ଉର୍ବଶୀ ରାଉତେଲା
ଉର୍ବଶୀ ରାଉତେଲା | |
---|---|
ଜନ୍ମ | ହରିଦ୍ୱାର, ଉତ୍ତରାଖଣ୍ଡ, ଭାରତ | ୨୫ ଫେବୃଆରୀ ୧୯୯୪
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
Beauty pageant titleholder | |
Major competition(s) | ମିସ୍ ଟିନ୍ ଇଣ୍ଡିଆ ୨୦୦୯ (ବିଜେତା) ଇଣ୍ଡିଆନ୍ ପ୍ରିନ୍ସେସ୍ ୨୦୧୧ (ବିଜେତା) ମିସ୍ ଟୁରିଜିମ୍ କୁଇନ୍ ଅଫ୍ ଦ ଇଅର ୨୦୧୧ (ବିଜେତା) ଆଇ ଆମ୍ ସି - ମିସ୍ ଇଉନିଭର୍ସ ୨୦୧୨ (ବିଜେତା) ମିସ୍ ଦିଭା - ୨୦୧୫ (ବିଜେତା) ମିସ୍ ଇଉନିଭର୍ସ ୨୦୧୫ (ପ୍ରତିଯୋଗୀ) |
ଉର୍ବଶୀ ରାଉତେଲା (ଜନ୍ମ: ୨୫ ଫେବୃଆରୀ ୧୯୯୪)[୨] ଜଣେ ଭାରତୀୟ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୩] ଉର୍ବଶୀ ୨୦୧୫ ମସିହାରେ ମିସ୍ ଦିଭା ପ୍ରତିଯୋଗୀତାର ବିଜୟୀ ଥିଲେ ଏବଂ ୨୦୧୫ ମସିହାର ମିସ୍ ଇଉନିଭର୍ସ ପ୍ରତିଯୋଗୀତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୪][୫]
ଉର୍ବଶୀ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସିଂହ ସାହେବ ଦ ଗ୍ରେଟ୍ । ଏହାପରେ ସେ ସନମରେ (୨୦୧୬), ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି (୨୦୧୬), ହେଟ୍ ଷ୍ଟୋରୀ ୪ (୨୦୧୮), ପାଗଲ୍ ପନ୍ଥି (୨୦୧୯) ଭଳି ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ଉର୍ବଶୀ ୧୯୯୪ ମସିହାର ଫେବୃଆରୀ ମାସ ୨୫ ତାରିଖରେ ହରିଦ୍ୱାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ନାମ ମୀରା ରାଉତେଲା ଏବଂ ବାପାଙ୍କ ନାମ ମନ୍ୱୱର ସିଂହ ରାଉତେଲା ।[୬][୭][୮] ଉର୍ବଶୀଙ୍କ ନିଜ ସହର ହେଉଛି କୋଟଦ୍ୱାରା ।[୯] ସେ ପ୍ରଥମେ ବ୍ଲୁମିଙ୍ଗବେଲ୍ ପବ୍ଲିକ୍ ସ୍କୁଲରେ, ପରେ ସେଣ୍ଟ ଜୋସେଫ କନ୍ଭେଣ୍ଟ ସ୍କୁଲରେ ପଢ଼ିବାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ।
ସୌନ୍ଦର୍ଯ୍ୟ ପ୍ରତିଯୋଗିତା
[ସମ୍ପାଦନା]ଉର୍ବଶୀ ରାଉତେଲା ମାତ୍ର ୧୫ ବର୍ଷ ବୟସରେ ତାଙ୍କ ଜୀବନର ବଡ଼ ସଫଳତା ପାଇଥିଲେ । ସେ ମିସ୍ ଟିନ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ । ଜଣେ କୈଶର ମଡେଲ ଭାବରେ ଲାକ୍ମି ଫ୍ୟାସନ୍ ଉଇକ୍ ଏବଂ ଆମାଜନ୍ ଫ୍ୟାସନ୍ ଉଇକ୍ର ରାମ୍ପରେ ଚାଲିଥିଲେ ।
