ଅଞ୍ଜଳି ଇଲା ମେନନ

ଉଇକିପିଡ଼ିଆ ରୁ
Jump to navigation Jump to search
ଅଞ୍ଜୋଳି ଇଲା ମେନନ୍
ShOObh- Ashok Pandey & Anjolie Ela Menon.jpg
ଜନ୍ମ ଓ ଜନ୍ମସ୍ଥାନ୧୯୪୦
ଜୀବିକାpainter and muralist

ଅଞ୍ଜୋଳି ଇଲା ମେନନ୍ (ଜନ୍ମ ୧୯୪୦ ) ଭାରତର ଜଣେ ସମସାମୟିକ ଅଗ୍ରଧାଡିର କଳାକାର । ତାଙ୍କର ଅଙ୍କିତ ଚିତ୍ର ଗୁଡିକ ଅନେକ ସଂଗ୍ରହରେ ମୁଖ୍ୟ ଆକର୍ଷଣ ଭାବରେ ରହିଥାଏ । ୨୦୦୬ ମସିହାରେ ତାଙ୍କର " ଯାତ୍ରା " ନାମକ ଏକ ମୌକ୍ୟ ଚିତ୍ର କାଲିଫରଣିଆର ସାନ ଫ୍ରାନସିସ୍କୋଠାରେ ଥିବା ଏସୀୟ ଆର୍ଟ ମିଉଜିଆମଦ୍ୱାରା ଗୃହିତ ହେଇଥିଲା । ସେ ସମସ୍ତ ପ୍ରକାର ମାଧ୍ୟମକୁ ଚିତ୍ରାଙ୍କନ ପାଇଁ ବ୍ୟବହାର କରୁଥିଲେ ମଧ୍ୟ ମାସୋନାଇଟ ଉପରେ ତୈଳଚିତ୍ର ଅଙ୍କନ ତାଙ୍କର ପ୍ରିୟ ମାଧ୍ୟମ । ସେ ୱାଟର କଲର , କାଚ ଚିତ୍ର ମଧ୍ୟ କରିଥାନ୍ତି । ମୁରାଲ ଚିତ୍ରାଙ୍କନରେ ମଧ୍ୟ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥାନ୍ତି । ତାଙ୍କର କୃତି ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହା[୧]ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । 

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ବର୍ଣପୁରଠାରେ ଜୁଲାଇ ୧୭, ୧୯୪୦ ରେ ଅଞ୍ଜୋଳି ଇଲା ମେନନ୍ଙ୍କ ଜନ୍ମ ବଙ୍ଗାଳୀ ଓ ଆମେରିକୀୟ ଦମ୍ପତିଙ୍କ ଔରସରୁ ହେଇଥିଲା ।[୨]ସେ ତାମିଲନାଡୁର ନିଳଗିରିଠାରେ ଥିବା ଲରେନ୍ସ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ । ପିଲା ଦିନରୁ ତାଙ୍କର ଚିତ୍ରାଙ୍କନ ପ୍ରତି ଗଭୀର ଆକର୍ଷଣ ଥିଲା ଓ ମାତ୍ର ୧୫ ବର୍ଷ ବୟସର ହେଇଥିବା ବେଳେ ସେ ତାଙ୍କର କେତେକ ଚିତ୍ର ବିକ୍ରି କରି ସାରିଥିଲେ । ତାହା ପରେ ସେ ମୁମ୍ବାଇର ଯେ. ଯେ. ଇନ୍ସଟିଚୁଟରୁ ପ୍ରାୟୋଗିକ କଳାରେ ଅଧ୍ୟୟନ କରି ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରେଜୀ ଭାଷାରେ ସ୍ନାତକ କରିଥିଲେ । ସେଠାରେ ସେ ମିରଣ୍ଡା ହାଉସ ମହିଳା କଲେଜରେ ପଢିବା ସମୟରେ ପ୍ରଖ୍ୟାତ ଚିତ୍ରକର ଏମ. ଏଫ. ହୁସେନ ଓ ଅମୃତା ଶେରଗିଲଙ୍କଦ୍ୱାରା ପ୍ରଭାବିତ ହେଇଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଏକକ ପ୍ରଦର୍ଶନୀ ୫୩ଟି ଭିନ୍ନ ପ୍ରକାର ଚିତ୍ର ସହ କରିଥିଲେ । ତାଙ୍କର ସୃଜନ କଳାରେ ପ୍ରଭାବିତ ହେଇ ଫରାଶି ସରକାର ତାଙ୍କୁ ସ୍କଲାରଶିପ ପ୍ରଦାନ କରି ପାରିସ ସ୍ଥିତ ଆର୍ଟ ପ୍ରତିଷ୍ଠାନରେ  ରେ ୧୯୫୯ରୁ ୧୯୬୧ ମସିହା ଯାଏ ତାଲିମ ଦେଇଥିଲେ । ସେଠାରେ ଥିବା ସମୟରେ ସେ ବିଶ୍ରୂତ ଭାବରେ ଇଉରୋପ ଓ ପଶ୍ଚିମ ଏସିଯା ଭ୍ରମଣ କରି ରୋମାନ ଓ ବାଇଜନ୍ତାଇନ କଳାର ନିରୀକ୍ଷଣ କରିବାର ସୁଯୋଗ ପାଇଥିଲେ ।  

