କଳ୍ପନା ପଟୋୱାରି

ଉଇକିପିଡ଼ିଆ‌ରୁ
କଳ୍ପନା ପଟୋୱାରି
Kalpana Patowary
ଜନ୍ମ
ଅନ୍ୟ ନାମଭୋଜପୂରୀ ରାଣୀ[୧][୨][୩]
ଶିକ୍ଷାନୁଷ୍ଠାନCotton University
Bhatkhande Music Institute
ବୃତ୍ତି(ସମୂହ)Singer, Actress
ସକ୍ରିୟ ବର୍ଷ1993–present
ବୈବାହିକ-ସାଥୀParvez Khan
ସନ୍ତାନ2
Musical career
ଶୈଳୀPrimitive-acoustic folk, ambient electronic and new age jazz - fusion, electronic fusion, Indian/Assamese classical, jazz and ghazal
ବାଦ୍ୟଯନ୍ତ୍ରVocals

କଳ୍ପନା ପଟୋୱାରି ଆସାମର ଜଣେ ଲୋକ ସଙ୍ଗୀତ ଓ ପ୍ରଚ୍ଛଦପଟ ଗାୟିକ। । ସେ ତିରିଶଟି ଭାଷାରେ ଗାଇଛନ୍ତି ଓ ଅନେକ ଲୋକପ୍ରିୟ ଓ ଲୋକ ସଙ୍ଗୀତ ଗାଇଛନ୍ତି କିନ୍ତୁ ଭୋଜପୂରୀ ସଙ୍ଗୀତ ପ୍ରତି ସେ ଅତି ସମର୍ପିତ ଥିଲେ ।[୪][୫] 'ସିନେମା ଭୋଜପୁରୀ' ନାମକ ଏକ ପୁସ୍ତକରେ ଲେଖକ ଅଭିଜିତ ଘୋଷ କଳ୍ପନାଙ୍କର ଅତି ପ୍ରଶଂସା କରିଛନ୍ତି ଭୋଜପୁରୀ ଚଳଚ୍ଚିତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ । ତାଙ୍କର ସୁନ୍ଦର ସ୍ୱର ଯୋଗୁ ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କର ଗୀତ ଗାଇବା ପ୍ରାୟ ନିଧାର୍ଯ୍ୟ ଥିଲା ।

ପ୍ରାକ୍ ଜୀବନ ଓ ପୃଷ୍ଠଭୂମି[ସମ୍ପାଦନା]

ଭାରତର ସଙ୍ଗୀତ ମାଷ୍ଟରମାନେ ଆଁ କରି ରହିଗଲେ ଯେତେବେଳେ ଭାରତୀୟ ଲୋକ ସଙ୍ଗୀତ ଗାୟିକା କଳ୍ପନା ସ‌ହିତ ଏକ ବ୍ରିଟିଶ ରେକର୍ଡ଼ିଙ୍ଗ କମ୍ପାନୀ 'ଭିରଜିନ ଇଏମଆଇ ରେକର୍ଡ଼ସ' ଏପ୍ରିଲ ମାସରେ ଚୁକ୍ତିବଦ୍ଧ ହେଲେ । ସେମାନେ ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଯେତେବେଳେ ଦେଖିଲେ ପ୍ରବାସୀମାନଙ୍କ ବିଷୟରେ ତିଆରି ଭୋଜପୁରୀ ସଙ୍ଗୀତ ଆଲବମର ଆନ୍ତର୍ଜାତୀୟ ଚାହିଦା ଅପ୍ରତ୍ୟାଶିତ ଭାବରେ ବଢ଼ିଚାଲିଛି ।[୬]}}

ଆସାମର ବାରପେଟା ଜିଲ୍ଲାରେ କଳ୍ପନା ନାଥ ସମ୍ପ୍ରଦାୟର ଏକ ଯୋଗୀ-ନାଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।[୭] ଇଂରାଜୀ ଭାଷାରେ ସେ ଜଣେ ସ୍ନାତକ ଓ ଗୌହାଟିର କଟନ କଲେଜର ଅଲୁମନସ ଅଟନ୍ତି । ତାଙ୍କ ଲୋକସଙ୍ଗୀତଜ୍ଞ ପିତାଙ୍କଠାରୁ କଳ୍ପନା କାମରୁପୀୟ ଓ ଗୋଲପୋରିୟ ଲୋକ ସଙ୍ଗୀତ ଶିକ୍ଷା କରି ମାତ୍ର ୪ ବର୍ଷ ବୟସରେ ପିତାଙ୍କ ସାଥିରେ ଜନତାଙ୍କ ସାମନାରେ ପ୍ରଦର୍ଶନ ଆରମ୍ଭ କରିଥିଲେ ଓ ଲକ୍ଷ୍ନୌର ଭାତଖଣ୍ଡେ ସଙ୍ଗୀତ ଅନୁଷ୍ଠାନ ବିଶ୍ୱବିଦ୍ୟାଳୟରୁ (Bhatkhande Music Institute University) କ୍ଲାସିକାଲ ସଙ୍ଗୀତ ଶିକ୍ଷା କରିଥିଲେ ।[୮] ପୁର୍ବୀ, ପଚ୍ର, କଜରି, ସୋହର, ବିବାହ ଗୀତ, ଚଇତ ଓ ନୌଟଙ୍କି ଭଳି ଅନେକ ପ୍ରକାରର ଭୋଜପୁରି ଲୋକ ଗୀତ ଗାଉଥିଲେ ।[୯]

ଭିଖାରି ଠାକୁରଙ୍କ (Bhikhari Thakur) କାମ ଉପରେ କିଛି ଲେଖା ଲେଖିଥିଲେ ଓ ତାଙ୍କ ଜୀବନ ତ‌ଥା କାମ ଉପରେ ଏକ ସଙ୍ଗୀତ ଆଲବମ ତିଆରି କରିଥିଲେ ।[୧୦]

