିଲେ ପ୍ରବାସୀମାନଙ୍କ ବିଷୟରେ ତିଆରି ଭୋଜପୁରୀ ସଙ୍ଗୀତ ଆଲବମର ଆନ୍ତର୍ଜାତୀୟ ଚାହିଦା ଅପ୍ରତ୍ୟାଶିତ ଭାବରେ ବଢ଼ିଚାଲିଛି ।[୬]}}
ଆସାମର ବାରପେଟା ଜିଲ୍ଲାରେ କଳ୍ପନା ନାଥ ସମ୍ପ୍ରଦାୟର ଏକ ଯୋଗୀ-ନାଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।[୭] ଇଂରାଜୀ ଭାଷାରେ ସେ ଜଣେ ସ୍ନାତକ ଓ ଗୌହାଟିର କଟନ କଲେଜର ଅଲୁମନସ ଅଟନ୍ତି । ତାଙ୍କ ଲୋକସଙ୍ଗୀତଜ୍ଞ ପିତାଙ୍କଠାରୁ କଳ୍ପନା କାମରୁପୀୟ ଓ ଗୋଲପୋରିୟ ଲୋକ ସଙ୍ଗୀତ ଶିକ୍ଷା କରି ମାତ୍ର ୪ ବର୍ଷ ବୟସରେ ପିତାଙ୍କ ସାଥିରେ ଜନତାଙ୍କ ସାମନାରେ ପ୍ରଦର୍ଶନ ଆରମ୍ଭ କରିଥିଲେ ଓ ଲକ୍ଷ୍ନୌର ଭାତଖଣ୍ଡେ ସଙ୍ଗୀତ ଅନୁଷ୍ଠାନ ବିଶ୍ୱବିଦ୍ୟାଳୟରୁ (Bhatkhande Music Institute University) କ୍ଲାସିକାଲ ସଙ୍ଗୀତ ଶିକ୍ଷା କରିଥିଲେ ।[୮] ପୁର୍ବୀ, ପଚ୍ର, କଜରି, ସୋହର, ବିବାହ ଗୀତ, ଚଇତ ଓ ନୌଟଙ୍କି ଭଳି ଅନେକ ପ୍ରକାରର ଭୋଜପୁରି ଲୋକ ଗୀତ ଗାଉଥିଲେ ।[୯]
ଭିଖାରି ଠାକୁରଙ୍କ (Bhikhari Thakur) କାମ ଉପରେ କିଛି ଲେଖା ଲେଖିଥିଲେ ଓ ତାଙ୍କ ଜୀବନ ତଥା କାମ ଉପରେ ଏକ ସଙ୍ଗୀତ ଆଲବମ ତିଆରି କରିଥିଲେ ।[୧୦]
କର୍ମ ଜୀବନ
[ସମ୍ପାଦନା]କଳ୍ପନା ଥିଲେ ପ୍ରଥମ ଭୋଜପୁରୀ ଗାୟିକା ଯିଏ ପୁରାତନ ଖଡ଼ି ବିରହା (Khadi Birha) ପରମ୍ପରାକୁ ଆନ୍ତର୍ଜାତୀୟ ମଞ୍ଚକୁ ଆଣିଥିଲେ ।[୧୧]
୨୦୧୩ ମସିହାର ବିଦେଶୀୟା ଇନ ବମ୍ବଇ ନାମକ ଏକ ଡକୁମେଣ୍ଟାରି ଚଳଚ୍ଚିତ୍ରରେ ଅଂଶ ଗ୍ରହଣ କରିଥିଲେ । ୮ ଡିସେମ୍ବର ୨୦୧୩ରେ ରିଲିଜ ହୋଇଥିବା ସେହି ଚଳଚ୍ଚିତ୍ରରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଓ ସଙ୍ଗୀତ ବିଷୟ ପ୍ରଦର୍ଶନ କରିଥିଲେ ।[୧୨]
କଳ୍ପନା ପ୍ରଥମ ମହିଳା ଥିଲେ ଯିଏ 'ଛପ୍ରହିୟା ପୂର୍ବୀ' ଫେସନରେ ଗାଇଥିଲେ ଓ ରେକର୍ଡ଼ କରିଥିଲେ ।[୧୩] ତାଙ୍କ ପୂର୍ବରୁ ପୂର୍ବି କେବଳ ପୁରୁଷମାନେ ଗାଉଥିଲେ ।
"ଚଲତ ମୁସାଫିର ମୋହ ଲିୟୋ ରେ" ନାମକ ଏକ ଭୋଜପୁରୀ ଚଳଚ୍ଚିତ୍ରରେ ସେ ଦିନେଶ ଲାଲ ଯାଦବଙ୍କ ସାଥିରେ ଜାନକୀ ଭୁମିକାରେ ଅଭିନୟ କରିଥିଲେ ।[୧୪][୧୫]
ରାଜନୀତି ଜୀବନ
[ସମ୍ପାଦନା]କଳ୍ପନା ଅକ୍ଟୋବର ୨୦୨୦ରେ ଅସୋମ ଗଣ ପରିଷଦ ପାର୍ଟିରେ ଯୋଗ ଦେଲେ ଯାହାର ମୂଖ୍ୟ କାର୍ଯ୍ୟାଳୟ ଗୁୱାହାଟିରେ ଥିଲା ।[୧୬][୧୭]
ଚଳଚ୍ଚିତ୍ର
[ସମ୍ପାଦନା]ମସିହା | ଚଳଚ୍ଚିତ୍ର ନାମ | ଭୂମିକା | ଭାଷା | ସହ କଳାକାର | ନିର୍ଦ୍ଦଶକ | Ref |
---|---|---|---|---|---|---|
୨୦୦୬ | ଚଲତ ମୁସାଫିର ମୋହ ଲିୟୋ ରେ | Janki | Bhojpuri | Dinesh Lal Yadav | Manoj Ojha | credited as Kalpana |
2013 | Bidesia in Bambai[୧୮] | Self | Bhojpuri | Surabhi Sharma |
ଆଧାର
