ଉର୍ବଶୀ ରାଉତେଲା

ଉଇକିପିଡ଼ିଆ‌ରୁ
ଉର୍ବଶୀ ରାଉତେଲା‌
୨୦୧୯ର ଲାକ୍‌ମୀ ଫ୍ୟାଶନ୍ ଉଇକ୍‌ରେ ଉର୍ବଶୀ ରାଉତେଲା‌
Born (1994-02-25) ୨୫ ଫେବୃଆରୀ ୧୯୯୪ (ବୟସ ୩୦)
Occupations
  • ଅଭିନେତ୍ରୀ
  • ମଡେଲ
Years active୨୦୧୩–ଏବେଯାଏଁ
Beauty pageant titleholder
Major
competition(s)
ମିସ୍ ଟିନ୍ ଇଣ୍ଡିଆ ୨୦୦୯
(ବିଜେତା)
ଇଣ୍ଡିଆନ୍ ପ୍ରିନ୍ସେସ୍ ୨୦୧୧
(ବିଜେତା)
ମିସ୍ ଟୁରିଜିମ୍ କୁଇନ୍ ଅଫ୍ ଦ ଇଅର ୨୦୧୧
(ବିଜେତା)
ଆଇ ଆମ୍ ସି - ମିସ୍ ଇଉନିଭର୍ସ ୨୦୧୨
(ବିଜେତା)
ମିସ୍ ଦିଭା - ୨୦୧୫
(ବିଜେତା)
ମିସ୍ ଇଉନିଭର୍ସ ୨୦୧୫
(ପ୍ରତିଯୋଗୀ)

ଉର୍ବଶୀ ରାଉତେଲା (ଜନ୍ମ: ୨୫ ଫେବୃଆରୀ ୧୯୯୪)[୨] ଜଣେ ଭାରତୀୟ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୩] ଉର୍ବଶୀ ୨୦୧୫ ମସିହାରେ ମିସ୍ ଦିଭା ପ୍ରତିଯୋଗୀତାର ବିଜୟୀ ଥିଲେ ଏବଂ ୨୦୧୫ ମସିହାର ମିସ୍ ଇଉନିଭର୍ସ ପ୍ରତିଯୋଗୀତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୪][୫]

ଉର୍ବଶୀ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସିଂହ ସାହେବ ଦ ଗ୍ରେଟ୍ । ଏହାପରେ ସେ ସନମରେ (୨୦୧୬), ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି (୨୦୧୬), ହେଟ୍ ଷ୍ଟୋରୀ ୪ (୨୦୧୮), ପାଗଲ୍ ପନ୍ଥି (୨୦୧୯) ଭଳି ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ଉର୍ବଶୀ ୧୯୯୪ ମସିହାର ଫେବୃଆରୀ ମାସ ୨୫ ତାରିଖରେ ହରିଦ୍ୱାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ନାମ ମୀରା ରାଉତେଲା ଏବଂ ବାପାଙ୍କ ନାମ ମନ୍ୱୱର ସିଂହ ରାଉତେଲା ।[୬][୭][୮] ଉର୍ବଶୀଙ୍କ ନିଜ ସହର ହେଉଛି କୋଟଦ୍ୱାରା ।[୯] ସେ ପ୍ରଥମେ ବ୍ଲୁମିଙ୍ଗବେଲ୍ ପବ୍ଲିକ୍ ସ୍କୁଲରେ, ପରେ ସେଣ୍ଟ ଜୋସେଫ କନ୍‌ଭେଣ୍ଟ ସ୍କୁଲରେ ପଢ଼ିବାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ।

ସୌନ୍ଦର୍ଯ୍ୟ ପ୍ରତିଯୋଗିତା[ସମ୍ପାଦନା]

