ଅଳ୍ପତାପ
ଅଳ୍ପତାପ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଆଶୁ ଚିକିତ୍ସା[*] |
ଆଇସିଡ଼ି-୧୦ | T68. |
ଆଇସିଡ଼ି-୯-ସିଏମ୍ | 991.6 |
ରୋଗ ଡାଟାବେସ | 6542 |
ମେଡ଼ିସିନ-ପ୍ଲସ | 000038 |
ଇ-ମେଡ଼ିସିନ | med/1144 |
Patient UK | ଅଳ୍ପତାପ |
MeSH | D007035 |
ଅଳ୍ପତାପ (ଇଂରାଜୀରେ Hypothermia) ଶବ୍ଦ ଗ୍ରୀସ ଭାଷାରୁ (Greek ὑποθερμία) ନିଆଯାଇଛି ଯାହାର ଅର୍ଥ ଶରୀର ଅଭ୍ୟନ୍ତରର ଉତ୍ତାପ ୩୫.୦୦ ସେ.ରୁ କମ । ଏହାର ଲକ୍ଷଣ ଉତ୍ତାପ ଉପରେ ନିର୍ଭର କରେ । ସାମାନ୍ୟ ଅଳ୍ପତାପ ହୋଇଥିଲେ କମ୍ପ (shivering) ଓ ମାନସିକ ଅସଂଗତି ବା କନ୍ଫ୍ୟୁଜନ (confusion) ହୁଏ । ମଧ୍ୟମ ଅଳ୍ପତାପ ହେଲେ କମ୍ପ ବନ୍ଦ ହୋଇଯାଏ ଓ ମାନସିକ ଅସଂଗତି ବଢ଼ିଯାଏ । ସାଙ୍ଘାତିକ ଅଳ୍ପତାପ ହେଲେ ପାରାଡକ୍ସିକାଲ ଅନଡ୍ରେସିଙ୍ଗ ହୁଏ ଯେଉଁ ଅବସ୍ଥାରେ ଲୋକ ନିଜ ଲୁଗା ଫିଙ୍ଗି ଦିଏ ଓ ହୃତ୍ସ୍ପନ୍ଦନ ବନ୍ଦ ହୋଇଯାଏ ।[୧]
ଅଳ୍ପତାପ ରୋଗର ଦୁଇଟି ମୂଖ୍ୟ କାରଣ ଥାଏ । ସ୍ୱାଭାବିକ ଭାବରେ ଅତ୍ୟଧିକ ଥଣ୍ଡା ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ ।[୨] କୌଣସି କାରଣ ବଶତଃ ଦେହର ଉତ୍ତାପ ସୃଷ୍ଟି କମିଗଲେ ବା ଅଧିକ ଉତ୍ତାପ କ୍ଷୟ ହେଲେ ମଧ୍ୟ ଏହା ହୁଏ ।[୨] ଅନ୍ୟାନ୍ୟ କାରଣ ମଧ୍ୟରେ ସାଧାରଣତଃ ଅତ୍ୟଧିକ ମଦନିଶା, ବୟସାଧିକ୍ୟ, ଅରୁଚି ଓ କମ ରକ୍ତଶର୍କରା ଥିଲେ ହୁଏ ।[୨][୧] ଦେହ ଉତ୍ତାପ ଥର୍ମୋରେଗୁଲେସନଦ୍ୱାରା ଏକ ନିର୍ଦ୍ଦିଷ୍ଟ ମାନରେ ସ୍ଥିର ରହେ ।[୧] ଦେହ ଉତ୍ତାପ ବଢ଼ାଇବା ନିମନ୍ତେ କମ୍ପ, ଅଧିକ ସ୍ୱେଚ୍ଛାକୃତ କର୍ମ କରିବା ଓ ଉଷୁମ ଲୁଗା ଘୋଡ଼େଇ ହେବା ଦରକାର ହୁଏ ।[୧][୩] ଲୋକର ଲକ୍ଷଣ ଓ ସଙ୍କଟପ୍ରଦ ଅବସ୍ଥା ଦେଖି ବା ଦେହର ଆଭ୍ୟନ୍ତରୀଣ(କୋର୍) ଉତ୍ତାପ ମାପି ଅଳ୍ପତାପ ରୋଗ ନିର୍ଣ୍ଣୟ କରାଯାଏ ।[୧]
ଉଷୁମ ପାନୀୟ, ଗରମ କପଡ଼ା ଓ ସକ୍ରିୟ ରହିବା ଏହି ରୋଗର ଉପଚାର ଅଟେ । ମଧ୍ୟମ ଅଳ୍ପତାପ ଥିଲେ ରୋଗୀକୁ ଉଷୁମ କମ୍ବଳ ଘୋଡ଼େଇ ଶୀରାମାଧ୍ୟମ ତରଳ ପଦାର୍ଥ ଦେବାକୁ ଉପଦେଶ ଦିଆଯାଏ । ମଧ୍ୟମ ଓ ସାଂଙ୍ଘାତିକ ରୋଗୀକୁ ଧୀରେ ଧୀରେ ଘୁଞ୍ଚେଇବା ଉଚିତ । ସାଙ୍ଘାତିକ ହୋଇଥିଲେ ଏକ୍ସଟ୍ରାକର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ (ECMO) କିମ୍ବା କାର୍ଡ଼ିଓପଲମୋନାରୀ ବାଇପାସ ଚିକିତ୍ସା ଉପକାରୀ ହୁଏ । ଏହି ରୋଗୀର ନାଡ଼ି ବନ୍ଦ ଥିଲେ ଉପରୋକ୍ତ ଉପଚାର ସହିତ କାର୍ଡ଼ିଓପଲମୋନାରୀ ରିସସିଟେସନ (ସିପିଆର) କରାଯାଏ । ଏହି ବ୍ୟବସ୍ଥା ୩୨୦ ସେ. ଉତ୍ତାପ ବଢ଼ିବା ପର୍ଯ୍ୟନ୍ତ ଚାଲୁରହେ । ଯଦି ଏହି ଉପଚାରଦ୍ୱାରା କିଛି ଉନ୍ନତି ନ ହୁଏ ବା ରକ୍ତ ପଟାସିଅମ ୧୨ ମି.ମୋଲ/ଲିଟରରୁ ଅଧିକ ରହେ ତେବେ ରିସସିଟେସନ ବନ୍ଦ କରିଦିଆଯାଏ ।[୧]
