ଅଞ୍ଜଳି ଇଲା ମେନନ
ଏହି ପ୍ରସଙ୍ଗଟିକୁ ଉଇକିପିଡ଼ିଆର ମାନକ ଲିଖନ ଶୈଳୀ ସହ ମେଳ କରିବା ପାଇଁ ହୁଏତ ସମ୍ପୂର୍ଣ୍ଣ ଭାବେ ଲେଖିବାକୁ ପଡ଼ିପାରେ, କାରଣ: ଅନେକ ବନାନ ଅଶୁଦ୍ଧି ଏବଂ ଲିଖନ ଶୈଳୀ ଓ ଆଧାର ଉଇକିପିଡ଼ିଆ ମାନକ ଅନୁସାରେ ଲେଖାଯାଇନାହିଁ । । ଆପଣ ସାହାଯ୍ୟ କରିପାରିବେ । ଆଲୋଚନା ପୃଷ୍ଠାରେ କିଛି ମତାମତ ଥାଇପାରେ । |
ଅଞ୍ଜଳି ଇଲା ମେନନ୍ | |
---|---|
ଜନ୍ମ | ୧୯୪୦ ପଶ୍ଚିମ ବଙ୍ଗ , ଭାରତ |
ବୃତ୍ତି | ଚିତ୍ରକର |
ଅଞ୍ଜଳି ଇଲା ମେନନ୍ (ଜନ୍ମ ୧୯୪୦) ଭାରତର ଜଣେ ସମସାମୟିକ ଅଗ୍ରଧାଡିର କଳାକାର । ତାଙ୍କର ଅଙ୍କିତ ଚିତ୍ରଗୁଡ଼ିକ ଅନେକ ସଂଗ୍ରହରେ ମୁଖ୍ୟ ଆକର୍ଷଣ ଭାବରେ ରହିଥାଏ । ୨୦୦୬ ମସିହାରେ ତାଙ୍କର " ଯାତ୍ରା " ନାମକ ଏକ ମୌକ୍ୟ ଚିତ୍ର କାଲିଫରଣିଆର ସାନ ଫ୍ରାନସିସ୍କୋଠାରେ ଥିବା ଏସୀୟ ଆର୍ଟ ମିଉଜିଆମଦ୍ୱାରା ଗୃହିତ ହେଇଥିଲା । ସେ ସମସ୍ତ ପ୍ରକାର ମାଧ୍ୟମକୁ ଚିତ୍ରାଙ୍କନ ପାଇଁ ବ୍ୟବହାର କରୁଥିଲେ ମଧ୍ୟ ମାସୋନାଇଟ ଉପରେ ତୈଳଚିତ୍ର ଅଙ୍କନ ତାଙ୍କର ପ୍ରିୟ ମାଧ୍ୟମ । ସେ ୱାଟର କଲର, କାଚ ଚିତ୍ର ମଧ୍ୟ କରିଥାନ୍ତି । ମୁରାଲ ଚିତ୍ରାଙ୍କନରେ ମଧ୍ୟ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥାନ୍ତି । ତାଙ୍କର କୃତି ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହା[୧]ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ବର୍ଣପୁରଠାରେ ଜୁଲାଇ ୧୭, ୧୯୪୦ ରେ ଅଞ୍ଜଳି ଇଲା ମେନନ୍ଙ୍କ ଜନ୍ମ ବଙ୍ଗାଳୀ ଓ ଆମେରିକୀୟ ଦମ୍ପତିଙ୍କ ଔରସରୁ ହେଇଥିଲା ।[୨]ସେ ତାମିଲନାଡୁର ନିଳଗିରିଠାରେ ଥିବା ଲରେନ୍ସ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ । ପିଲା ଦିନରୁ ତାଙ୍କର ଚିତ୍ରାଙ୍କନ ପ୍ରତି ଗଭୀର ଆକର୍ଷଣ ଥିଲା ଓ ମାତ୍ର ୧୫ ବର୍ଷ ବୟସର ହେଇଥିବା ବେଳେ ସେ ତାଙ୍କର କେତେକ ଚିତ୍ର ବିକ୍ରି କରି ସାରିଥିଲେ । ତାହା ପରେ ସେ ମୁମ୍ବାଇର ଜେ. ଜେ. ଇନ୍ସଟିଚ୍ୟୁଟରୁ ପ୍ରାୟୋଗିକ କଳାରେ ଅଧ୍ୟୟନ କରି ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷାରେ ସ୍ନାତକ କରିଥିଲେ । ସେଠାରେ ସେ ମିରଣ୍ଡା ହାଉସ ମହିଳା କଲେଜରେ ପଢ଼ିବା ସମୟରେ ପ୍ରଖ୍ୟାତ ଚିତ୍ରକର ଏମ. ଏଫ. ହୁସେନ ଓ ଅମୃତା ଶେରଗିଲଙ୍କଦ୍ୱାରା ପ୍ରଭାବିତ ହେଇଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଏକକ ପ୍ରଦର୍ଶନୀ ୫୩ଟି ଭିନ୍ନ ପ୍ରକାର ଚିତ୍ର ସହ କରିଥିଲେ । ତାଙ୍କର ସୃଜନ କଳାରେ ପ୍ରଭାବିତ ହେଇ ଫରାଶି ସରକାର ତାଙ୍କୁ ସ୍କଲାରଶିପ ପ୍ରଦାନ କରି ପାରିସସ୍ଥିତ ଆର୍ଟ ପ୍ରତିଷ୍ଠାନରେରେ ୧୯୫୯ରୁ ୧୯୬୧ ମସିହା ଯାଏ ତାଲିମ ଦେଇଥିଲେ । ସେଠାରେ ଥିବା ସମୟରେ ସେ ବିସ୍ତୃତ ଭାବରେ ଇଉରୋପ ଓ ପଶ୍ଚିମ ଏସିଯା ଭ୍ରମଣ କରି ରୋମାନ ଓ ବାଇଜନ୍ତାଇନ କଳାର ନିରୀକ୍ଷଣ କରିବାର ସୁଯୋଗ ପାଇଥିଲେ ।