ଉର୍ବଶୀ ରାଉତେଲା ମାତ୍ର ୧୫ ବର୍ଷ ବୟସରେ ତାଙ୍କ ଜୀବନର ବଡ଼ ସଫଳତା ପାଇଥିଲେ । ସେ ମିସ୍ ଟିନ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ । ଜଣେ କୈଶର ମଡେଲ ଭାବରେ ଲାକ୍‌ମି ଫ୍ୟାସନ୍ ଉଇକ୍ ଏବଂ ଆମାଜନ୍ ଫ୍ୟାସନ୍ ଉଇକ୍ର ରାମ୍ପରେ ଚାଲିଥିଲେ ।

ଏହାପରେ ୧୭ ବର୍ଷ ବୟସରେ ଉର୍ବଶୀ ଇଣ୍ଡିଆନ୍ ପ୍ରିନ୍ସେସ୍ ଏବଂ ମିସ୍ ଟୁରିଜିମ୍ କୁଇନ୍ ଅଫ୍ ଦ ଇଅର ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେହି ସମୟରେ ଉର୍ବଶୀଙ୍କୁ ହିନ୍ଦୀ କଥାଚିତ୍ର ଇସକ୍‌ଜାଦେ କଥାଚିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା, ମାତ୍ର ସେ ମିସ୍ ଇଉନିଭର୍ସ ପାଇଁ ଏହି କଥାଚିତ୍ରରେ ଅଭିନୟ କରିନଥିଲେ ।[୧୦] ୨୦୧୨ ମସିହାରେ ମିସ୍ ଇଉନିଭର୍ସ ପ୍ରତିଯୋଗିତାରେ ତାଙ୍କୁ ଆଇ ଆମ୍ ସି ଟାଇଟେଲ୍ ମିଳିଥିଲା, ମାତ୍ର ବୟସ କମ ଥିବା ହେତୁ ତାଙ୍କୁ ଏହି ଟାଇଟେଲ୍ ଫେରସ୍ତ କରିବାକୁ ପଡ଼ିଥିଲା ।[୧୧]

୨୦୧୫ ମସିହାରେ ଉର୍ବଶୀ ପୁଣିଥରେ ମିସ୍ ଉଇନିଭର୍ସ ଇଣ୍ଡିଆର ବିଜେତା ହୋଇଥିଲେ । ସେ ହେଉଛନ୍ତି ପ୍ରଥମ ଏବଂ ଏକମାତ୍ର ମହିଳା ଯିଏକି ମିସ୍ ଉଇନିଭର୍ସ ଦୁଇଥର ଜିତିଛନ୍ତି । ୨୦୧୫ ମସିହାର ମିସ୍ ଉଇନିଭର୍ସ ପ୍ରତିଯୋଗିତାରେ ଉର୍ବଶୀ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ ।[୧୨]

କଥାଚିତ୍ରରେ ଅଭିନୟ[ସମ୍ପାଦନା]

ଉର୍ବଶୀ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସିଙ୍ଗ୍ ସାହେବ ଦ ଗ୍ରେଟ୍, ଯେଉଁଥିରେ ସେ ସନ୍ନି ଦେଓଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ।[୧୩] ଏହାପରେ ସେ ହନି ସିଂହଙ୍କ ଆଲବମ୍ ଗୀତ ଲଭ୍ ଡୋଜ୍‌ରେ ଅଭିନୟ କରିଥିଲେ ।[୧୪]

୨୦୧୫ ମସିହାରେ ଉର୍ବଶୀ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କନ୍ନଡ଼ କଥାଚିତ୍ର ଥିଲା ମିଷ୍ଟର ଐରାବତ୍ ।[୧୫] ଏହି କଥାଚିତ୍ରରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ନାପସନ୍ଦ କରିଥିବାବେଳେ ତାଙ୍କ ନୃତ୍ୟକୁ ପ୍ରସଂଶା କରିଥିଲେ ।[୧୬]