ଏହାପରେ ୧୭ ବର୍ଷ ବୟସରେ ଉର୍ବଶୀ ଇଣ୍ଡିଆନ୍ ପ୍ରିନ୍ସେସ୍ ଏବଂ ମିସ୍ ଟୁରିଜିମ୍ କୁଇନ୍ ଅଫ୍ ଦ ଇଅର ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେହି ସମୟରେ ଉର୍ବଶୀଙ୍କୁ ହିନ୍ଦୀ କଥାଚିତ୍ର ଇସକ୍ଜାଦେ କଥାଚିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା, ମାତ୍ର ସେ ମିସ୍ ଇଉନିଭର୍ସ ପାଇଁ ଏହି କଥାଚିତ୍ରରେ ଅଭିନୟ କରିନଥିଲେ ।[୧୦] ୨୦୧୨ ମସିହାରେ ମିସ୍ ଇଉନିଭର୍ସ ପ୍ରତିଯୋଗିତାରେ ତାଙ୍କୁ ଆଇ ଆମ୍ ସି ଟାଇଟେଲ୍ ମିଳିଥିଲା, ମାତ୍ର ବୟସ କମ ଥିବା ହେତୁ ତାଙ୍କୁ ଏହି ଟାଇଟେଲ୍ ଫେରସ୍ତ କରିବାକୁ ପଡ଼ିଥିଲା ।[୧୧]
୨୦୧୫ ମସିହାରେ ଉର୍ବଶୀ ପୁଣିଥରେ ମିସ୍ ଉଇନିଭର୍ସ ଇଣ୍ଡିଆର ବିଜେତା ହୋଇଥିଲେ । ସେ ହେଉଛନ୍ତି ପ୍ରଥମ ଏବଂ ଏକମାତ୍ର ମହିଳା ଯିଏକି ମିସ୍ ଉଇନିଭର୍ସ ଦୁଇଥର ଜିତିଛନ୍ତି । ୨୦୧୫ ମସିହାର ମିସ୍ ଉଇନିଭର୍ସ ପ୍ରତିଯୋଗିତାରେ ଉର୍ବଶୀ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ ।[୧୨]
କଥାଚିତ୍ରରେ ଅଭିନୟ
[ସମ୍ପାଦନା]ଉର୍ବଶୀ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସିଙ୍ଗ୍ ସାହେବ ଦ ଗ୍ରେଟ୍, ଯେଉଁଥିରେ ସେ ସନ୍ନି ଦେଓଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ।[୧୩] ଏହାପରେ ସେ ହନି ସିଂହଙ୍କ ଆଲବମ୍ ଗୀତ ଲଭ୍ ଡୋଜ୍ରେ ଅଭିନୟ କରିଥିଲେ ।[୧୪]
୨୦୧୫ ମସିହାରେ ଉର୍ବଶୀ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କନ୍ନଡ଼ କଥାଚିତ୍ର ଥିଲା ମିଷ୍ଟର ଐରାବତ୍ ।[୧୫] ଏହି କଥାଚିତ୍ରରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ନାପସନ୍ଦ କରିଥିବାବେଳେ ତାଙ୍କ ନୃତ୍ୟକୁ ପ୍ରସଂଶା କରିଥିଲେ ।[୧୬]
୨୦୧୬ ମସିହାରେ ଉର୍ବଶୀ ଦୁଇଟି ହିନ୍ଦୀ କଥାଚିତ୍ର ସନମରେ ଏବଂ ଗ୍ରେଟ୍ ଗ୍ରାଣ୍ଡ ମସ୍ତିରେ ଅଭିନୟ କରିଥିଲେ ଏବଂ ଏଥି ସହିତ ଦୁଇଟି ଆଲବମ୍ରେ ଅଭିନୟ କରିଥିଲେ ।[୧୭] ୨୦୧୭ ମସିହାରେ ସେ କାବିଲ୍ କଥାଚିତ୍ରର ଏକ ଗୀତରେ ନୃତ୍ୟ କରିଥିଲେ, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।[୧୮][୧୯] ଏହାପରେ ସେ ଏକ ବାଂଲାଦେଶୀ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ଉର୍ବଶୀ ହିନ୍ଦୀ କଥାଚିତ୍ର ହେଟ୍ ଷ୍ଟୋରୀ ୪ରେ ଅଭିନୟ କରିଥିଲେ ।[୨୦]
ଆଧାର
[ସମ୍ପାଦନା]- ↑ "Urvashi "Rautela buys a new house". indiatimes.com. Retrieved 6 May 2017.