କାର୍ଯ୍ୟ
[ସମ୍ପାଦନା]ଅଞ୍ଜୋଲି ମୁଖ୍ୟତଃ ମାସୋନାଇଟ ଉପରେ ତୈଳ ରଙ୍ଗ ବ୍ୟବହାର କରି ଚିତ୍ରାଙ୍କନ କରିଥାନ୍ତି । ସେ ତାଙ୍କର ଚିତ୍ର ସବୁ ପତଳା ରଙ୍ଗର ସ୍ତର ସବୁ ଦେଇ କରିଥିବାରୁ ତାହା ପାରଦୀୟ ଦୃଶ୍ୟ ହେଇଥାଏ । ତୈଳ ଚିତ୍ର ଓ ମୁରାଲ୍ ବ୍ଯତୀତ ସେ ଅନ୍ୟ ମାଧ୍ୟମରେ ମଧ୍ୟ କାର୍ଯ୍ୟ କରିରଥାନ୍ତି । କମ୍ପ୍ୟୁଟର ଗ୍ରାଫିକ୍ସ ମୁରଣୋ ଗ୍ଲାସ ଅଙ୍କନରେ ମଧ୍ୟ ତାଙ୍କର ଦକ୍ଷତାl ପ୍ରତିପାଦାନ କରିଛନ୍ତି । ତାଙ୍କର ଥିମ ମଧ୍ୟରେ ଧାର୍ମିକ, ସାମାଜିକ ଘଟଣା ପ୍ରତିକୃତି, ନଗ୍ନଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ଥାଏ । ତାଙ୍କର ଆର୍ଟରେ ଇଉରୋପୀୟ ରେନାଇଜନାନ୍ସ ସମୟର କଳାର ଛାପ ଦେଖିବାକୁ ମିଳିଥାଏ ।୧୯୯୭ ମସିହାରେ ସେ ବୌଦ୍ଧ କଳା ର କେତେକ ଚିତ୍ର ଅଙ୍କନ କରିଥିଲେ । ସେ ପାରିସ, ଅଲଜିଅର୍ସ, ସାଓ ପାଓଲୋ ଓ ନୂଆ ଦିଲ୍ଲୀଠାରେ ଆନ୍ତର୍ଜାତିକ ଆର୍ଟ କଂଫେରେନ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ [୩]
ପରବର୍ତ୍ତୀ ଜୀବନ
[ସମ୍ପାଦନା]ଅଞ୍ଜଳି ତାଙ୍କର ବାଲ୍ୟ ବନ୍ଧୁ ତଥା ପ୍ରେମିକ ରାଜା ମେନନଙ୍କୁ ବିବାହ କରିଥିଲେ । ରାଜା ମେନନ ଭାରତୀୟ ନୌସେନାରେ ଥିବାରୁ ଅଞ୍ଜଳି ବିବାହ ପରେ ଭାରତରେ ରହିଥିଲେ । ରାଜା ମେନନ ପରବର୍ତ୍ତୀ କାଳରେ ନୌସେନାର ଆଡମିରାଲ ଭାବରେ ଅବସର ନେଇଥିଲେ । ଆର୍ଟ ପ୍ରଦର୍ଶନୀ ପାଇଁ ଅଞ୍ଜଳି ଆମେରିକା,ରୁଷୀଆ ସମେତ ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି ।
ପୁରସ୍କାରସମୂହ
[ସମ୍ପାଦନା]- ୨୦୦୦ ମସିହାରେ ପଦ୍ମଶ୍ରୀ
- ଲିମ୍କା ବୂକ ଅଫ ରେକର୍ଡ
- ୨୦୧୩ ମସିହାରେ ଦିଲ୍ଲୀ ସରକାରଙ୍କଦ୍ୱାରା ଆଜୀବନ କୃତିତ୍ୱ ପାଇଁ ପୁରସ୍କାର
ପ୍ରକାଶନ
[ସମ୍ପାଦନା]- Anjolie Ela Menon: Paintings in Private Collections Hardcover – 15 November 1995 by Isana Murti (Author), Indira Dayal (Compiler), Anjolie Ela Menon (Illustrator)
- Anjolie Ela Menon: Through the Patina,” by Isana Murty, published by Vadhera Art Gallery
ଆଧାର
[ସମ୍ପାଦନା]- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
- ↑ "ଆର୍କାଇଭ୍ କପି". Archived from the original on 2017-10-12. Retrieved 2017-03-04.
{{cite web}}
: Cite has empty unknown parameter:|1=
(help) - ↑ http://www.britannica.com/biography/Anjolie-Ela-Menon