କାର୍ଯ୍ୟ [ସମ୍ପାଦନା]

ଅଞ୍ଜୋଲି ମୁଖ୍ୟତଃ ମାସୋନାଇଟ ଉପରେ ତୈଳ ରଙ୍ଗ ବ୍ୟବହାର କରି ଚିତ୍ରାଙ୍କନ କରିଥାନ୍ତି । ସେ ତାଙ୍କର ଚିତ୍ର ସବୁ ପତଳା ରଙ୍ଗର ସ୍ତର ସବୁ ଦେଇ କରିଥିବାରୁ ତାହା ପାରଦୀୟ ଦୃଶ୍ୟ ହେଇଥାଏ । ତୈଳ ଚିତ୍ର ଓ ମୁରାଲ୍ ବ୍ଯତୀତ ସେ ଅନ୍ୟ ମାଧ୍ୟମରେ ମଧ୍ୟ କାର୍ଯ୍ୟ କରିରଥାନ୍ତି । କମ୍ପୁଟର ଗ୍ରାଫିକ୍ସ ମୁରଣୋ ଗ୍ଲାସ ଅଙ୍କନରେ ମଧ୍ୟ ତାଙ୍କର ଦକ୍ଷତାl ପ୍ରତିପାଦାନ କରିଛନ୍ତି । ତାଙ୍କର ଥିମ ମଧ୍ୟରେ ଧାର୍ମିକ , ସାମାଜିକ ଘଟଣା ପ୍ରତିକୃତି , ନଗ୍ନଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ଥାଏ । ତାଙ୍କର ଆର୍ଟରେ ଇଉରୋପୀୟ ରେନାଇଜନାନ୍ସ ସମୟର କଳାର ଛାପ  ଦେଖିବାକୁ ମିଳିଥାଏ ।୧୯୯୭ ମସିହାରେ ସେ ବୌଦ୍ଧ କଳା ର କେତେକ ଚିତ୍ର ଅଙ୍କନ କରିଥିଲେ । ସେ ପାରିସ , ଅଲଜିଅର୍ସ, ସାଓ ପାଓଲୋ ଓ ନୂଆ ଦିଲ୍ଲୀଠାରେ ଆନ୍ତର୍ଜାତିକ ଆର୍ଟ କଂଫେରେନ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ [୩]

ପରବର୍ତୀ ଜୀବନ [ସମ୍ପାଦନା]

ଅଞ୍ଜୋଳି ତାଙ୍କର ବାଲ୍ୟ ବନ୍ଧୁ ତଥା ପ୍ରେମିକ ରାଜା ମେନନଙ୍କୁ ବିବାହ କରିଥିଲେ । ରାଜା ମେନନ ଭାରତୀୟ ନୌସେନାରେ ଥିବାରୁ ଅଞ୍ଜୋଳି ବିବାହ ପରେ ଭାରତରେ ରହିଥିଲେ । ରାଜା ମେନନ ପରବର୍ତୀ କାଳରେ ନୌସେନାର ଆଡମିରାଲ ଭାବରେ ଅବସର ନେଇଥିଲେ । ଆର୍ଟ ପ୍ରଦର୍ଶନୀ ପାଇଁ ଅଞ୍ଜୋଳି ଆମେରିକା ,ରୁଷୀଆ ସମେତ ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି । 

ପୁରସ୍କାର ସମୂହ [ସମ୍ପାଦନା]

ପ୍ରକାଶନ [ସମ୍ପାଦନା]

  • Anjolie Ela Menon: Paintings in Private Collections Hardcover – 15 November 1995 by Isana Murti (Author), Indira Dayal (Compiler), Anjolie Ela Menon (Illustrator)
  • Anjolie Ela Menon: Through the Patina,” by Isana Murty, published by Vadhera Art Gallery

ପୁନଶ୍ଚ ପଠନ [ସମ୍ପାଦନା]

  • India’s 50 Most Illustrious Women (ISBN 81-88086-19-3) by Indra Gupta.
  • Anjolie Ela Menon: Images and Techniques. 1996 Marg Publications edited by Gayatri Sinha: (Chapter in) Expressions and Evocations:Contemporary Women Artists of India.

ଆଧାର ସମୂହ [ସମ୍ପାଦନା]

  1. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015.
  2. http://www.contemporaryindianart.com/anjolie_ela_menon.htm
  3. http://www.britannica.com/biography/Anjolie-Ela-Menon