କମଳା ନେହେରୁ

ଉଇକିପିଡ଼ିଆ‌ରୁ
କମଳା
Born(1899-08-01)୧ ଅଗଷ୍ଟ ୧୮୯୯
ଦିଲ୍ଲୀ, ଭାରତ
Died୨୮ ଫେବୃଆରୀ ୧୯୩୬(1936-02-28) (ବୟସ ୩୬)
Nationalityଭାରତୀୟ
Spouseଜବାହରଲାଲ ନେହେରୁ
Childrenଇନ୍ଦିରା ଗାନ୍ଧୀ

କମଳା ନେହୁରୁ (pronunciation ; ୧ ଅଗଷ୍ଟ ୧୮୯୯ – ୨୮ ଫେବୃଆରୀ ୧୯୩୬)ଜଣେ ସ୍ୱାଧୀନତା ସଂଗ୍ରାମୀ, ଜବାହରଲାଲ ନେହେରୁଙ୍କ ସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ମା ଥିଲେ। ସେ ଜଣେ ଦେଶ ହିତାଭିଳାଷୀ ଥିଲେ ।

ପରିଚୟ[ସମ୍ପାଦନା]

କମଳା ନେହେରୁ ଦିଲ୍ଲୀର ଏକ ପ୍ରମୁଖ ବ୍ୟବସାୟୀ ପଣ୍ଡିତ ଜବାହରଲାଲମଲ ଏବଂ ରାଜପତି କୌଲଙ୍କ କନ୍ୟା । ଏକ ଭାରତୀୟ ପରମ୍ପରାଗତ କାଶ୍ମିରୀ ବ୍ରାହ୍ମଣ ପରିବାରରେ କମଳାଙ୍କ ଜନ୍ମ ୧ ଅଗଷ୍ଟ ୧୮୯୯ ମସିହାରେ ଦିଲ୍ଲୀରେ ହୋଇଥିଲା । କମଳା ହେଉଛନ୍ତି ପରିବାରର ଜ୍ୟେଷ୍ଠ ସନ୍ତାନ ।.[୧] ଚାନ୍ଦ ବାହାଦୁର କାଉଲ ଏବଂ କୈଳାଶ ନାଥ କାଉଲ ନାମରେ ତାଙ୍କର ଦୁଇ ଭାଇ । ଅନ୍ୟ ଏକ ଭଉଣୀ ହେଲେ ସ୍ୱରୂପ କଟଯୁ । କମଳା ଜଣେ ପଣ୍ଡିତ ଏବଂ ଏକ ମୌଲବୀ ଗୃହ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଲାଭ କରିଥିଲେ । ମାତ୍ର ସତର ବର୍ଷ ବୟସରେ କମଳାଙ୍କ ବିବାହ ଜବାହରଲାଲ ନେହେରୁଙ୍କ ସହ ୮ ଫେବୃଆରୀ ୧୯୧୬ ମସିହାରେ ହୋଇଥିଲା । ବିବାହ ପରେ କମଳାଙ୍କ ନାମ କମଳା କୌଲ ନେହେରୁ ହେଲା । ବ୍ରିଟିଶ ଲେଖିକା କ୍ୟାଥରିନ ଫ୍ରାନ୍ସିକ ସ୍ୱରଚିତ ବହି "Indira: The Life of Indira Nehru Gandhi "ରେ ଲେଖିଛନ୍ତି ଯେ ଦିଲ୍ଲୀର ପରମ୍ପରାଗତ ହିନ୍ଦୁ ବ୍ରାହ୍ମଣ ପରିବାର ସହ ସମ୍ବନ୍ଧ ରଖିଥିବା ହେତୁ କମଳା ନେହେରୁଙ୍କ ଚରିତ୍ରରେ ହିନ୍ଦୁ ସଂସ୍କାର ସ୍ପଷ୍ଟ ବାରିହୋଇପଡୁଥିଲା । କିନ୍ତୁ ବିବାହ ପରେ ବିଦେଶ ଫେରନ୍ତା ତଥା ପାଶ୍ଚାତ୍ୟ ଢଙ୍ଗରେ ପ୍ରଭାବୀ ନେହେରୁଙ୍କ ପରିବାରରେ ତାଙ୍କୁ ଅଲଗା ପରିବେଶରେ ରହିବାକୁ ହେଲା ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା[ସମ୍ପାଦନା]

କମଳା ନେହେରୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଜବାହାରଙ୍କ ପ୍ରମୁଖ ସହଯୋଗୀ ଥିଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଆଲ୍ଲହାବାଦରେ ମହିଳାମାନଙ୍କୁ ଏକତ୍ର କରି ବିଦେଶୀ ଲୁଗା ଦୋକାନ ତଥା ମଦ ଦୋକାନରେ ପିକେଟିଂ କରିବା ଆରମ୍ଭ କଲେ । ଏପରିକି ଇଂରେଜ ସରକାର ଯେତେବେଳେ ଜବାହାରଙ୍କୁ ଇଂରେଜ ବିରୋଧୀ ଭାଷଣ ଦେବାରୁ ବିରତ କରିବାକୁ ଦେଶଦ୍ରୋହ ଅପରାଧରେ ଗିରଫ କଲେ, ସେତେବେଳେ କମଳା ନେହେରୁ ଜବାହରଙ୍କ ଲିଖିତ ଭାଷଣ ପଢିବାକୁ ଆଗେଇଯାଇଥିଲେ ।[୨][୩] ଯେତେବେଳେ ଇଂରେଜ ସରକାର ଦେଖିଲେ ଯେ ସ୍ୱାଧୀନତା ସଂଗ୍ରାମରେ କମଳାଙ୍କ ଲୋକପ୍ରିୟତା ବୃଦ୍ଧି ହେଉଛି, ସେତେବେଳେ ଭିନ୍ନ ଭିନ୍ନ ସଂକ୍ରାନ୍ତରେ କମଳାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା । କମଳାଙ୍କ ସହ ସରୋଜିନୀ ନାଇଡୁ ତଥା ଅନ୍ୟ ମହିଳା ମଧ୍ୟ କାରାବରଣ କରିଥିଲେ । ଏହି ସମୟରେ କମଳା ନିଜ ଘର ସ୍ୱରାଜ ଭବନର ଏକ ବଖରାରେ ଆହତ ସ୍ୱତନ୍ତ୍ରତା ସେନାନୀମାନଙ୍କୁ ସେବା କରିବା ତଥା ଔଷଧ ବିତରଣ କରିବା ଆରମ୍ଭ କରିଦେଲେ । କମଳାଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ତଥା ଅନ୍ୟ ପ୍ରମୁଖ ନେତାଙ୍କ ସହାୟତାରେ ଏହାକୁ କମଳା ନେହେରୁ ମେମୋରିଅଲ ହାସପାତାଳ ନାମରେ ପ୍ରତିଷ୍ଠା କଲେ ।

ଆଧାର[ସମ୍ପାଦନା]

  1. Jayakar, Pupul (1995). Indira Gandhi, a biography (Rev. ed.). New Delhi, India: Penguin. pp. 9–11. ISBN 978-0140114621.
  2. Nehru, Jawaharlal (26 January 1936). An Autobiography (1 ed.). London: Bodley Head. {{cite book}}: |access-date= requires |url= (help)
  3. "Kamala Nehru Biography". Iloveindia. Retrieved 15 August 2018.