- ↑ "5 Things you need to know about Urvashi Rautela - BeautyPageants". Femina Miss India. Retrieved 6 May 2017.
- ↑ "Urvashi Rautela gets a lucky charm from Lara! - Beauty Pageants - Indiatimes". Femina Miss India. Retrieved 25 December 2019.
- ↑ PTI (20 October 2015). "Urvashi Rautela crowned Miss Diva 2015". DNA. Retrieved 28 January 2019.
- ↑ "Ahmedabad celebrates the best of food - Times of India". timesofindia.com. Retrieved 6 May 2017.
- ↑ "Meet Urvashi Rautela, Miss India Universe 2015". rediff.com. Retrieved 10 September 2019.
- ↑ "Deepika Padukone, Soha & Neha launch Gillette Venus Breeze". photogallery.indiatimes.com. 25 February 2017. Retrieved 11 September 2019.
- ↑ Indo-Asian News Service (25 February 2019). "Urvashi Rautela posts 25th birthday selfie with Justin Bieber and Hailey Baldwin: I am about to faint". India Today (in ଇଂରାଜୀ). Retrieved 11 September 2019.
- ↑ "Urvashi visits hometown Kotdwar". The Times of India. TNN. 27 October 2017. Retrieved 24 January 2019.
- ↑ "उर्वशी रौतेला को इश्क़जादे में मिला था ये किरदार, फिर क्यों नहीं किया काम". jagran.com. Retrieved 16 February 2018.
- ↑ "Miss Universe mix-up: India's Rautela had to relinquish crown in 2012". HindustanTimes.com. 21 December 2015. Retrieved 8 October 2019.
- ↑ Missosology (20 December 2015). "Miss Universe 2015 Final Hot Picks".
- ↑ "Singh Saab The Great a major disappointment". indiatoday.in. Retrieved 23 November 2013.
- ↑ "I am a big fan of Yo Yo Honey Singh: Urvashi Rautela". indiatimes.com. 15 January 2017.
- ↑ "Urvashi Rautela replaces Erica Fernandes in Darshan film". The Times of India. 8 September 2014.
- ↑ Suresh, Sunayana (14 May 2016). "MR AIRAVATHA MOVIE REVIEW". Times of India.
- ↑ "Yo Yo Honey Singh's Peppy Number Gal Ban Gayi Is What You Need On Your Playlist Now". news18.com. Retrieved 7 September 2016.
- ↑ "Urvashi Rautela Carries 'Kaabil' Song 'Haseeno Ka Deewana' on Her Shoulder Sans Side Dancers". indiawest.com. Archived from the original on 13 February 2020. Retrieved 20 December 2016.
- ↑ "Amitabh Bachchan compliments Urvashi Rautela for new version of 'Haseeno Ka Deewana'". mid-day.com. 21 December 2016. Retrieved 21 December 2016.
- ↑ Gupta, Rachit. "Hate Story 4 Movie Review". Times of India. Retrieved 19 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଉର୍ବଶୀ ରାଉତେଲା
- ଟୁଇଟରରେ ଉର୍ବଶୀ ରାଉତେଲା