୨୦୧୬ ମସିହାରେ ଉର୍ବଶୀ ଦୁଇଟି ହିନ୍ଦୀ କଥାଚିତ୍ର ସନମରେ ଏବଂ ଗ୍ରେଟ୍ ଗ୍ରାଣ୍ଡ ମସ୍ତିରେ ଅଭିନୟ କରିଥିଲେ ଏବଂ ଏଥି ସହିତ ଦୁଇଟି ଆଲବମ୍‌ରେ ଅଭିନୟ କରିଥିଲେ ।[୧୭] ୨୦୧୭ ମସିହାରେ ସେ କାବିଲ୍ କଥାଚିତ୍ରର ଏକ ଗୀତରେ ନୃତ୍ୟ କରିଥିଲେ, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।[୧୮][୧୯] ଏହାପରେ ସେ ଏକ ବାଂଲାଦେଶୀ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ଉର୍ବଶୀ ହିନ୍ଦୀ କଥାଚିତ୍ର ହେଟ୍ ଷ୍ଟୋରୀ ୪ରେ ଅଭିନୟ କରିଥିଲେ ।[୨୦]

ଆଧାର[ସମ୍ପାଦନା]

  1. "Urvashi "Rautela buys a new house". indiatimes.com. Retrieved 6 May 2017.
  2. "5 Things you need to know about Urvashi Rautela - BeautyPageants". Femina Miss India. Retrieved 6 May 2017.
  3. "Urvashi Rautela gets a lucky charm from Lara! - Beauty Pageants - Indiatimes". Femina Miss India. Retrieved 25 December 2019.
  4. PTI (20 October 2015). "Urvashi Rautela crowned Miss Diva 2015". DNA. Retrieved 28 January 2019.
  5. "Ahmedabad celebrates the best of food - Times of India". timesofindia.com. Retrieved 6 May 2017.
  6. "Meet Urvashi Rautela, Miss India Universe 2015". rediff.com. Retrieved 10 September 2019.
  7. "Deepika Padukone, Soha & Neha launch Gillette Venus Breeze". photogallery.indiatimes.com. 25 February 2017. Retrieved 11 September 2019.
  8. Indo-Asian News Service (25 February 2019). "Urvashi Rautela posts 25th birthday selfie with Justin Bieber and Hailey Baldwin: I am about to faint". India Today (in ଇଂରାଜୀ). Retrieved 11 September 2019.
  9. "Urvashi visits hometown Kotdwar". The Times of India. TNN. 27 October 2017. Retrieved 24 January 2019.
  10. "उर्वशी रौतेला को इश्क़जादे में मिला था ये किरदार, फिर क्यों नहीं किया काम". jagran.com. Retrieved 16 February 2018.
  11. "Miss Universe mix-up: India's Rautela had to relinquish crown in 2012". HindustanTimes.com. 21 December 2015. Retrieved 8 October 2019.
  12. Missosology (20 December 2015). "Miss Universe 2015 Final Hot Picks".
  13. "Singh Saab The Great a major disappointment". indiatoday.in. Retrieved 23 November 2013.
  14. "I am a big fan of Yo Yo Honey Singh: Urvashi Rautela". indiatimes.com. 15 January 2017.
  15. "Urvashi Rautela replaces Erica Fernandes in Darshan film". The Times of India. 8 September 2014.
  16. Suresh, Sunayana (14 May 2016). "MR AIRAVATHA MOVIE REVIEW". Times of India.
  17. "Yo Yo Honey Singh's Peppy Number Gal Ban Gayi Is What You Need On Your Playlist Now". news18.com. Retrieved 7 September 2016.
  18. "Urvashi Rautela Carries 'Kaabil' Song 'Haseeno Ka Deewana' on Her Shoulder Sans Side Dancers". indiawest.com. Archived from the original on 13 February 2020. Retrieved 20 December 2016.
  19. "Amitabh Bachchan compliments Urvashi Rautela for new version of 'Haseeno Ka Deewana'". mid-day.com. 21 December 2016. Retrieved 21 December 2016.
  20. Gupta, Rachit. "Hate Story 4 Movie Review". Times of India. Retrieved 19 June 2018.

ବାହାର ଆଧାର[ସମ୍ପାଦନା]