[ସମ୍ପାଦନା]- ↑ "Assam: Singer Kalpana Patowary awarded for contribution to Bhojpuri music". NorthEast Now. 25 January 2019.
- ↑ "'I became used to the fact that when I sing, guns go off': Bhojpuri star Kalpana Patowary". Scroll.in. 15 September 2015.
- ↑ "An audience with the Bhojpuri Queen". The Asian Age. 26 September 2016.
- ↑ "Assamese singer Kalpana Patowary resurrects Bhojpuri Shakespeare". easternfare.in. Eastern Fare Music Foundation. Retrieved 27 July 2015.
- ↑ Matta, Anubhuti (October 7, 2017). "Spotlight on female voices at folk and fusion music festival". Hindustan Times.
- ↑ "Notes on migration". Archived from the original on 2014-04-10. Retrieved 2022-02-07.
- ↑ "Meet Kalpana Patowary, the Assamese 'Bhojpuri Melody Queen' from Guwahati!". The North East Today. 2016-10-28. Archived from the original on 21 October 2016. Retrieved 30 June 2017.
- ↑ "Kalpana Patowary OkListen!". OkListen.
- ↑ "Folk traditions to come alive". Deccan Herald. 21 July 2015. Retrieved 27 November 2018.
- ↑ Tripathi, Shailaja (16 June 2012). "On the Shakespeare of Bhojpuri". The Hindu.
- ↑ "Meet Kalpana Patowary, the Assamese 'Bhojpuri Melody Queen' from Guwahati!". The North East Today. 2016-10-28. Archived from the original on 21 October 2016. Retrieved 30 June 2017.
- ↑ Bhattacharya, Budhaditya (August 22, 2013). "Of migration and mobiles". The Hindu.
- ↑ "Kalpana Patowary had a chat with us about her musical journey!". The Score Magazine. 2016-08-25.
- ↑ "Kalpana Patowary: Top Bhojpuri songs of the popular singer". The Times of India. 1 November 2018.
- ↑ "Nirahua recalls first Bhojpuri film 'Ganga Maiyya Tohe Piyari Chadhaibo'". The Times of India. 23 February 2021.
- ↑ "Assam: Popular folk singer Kalpana Patowary joins AGP". India Today. 2020-10-09.
- ↑ "Assam: Bhojpuri queen Kalpana Patowary joins Asom Gana Parishad". EastMojo. 2020-10-09.
- ↑ "Bidesia in Bambai". 8 December 2013 – via www.imdb.com.