କର୍ମ ଜୀବନ[ସମ୍ପାଦନା]

କଳ୍ପନା ଥିଲେ ପ୍ରଥମ ଭୋଜପୁରୀ ଗାୟିକା ଯିଏ ପୁରାତନ ଖଡ଼ି ବିରହା (Khadi Birha) ପରମ୍ପରାକୁ ଆନ୍ତର୍ଜାତୀୟ ମଞ୍ଚକୁ ଆଣିଥିଲେ ।[୧୧]

୨୦୧୩ ମସିହାର ବିଦେଶୀୟା ଇନ ବମ୍ବଇ ନାମକ ଏକ ଡକୁମେଣ୍ଟାରି ଚଳଚ୍ଚିତ୍ରରେ ଅଂଶ ଗ୍ରହଣ କରିଥିଲେ । ୮ ଡିସେମ୍ବର ୨୦୧୩ରେ ରିଲିଜ ହୋଇଥିବା ସେହି ଚଳଚ୍ଚିତ୍ରରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଓ ସଙ୍ଗୀତ ବିଷୟ ପ୍ରଦର୍ଶନ କରିଥିଲେ । [୧୨]

କଳ୍ପନା ପ୍ରଥମ ମହିଳା ଥିଲେ ଯିଏ 'ଛପ୍ରହିୟା ପୂର୍ବୀ' ଫେସନରେ ଗାଇଥିଲେ ଓ ରେକର୍ଡ଼ କରିଥିଲେ ।[୧୩] ତାଙ୍କ ପୂର୍ବରୁ ପୂର୍ବି କେବଳ ପୁରୁଷମାନେ ଗାଉଥିଲେ ।

"ଚଲତ ମୁସାଫିର ମୋହ ଲିୟୋ ରେ" ନାମକ ଏକ ଭୋଜପୁରୀ ଚଳଚ୍ଚିତ୍ରରେ ସେ ଦିନେଶ ଲାଲ ଯାଦବଙ୍କ ସାଥିରେ ଜାନ‌କୀ ଭୁମିକାରେ ଅଭିନୟ କରିଥିଲେ ।[୧୪][୧୫]

ରାଜନୀତି ଜୀବନ[ସମ୍ପାଦନା]

କଳ୍ପନା ଅକ୍ଟୋବର ୨୦୨୦ରେ ଅସୋମ ଗଣ ପରିଷଦ ପାର୍ଟିରେ ଯୋଗ ଦେଲେ ଯାହାର ମୂଖ୍ୟ କାର୍ଯ୍ୟାଳୟ ଗୁୱାହାଟିରେ ଥିଲା ।[୧୬][୧୭]

ଚଳଚ୍ଚିତ୍ର[ସମ୍ପାଦନା]

ମସିହା ଚଳଚ୍ଚିତ୍ର ନାମ ଭୂମିକା ଭାଷା ସ‌ହ କଳାକାର ନିର୍ଦ୍ଦଶକ Ref
୨୦୦୬ ଚଲତ ମୁସାଫିର ମୋହ ଲିୟୋ ରେ Janki Bhojpuri Dinesh Lal Yadav Manoj Ojha credited as Kalpana
2013 Bidesia in Bambai[୧୮] Self Bhojpuri Surabhi Sharma

ଆଧାର[ସମ୍ପାଦନା]

  1. "Assam: Singer Kalpana Patowary awarded for contribution to Bhojpuri music". NorthEast Now. 25 January 2019.
  2. "'I became used to the fact that when I sing, guns go off': Bhojpuri star Kalpana Patowary". Scroll.in. 15 September 2015.
  3. "An audience with the Bhojpuri Queen". The Asian Age. 26 September 2016.
  4. "Assamese singer Kalpana Patowary resurrects Bhojpuri Shakespeare". easternfare.in. Eastern Fare Music Foundation. Retrieved 27 July 2015.
  5. Matta, Anubhuti (October 7, 2017). "Spotlight on female voices at folk and fusion music festival". Hindustan Times.
  6. "Notes on migration". Archived from the original on 2014-04-10. Retrieved 2022-02-07.
  7. "Meet Kalpana Patowary, the Assamese 'Bhojpuri Melody Queen' from Guwahati!". The North East Today. 2016-10-28. Archived from the original on 21 October 2016. Retrieved 30 June 2017.
  8. "Kalpana Patowary OkListen!". OkListen.
  9. "Folk traditions to come alive". Deccan Herald. 21 July 2015. Retrieved 27 November 2018.
  10. Tripathi, Shailaja (16 June 2012). "On the Shakespeare of Bhojpuri". The Hindu.
  11. "Meet Kalpana Patowary, the Assamese 'Bhojpuri Melody Queen' from Guwahati!". The North East Today. 2016-10-28. Archived from the original on 21 October 2016. Retrieved 30 June 2017.
  12. Bhattacharya, Budhaditya (August 22, 2013). "Of migration and mobiles". The Hindu.
  13. "Kalpana Patowary had a chat with us about her musical journey!". The Score Magazine. 2016-08-25.
  14. "Kalpana Patowary: Top Bhojpuri songs of the popular singer". The Times of India. 1 November 2018.
  15. "Nirahua recalls first Bhojpuri film 'Ganga Maiyya Tohe Piyari Chadhaibo'". The Times of India. 23 February 2021.
  16. "Assam: Popular folk singer Kalpana Patowary joins AGP". India Today. 2020-10-09.
  17. "Assam: Bhojpuri queen Kalpana Patowary joins Asom Gana Parishad". EastMojo. 2020-10-09.
  18. "Bidesia in Bambai". 8 December 2013 – via www.imdb.com.