ଅଳ୍ପତାପ ଯୋଗୁ ଆମେରିକାରେ ପ୍ରତିବର୍ଷ ଅତି କମରେ ୧୫୦୦ ମୃତ୍ୟୁ ହୁଏ ।[୧] ବୟସାଧିକ ଲୋକ ଓ ପୁରୁଷଙ୍କୁ ଏହି ରୋଗ ସାଧାରଣତଃ ଅଧିକ ହୁଏ ।[୪] ସ୍ୱିଡେନର ଗୋଟିଏ ୭ ବର୍ଷ ବୟସର ବୁଡ଼ିଯାଉଥିବା ଝିଅର ସର୍ବନିମ୍ନ ରେକର୍ଡ଼ ହୋଇଥିବା ଉତ୍ତାପ ୧୩୦ ସେ. ଥିଲା ଓ ସେ ବଞ୍ଚିଯାଇଥିଲା ।[୫]ସିପିଆର ଚିକିତ୍ସାରେ ୬ ଘଣ୍ଟା ପରେ ରୋଗୀ ବଞ୍ଚିଯାଇଥିବା ବର୍ଣ୍ଣନା କରାଯାଇଛି ।[୧] ଇସିଏମଓ କିମ୍ବା ବାଇପାସ ଚିକିତ୍ସାରେ ପ୍ରାୟ ୫୦ % ବଞ୍ଚିଯାଆନ୍ତି ।[୧] ଅନେକ ଯୁଦ୍ଧକ୍ଷେତ୍ରରେ ଏହି ରୋଗର ଦୁଃଖଦ ଭୂମିକା ଦେଖାଯାଇଛି । ସଠିକ ଉତ୍ତାପ ନିୟନ୍ତ୍ରଣ ଦେହରେ ନ ହୋଇପାରିଲେ ଅତିଉତ୍ତାପ ହୁଏ ଓ ଏହା ଅଳ୍ପତାପର ଠିକ ଓଲଟା ।[୨][୬][୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Brown, DJ; Brugger, H; Boyd, J; Paal, P (Nov 15, 2012). "Accidental hypothermia". The New England Journal of Medicine. 367 (20): 1930–8. doi:10.1056/NEJMra1114208. PMID 23150960.
- ↑ ୨.୦ ୨.୧ ୨.୨ ୨.୩ Marx, John (2010). Rosen's emergency medicine: concepts and clinical practice 7th edition. Philadelphia, PA: Mosby/Elsevier. p. 1870. ISBN 978-0-323-05472-0.
- ↑ Robertson, David (2012). Primer on the autonomic nervous system (3rd ed. ed.). Amsterdam: Elsevier/AP. p. 288. ISBN 9780123865250.
{{cite book}}
:|edition=
has extra text (help) - ↑ Bracker, Mark (2012). The 5-Minute Sports Medicine Consult (2 ed.). Lippincott Williams & Wilkins. p. 320. ISBN 9781451148121.
- ↑ "Remarkable recovery of 7-year-old girl". sverigesradio.se/. Jan 17, 2011. Retrieved 2 March 2015.
- ↑ Axelrod YK, Diringer MN (May 2008). "Temperature management in acute neurologic disorders". Neurol Clin. 26 (2): 585–603, xi. doi:10.1016/j.ncl.2008.02.005. PMID 18514828.
- ↑ Laupland KB (July 2009). "Fever in the critically ill medical patient". Crit Care Med. 37 (7 Suppl): S273–8. doi:10.1097/CCM.0b013e3181aa6117. PMID 19535958.